ସୁନ୍ଦରଗଡ଼ରେ ତୁଷାରପାତ

ସୁନ୍ଦରଗଡ଼,୨୯।୧୨(ଡି.ଏନ୍‌.ଏ.) – ସୁନ୍ଦରଗଡ଼ ଜିଲାରେ ଶୀତର ପ୍ରକୋପ ବୃଦ୍ଧି ପାଇଛି। ରାତିରେ ପାରଦ ଖସୁଥିବା ଯୋଗୁ ଶୀତ ବଢୁଛି। ଶୁକ୍ରବାର ରାତିରେ ଜିଲାର କୋଇଡା, ଟେନସା ଓ ସୁନ୍ଦରଗଡଠାରୁ ୫କି.ମି ଦୂର ସବ୍‌ଡେଗା ବ୍ଲକର କରମଡିହିଠାରେ ତୁଷାରପାତ ହୋଇଥିବାର ଦେଖିବାକୁ ମିଳିଛି। କରମଡିହିର ସୁମନ୍ତ ପଟେଲଙ୍କ ଧାନଖଳାର ପାଳଗଦା ଉପରେ ଶନିବାର ସକାଳେ ତୁଷାର ପଡିଥିବା ଲୋକେ ଦେଖିଥିଲେ। ଏଥିସହ ଏକ ପାଣିଥିବା କଂସା ପାତ୍ରରେ ଓ ବାଇକ୍‌ ସିଟ ଉପରେ ତୁଷାର ପଡିଥିଲା। ଶୁକ୍ରବାର ସୁନ୍ଦରଗଡରେ ସର୍ବନିମ୍ନ ତାପମାତ୍ରା ୧୦.୫ଡିଗ୍ରୀ ସେଲସିୟସ ଓ ସର୍ବାଧିକ ୨୫ଡିଗ୍ରୀ ସେଲସିୟସ ଥିବା ବେଳେ ଶନିବାର ସର୍ବନିମ୍ନ ୧୦ଡିଗ୍ରୀ ଓ ସର୍ବାଧିକ ୨୨ଡିଗ୍ରୀ ସେଲସିୟସ ରେକର୍ଡ ହୋଇଥିବା ଜିଲା ପାଣିପାଗ ବିଭାଗ ସୂତ୍ରରୁ ଜଣାଯାଇଛି। ଜିଲାର ଆଭ୍ୟନ୍ତରୀଣ ଅଞ୍ଚଳ ତଥା ନଦୀ ଓ ଜଙ୍ଗଲ ତଟବର୍ତ୍ତୀ ଗ୍ରାମଗୁଡିକରେ ସର୍ବନିମ୍ନ ତାପମାତ୍ରା ଆହୁରି କମ୍‌ ରହୁଛି। ଫଳରେ ଅଧିକ ଥଣ୍ଡା ଅନୁଭୂତ ହେଉଛି। ଶୀତରୁ ରକ୍ଷା ପାଇବା ପାଇଁ ଗ୍ରାମାଞ୍ଚଳରେ ଲୋକେ ନିଆଁ ଜାଳି ପୋଇଁ ହେଉଥିବା ଦେଖିବାକୁ ମିଳିଛି। ବଜାରରେ ଶୀତ ପୋଷାକର ଚାହିଦା ମଧ୍ୟ ବୃଦ୍ଧି ପାଇଛି। ଅପରପକ୍ଷେ ଅସହାୟ, ଗରିବ, ବୃଦ୍ଧାବୃଦ୍ଧ ହାଡଭଙ୍ଗା ଶୀତ ଯୋଗୁ ଅକଥନୀୟ କଷ୍ଟ ଭୋଗୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାରସାମ୍ୟ ହରାଇ ଗଛରେ ପିଟିହେଲା ବୋଲେରୋ: ଚାଲିଗଲା ଡ୍ରାଇଭରଙ୍କ ଜୀବନ

ବଣାଇଁ, ୨୨।୪ (ପ୍ରଦୀପ ତ୍ରିପାଠୀ): ବଣାଇଁ ଥାନା ଅନ୍ତର୍ଗତ ଜକୈକଳା ଗ୍ରାମ ମୁଣ୍ଡରେ ବିଳମ୍ବିତ ରାତିରେ ଏକ ବୋଲେରୋ ଭାରସାମ୍ୟ ହରାଇ ଗଛରେ ବାଡେଇ ହେବା...

ବସ୍‌କୁ ପିଟିଲା ଟ୍ରକ୍‌, ୫ ଆହତ

ରାଉରକେଲା,୨୧ା୪: ସୁନ୍ଦରଗଡ଼ ଜିଲା ବଣାଇ ଲହୁଣିପଡ଼ା ରଜାମୁଣ୍ଡା ବାଇପାସ୍‌ ନିକଟରେ ରବିବାର ବସ୍‌କୁ ଏକ ଟ୍ରକ୍‌ ପିଟିବାରୁ ୫ ଜଣ ଆହତ ହୋଇଛନ୍ତି। ବସ୍‌ଟି ରାଉରକକେଲାରୁ...

ସ୍ବାସ୍ଥ୍ୟକେନ୍ଦ୍ରରେ ନାହିଁ ଆବଶ୍ୟକ ଔଷଧ

ରାଉରକେଲା,୨୧ା୪(ବିପ୍ଳବ ରଞ୍ଜନ ଦାଶ)ରାଜ୍ୟ ସରକାରଙ୍କ ସିଟି ହେଲ୍‌ଥ ମିଶନରେ ରାଉରକେଲା ଅର୍ବାନ ଅଞ୍ଚଳର ଲକ୍ଷାଧିକ ରୋଗୀ ବେଶ୍‌ ଉପକୃତ ହେଉଛନ୍ତି। ବସ୍ତିବାସିନ୍ଦାଙ୍କ ପାଇଁ ଗୋଟିଏ ଗୋଟିଏ...

ସୁଧୁରୁନି ବସ୍ତି ଅଞ୍ଚଳର ଦୁରବସ୍ଥା

ରାଉରକେଲା,୨୧ା୪(ବିପ୍ଳବ ରଞ୍ଜନ ଦାଶ)ରାଉରକେଲା ମହାନଗର ନିଗମ ଅଧୀନରେ ରହିଛି ସମୁଦାୟ ୪୧ଟି ଓ୍ବାର୍ଡ। ପ୍ରତି ଓ୍ବାର୍ଡରେ ରହିଛି ମୋଟ ୧୩୨ ବସ୍ତି। ୬୦ଭାଗ ବସ୍ତିରେ ବିଜୁ...

ଅସମ୍ଭାଳ ତାତି, ଅଂଶୁଘାତରେ ୨୮ ଆକ୍ରାନ୍ତ ଡାକ୍ତଖାନାରେ ଭର୍ତ୍ତି

ସୁନ୍ଦରଗଡ,୨୦।୪: ଅସମ୍ଭାଳ ହେଲାଣି ତାତି। ଆଉ ବଢ଼ିବାରେ ଲାଗିଛି ରାଜ୍ୟରେ ଅଂଶୁଘାତ ଆକ୍ରାନ୍ତଙ୍କ ସଂଖ୍ୟା। ସୁନ୍ଦରଗଡରେ ଅଂଶୁଘାତ ଆକ୍ରାନ୍ତଙ୍କ ସଂଖ୍ୟା ୨୮ରେ ପହଞ୍ଚିଛି। ପିଏଚସିରୁ ଜିଲା...

ଶିକ୍ଷିତ ଯୁବବର୍ଗଙ୍କ ନିଯୁକ୍ତି ବ୍ୟବସ୍ଥାରେ ଢିଲା

ରାଉରକେଲା,୧୮ା୪(ବିପ୍ଳବ ରଞ୍ଜନ ଦାଶ)ରାଉରକେଲା ଜିଲା ନିଯୁକ୍ତି ନିୟୋଜନ କାର୍ଯ୍ୟାଳୟ ସ୍ଥାପନ ହେବାର ଆଜକୁ ୬୩ ବର୍ଷ ପୂରିଲା। ବିଭାଗ ହାତରେ ଜିଲାର ୧୭ ବ୍ଲକର ଶିକ୍ଷିତ...

ମାଓବାଦୀ କ୍ୟାମ୍ପ ଧ୍ୱଂସ: ଖସିଗଲେ ଟପ ମାଓନେତା

ବଣାଇଁ, ୧୭।୪(ପ୍ରଦୀପ ତ୍ରିପାଠୀ): ନିର୍ବାଚନ ପୁର୍ବରୁ ସୀମାନ୍ତରେ ମାଓବାଦୀ କ୍ୟାମ୍ପ ଠାବ ହୋଇଥିବା ଜଣାପଡିଛି। ଓଡିଶା-ଝାଡଖଣ୍ଡ ସୀମାନ୍ତ ଗୋଏଲକେରା ଥାନା ଟେଣ୍ଟୋ ଜଙ୍ଗଲରେ କମ୍ବିଂ ଅପରେଶନ...

ଫୁଡ୍‌କୋର୍ଟକୁ ସଂଯୋଗ ହୋଇପାରୁନି ବିଦ୍ୟୁତ୍‌

ରାଉରକେଲା, ୧୪ା୪(ସଙ୍ଗୀତା ଜେନା)ଉଠାଦୋକାନୀଙ୍କ ପାଇଁ ରାଉରକେଲା ସ୍ମାର୍ଟ ସିଟି ଲିମିଟେଡ୍‌ (ଆର୍‌ଏସ୍‌ସିଏଲ୍‌) ଦ୍ୱାରା କୋଏଲନଗର ଏନ୍‌ଏସି ମାର୍କେଟ ପାର୍ଶ୍ୱରେ ଫୁଡ୍‌କୋର୍ଟ ନିର୍ମାଣ କରାଯାଇଛି। ହେଲେ ନିର୍ମାଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri