Posted inଜାତୀୟ

ସେନା ମେଜର ପ୍ରସ୍ତୁତ କଲେ ପ୍ରଥମ ବୁଲେଟ୍‌ ପ୍ରୁଫ୍‌ ହେଲ୍‌ମେଟ: ଭେଦ କରିପାରିବନି ଏକେ-୪୭ର ଗୁଳି

ନୂଆଦିଲ୍ଲୀ,୮।୨: ଜମ୍ମୁ-କଶ୍ମୀର ସୀମାରେ ବିଶେଷ କରି ପାକିସ୍ତାନ ପକ୍ଷରୁ ଭାରତୀୟ ସେନାଙ୍କୁ ଲକ୍ଷ୍ୟ କରି ଗୁଳି ଚାଳନା କରାଯାଉଛି। ସେହିଭଳି ଉକ୍ତ ଅଞ୍ଚଳରେ ଆତଙ୍କବାଦୀଙ୍କ ବିରୋଧରେ ଅପରେଶନ ସମୟରେ ସେନାଙ୍କ ସୁରକ୍ଷା ସବୁଠାରୁ ବଡ ଚିନ୍ତା ପାଲଟିଯାଉଛି। ଏହାକୁ ଦୃଷ୍ଟିରେ ରଖି ସେନାର ମେଜର ଅନୁପ ମିଶ୍ର ଏକ ବୁଲେଟ୍‌ ପ୍ରୁଫ୍‌ ହେଲମେଟ୍‌ ତିଆରି କରିଛନ୍ତି। ଦାବି କରାଯାଉଛି କି ଏହା ବିଶ୍ୱର ପ୍ରଥମ ବୁଲେଟ୍‌ ପ୍ରୁଫ୍‌ ହେଲମେଟ୍‌ ଯାହା ୧୦ ମିଟର ଦୂରରୁ ଏକେ-୪୭ ରୁ ଗୁଳିକଲେ ଏହା ହେଲ୍‌ମେଟକୁ ଭେଦ କରିପାରିବ ନାହିଁ। ଏହା ପୂର୍ବରୁ ମେଜର ଅନୁପ ମିଶ୍ର ବୁଲେଟ ପ୍ରୁଫ୍‌ ଜ୍ୟାକେଟ୍‌ ତିଆରି କରିସାରିଛନ୍ତି, ଯାହା ସ୍ନାଇପର ରାଇଫଲର ଗୁଳିରୁ ସୁରକ୍ଷା ଦେଇପାରିଛି। ସେନାର ଅଧିକାରୀଙ୍କ ସୂଚନା ଅନୁଯାୟୀ, ବାଲେଷ୍ଟିକ୍‌ ହେଲ୍‌ମେଟକୁ ମେଜର ଅନୁପ ମିଶ୍ର ‘ଅଭେଦ ପ୍ରୋଜେକ୍ଟ’ ଅଧିନରେ ତିଆରି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଘରୋଇ ବିବାଦୀୟ ଜମିରେ ଗୋଷ୍ଠୀ ସାଂସ୍କୃତିକ କେନ୍ଦ୍ର ନିର୍ମାଣ: ବିଡିଓ ଦୃଷ୍ଟିଦେବାକୁ ଦାବି

ମହାକାଳପଡ଼ା, ୨୫ା୫(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ କେବି ଦାଣ୍ଡୁଆ ପଞ୍ଚାୟତ ବଗଗହଣ ଗ୍ରାମରେ ବିକଶିତ ଗାଁ ବିକଶିତ ଓଡ଼ିଶା ପ୍ରକଳ୍ପ ଯୋଜନାରେ ଷୋଳ…

ଭତ୍ତା ପାଇଁ ଶାଶୁଙ୍କୁ ୯ କି.ମି. ପିଠିରେ ବୋହିଲେ ବୋହୂ

ଅମ୍ବିକାପୁର,୨୫ା୫: ଛତିଶଗଡ଼ର ସୁର୍ଗୁଜା ଜିଲାରେ ଜଣେ ମହିଳା ତାଙ୍କ ୯୦ ବର୍ଷୀୟା ଶାଶୁଙ୍କ ଭତ୍ତା ଟଙ୍କା ଉଠାଇବା ପାଇଁ ପିଠିରେ ୯ କି.ମି. ବୋହି ବ୍ୟାଙ୍କକୁ ଯିବା…

ସାହିତ୍ୟରେ ଶସ୍ତା ରାଜନୀତି

ହଁଆଜ୍ଞା, ଅକବି ଓ ଅଲେଖକ ପ୍ରବଳ! ଚିନ୍ତାରେ କବି ଓ ଲେଖକକୁଳ। ସବଳ ଡମ୍ଫା,ଡହରା,ଟାଉଟର। ଦୁର୍ବଳ, ସ୍ରଷ୍ଟା, ସାଧକ, କଳାକାର। କବିବର ରାଧାନାଥ ରାୟଙ୍କ କାଳଜୟୀ କବିତାଂଶ;…

ଡାଇବେଟିସ୍‌ ଥିଲେ ରୁହନ୍ତୁ ସତର୍କ, ଏଥିରୁ ମୁକ୍ତି ପାଇବା ପାଇଁ ଆପଣାନ୍ତୁ…

ବର୍ତ୍ତମାନ ଏଭଳି ସମୟ ଆସିଛି, ଯେତେବେଳେ ଆମେ ନିଜ ସ୍ବାସ୍ଥ୍ୟ ପ୍ରତି ଅଧିକ ସଚେତନ ରହିବା ନିହାତି ଦରକାର। ଯଦି ଆପଣଙ୍କର ଡାଇବେଟିସ୍‌ କିମ୍ବା ରକ୍ତଚାପ ପରି…

ବ୍ରିକ୍ସ: ସାମର୍ଥ୍ୟ ଅଛି ଶକ୍ତି ନାହିଁ

ବ୍ରିକ୍ସ କ୍ରମଶଃ ପ୍ରତିଷ୍ଠା ଲାଭ କଲେ ମଧ୍ୟ ଅନ୍ତର୍ଜାତୀୟ ଆହ୍ବାନଗୁଡିକୁ ମୁକାବିଲା କରିବାରେ ସଫଳ ହୋଇପାରୁନାହିଁ। ସେଥିପାଇଁ ଚଳିତ ମାସରେ ନୂଆଦିଲ୍ଲୀରେ ଅନୁଷ୍ଠିତ ବ୍ରିକ୍ସ ବୈଦେଶିକ ମନ୍ତ୍ରୀଙ୍କ…

ନକଲି ଆଇନଜୀବୀ

ଦେଶରେ ଥିବା ଆଇନଜୀବୀଙ୍କ ଶିକ୍ଷାଗତ ଯୋଗ୍ୟତା ଯାଞ୍ଚ ଲାଗି ବାର୍‌ କାଉନ୍‌ସିଲ୍‌ ଅଫ୍‌ ଇଣ୍ଡିଆ (ବିସିଆଇ) ପକ୍ଷରୁ ୨୦୨୫ ଜାନୁଆରୀରେ ଏକ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଏଥିରେ…

ବୋମା ତିଆରି ପାଇଁ ଏଆଇ ପ୍ଲାଟ୍‌ଫର୍ମ ବ୍ୟବହାର କରିଥିଲେ ଅଭିଯୁକ୍ତ

ନୂଆଦିଲ୍ଲୀ,୨୫ା୫(ପି.ଟି.):ଦିଲ୍ଲୀ ଲାଲ୍‌କିଲ୍ଲା ବିସ୍ଫୋରଣ ମାମଲାରେ ଚାର୍ଜଶିଟ୍‌ ହୋଇଥିବା ଅଭିଯୁକ୍ତଙ୍କର ବୈଶ୍ୱିକ ଆତଙ୍କବାଦୀ ସଂଗଠନ ଅଲ୍‌କାଏଦା ସହ ସମ୍ପୃକ୍ତି ରହିଛି ଓ ସେ ବୋମା ପ୍ରସ୍ତୁତି ପାଇଁ ଆର୍ଟିଫିସିଆଲ…

ମୋଦିଙ୍କୁ ପ୍ରଶଂସା କଲେ ଟ୍ରମ୍ପ୍‌

ନୂଆଦିଲ୍ଲୀ,୨୫ା୫: ଭାରତ ଗସ୍ତରେ ଆସିଥିବା ଆମେରିକା ପରରାଷ୍ଟ୍ର ସଚିବ ମାର୍କୋ ରୁବିଓ ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଆଲୋଚନା କରୁଥିବାବେଳେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ହଠାତ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri