ସୂଚନା କର୍ମୀ ଅଭିମନ୍ୟୁ ହତ୍ୟା ଘଟଣା: ମାଷ୍ଟରମାଇଣ୍ଡଙ୍କ ସହ ୫ ଗିରଫ

ଫୁଲବାଣୀ ଅଫିସ, ୩୦ା୧୨- କନ୍ଧମାଳ ଜିଲା ବାଲିଗୁଡା ଅଞ୍ଚଳର ସୂଚନା ଅଧିକାର କର୍ମୀ ଅଭିମନ୍ୟୁ ପଣ୍ଡା ହତ୍ୟା ଘଟଣାର ଫର୍ଦ୍ଦାଫାସ କରିଛି ପୋଲିସ। ପୂର୍ବ ଶତ୍ରୁତା ହିଁ ହତ୍ୟାକାଣ୍ଡରେ ମୁଖ୍ୟ କାରଣ ବୋଲି ରବିବାର ଏସ୍‌ପି ପ୍ରତୀକ ଗୀତା ସିଂ ବାଲିଗୁଡାରେ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି। ହତ୍ୟାକାଣ୍ଡର ମାଷ୍ଟରମାଇଣ୍ଡ ଏବଂ ୨ ସୁପାରି କିଲରଙ୍କ ସମେତ ୫ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରାଯାଇଛି। ସେମାନେ ହେଲେ ମାଷ୍ଟରମାଇଣ୍ଡ ବାଲିଗୁଡା ଥାନା ସୁନାପାଙ୍ଗାର କେ. ବିଶ୍ୱଜିତ ପାତ୍ର, ସହଯୋଗୀ ଗଞ୍ଜାମ ଜିଲା ଧରାକୋଟ ଥାନା ମୁଣ୍ଡମରାଇର ବାଲାଜି ଆଚାର୍ଯ୍ୟ, ବଡଗଡ ଥାନା ବନ୍ଧଗୁଡାର ରାସ ବିହାରି ଦାସ। ୨ ସୁପାରି କିଲରଙ୍କ ଟିଆଇ ପରେଡ ହେବାକୁ ଥିବାରୁ ସେମାନଙ୍କ ନାମ ଗୋପନ ରଖାଯାଇଛି। ଗିରଫ ଯୁବକମାନଙ୍କ ପାଖରୁ ଗୋଟିଏ ଦେଶୀ ପିସ୍ତଲ, ୩ ରାଉଣ୍ଡ ଜୀବନ୍ତ ଗୁଳି, ୬ଟି ମୋବାଇଲ ଫୋନ, ଗୋଟିଏ ବାଇକ୍‌ ସହ ଅନ୍ୟାନ୍ୟ ସାମଗ୍ରୀ ଜବତ କରାଯାଇଛି।
ଅଭିମନ୍ୟୁ ଓ ବିଶ୍ୱଜିତ୍‌ଙ୍କ ମଧ୍ୟରେ ଜଗନ୍ନାଥ ମନ୍ଦିର ମାର୍କେଟ କମ୍ପ୍ଲେକ୍ସ ଘର ଏବଂ ଅନ୍ୟ କାରଣକୁ ନେଇ ଶତ୍ରୁତା ରହିଥିଲା। ବିଶ୍ୱଜିତ ନେଇଥିବା ମାର୍କେଟ କମ୍ପ୍ଲେକ୍ସ ଘରକୁ ଉଚ୍ଛେଦ କରିବାକୁ ଅଭିମନ୍ୟୁ ଚେଷ୍ଟା କରିଥିଲେ। ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ସହ କୋର୍ଟରେ ମାମଲା ପହଞ୍ଚତ୍ଥିଲା। ଅଭିମନ୍ୟୁଙ୍କୁ ରାସ୍ତାରୁ ହଟାଇବା ପାଇଁ ବିଶ୍ୱଜିତ୍‌ ଯୋଜନା କରିଥିଲେ। ଏନେଇ ସେ ବିଦ୍ୟୁତ୍‌ ବିଭାଗରେ କାମ କରୁଥିବା ବାଲାଜି ଏବଂ ରାସବିହାରୀଙ୍କ ସହ ଯୋଗାଯୋଗ କରିଥିଲେ। ସେମାନେ ୨ ସୁପାରି କିଲର ଠିକ୍‌ କରିଥିଲେ। ଏଥିପାଇଁ ୧ ଲକ୍ଷ ଟଙ୍କାର ଡିଲ୍‌ ହୋଇଥିଲା। ଆର୍‌ଟିଆଇକୁ ନେଇ ନୁହେଁ, ମାର୍କେଟ କମ୍ପ୍ଲେକ୍ସକୁ ନେଇ ହତ୍ୟା ହୋଇଛି। ଯେଉଁ ସୁପାରି କିଲର ହତ୍ୟା କରିଛନ୍ତି, ସେମାନଙ୍କୁ କିଛି ଲୋକ ଦେଖିଛନ୍ତି। ଟିଆଇ ପରେଡ ପାଇଁ ସେମାନଙ୍କ ନାମ ଗୋପନ ରଖାଯାଇଛି ବୋଲି ଏସ୍‌ପି କହିଛନ୍ତି। ତଦନ୍ତବେଳେ ଗଞ୍ଜାମ ଜିଲା ଆସିକା ଅଞ୍ଚଳର ଯୁବକ ସୁପାରି ନେଇ ହତ୍ୟା କରିଥିବା ଜାଣିବାକୁ ପାଇଥିଲୁ। ସେମାନେ ୮ ତାରିଖରେ ବାଲିଗୁଡା ଆସି ଅଭିମନ୍ୟୁଙ୍କ ଗତିବିଧି ଉପରେ ନଜର ରଖିଥିଲେ। ଏହି ଘଟଣାରେ ଅନ୍ୟ ଜଣେ ମଧ୍ୟସ୍ଥି ଅଛନ୍ତି। ତାଙ୍କୁ ଧରିବା ପାଇଁ ଚେଷ୍ଟା ଚାଲିଥିବା ଏସ୍‌ପି ପ୍ରତୀକ ଗୀତା ସିଂ ପ୍ରକାଶ କରିଛନ୍ତି। ଅନୁଷ୍ଠିତ ଖବରଦାତା ସସମ୍ମିଳନୀରେ ବାଲିଗୁଡା ଏସ୍‌ଡିପିଓ ମାନସ ରଂଜନ ବାରିକ, ଥାନାଧିକାରୀ ପ୍ରଶାନ୍ତ କୁମାର ବେହେରା ପ୍ରମୁଖ ଉପସ୍ଥିତ ଥିଲେ।
ସୂଚନାଯୋଗ୍ୟ ଯେ, ଗତ ୧୦ ତାରିଖ ସକାଳେ ୨ଜଣ ଯୁବକ ଏକ ବାଇକରେ ଆସି ଅଭିମନ୍ୟୁଙ୍କୁ ତାଙ୍କ ଘରୁ ଡାକିଥିଲେ। ଘର ସମ୍ମୁଖରେ ତାଙ୍କୁ ଗୁଳି କରି ହତ୍ୟା କରିଥିଲେ। ଅଭିମନ୍ୟୁଙ୍କୁ ସ୍ଥାନୀୟ ଲୋକେ ମେଡିକାଲ ନେଇଥିଲେ ହେଁ, ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏ ନେଇ ନଂ.୧୮୮/୧୯ରେ ମାମଲା ରୁଜୁ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଓ୍ବାରେଣ୍ଟ ବଳରେ ୭ ଜଣଙ୍କୁ ବାନ୍ଧିଲା ପୋଲିସ

ଦାରିଙ୍ଗବାଡ଼ି,୨୪ା୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳରେ ଦୀର୍ଘଦିନ ଧରି ବିଭିନ୍ନ ମାମଲାରେ ଫେରାର ଥିବା ୭ ଜଣଙ୍କୁ ପୋଲିସ ଗିରଫ...

ନାବାଳିକାଙ୍କୁ ଗର୍ଭବତୀ କରି ଫେରାର ଥିଲେ ବିବାହିତ ଯୁବକ, ଭୁବନେଶ୍ୱରରୁ ବାନ୍ଧିଲା ପୋଲିସ

ଦାରିଙ୍ଗବାଡ଼ି,୨୨ା୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳରେ ଜଣେ ୧୬ ବର୍ଷୀୟା ନାବାଳିକାଙ୍କୁ ପ୍ରଥମେ ପ୍ରେମ ଓ ପରେ ଶାରୀରିକ ସମ୍ପର୍କ...

ଉପେନ୍ଦ୍ରଙ୍କ ଦିନରେ ନୁହେଁ, ରାତିରେ ଜମୁଛି ପ୍ରଚାର

ବାଲିଗୁଡା,୨୧।୦୪: (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ବିଧାନସଭା ନିର୍ବାଚନ ମଣ୍ଡଳୀରେ ବିଭିନ୍ନ ରାଜନୈତିକ ଦଳ ନିଜ ନିଜ ପ୍ରାର୍ଥୀ ଘୋଷଣା କରିଛନ୍ତି। ଏବେ...

ମାମୁ-ଭଣଜା ଗୋଷ୍ଠୀ ସଂଘର୍ଷ: ୬ ଗୁରୁତର

ବାଲିଗୁଡ଼ା,୨୧ା୪(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ାରେ ଶନିବାର ବିଳମ୍ବିତ ରାତିରେ ଜାଗାବାଡ଼ିକୁ ନେଇ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ସଂଘର୍ଷ ହୋଇଛି । ଗୋଟିଏ ଗୋଷ୍ଠୀ...

ପକାରି ବନାଞ୍ଚଳରେ ନିଆଁ

ଦାରିଙ୍ଗବାଡି, ୨୦ା୪ (ଅରୁଣ ସାହୁ):ଏବେ ସାରା ରାଜ୍ୟରେ ତାପମାତ୍ରା ବିଭିନ୍ନ ଜିଲାରେ ୪୪ ଡିଗ୍ରୀ ଛୁଇଁଲାଣି। କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଦାରିଙ୍ଗବାଡିରେ ମଧ୍ୟ ତାପମାତ୍ରା...

ବିଜେଡିର ବଢୁଛି ବଳ: ଦଳରେ ସାମିଲ ହେଲେ ଅନେକ କଂଗ୍ରେସ-ଭାଜପା କର୍ମୀ

ଦାରିଙ୍ଗବାଡି, ୧୮।୪ (ଅରୁଣ ସାହୁ): ଜି. ଉଦୟଗିରି ନିର୍ବାଚନ ମଣ୍ଡଳୀରେ ବିଜେଡି ଦଳର ଦିନକୁ ଦିନ ବଳ ବୃଦ୍ଧି ହେବାରେ ଲାଗିଛି। ଗତ ସପ୍ତାହରେ ଦାରିଙ୍ଗବାଡିଠାରେ...

ନାହିଁ ମୌଳିକ ସୁବିଧା, ଭୋଟ ବର୍ଜନ କରିବେ ୬୦ ପରିବାର

ବାଲିଗୁଡା ,୧୮/୦୪:(ସଞ୍ଜୟ କୁମାର ପାଣିଗ୍ରାହୀ ): ନିର୍ବାଚନ ସମୟରେ ରାଜନୈତିକ ଦଳମାନେ ଲୋକଙ୍କ ନିକଟରେ କିଭଳି ମୌଳିକ ସୁବିଧା ହାତ ପାହନ୍ତାରେ ଉପଲବ୍ଧ ହେବ ସେଥି...

ଭବ୍ୟ ଶୋଭାଯାତ୍ରା, ଜୟ ଶ୍ରୀରାମ ଧ୍ୱନୀରେ ପ୍ରକମ୍ପିତ ହେଲା ଦାରିଙ୍ଗବାଡ଼ି

ଦାରିଙ୍ଗବାଡି, ୧୭।୪ (ଅରୁଣ ସାହୁ)- କନ୍ଧମାଳ ଜିଲା ଦାରିଙ୍ଗବାଡିରେ ବେଶ ଧୁମ୍‌ଧାମରେ ଶ୍ରୀରାମ ନବମୀ ପାଳନ କରାଯାଇଛି। ଏହି ଅବସରରେ ସାମୁହିକ ଭାବେ ହନୁମାନ ଚାଳିଶା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri