ସେବାଶ୍ରମ ଶିକ୍ଷା

ନୂଆପଡ଼ା ଜିଲାରେ ସରକାର ଅନୁସୂଚିତ ଜାତି ଓ ଜନଜାତି ବର୍ଗର ପିଲାଙ୍କ ଲାଗି ମାଗଣାରେ ଆବାସିକ ଶିକ୍ଷାଗ୍ରହଣର ବ୍ୟବସ୍ଥା କରିଛନ୍ତି। ସେଥିପାଇଁ ଜିଲାରେ ୧୭ ଆଶ୍ରମ, ୨୫ ସେବାଶ୍ରମ, ୫ ସେବାଶ୍ରମ ହାଇସ୍କୁଲ, ଗୋଟିଏ ଲେଖାଏ ଅନ୍ବେଷା ଏବଂ ଏକଲବ୍ୟ ବିଦ୍ୟାଳୟ ମିଶାଇ ମୋଟ ୪୯ଟି ଶିକ୍ଷାନୁଷ୍ଠାନ ରହିଛି। ଉପରୋକ୍ତ ସ୍କୁଲରେ ୧୦ ହଜାରରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ର ରହି ପାଠ ପଢୁଛନ୍ତି। ସେହି ପିଲାଙ୍କ ପାଇଁ ଖାଇବା ଏବଂ ରକ୍ଷଣାବେକ୍ଷଣ ଲାଗି ବାର୍ଷିକ କୋଟିଏରୁ ଊର୍ଦ୍ଧ୍ୱ ଟଙ୍କା ଖର୍ଚ୍ଚ କରାଯାଉଛି। ହେଲେ ତୃଣମୂଳସ୍ତରରୁ ହାଇସ୍କୁଲ ପର୍ଯ୍ୟନ୍ତ ପିଲାଙ୍କ ରହିବା ସକାଶେ ଅତି ନିମ୍ନମାନର ନୂଆ ପୁରୁଣା ଘର ରହିଛି। ଅର୍ଦ୍ଧାଧିକ ଆଶ୍ରମର ପାଚେରି ନାହିଁ। ସେଠାରେ ନା ରହିଛି ପାଣି ବ୍ୟବସ୍ଥା କିମ୍ବା ଆବଶ୍ୟକ ପରିମାଣର ଶୌଚାଳୟ। ଅଧିକାଂଶ ଆଶ୍ରମ ପିଲା ବାହାରେ ଶୌଚ କରିବା ସହ ନିକଟସ୍ଥ ପୋଖରୀ, ନଦୀକୁ ଯାଇ ଗାଧୋଇବାକୁ ବାଧ୍ୟ ହେଉଛନ୍ତି। ଏ ସଂକ୍ରାନ୍ତରେ ବିଭାଗୀୟ ଅଧିକାରୀମାନେ ଅବଗତ ଥିଲେ ମଧ୍ୟ କେବେ ବି ଏଥିରେ ସୁଧାର ଆସୁନାହିଁ। ଉପରୋକ୍ତ ଆବାସିକ ବିଦ୍ୟାଳୟକୁ ନିମ୍ନମାନର ଡାଲି, ଚାଉଳ, ପରିବା ଯୋଗାଇ ଦିଆଯାଉଛି। କେତେଜଣ ଅଧିକାରୀ ଓ କର୍ମଚାରୀ ସେହି ସାମଗ୍ରୀକୁ ବାଟମାରଣା କରୁଥିବା ବି ଅଭିଯୋଗ ହୋଇଛି। ଅନ୍ତୋବାସୀଙ୍କ ମଧ୍ୟରେ ଆତ୍ମଚିନ୍ତନ ସକାଶେ କୌଣସି ସଂସ୍କାର କାର୍ଯ୍ୟକ୍ରମ ନାହିଁ। ର଼୍ୟାଗିଂ ଭଳି ଅଭିଯୋଗ ଉଠିଛି। ଏଥିଯୋଗୁ ଦର୍ଲିପଡ଼ା ସେବାଶ୍ରମ ହାଇସ୍କୁଲରେ ଜଣେ ଛାତ୍ର ଆତ୍ମହତ୍ୟା କରିଥିବା ଚର୍ଚ୍ଚାର ବିଷୟ ହୋଇଛି। ଆଶ୍ରମରେ ରହୁଥିବା ଛାତ୍ରୀଛାତ୍ରଙ୍କ ଉପଯୁକ୍ତ ସ୍ବାସ୍ଥ୍ୟ ପରୀକ୍ଷା କରାଯାଉ ନାହିଁ। ଗୋଟିଏ ସେବାଶ୍ରମରେ ରହୁଥିବା ଜଣେ ୧୦ମ ଶ୍ରେଣୀ ଛାତ୍ରୀ ୭ ମାସ ଗର୍ଭବତୀ ଥିବା ଏହାର ଏକ ନମୁନା ବୋଲି ସ୍ଥାନୀୟ ଲୋକେ କହିଛନ୍ତି। ସେହିଭଳି ଜଣେ ହାଇସ୍କୁଲ ଛାତ୍ରୀ ଝରକା ଡେଇଁ ନିଜର ପ୍ରେମିକଙ୍କ ସହ ଆତ୍ମହତ୍ୟା କରିବା ଘଟଣା ସେବାଶ୍ରମ ପରିଚାଳନା ବ୍ୟବସ୍ଥାକୁ ଅଡ଼ୁଆରେ ପକାଇଛି। ବିଭାଗୀୟ ଅଧିକାରୀ ଓ କର୍ମଚାରୀଙ୍କ ଏଭଳି ଅବହେଳାକୁ ନେଇ ଅନୁସୂଚିତ ଜାତି ଓ ଜନଜାତି ସମ୍ପ୍ରଦାୟର ନେତୃବର୍ଗ ବିଭିନ୍ନ ଜାଗାରେ ମେଳି ବାନ୍ଧୁଥିବା ଦେଖାଯାଉଛି। ଆଦିବାସୀ ସଂଘ ପକ୍ଷରୁ ଆଜକୁ ମାସେ ହେବ ସିନାପାଲି ବ୍ଲକ କୁସୁମଯୋର ହାଇସ୍କୁଲ ଗେଟ୍‌ ସମ୍ମୁଖରେ ଧାରଣା ଦିଆଯାଇଛି। ଏହାକୁ ନେଇ ଜିଲାରେ ଅନୁସୂଚିତ ଜାତି ଓ ଜନଜାତି ସମ୍ପ୍ରଦାୟ ମଧ୍ୟରେ ଅସନ୍ତୋଷ ଚରମ ସୀମାକୁ ଛୁଇଁଛି। ନିକଟରେ ଆନ୍ଦୋଳନକାରୀମାନେ ପ୍ରଥମ ଦଫାରେ ସିନାପାଲି ଥାନା ଏବଂ ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ ଧସେଇ ପଶି ଭଙ୍ଗାରୁଜା କରିଥିଲେ। ଆଗାମୀ ଦିନରେ ଏହି ସମ୍ପ୍ରଦାୟର ଲୋକେ ଜିଲାବ୍ୟାପୀ ଆନ୍ଦୋଳନ କରିବାକୁ ଯୋଜନା ରଖିଥିବା ଜଣାପଡ଼ିଛି।
– ଘନଶ୍ୟାମ ଭୋଇ


Enter your email to get our daily news in your inbox.

All Right Reserved By Dharitri.Com

ବନ କର୍ମଚାରୀଙ୍କୁ ଗୁଳି ମାରିଲେ ଶିକାରୀ

ନୀଳଗିରି,୧୯।୩ (ପ୍ରଶାନ୍ତ କୁମାର ବିଶ୍ବାଳ): ବନ କର୍ମଚାରୀଙ୍କୁ ଶିକାରୀଙ୍କ ଗୁଳିମାଡ଼। ଏପରି ଏକ ଅଘଟଣ ଗତକାଲି ବିଳମ୍ବିତ ରାତିରେ ବାଲେଶ୍ୱର ଜିଲା ନୀଳଗିରି କୁଲଡିହା ଅଭୟାରଣ୍ୟର...

ବିପଦସଙ୍କୁଳ ଅଚଳ ମୋବାଇଲ ଟାୱାର

ଯାଜପୁରରୋଡ୍‌,୧୯ା୩(ପବିତ୍ର ରଞ୍ଜନ ମହାନ୍ତି):ଯାଜପୁର ଜିଲାର ବିଭିନ୍ନ ଅଞ୍ଚଳରେ ଛତୁ ଫୁଟିଲା ପରି ମୋବାଇଲ ଟାୱାର ନିର୍ମାଣ ହୋଇଛି। ମୋବାଇଲ ଟାୱାର କମ୍ପାନୀଗୁଡ଼ିକ ସେମାନଙ୍କ ସୁବିଧା ଅନୁଯାୟୀ...

ନିଯୁକ୍ତି, କ୍ଷତିପୂରଣ ଅପେକ୍ଷାରେ ଜମିହରା

ଯାଜପୁର,୧୯ା୩(ହର୍ଷବର୍ଦ୍ଧନ ବେହେରା) :ରାଜ୍ୟ ସରକାରଙ୍କ ଦ୍ରୁତ ଶିଳ୍ପାୟନ ପ୍ରକ୍ରିୟାରେ ଯାଜପୁର ଜିଲା କଳିଙ୍ଗନଗରରେ ନବେ ଦଶକରୁ ବିପୁଳ ପରିମାଣରେ ସରକାରୀ ଓ ସାଧାରଣ ପ୍ରଜାଙ୍କ ଜମି...

୮ କୋଟି ଟଙ୍କାର ରାସ୍ତା ୮ ଦିନରେ ଫାଟିଲା

ଯାଜପୁର,୧୯ା୩(ହର୍ଷବର୍ଦ୍ଧନ ବେହେରା) :ଯାଜପୁର ଜିଲା ଆର୍‌ ଏଣ୍ଡ ବି ଡିଭିଜନ ତଥା ପୂର୍ତ୍ତ ବିଭାଗ ଅଧୀନରେ ୮ କୋଟି ଟଙ୍କାର ରାମବାଗ-ଛତ୍ରପଡା ରାସ୍ତା କାର୍ଯ୍ୟ ୮...

ବର୍ଷା ପୂର୍ବରୁ ଲୁଣା, କରାଣ୍ଡିଆ ବନ୍ଧ ସୁଦୃଢ଼ ଦାବି

କେନ୍ଦ୍ରାପଡ଼ା,୧୯ା୩ (ଜଗନ୍ନାଥ ଧଳ):କେନ୍ଦ୍ରାପଡ଼ା ଜିଲାର ଲୁଣା ଓ କରାଣ୍ଡିଆ ଦ୍ୱୀପାଞ୍ଚଳରେ ଥିବା ୧୩ ରାଜସ୍ବ ଗ୍ରାମ ସ୍ବାଧୀନତାର ୭୬ ବର୍ଷ ପରେ ମଧ୍ୟ ଅବହେଳିତ ଅବସ୍ଥାରେ...

୨ ବ୍ୟାଙ୍କରେ ଜମାହେବ ଶ୍ରୀମନ୍ଦିର ପାଣ୍ଠିର ୩୯ କୋଟି ୨୨ ଲକ୍ଷ

ପୁରୀ, ୧୯ା୩(ଅଜିତ୍‌ ମହାନ୍ତି):ଶ୍ରୀମନ୍ଦିର କାର୍ଯ୍ୟାଳୟ ପରିସରରେ ସୋମବାର ଶ୍ରୀମନ୍ଦିର ଅର୍ଥ ସବ୍‌କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଭକ୍ତଙ୍କ ଦାନ ଅର୍ଥ ତଥା ଶ୍ରୀମନ୍ଦିର ପାଣ୍ଠି ଅର୍ଥ...

ନାବାଳିକାଙ୍କୁ ବଳାତ୍କାର: ଅଭିଯୁକ୍ତଙ୍କୁ ୧୦ ବର୍ଷ ଜେଲ

ଜଗତ୍‌ସିଂହପୁର, ୧୯ା୩(ପ୍ରମୋଦ କୁମାର ନାୟକ):ତିର୍ତ୍ତୋଲ ଥାନା ଅଞ୍ଚଳରେ ୨୦୧୮ରେ ଜଣେ ୧୬ ବର୍ଷୀୟା ନାବାଳିକାଙ୍କୁ ଅପହରଣ ପରେ ଅନ୍ୟ ରାଜ୍ୟରେ ରଖାଯାଇ ବଳାତ୍କାର କରାଯାଇଥିବା ଅଭିଯୋଗ...

୬ କ୍ଷେତ୍ରରୁ ବିଧାୟକ ହୋଇନାହାନ୍ତି ମହିଳା

ବ୍ରହ୍ମପୁର,୧୯ା୩(ନରସିଂହ ସାହୁ):ଗଞ୍ଜାମ ଜିଲାରେ ୧୩ ବିଧାନସଭା ନିର୍ବାଚନମଣ୍ଡଳୀ ମଧ୍ୟରୁ ୬ ଆସନରୁ ହୋଇନାହାନ୍ତି ମହିଳା ବିଧାୟକ। ସେଗୁଡ଼ିକ ହେଲା ଛତ୍ରପୁର, ଗୋପାଳପୁର, ପୋଲସରା, ହିଞ୍ଜିଳି, ଦିଗପହଣ୍ଡି...

Advertisement
Business Eminence Awards 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri