ଫୁଲବାଣୀରେ ୫, ଦାରିଙ୍ଗବାଡ଼ିରେ ୫.୫ ଡିଗ୍ରୀ ତାପମାତ୍ରା

ଫୁଲବାଣୀ ଅଫିସ, ୩୦ା୧୨-କନ୍ଧମାଳ ଜିଲାରେ ଅଥୟ ହେଲାଣି ଶୀତ। ସକାଳଠୁ ରାତି ପର୍ଯ୍ୟନ୍ତ ଶୀତ ପ୍ରକୋପରେ ଲୋକେ ନାହିଁ ନ ଥିବା ଯନ୍ତ୍ରଣା ଭୋଗୁଛନ୍ତି। ଗତ ଦୁଇଦିନ ଧରି ଶୀତ ପ୍ରକୋପ ଏତେ ବଢ଼ିଛି ଯେ, ରାସ୍ତାରେ ଗଲେ ମୁହଁ, ଗୋଡ, ହାତ ପୋଡିଗଲା ଭଳି ଅନୁଭୂତ ହେଉଛି। ଏହି ଦେହଥରା ଶୀତ ଲୋକଙ୍କ ଜୀବନ ଜୀବିକାକୁ ପ୍ରଭାବିତ କରିଛି। ଶନିବାରରୁ ରବିବାର ସକାଳ ଯାଏ ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୫ ଡିଗ୍ରୀ ଏବଂ ଦାରିଙ୍ଗିବାଡିରେ ୫.୫ ଡିଗ୍ରୀ ସେଲସିୟସ ଜିଲା ପାଣିପାଗ ତଥା ଜରୁରୀକାଳିନ ବିଭାଗ ପକ୍ଷରୁ ରେକର୍ଡ କରାଯାଇଛି।
ଗୁରୁବାର ରାତିରେ ଫୁଲବାଣୀରେ ତାପମାତ୍ରା ୧୫ ଡିଗ୍ରୀ ଥିବାବେଳେ ଶୁକ୍ରାବର ରାତିରେ ୧୦.୫ ଡିଗ୍ରୀ ଥିଲା। ହେଲେ ଶନିବାର ହଠାତ ୫ ଡିଗ୍ରୀକୁ ଖସିଆସିଥିଲା। ରାତି ୮ଟାରୁ ସକାଳ ଯାଏ ଘନ କୁହୁଡି ପରିସ୍ଥିତିକୁ ଆହୁରୀ ଜଟିଳ କରୁଛି। ବସ୍‌ଷ୍ଟାଣ୍ଡ, ସହରର ପ୍ରମୁଖ ସ୍ଥାନରେ ଲୋକେ ଥଣ୍ଡାରୁ ରକ୍ଷା ପାଇବାକୁ ନିଅଁା ଜାଳି ବସୁଛନ୍ତି। ଶୀତ ଲହରୀକୁ ଦେଖି ରାଜ୍ୟ ସରକାର ଜିଲା ପ୍ରଶାସନକୁ ସତର୍କ ସୂଚନା ଦେବାସହ ସ୍କୁଲ ଘର ଓ ସାଧାରଣ କୋଠା ରାତିରେ ଖୋଲା ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଫଳରେ ବାସହୀନମାନେ ରାତିରେ ଆଶ୍ରୟ ନେଇ ପାରିବେ। ଘନ କୁହୁଡି ଯୋଗୁ ଯାନବାହନ ଚଳାଚଳ ପ୍ରଭାବିତ ହୋଇଛି। କନ୍ଧମାଳର ଶୀତ ରାଜ୍ୟରେ ନିଆରା, ତେଣୁ ଏହାର ମଜା ନେବାକୁ ଜିଲାକୁ ପର୍ଯ୍ୟଟକମାନଙ୍କ ସୁଅ ଛୁଟିବାରେ ଲାଗିଛି। ଜିଲାର ପ୍ରମୁଖ ପର୍ଯ୍ୟଟନ ସ୍ଥଳ ଦାରିଙ୍ଗିବାଡି, ରାଇକିଆର ମଣ୍ଡାସରୁ, କୋଟଗଡା ଲୁଦୁ, ଫୁଲବାଣୀର ପୁତୁଡି, ଉର୍ମାଗଡ, କାଟ୍ରାମାଲ, ଖଜୁରିପଡାର ପକଡାଝର ଜଳପ୍ରପାତ ଆଦି ପର୍ଯ୍ୟଟନ ସ୍ଥଳରେ ପର୍ଯ୍ୟଟକଙ୍କ ଭିଡ ଜମୁଛି।
ଦାରିଙ୍ଗବାଡ଼ିରେ ରବିବାର ଶୀତର ପ୍ରକୋପ ବୃଦ୍ଧି ପାଇବା ସହ ତୁଷାରପାତ ହୋଇଛି। ସିମନବାଡି ସମେତ କେତେକ ଅଞ୍ଚଳରେ ତୁଷାରପାତ ହୋଇଥିବା ଦେଖିବାକୁ ମିଳିଥିଲା। ପ୍ରଶାସନ ପକ୍ଷରୁ ଦାରିଙ୍ଗବାଡ଼ିରେ କୌଣସି ରାତ୍ର ଆଶ୍ରୟସ୍ଥଳ ନଥିବାରୁ ବିଭିନ୍ନ ସରକାରୀ ଏବଂ ବେସରକାରୀ କାର୍ଯ୍ୟରେ ଦାରିଙ୍ଗବାଡ଼ି ଆସିଥିବା ଲୋକ ବହୁ ହଇରାଣ ହେଉଛନ୍ତି। ତୁଷାରପାତ ଦେଖିବାକୁ ପର୍ଯ୍ୟଟକମାନେ ଭିଡ଼ ଜମିଥିଲା। ବିଳମ୍ବରେ ପହଞ୍ଚତ୍ଥିବା କେତେକ ପର୍ଯ୍ୟଟକ ଦେଖି ନ ପାରି ନିରାଶ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ହସ୍ପିଟାଲରେ ଜଳିଗଲା ଆମ୍ବୁଲାନ୍ସ, ରୋଗୀ ମୃତ, ୨ ଗୁରୁତର

ବାରିପଦା/ଉଦଳା,୮ା୧୦(ନୀଳାଦ୍ରି ବିହାରୀ ଦଣ୍ଡପାଟ/ସନ୍ତୋଷ କୁମାର ବାଚ୍ଛିନୀ): ମୟୂରଭଞ୍ଜ ଜିଲା ଉଦଳା ମେଡିକାଲ ପରିସରରେ ଗୁରୁବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ଅକ୍ସିଜେନ ସିଲିଣ୍ଡର ଫାଟି ଏକ…

ରାହୁଲ, ପ୍ରିୟଙ୍କାଙ୍କ ବିରୋଧରେ ଏତଲା

ନୂଆଦିଲ୍ଲୀ,୮ା୧୦: କଂଗ୍ରେସ ପକ୍ଷରୁ ବୁଧବାର ବିକ୍ଷୋଭ ବେଳେ ପୋଲିସ କର୍ମଚାରୀଙ୍କୁ ମାଡ଼ ମାରିବା ଓ ସରକାରୀ କାର୍ଯ୍ୟରେ ବାଧା ଦେବା ଅଭିଯୋଗରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ…

ପ୍ରସ୍ତାବିତ ମଦ ଦୋକାନକୁ ବିରୋଧ, ବନ୍ଦ ନ କଲେ ହେବ ବଡ଼ ଆନ୍ଦୋଳନ

ପାଟଣା, ୮।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ସରକାରୀ ବସ୍‌ଷ୍ଟାଣ୍ଡ ନିକଟରେ ପ୍ରସ୍ତାବିତ ନୂତନ ବିଦେଶୀ ମଦ ଦୋକାନକୁ ପାଟଣା ବିକାଶ ମଞ୍ଚ ପକ୍ଷରୁ…

ମଦଭାଟି ବିରୋଧରେ ଗର୍ଜିଲେ ଗ୍ରାମବାସୀ, ୧୦ ତାରିଖ ସୁଦ୍ଧା ବନ୍ଦ ପାଇଁ ଚେତାବନୀ

ଅମରପାଲି,୮।୧୦(ପୀତାମୱର ସାହୁ): ଦୀର୍ଘ ୩୦ ବର୍ଷ ଧରି ଗ୍ରାମରେ ଚାଲି ଆସୁଥିବା ଲାଇସେନ୍ସ ପ୍ରାପ୍ତ ଦେଶୀ ମଦଭାଟିକୁ ନେଇ ପୀତାମହୁଲ ଗ୍ରାମରେ ଅସନ୍ତୋଷ ତେଜିଛି। ମଦଭାଟି ଯୋଗୁ…

TPWODLର ବଡ଼ ସୂଚନା, ଏହି ସମୟରୁ ହେବ ବିଦ୍ୟୁତ୍‌ କାଟ୍‌…

ବରଗଡ଼,୮।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହରରେ ଶୁକ୍ରବାର କ୍ରମାଗତ ୬ଘଣ୍ଟା ଧରି ବିଦ୍ୟୁତ୍‌ ସେବା ବନ୍ଦ ରହିବ। ସକାଳ ୯ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ସହରରେ ବିଦ୍ୟୁତ୍‌ ସରବରାହ…

ବରଗଡ଼ରେ ହେବ ବଡ଼ ବିକ୍ଷୋଭ ସମାବେଶ, ଜାଣନ୍ତୁ…

ବରଗଡ଼,୮।୧୦(ପ୍ରେମାନନ୍ଦ ଖମାରୀ): ସମ୍ବିଧାନ ଏବଂ ଗଣତନ୍ତ୍ରର ସୁରକ୍ଷା ପାଇଁ ବରଗଡ଼ ଜିଲାର ବିଭିନ୍ନ ଜନ ସଂଗଠନ, କୃଷକ ସଂଗଠନ ଓ ନାଗରିକମାନଙ୍କୁ ନେଇ ସମ୍ବିଧାନ ଓ ଗଣତନ୍ତ୍ର…

College Election Suspend: ବାତିଲ ହେଲା କଲେଜ ନିର୍ବାଚନ, ବଡ଼ ନିଷ୍ପତ୍ତି ନେଲେ…

ଭୁବନେଶ୍ୱର,୮।୧୦: ବଡ଼ ଖବର । କଲେଜ ନିର୍ବାଚନ ବାତିଲ । VNରେ ଉତ୍ତେଜନା ପରେ ନିଷ୍ପତ୍ତି । ଯାଜପୁର ବ୍ୟାସନଗରରେ ଥିବା ଭି.ଏନ୍‌. ସ୍ବୟଂଶାସିତ ମହାବିଦ୍ୟାଳୟରେ ଏଥର…

୩ ରାଶି ଉପରେ କେତୁଙ୍କ କ୍ରୁର ଦୃଷ୍ଟି! ସାମାନ୍ୟ ଭୂଲ ପଡିବ ଭାରୀ, ଚାକିରିରେ ବଢିବ ଟେନଶନ

୩ ଅକ୍ଟୋବର ୨୦୨୬ରେ କେତୁ ସିଂହ ରାଶିରେ ଥିବା ନିଜର ମଘା ନକ୍ଷତ୍ରର ପ୍ରଥମ ପାଦରେ ପ୍ରବେଶ କରିସାରିଛି। ଏହି ନକ୍ଷତ୍ର ଗୋଚର ୫ ଡିସେମ୍ୱର ୨୦୨୬…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?