ସୂର୍ଯ୍ୟୋପରାଗ: ଗର୍ଭବତୀ ଏହିସବୁ ଦିଗ ପ୍ରତି ଦିଅନ୍ତୁ ଦୃଷ୍ଟି

୨୬ ତାରିଖ ସକାଳେ ଏକ ବିରଳ ସୂର୍ଯ୍ୟୋପରାଗ ସଂଘଠିତ ହେବ। ଏହା ଦକ୍ଷିଣ-ଭାରତର କେତେକ ଅଞ୍ଚଳରେ ପୂର୍ଣ୍ଣ ଭାବେ ଦେଖାଯିବାକୁ ଥିବାବେଳେ ଓଡ଼ିଶାରେ ଆଂଶିକ ଭାବେ ଦେଖାଯିବ। ଓଡ଼ିଶାରେ ଏହା ସକାଳ ୮ଟା ୨୦ମିନିଟ୍‌ରୁ ଆରମ୍ଭ ହୋଇ ପୂର୍ବାହ୍ନ ୧୧ଟା ୨୮ମିନିଟ୍‌ରେ ଶେଷ ହେବାକୁ ଥିବାବେଳେ ସକାଳ ୯ଟା ୪୬ ମିନିଟ୍‌ରେ ସର୍ବାଧିକ ପରାଗ ଦେଖାଯିବ। ତେବେ ଧର୍ମଶାସ୍ତ୍ର ଅନୁସାରେ ଏହି ସମୟରେ ପୂଜାର୍ଚ୍ଚନା ଆଦି କରିବାକୁ ବାରଣ କରାଯାଇଥାଏ। ଏହା ସହ ଗର୍ଭବତୀମାନଙ୍କୁ ଏହି ସମୟରେ ଅନେକ ଦିଗ ପ୍ରତି ଦୃଷ୍ଟି ଦେବାକୁ ପଡ଼ିଥାଏ। ଏହାର ଅନେକ ଆଧ୍ୟାତ୍ମିକ କାରଣ ରହିଥିବା ବେଳେ ବୈଜ୍ଞାନିକ କାରଣ ବି ରହିଛି। ତେବେ ଜାଣନ୍ତୁ ସୂର୍ଯ୍ୟୋପରାଗରେ ଗର୍ଭବତୀଙ୍କୁ କେଉଁ ସବୁ ଦିଗ ପ୍ରତି ଦୃଷ୍ଟି ଦେବାକୁ ହେବ।

ଧାରୁଆ ଅସ୍ତ୍ର ବ୍ୟବହାର ପ୍ରତି ସାବଧାନ
ପରାଗ ସମୟରେ ଗର୍ଭବତ୍ତୀ ମହିଳା ଛୁଞ୍ଚି, କତୁରୀ, ଛୁରି ଆଦି ଜିନିଷ ବ୍ୟବହାରଠାରୁ ଦୂରେଇ ରୁହନ୍ତୁ। ଏପରି କରିବା ଫଳରେ ପେଟରେ ଥିବା ଶିଶୁର ଅଙ୍ଗ ଉପରେ ପ୍ରଭାବ ପଡ଼ିବା ବିଶ୍ୱାସ ରହିଛି।

ଘରୁ ବାହାରକୁ ଯିବା ବାରଣ
ଗର୍ଭବତୀ ମହିଳା ଏହି ସମୟରେ ଘରୁ ବାହାରକୁ ଯିବା ଅନୁଚିତ। ଏହି ସମୟରେ ବାହାରକୁ ଯାଇ ପରାଗ ଦେଖିଲେ
ଶିଶୁର ଶାରୀରିକ ଓ ମାନସିକ ବିକାଶ ଉପରେ ପ୍ରଭାବ ପଡ଼ିଥାଏ।

ଖାଦ୍ୟ ଗ୍ରହଣ କରନ୍ତୁ ନାହିଁ
ଏହି ସମୟରେ ଗର୍ଭବତୀମାନେ ଖାଦ୍ୟ ଖାଆନ୍ତୁ ନାହିଁ। ପରାଗ ଲାଗିବା ସମୟରେ ସୂର୍ଯ୍ୟଙ୍କ କିରଣରେ ଖାଦ୍ୟ ପଦାର୍ଥ ବିଷାକ୍ତ ହୋଇଥାଏ।

ଅଧ୍ୟୟନ:
ଏହି ସମୟରେ ତୁଳସୀ ପତ୍ର ଧରି ହନୁମାନ ଚାଳିଶା କିମ୍ବା ଦୁର୍ଗାଙ୍କ ସ୍ତୁତି ଗାନ କରିବା ଭଲ।

ଗ୍ରହଣ ପରେ:

ଗ୍ରହଣ ପରେ ଗର୍ଭବତୀ ମହିଳାମାନେ ଗାଧୋଇବା ଜରୁରୀ। ନଚେତ୍‌ ପିଲାଠାରେ ଚର୍ମ ଜନିତ ସମସ୍ୟା ଦେଖା ଦେଇପାରେ।


Enter your email to get our daily news in your inbox.

All Right Reserved By Dharitri.Com

ଖରାଦିନେ ଗର୍ଭବତୀ ମହିଳା ଏମିତି ନିଅନ୍ତୁ ଯତ୍ନ

ଖରାଦିନେ ଗର୍ଭବତୀ ମହିଳାଙ୍କୁ ଅଧିକ ସତର୍କ ରହିବାକୁ ହେବ। ଏହି ଦିନେ ଗ୍ରୀଷ୍ମତାପରୁ ରକ୍ଷାପାଇବା ପାଇଁ ଜାଣିରଖନ୍ତୁ କିଛି ଉପାୟ। ଖରାଦିନେ ପ୍ରଚୁର ପାଣି ତ...

ସିଙ୍ଗଲ୍‌ ଚାଇଲ୍ଡ ଥିଲେ.. ଏମିତି ନିଅନ୍ତୁ ଯତ୍ନ

ଆଜିକାଲି ଅନେକଙ୍କର ପସନ୍ଦ ସିଙ୍ଗଲ ଚାଇଲ୍ଡ। କ୍ୟାରିୟର ପାଇଁ ହେଉ ବା ଆର୍ଥିକ ଚାପ ଅବା ଲାଳନପାଳନର ଅସୁବିଧା ଯୋଗୁ ସେମାନେ ଏମିତି ପସନ୍ଦ ବାଛି...

ଅବସାଦ ଦୂର ପାଇଁ ଆପଣାନ୍ତୁ ଏହି ଟିପ୍ସ

ଶରୀରକୁ ସୁସ୍ଥ ଓ ମଜଭୁତ ରଖିବାରେ ଉତ୍ତମ ଖାଦ୍ୟର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଆମେ କେତେ ରୋଗମୁକ୍ତ ଓ ସୁସ୍ଥ ଜୀବନ ବିତାଉଛେ, ତାହା ଅନେକାଂଶରେ ନିର୍ଭର...

ପାଣି ପିଅନ୍ତୁ କି ନ ପିଅନ୍ତୁ ଘରେ ରଖନ୍ତୁ ସୁରେଇ, ଆଣିବ ସୌଭାଗ୍ୟ…

ଖରାଦିନେ ମାଠିଆ ହେଉ ଅଥବା ସୁରେଇର ପାଣି ପିଇବାକୁ ଯେମିତି ଥଣ୍ଡା ଲାଗେ ସେମିତି ସ୍ବାସ୍ଥ୍ୟପ୍ରଦ ବି ହୋଇଥାଏ। ସେଥିପାଇଁ ପୂର୍ବେ ଘରେ ଘରେ ମାଠିଆ,...

ବାସ୍ତୁ ଅନୁଯାୟୀ ଘରର ମୁଖ୍ୟ ପ୍ରବେଶ ଦ୍ୱାର କିପରି ହେବା ଦରକାର…ଜାଣନ୍ତୁ

ଘରର ଭିତର ପାର୍ଶ୍ୱ କେତେ ସୁନ୍ଦର ଓ ସୁବ୍ୟବସ୍ଥିତ; ତାହାର ଅନୁମାନ ଘରର ମୁଖ୍ୟ ପ୍ରବେଶ ଦ୍ୱାରକୁ ଦେଖିଲେ ହିଁ ଜଣାପଡିଯାଏ। ତେଣୁ ଘରର ମୁଖ୍ୟ...

ଶରୀର ପାଇଁ ଉପକାରୀ ଜିରା: ଏମିତି କରନ୍ତୁ ସେବନ

ଆମେ ସାଧାରଣତଃ ଅଧିକାଂଶ ଖାଦ୍ୟ ପ୍ରସ୍ତୁତ କରିବା ବେଳେ ଜିରା ବ୍ୟବହାର କରିଥାଉ। ଏହାର ସୁଗନ୍ଧ କେବଳ ଭଲ ନୁହେଁ ବରଂ ଏଥିରେ ଭରି ରହିଥିବା...

କେମିତି ହେବେ ଆଦର୍ଶ ଅଭିଭାବକ: ଜାଣନ୍ତୁ ଟିପ୍ସ

ପିଲାଙ୍କ ପ୍ରଥମ ଗୁରୁ ହେଉଛନ୍ତି ଅଭିଭାବକ। ସେମାନଙ୍କ ଉତ୍ତମ ଭବିଷ୍ୟତ ଗଢ଼ିବାରେ ଅଭିଭାବକଙ୍କର ହିଁ ଥାଏ ଗୁରୁତ୍ୱପୂର୍ଣ୍ଣ ଭୂମିକା। କାରଣ ପିଲାମାନେ ସର୍ବଦା ଅନୁକରଣ ପ୍ରିୟ।...

ଅତ୍ୟଧିକ ମିଠାଜାତୀୟ ଖାଦ୍ୟ ଖାଉଥିଲେ…

ମନଲୋଭା ଖାଦ୍ୟ ମଧ୍ୟରୁ ମିଠା ଅନ୍ୟତମ। ଏହାର ସ୍ବାଦ ହୁଏତ ମିଠା ହୋଇପାରେ, ହେଲେ ଏହାର ପରିମାଣ ଅଧିକ ହେଲେ ତାହା ଆମ ସ୍ମରଣ ଶକ୍ତିକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri