ସୁନା ଶଙ୍ଖ ବିକିବା ଆଳରେ ଅପହରଣ: ଅପହୃତ ଯୁବକ ଉଦ୍ଧାର

ନବରଙ୍ଗପୁର,୧୯।୯(ବି.ପ୍ର.)- ସୁନା ଶଙ୍ଖ ଅଛି। କମ ମୂଲ୍ୟରେ ମିଳିଯିବ। କଟକ ଜିଲା କନ୍ଦରପୁର ଥାନା ଅଧୀନ ସିଦ୍ଧେଶ୍ୱରପୁର ଗାଁର କେଦାର ନାଥ ମଲ୍ଲିକଙ୍କ ପୁଅ ରଶ୍ମୀ ରଞ୍ଜନ ମଲ୍ଲିକଙ୍କୁ ଏଭଳି ଲୋଭ ଅପହରଣକାରୀମାନେ ଦେଖାଇଥିଲେ। ସୁନା ଶଙ୍ଖ କିଣିବାକୁ ରଶ୍ମୀ କଟକରୁ ଜୟପୁର ଆସିଥିଲେ। ଶନିବାର ଜୟପୁର ବସଷ୍ଟାଣ୍ଡରେ ପହଞ୍ଚିବା ପରେ ରଶ୍ମୀଙ୍କୁ ଅପହରଣକାରୀମାନେ ଅପହରଣ କରି ନେଇଥିଲେ। ୧୦ ଲକ୍ଷ ଟଙ୍କା ଦେବାକୁ ରଶ୍ମୀଙ୍କ ପରିବାର ଲୋକଙ୍କୁ ଫୋନ ଯୋଗେ ଅପହରଣକାରୀମାନେ କହିଥିଲେ। ଏହା ଜାଣିବା ପରେ ରଶ୍ମୀଙ୍କ ପରିବାର ଲୋକ କନ୍ଦରପୁର ଥାନାରେ ଗତ ୧୫ ତାରିଖରେ ଏତଲା ଦେଇଥିଲେ। ନବରଙ୍ଗପୁର ଏସପିଙ୍କୁ ମଙ୍ଗଳବାର ଅପରାହ୍ନରେ ଖବର ମିଳିବା ପରେ ଆରମ୍ଭ ହୋଇଥିଲା ଅପରେଶନ ଉଦ୍ଧାର। ତୁରନ୍ତ ଏସପିଙ୍କ ତତ୍ତ୍ୱାବଧାନରେ ଗଠନ ହୋଇଥିଲା ୩ଟି ଟିମ। ୮ ଘଣ୍ଟା ମଧ୍ୟରେ ଧରାପଡିଲେ ୪ ଜଣ ଅପହରଣକାରୀ। ଉଦ୍ଧାର ପାଇଥିଲେ ଅପହୃତ ଯୁବକ। ନବରଙ୍ଗପୁର ପୋଲିସ ଉଦ୍ଧାର ଯୁବକ ଓ ୪ ଜଣ ଅପହରଣକାରୀଙ୍କୁ କଟକ ପୋଲିସକୁ ହସ୍ତାନ୍ତର କରିଛି। ଏ ନେଇ କନ୍ଦରପୁର ଥାନାରେ ନଂ. ୧୦୬/୧୯ରେ ଏକ ମାମଲା ରୁଜୁ ହୋଇଛି।
ସିଦ୍ଧେଶ୍ୱରପୁର ଗାଁର କେଦାରନାଥ ପୂର୍ବରୁ ଜୟପୁର ବିଏସଏନଏଲ ଅଫିସରେ ଚାକିରି କରୁଥିଲେ। ଏବେ ସେ ଗାଁରେ ରହୁଛନ୍ତି। ତାଙ୍କ ଘରେ ଡାବୁଗାଁ ବ୍ଲକ ତେନ୍ତୁଳିଗୁଡା ଗାଁର ବୁଟି କାମ କରୁଥିଲେ। କେଦାରଙ୍କ ପୁଅ ରଶ୍ମୀଙ୍କୁ ବୁଟି ଏକ ସୁନାର ଶଙ୍ଖ ଅଛି। ୬ ଲକ୍ଷ ଟଙ୍କା ମାଗୁଛି। ୨ ଲକ୍ଷ ଟଙ୍କା ଦେଲେ ଶଙ୍ଖ ଦେଇଦେବ। ବକେୟା ଟଙ୍କା ପରେ ଦେଲେ ମଧ୍ୟ ଚଳିବ ବୋଲି ବୁଟି କହିଥିଲେ। ଶନିବାର ରଶ୍ମୀ ଗାଁରୁ ବାହାରି ଜୟପୁରେ ପହଞ୍ଚିବ ବୋଲି କହିଥିଲେ। ରଶ୍ମୀ ଜୟପୁର ପହଞ୍ଚିବା ପରେ ବୁଟିଙ୍କୁ ଫୋନ କରିଥିଲେ। ବୁଟି ଓ ସୁଶାନ୍ତ ହରିଜନ ବାଇକରେ ରଶ୍ମୀଙ୍କୁ ଜୟପୁରର ବଡକାଉଡି ଗାଁକୁ ନେଇଯାଇଥିଲେ। ସେଠାରେ ବାବୁଲି ଡମ୍‌ ସହିତ ୯ ଜଣ ରହିଥିଲେ। ରଶ୍ମୀଙ୍କୁ ନିସ୍ତୁକ ମାଡ ମାରିବା ସହ ବନ୍ଧୁକ ଦେଖାଇ ଭୟଭୀତ କରାଇଥିଲେ। ଘରକୁ ଫୋନ କରି ୧୦ ଲକ୍ଷ ଟଙ୍କା ମଗାଅ ନଚେତ ଛାଡିବୁ ନାହିଁ ବୋଲି କହିଥିଲେ। ରବିବାର ଗରୁଡଗୁଡା ଗାଁରେ ରଖି ନିସ୍ତୁକ ମାଡ ମାରିଥିଲେ। ସୋମବାର କୋଟପାଡ ଥାନା ଅଧୀନ କଂଗ୍ରା ଗାଁକୁ ନେଇ ସେଠାରେ ରଖିଥିଲେ। ମଙ୍ଗଳବାର ୨ ଜଣ ରଶ୍ମୀଙ୍କୁ ଏକ ବାଇକରେ ବସାଇ କୋଟପାଡ ଦେଇ ନବରଙ୍ଗପୁର ଜିଲାର କୋଡିଙ୍ଗାର ରାଜୋଡାରେ ପହଞ୍ଚିଥିଲେ। ସୁଶାନ୍ତ ଓ ବୁଟି ବସରେ ନବରଙ୍ଗପୁର ଦେଇ ପାପଡାହାଣ୍ଡିରେ ପହଞ୍ଚିଥିଲେ। ତେନ୍ତୁଳିଗୁଡା ଗାଁର ଜଣେ ଯୁବକଙ୍କୁ ବାଇକ ଧରି ଆସିବା ପାଇଁ କହିଥିଲେ। ପରେ ସମସ୍ତେ ଏକାଠି ହୋଇ ଡଙ୍ଗର ରାସ୍ତା ଦେଇ ଜଟାବାଲ ହୋଇ ତେନ୍ତୁଳିଗୁଡା ଗାଁର ଏକ ମକା କ୍ଷେତରେ ପହଞ୍ଚିଥିଲେ। ସେଠାରେ ଥିବା ମଞ୍ଚା ଉପରେ ରଶ୍ମୀ ସମେତ ଦୁଇଜଣ ଓ ଅନ୍ୟମାନେ ମଞ୍ଚା ତଳେ ଶୋଇଥିଲେ। ଏହି ସମୟ ମଧ୍ୟରେ ନବରଙ୍ଗପୁର ଏସ୍‌ପି ନୀତିନ କୁସଲକରଙ୍କୁ ଅପହରଣ ଘଟଣାର ଖବର ଆସିଥିଲା। ଜୟପୁର ପୋଲିସ ମଧ୍ୟ ନବରଙ୍ଗପୁରର ବିଭିନ୍ନ ସ୍ଥାନରେ ରହି ଘଟଣାର ତନାଘନା କରୁଥିଲା। ଅପହରଣକାରୀଙ୍କୁ ଧରିବା ପାଇଁ ଏସ୍‌ପି କୁସଲକର ୩ଟି ଟିମ ଗଠନ କରିଥିଲେ । ଗୋଟିଏ ଟିମରେ ସେ ନିଜେ ରହିବା ସହ ୧୨ ଜଣଙ୍କୁ ସାଥିରେ ରଖିଥିଲେ। ଅନ୍ୟ ଏକ ଟିମରେ ନବରଙ୍ଗପୁର ଥାନା ଅଧିକାରୀ ତାରିକ ଅହମ୍ମଦଙ୍କ ସମେତ ୧୩ ଜଣ ଓ ଅନ୍ୟ ଏକ ଟିମରେ ୧୨ ଜଣ ରହିଥିଲେ। ଏସ୍‌ପିଙ୍କ ନିର୍ଦ୍ଦେଶ ଅନୁଯାୟୀ ଅପରେଶନ ଉଦ୍ଧାର ଆରମ୍ଭ ହୋଇଥିଲା। ମୋବାଇଲ ଟ୍ରାକିଂ କରି ମଙ୍ଗଳବାର ବିଳମ୍ବିତ ରାତିରେ ତେନ୍ତୁଳିଗୁଡାରେ ପୋଲିସ ପହଞ୍ଚିଥିଲେ।ଗୋଟିଏ ଟିମ ଗାଁ ଚାରିଆଡେ ଘେରି ରହିଥିବା ବେଳେ ଅନ୍ୟ ଏକ ଟିମ ଜମି ଓ ବିଭିନ୍ନ ରାସ୍ତା ଉପରେ ଛକି ରହିଥିଲେ। ଏସପିଙ୍କ ନେତୃତ୍ୱରେ ଗଠିତ ଟିମ ମକା କ୍ଷେତରେ ହୋଇଥିବା ମଞ୍ଚାରେ ଚଡାଉ କରି ପ୍ରଥମେ ରଶ୍ମୀଙ୍କୁ ଉଦ୍ଧାର କରିବା ସହ ଅନ୍ୟ ୪ ଜଣଙ୍କୁ ଧରିଥିଲେ।
ସେମାନଙ୍କ ଠାରୁ ୪ଟି ବାଇକ, ଗୋଟିଏ ପିସ୍ତଲ, ଦୁଇଟି ଅଫୁଟାଗୁଳି, ୪ଟି ମୋବାଇଲ ଜବତ କରାଯାଇଥିଲା । ବୁଧବାର ଭୋରରୁ ନବରଙ୍ଗପୁର ଅଣାଯିବା ପରେ ସେମାନଙ୍କୁ ପଚରାଉଚରା କରାଯାଇଥିଲା। ଅଭିଯୁକ୍ତ ସମ୍ପର୍କରେ ଅନେକ ତଥ୍ୟ ପୋଲିସ ପାଇଥିଲା। ପରେ ରାତିରେ କଟକ ପୋଲିସକୁ ହସ୍ତାନ୍ତର କରାଯାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ପୁନର୍ବିଚାର କରିବେ ବୋଲି ବିଶ୍ୱାସ: ସମୀର

ଗୋପ, ୧୯ା୪(ଭାରତୀ ଭୂଷଣ ଉପାଧ୍ୟାୟ): ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶଙ୍କୁ ବିଜେଡି ପକ୍ଷରୁ ଟିକେଟ ନ ମିଳିବା ନେଇ ଏବେ ତାଙ୍କ ସମର୍ଥକଙ୍କ ମଧ୍ୟରେ...

ନିମାପଡ଼ା ଆସନରେ ମାଷ୍ଟରଷ୍ଟ୍ରୋକ୍‌ ଖେଳିପାରେ କଂଗ୍ରେସ

ନିମାପଡ଼ା,୧୯ା୪(ରଞ୍ଜନ ପଟ୍ଟନାୟକ): ନିମାପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭାଜପା ଏବଂ ବିଜେଡି ପ୍ରାର୍ଥୀ ଘୋଷଣା କରିସାରିଥିବା କଂଗ୍ରେସ ପଡ଼ିଛି ପଛରେ। ୨୦୧୯ ନିର୍ବାଚନରେ ଦିଲ୍ଲୀପ ନାୟକକଂଗ୍ରେସରୁ...

ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଅ: ହାଇକୋର୍ଟ

କଟକ,୧୯ା୪ (କାର୍ତ୍ତିକ ସାହୁ) ଜଣେ ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବାକୁ ହାଇକୋର୍ଟ ସିବିଆଇକୁ ଆଦେଶ ଦେଇଛନ୍ତି। ଏଥିସହ ସମ୍ପୃକ୍ତ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବା ବିରୋଧରେ ସିବିଆଇ...

କୋରାପୁଟରେ ଶକ୍ତି ପ୍ରଦର୍ଶନ କଲେ ମାମୁଁ ଭଣଜା

କୋରାପୁଟ,୧୯।୪(ଅମିତାଭ ବେହେରା) କୋରାପୁଟ ସଂସଦୀୟ କ୍ଷେତ୍ରରେ ଆସନ୍ତା ମେ ୧୩ରେ ପ୍ରଥମ ପର୍ଯ୍ୟାୟ ମତଦାନ ହେବ। ଗତକାଲି ଅର୍ଥାତ ୧୮ରୁ ପାର୍ଥୀପତ୍ର ଦାଖଲ ଆରମ୍ଭ ହୋଇଥିବାବେକେ...

ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ

ସମ୍ବଲପୁର,୧୯ା୪(ପ୍ରମୋଦ ବହିଦାର): ରେଳବାଇ ସୁରକ୍ଷା ଜନିତ ରକ୍ଷଣାବେକ୍ଷଣ କାର୍ଯ୍ୟ ପାଇଁ ସମ୍ବଲପୁର ରେଳମଣ୍ଡଳ ଅଧୀନସ୍ଥ କେତେକ ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ କରାଯାଇଥିବା ନେଇ ସମ୍ବଲପୁର ରେଳ...

ତାପମାତ୍ରାରେ ଭୁବନେଶ୍ୱକୁ ଟପିଲା କଟକ

ଭୁବନେଶ୍ୱର,୧୯।୪: ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ତାତି। ସକାଳ ୮ଟା ପରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ରାଜ୍ୟରେ ଏ ବର୍ଷ ପ୍ରଥମ ଥର ପାଇଁ...

୨୦୧୯ରେ ପୁରୀ ବିଧାନସଭାରେ କାହିଁକି ହାରିଥିଲା ବିଜେଡି, କାରଣ କହିଲେ ସଭାପତି…

ପୁରୀ,୧୯।୪: ୨୦୧୯ରେ ପୁରୀ ବିଧାନସଭା ଆସନରେ କାହିଁକି ହାରିଲା ବିଜେଡି । ଏନେଇ କାରଣ କହିଛନ୍ତି ଖୋଦ ଜିଲା ବିଜେଡି ସଭାପତି । ସଭାପତି ଦିବାକର...

ପିକ୍‌ଅପ୍‌ରୁ ଜବତ ହେଲା ପୁଳାପୁଳା ଟଙ୍କା

ପଦ୍ମପୁର,୧୯ା୪(ପ୍ରଦୀପ୍ତ ଦାଶ): ବରଗଡ଼ ଜିଲା ପଦ୍ମପୁର ଥାନା ପୋଲିସ ଶୁକ୍ରବାର ଏକ ପିକ୍‌ଅପ୍‌ରୁ ପୁଳାପୁଳା ଟଙ୍କା ଜବତ କରିଛି। ଗାଇସିଲେଟ -ପଦ୍ମପୁର ରାସ୍ତାର ଗଡ଼ଭାଟି ଛକରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri