ସୁପର୍‌ଷ୍ଟାରଙ୍କୁ ପଛରେ ପକାଇ ରଣବୀରଙ୍କ ୩ ଫିଲ୍ମ ଆୟ କରିଛି ୭ଶହ କୋଟି

ମୁମ୍ବାଇ: ବଲିଉଡ୍‌ ନାୟକ ରଣବୀର ସିଂ ଏବେ ଲାଇମ୍‌ ଲାଇଟ୍‌ରେ ଗତ କିଛିଦିନ ମଧ୍ୟରେ ସେ ଅଭିନୟ କରିଥିବା ୩ଟି ଫିଲ୍ମ ବକ୍ସ ଅଫିସରେ ହିଟ୍‌ ହୋଇଛି। ଆଉ ଏହାର କଲେକ୍ସନ୍‌ ରହିଛି ପ୍ରାୟ ୭ଶହ କୋଟି। ପୂର୍ବରୁ ଏମିତି ଆୟ କେବଳ ସଲମାନ ଖାଁଙ୍କ ଅଭିନୀତ ଫିଲ୍ମ କରିଥିବା ବେଳେ ଏବେ ଏହି ରେସ୍‌ରେ ଯାଗ ଦେଇଛନ୍ତି ରଣବୀର ସିଂ। ୟଶରାଜ ବ୍ୟାନରର ଫିଲ୍ମ ‘ବ୍ୟାଣ୍ଡ ବାଜା ବାରାତ’ରୁ ନିଜର କ୍ୟାରିୟର ଆରମ୍ଭ କରିଥିବା ରଣବୀର ଏବେ କିନ୍ତୁ ଜଣେ ନାମୀ ଷ୍ଟାର ଭାବେ ବଲିଉଡରେ ସୃଷ୍ଟି କରିଛନ୍ତି ନିଜର ଏକ ଭିନ୍ନ ପରିଚୟ। ତେବେ କିଛିଦିନ ତଳେ ତାଙ୍କ ଅଭିନୀତ ଫିଲ୍ମ ‘ପଦ୍ମାବତ୍‌’ ବକ୍ସ ଅଫିସରେ ହିଟ୍‌ ହୋଇଥିଲା। ଆଉ ଏହା ଆୟ କରିଥିଲା ୩୦୨ କୋଟି ଟଙ୍କା। ସେହିପରି ତାଙ୍କ ଅଭିନୀତ ଫିଲ୍ମ ‘ଶିମ୍ବା’ ମଧ୍ୟ ୨୪୦ କୋଟି ଆୟ କରି ବକ୍ସ ଅଫିସରେ ହଇଚଇ ସୃଷ୍ଟି କରିଥିଲା। ଏହାପରେ ‘ଗଲିବୟ’ ମଧ୍ୟ ଶହେ କୋଟି କ୍ଲବରେ ସାମିଲ ହେବାରେ ସକ୍ଷମ ହୋଇଥିଲା। ତେଣୁ ଲଗାତାର ତିନୋଟି ଫିଲ୍ମରେ ଅଭିନୟ କରି ରଣବୀର ବକ୍ସ ଅଫିସରେ ୭ଶହ କୋଟି ଆୟ କରିଥିବା କଳାକାରଙ୍କ ମଧ୍ୟରେ ଜଣେ ପାଲଟି ଯାଇଥିଲେ। ଆଉ ଏବେ ସେ ଫୁଲ୍‌ ଦମ୍‌ରେ ଲାଗିପଡିଛନ୍ତି ‘୮୩’ର ଶୁଟିଂରେ।


Enter your email to get our daily news in your inbox.

All Right Reserved By Dharitri.Com

ସବୁଠୁ ନିଜର

ଏକ ସମୟ ଥିଲା, ଯେତେବେଳେ ମଣିଷ ନିଜର ସୁଖ-ଦୁଃଖ ବାଣ୍ଟିବା ପାଇଁ ପରିବାର, ସାଙ୍ଗସାଥୀ ଓ ପଡ଼ୋଶୀଙ୍କୁ ଖୋଜୁଥିଲା। କିନ୍ତୁ ଆଜି ସକାଳୁ ଆଖି ଖୋଲିବାଠାରୁ ରାତିରେ…

ଦିଲ୍ଲୀ ସତ୍ୟ ନିକେତନ ଘଟଣା: ଭଗ୍ନାବଶେଷରୁ ୧୦ ଉଦ୍ଧାର, ୬ ମୃତ ଘରମାଲିକଙ୍କ ବିରୋଧରେ ଏଫଆଇଆର ରୁଜୁ

ନୂଆଦିଲ୍ଲୀ,୭।୯: ସୋମବାର ଦିଲ୍ଲୀର ସତ୍ୟ ନିକେତନ ଅଞ୍ଚଳରେ ଏକ ଦୁଃଖଦ ଘଟଣା ଘଟିଛି, ଯେଉଁଠାରେ ଏକ ପୁରୁଣା ତିନି ମହଲା କୋଠା ତାସ ଘର ପରି ଭୁଶୁଡ଼ି…

ଅନୁଦାନ ଅନୁକମ୍ପା ନୁହେଁ, ଅଧିକାର

ଶିକ୍ଷାର ବିକାଶ ନିମନ୍ତେ ଶିକ୍ଷାନୁଷ୍ଠାନ ଖୋଲିବା ସରକାରଙ୍କ ଦାୟିତ୍ୱ। ମାତ୍ର ଛାତ୍ରୀଛାତ୍ରଙ୍କ ଆବଶ୍ୟକତା ଦୃଷ୍ଟିରୁ ସ୍ବାଧୀନତାର କେଇ ଦଶନ୍ଧି ପର୍ଯ୍ୟନ୍ତ ପର୍ଯ୍ୟାପ୍ତ ନ ଥିଲା ଓଡ଼ିଶାର ଶିକ୍ଷାନୁଷ୍ଠାନ।…

ଲାଭା ଉଦ୍‌ଗିରଣ: ବିମାନ ବାତିଲ କଲା ଇଣ୍ଡୋନେସିଆ

ଜାକର୍ତ୍ତା,୭ା୯: ଇଣ୍ଡୋନେସିଆର ଅନକ କ୍ରକାତାଉ ଆଗ୍ନେୟଗିରିରୁ ରବିବାର ଭୋର ସମୟରେ ଲାଭା ଉଦ୍‌ଗିରଣ ହୋଇଛି। ଲାଭା ପାଉଁଶ ପଶ୍ଚିମ ଇଣ୍ଡୋସେନିଆ ଆକାଶକୁ ଛାଇଯାଇଥିବାରୁ ଜାକର୍ତ୍ତାର ସୁକର୍ଣ୍ଣୋ-ହାଟ୍ଟା ଅନ୍ତର୍ଜାତୀୟ…

ହାଇକୋର୍ଟରେ ଚ୍ୟାଲେଞ୍ଜ ହେବ ପାଣ୍ଡିଆନଙ୍କ ହେଲିକପ୍ଟର ଗସ୍ତ

ଭୁବନେଶ୍ୱର,୭ା୯(ରବିନାରାୟଣ ଜେନା): ରାଜ୍ୟରେ ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଭି.କେ. ପାଣ୍ଡିଆନ ଲୋକଙ୍କ ଅଭିଯୋଗ ଶୁଣାଣି ପାଇଁ ବିଭିନ୍ନ ଜିଲାକୁ ହେଲିକପ୍ଟର ଗସ୍ତ କାର୍ଯ୍ୟକ୍ରମ ସଂପର୍କିତ ଖର୍ଚ୍ଚକୁ…

ଇରାନର ତୈଳ ଜାହାଜ ଉପରେ ଆମେରିକାର ବଡ଼ ଆକ୍ରମଣ

ଓ୍ବାଶିଂଟନ,୫ା୯: ଇରାନର ଇସ୍‌ଲାମିକ ରିଭଲ୍ୟୁଶନାରି ଗାର୍ଡ କର୍‌ (ଆଇଆର୍‌ଜିସି) ଆମେରିକା ନୌସେନାର ୨ ଯୁଦ୍ଧଜାହାଜକୁ ଟାର୍ଗେଟ କରି କ୍ଷେପଣାସ୍ତ୍ର ଛାଡ଼ିବା ପରେ ଆମେରିକା ସେନା ଅଶୋଧିତ ତୈଳ…

ଭୂସ୍ଖଳନ ଘଟି ଚାମେଲିଆ ନଦୀ ଗତିପଥ ଅବରୋଧ, କାଳୀ ନଦୀରେ ବଡ଼ ବନ୍ୟା ଆଶଙ୍କା

ଡେରାଡୁନ୍‌,୫ା୯: ଏକ ବଡ଼ ଧରଣର ଭୂସ୍ଖଳନ ଯୋଗୁ ନେପାଳର ଚାମେଲିଆ ନଦୀ ଆଂଶିକ ଅବରୋଧ ହୋଇ ଏକ କୃତ୍ରିମ ହ୍ରଦ ସୃଷ୍ଟି କରିଛି। ଫଳରେ ଭାରତ ପାର୍ଶ୍ୱରେ…

କେନ୍ଦୁଝରରେ ବ୍ୟାଡମିଣ୍ଟନ ଟୁର୍ନାମେଣ୍ଟ

କେନ୍ଦୁଝର,୬।୯(ନରେଶ ଚନ୍ଦ୍ର ପଟ୍ଟନାୟକ): ଜିଲା ପ୍ରଶାସନର ଅଧିକାରୀ ଓ କର୍ମଚାରୀମାନଙ୍କ ମଧ୍ୟରେ କ୍ରୀଡ଼ା ମନୋଭାବ, ସହଯୋଗିତା ଏବଂ ସୁସ୍ଥ କାର୍ଯ୍ୟ ପରିବେଶ ସୃଷ୍ଟି କରିବା ଉଦ୍ଦେଶ୍ୟରେ କେନ୍ଦୁଝର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri