ସୁନା ଶଙ୍ଖ ବିକିବା ଆଳରେ ଅପହରଣ: ଅପହୃତ ଯୁବକ ଉଦ୍ଧାର

ନବରଙ୍ଗପୁର,୧୯।୯(ବି.ପ୍ର.)- ସୁନା ଶଙ୍ଖ ଅଛି। କମ ମୂଲ୍ୟରେ ମିଳିଯିବ। କଟକ ଜିଲା କନ୍ଦରପୁର ଥାନା ଅଧୀନ ସିଦ୍ଧେଶ୍ୱରପୁର ଗାଁର କେଦାର ନାଥ ମଲ୍ଲିକଙ୍କ ପୁଅ ରଶ୍ମୀ ରଞ୍ଜନ ମଲ୍ଲିକଙ୍କୁ ଏଭଳି ଲୋଭ ଅପହରଣକାରୀମାନେ ଦେଖାଇଥିଲେ। ସୁନା ଶଙ୍ଖ କିଣିବାକୁ ରଶ୍ମୀ କଟକରୁ ଜୟପୁର ଆସିଥିଲେ। ଶନିବାର ଜୟପୁର ବସଷ୍ଟାଣ୍ଡରେ ପହଞ୍ଚିବା ପରେ ରଶ୍ମୀଙ୍କୁ ଅପହରଣକାରୀମାନେ ଅପହରଣ କରି ନେଇଥିଲେ। ୧୦ ଲକ୍ଷ ଟଙ୍କା ଦେବାକୁ ରଶ୍ମୀଙ୍କ ପରିବାର ଲୋକଙ୍କୁ ଫୋନ ଯୋଗେ ଅପହରଣକାରୀମାନେ କହିଥିଲେ। ଏହା ଜାଣିବା ପରେ ରଶ୍ମୀଙ୍କ ପରିବାର ଲୋକ କନ୍ଦରପୁର ଥାନାରେ ଗତ ୧୫ ତାରିଖରେ ଏତଲା ଦେଇଥିଲେ। ନବରଙ୍ଗପୁର ଏସପିଙ୍କୁ ମଙ୍ଗଳବାର ଅପରାହ୍ନରେ ଖବର ମିଳିବା ପରେ ଆରମ୍ଭ ହୋଇଥିଲା ଅପରେଶନ ଉଦ୍ଧାର। ତୁରନ୍ତ ଏସପିଙ୍କ ତତ୍ତ୍ୱାବଧାନରେ ଗଠନ ହୋଇଥିଲା ୩ଟି ଟିମ। ୮ ଘଣ୍ଟା ମଧ୍ୟରେ ଧରାପଡିଲେ ୪ ଜଣ ଅପହରଣକାରୀ। ଉଦ୍ଧାର ପାଇଥିଲେ ଅପହୃତ ଯୁବକ। ନବରଙ୍ଗପୁର ପୋଲିସ ଉଦ୍ଧାର ଯୁବକ ଓ ୪ ଜଣ ଅପହରଣକାରୀଙ୍କୁ କଟକ ପୋଲିସକୁ ହସ୍ତାନ୍ତର କରିଛି। ଏ ନେଇ କନ୍ଦରପୁର ଥାନାରେ ନଂ. ୧୦୬/୧୯ରେ ଏକ ମାମଲା ରୁଜୁ ହୋଇଛି।
ସିଦ୍ଧେଶ୍ୱରପୁର ଗାଁର କେଦାରନାଥ ପୂର୍ବରୁ ଜୟପୁର ବିଏସଏନଏଲ ଅଫିସରେ ଚାକିରି କରୁଥିଲେ। ଏବେ ସେ ଗାଁରେ ରହୁଛନ୍ତି। ତାଙ୍କ ଘରେ ଡାବୁଗାଁ ବ୍ଲକ ତେନ୍ତୁଳିଗୁଡା ଗାଁର ବୁଟି କାମ କରୁଥିଲେ। କେଦାରଙ୍କ ପୁଅ ରଶ୍ମୀଙ୍କୁ ବୁଟି ଏକ ସୁନାର ଶଙ୍ଖ ଅଛି। ୬ ଲକ୍ଷ ଟଙ୍କା ମାଗୁଛି। ୨ ଲକ୍ଷ ଟଙ୍କା ଦେଲେ ଶଙ୍ଖ ଦେଇଦେବ। ବକେୟା ଟଙ୍କା ପରେ ଦେଲେ ମଧ୍ୟ ଚଳିବ ବୋଲି ବୁଟି କହିଥିଲେ। ଶନିବାର ରଶ୍ମୀ ଗାଁରୁ ବାହାରି ଜୟପୁରେ ପହଞ୍ଚିବ ବୋଲି କହିଥିଲେ। ରଶ୍ମୀ ଜୟପୁର ପହଞ୍ଚିବା ପରେ ବୁଟିଙ୍କୁ ଫୋନ କରିଥିଲେ। ବୁଟି ଓ ସୁଶାନ୍ତ ହରିଜନ ବାଇକରେ ରଶ୍ମୀଙ୍କୁ ଜୟପୁରର ବଡକାଉଡି ଗାଁକୁ ନେଇଯାଇଥିଲେ। ସେଠାରେ ବାବୁଲି ଡମ୍‌ ସହିତ ୯ ଜଣ ରହିଥିଲେ। ରଶ୍ମୀଙ୍କୁ ନିସ୍ତୁକ ମାଡ ମାରିବା ସହ ବନ୍ଧୁକ ଦେଖାଇ ଭୟଭୀତ କରାଇଥିଲେ। ଘରକୁ ଫୋନ କରି ୧୦ ଲକ୍ଷ ଟଙ୍କା ମଗାଅ ନଚେତ ଛାଡିବୁ ନାହିଁ ବୋଲି କହିଥିଲେ। ରବିବାର ଗରୁଡଗୁଡା ଗାଁରେ ରଖି ନିସ୍ତୁକ ମାଡ ମାରିଥିଲେ। ସୋମବାର କୋଟପାଡ ଥାନା ଅଧୀନ କଂଗ୍ରା ଗାଁକୁ ନେଇ ସେଠାରେ ରଖିଥିଲେ। ମଙ୍ଗଳବାର ୨ ଜଣ ରଶ୍ମୀଙ୍କୁ ଏକ ବାଇକରେ ବସାଇ କୋଟପାଡ ଦେଇ ନବରଙ୍ଗପୁର ଜିଲାର କୋଡିଙ୍ଗାର ରାଜୋଡାରେ ପହଞ୍ଚିଥିଲେ। ସୁଶାନ୍ତ ଓ ବୁଟି ବସରେ ନବରଙ୍ଗପୁର ଦେଇ ପାପଡାହାଣ୍ଡିରେ ପହଞ୍ଚିଥିଲେ। ତେନ୍ତୁଳିଗୁଡା ଗାଁର ଜଣେ ଯୁବକଙ୍କୁ ବାଇକ ଧରି ଆସିବା ପାଇଁ କହିଥିଲେ। ପରେ ସମସ୍ତେ ଏକାଠି ହୋଇ ଡଙ୍ଗର ରାସ୍ତା ଦେଇ ଜଟାବାଲ ହୋଇ ତେନ୍ତୁଳିଗୁଡା ଗାଁର ଏକ ମକା କ୍ଷେତରେ ପହଞ୍ଚିଥିଲେ। ସେଠାରେ ଥିବା ମଞ୍ଚା ଉପରେ ରଶ୍ମୀ ସମେତ ଦୁଇଜଣ ଓ ଅନ୍ୟମାନେ ମଞ୍ଚା ତଳେ ଶୋଇଥିଲେ। ଏହି ସମୟ ମଧ୍ୟରେ ନବରଙ୍ଗପୁର ଏସ୍‌ପି ନୀତିନ କୁସଲକରଙ୍କୁ ଅପହରଣ ଘଟଣାର ଖବର ଆସିଥିଲା। ଜୟପୁର ପୋଲିସ ମଧ୍ୟ ନବରଙ୍ଗପୁରର ବିଭିନ୍ନ ସ୍ଥାନରେ ରହି ଘଟଣାର ତନାଘନା କରୁଥିଲା। ଅପହରଣକାରୀଙ୍କୁ ଧରିବା ପାଇଁ ଏସ୍‌ପି କୁସଲକର ୩ଟି ଟିମ ଗଠନ କରିଥିଲେ । ଗୋଟିଏ ଟିମରେ ସେ ନିଜେ ରହିବା ସହ ୧୨ ଜଣଙ୍କୁ ସାଥିରେ ରଖିଥିଲେ। ଅନ୍ୟ ଏକ ଟିମରେ ନବରଙ୍ଗପୁର ଥାନା ଅଧିକାରୀ ତାରିକ ଅହମ୍ମଦଙ୍କ ସମେତ ୧୩ ଜଣ ଓ ଅନ୍ୟ ଏକ ଟିମରେ ୧୨ ଜଣ ରହିଥିଲେ। ଏସ୍‌ପିଙ୍କ ନିର୍ଦ୍ଦେଶ ଅନୁଯାୟୀ ଅପରେଶନ ଉଦ୍ଧାର ଆରମ୍ଭ ହୋଇଥିଲା। ମୋବାଇଲ ଟ୍ରାକିଂ କରି ମଙ୍ଗଳବାର ବିଳମ୍ବିତ ରାତିରେ ତେନ୍ତୁଳିଗୁଡାରେ ପୋଲିସ ପହଞ୍ଚିଥିଲେ।ଗୋଟିଏ ଟିମ ଗାଁ ଚାରିଆଡେ ଘେରି ରହିଥିବା ବେଳେ ଅନ୍ୟ ଏକ ଟିମ ଜମି ଓ ବିଭିନ୍ନ ରାସ୍ତା ଉପରେ ଛକି ରହିଥିଲେ। ଏସପିଙ୍କ ନେତୃତ୍ୱରେ ଗଠିତ ଟିମ ମକା କ୍ଷେତରେ ହୋଇଥିବା ମଞ୍ଚାରେ ଚଡାଉ କରି ପ୍ରଥମେ ରଶ୍ମୀଙ୍କୁ ଉଦ୍ଧାର କରିବା ସହ ଅନ୍ୟ ୪ ଜଣଙ୍କୁ ଧରିଥିଲେ।
ସେମାନଙ୍କ ଠାରୁ ୪ଟି ବାଇକ, ଗୋଟିଏ ପିସ୍ତଲ, ଦୁଇଟି ଅଫୁଟାଗୁଳି, ୪ଟି ମୋବାଇଲ ଜବତ କରାଯାଇଥିଲା । ବୁଧବାର ଭୋରରୁ ନବରଙ୍ଗପୁର ଅଣାଯିବା ପରେ ସେମାନଙ୍କୁ ପଚରାଉଚରା କରାଯାଇଥିଲା। ଅଭିଯୁକ୍ତ ସମ୍ପର୍କରେ ଅନେକ ତଥ୍ୟ ପୋଲିସ ପାଇଥିଲା। ପରେ ରାତିରେ କଟକ ପୋଲିସକୁ ହସ୍ତାନ୍ତର କରାଯାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀରେ କନ୍ଧମାଳ ହଳଦୀର ଚାହିଦା: ଗୌରବ ବଢ଼ାଇଲେ ଦାରିଙ୍ଗବାଡ଼ିର ମହିଳା ଉଦ୍ୟୋଗୀ

ଦାରିଙ୍ଗବାଡ଼ି, ୩୦।୯ (ଅରୁଣ ସାହୁ): କନ୍ଧମାଳର ପାରମ୍ପରିକ ହଳଦୀକୁ ଜାତୀୟସ୍ତରରେ ପରିଚିତ କରାଇବା ଦିଗରେ ଆଉ ଏକ ପଦକ୍ଷେପ। ଦାରିଙ୍ଗବାଡ଼ି ବ୍ଲକର ମହିଳା ଉଦ୍ୟୋଗୀ ଝରଣା ସାହୁ…

୬ ବର୍ଷ ପରେ ଖୋଲିଲା ଶ୍ରୀଗୁଣ୍ଡିଚା ମନ୍ଦିର: ଶ୍ରଦ୍ଧାଳୁଙ୍କ ସହ ପ୍ରବେଶ କଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ

ପୁରୀ,୩୦ା୯(ଅଜିତ୍‌ କୁମାର ମହାନ୍ତି)ଦୀର୍ଘଦିନ ଧରି ଭକ୍ତଙ୍କ ପାଇଁ ବନ୍ଦ ରହିଥିବା ମହାପ୍ରଭୁଙ୍କ ଜନ୍ମବେଦି ଶ୍ରୀଗୁଣ୍ଡିଚା ମନ୍ଦିର ବୁଧବାରଠାରୁ ଖୋଲିଛି। ପୂଜାର୍ଚ୍ଚନା ପରେ ୭ଟା ୪୫ ମିନଟ୍‌ରେ ସର୍ବସାଧାରଣଙ୍କ…

ଜିଲା ପାଠାଗାରରେ ମିଳୁନି ମୌଳିକ ସୁବିଧା: ସମସ୍ୟା ଭୋଗୁଛନ୍ତି ଛାତ୍ରୀଛାତ୍ର

ବରଗଡ଼,୩୦।୯(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ପାଠାଗାର ଅବ୍ୟବସ୍ଥିତଭାବେ ପଡ଼ି ରହିଛି। ଏଠାରେ ମୌଳିକ ସୁବିଧା ସୁଯୋଗ ମଧ୍ୟ ଅପହଞ୍ଚ ହୋଇ ପଡ଼ିଛି। ଏଭଳି ଅଭିଯୋଗ ନେଇ ପାଠାଗାରକୁ ନିୟମିତ…

ପୁରୀକୁ ବେଆଇନ ମଦ ଚାଲାଣ ବେଳେ ମାଡ଼ିବସିଲା ରମ୍ଭା ପୋଲିସ: କାର ସହ ୪୦୦ ଲିଟର ମଦ ଜବତ, ୩ ଗିରଫ

ରମ୍ଭା,୨୯।୯(ବିଦ୍ୟାଧର ସାହୁ): ପୁରୀ ଜିଲାକୁ ବେଆଇନ ଭାବେ କାର୍‌ ଯୋଗେ ମଦ ଚାଲାଣ ହେଉଥିବା ବେଳେ ରମ୍ଭା ଥାନା ପୋଲିସ ହାତରେ ଧରାପଡ଼ିଛନ୍ତି ମଦ ଚାଲାଣକାରୀ। ପୋଲିସ…

ବେଲଘର ଜଙ୍ଗଲରୁ ଛେଳି ଗୋଠ ସହ ଚାଲିଆସିଲା ହରିଣ ଛୁଆ: ଉଦ୍ଧାର ପରେ ଜଙ୍ଗଲରେ ଛାଡ଼ିଲା ବନ ବିଭାଗ

ବାଲିଗୁଡ଼ା/ତୁମୁଡ଼ିବନ୍ଧ,୨୯।୯ (ସଞ୍ଜୟ କୁମାର ପାଣିଗ୍ରାହୀ/ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡ଼ିବନ୍ଧ ବ୍ଲକ୍ ଅନ୍ତର୍ଗତ ବେଲଘର ବନାଞ୍ଚଳରୁ ମଙ୍ଗଳବାର ସକାଳୁ ଏକ ହରିଣ ଛୁଆକୁ ସୁରକ୍ଷିତ ଭାବେ…

ବେଲଗୁଣ୍ଠା ଏନ୍‌ଏସିର ନୂଆ ଉପାଧ୍ୟକ୍ଷା ପ୍ରିୟମ୍ବଦା ସାମଲ: ନିର୍ବିରୋଧ ନିର୍ବାଚିତ, ୨ ବର୍ଷ ପରେ…

ବେଲଗୁଣ୍ଠା,୨୯।୯(କୃଷ୍ଣ ଚନ୍ଦ୍ର ପଟ୍ଟନାୟକ): ବେଲଗୁଣ୍ଠା ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନ୍‌ଏସି)ର ଉପାଧ୍ୟକ୍ଷା ପଦବୀ ପାଇଁ ମଙ୍ଗଳବାର ଉପ-ନିର୍ବାଚନ ଶାନ୍ତିପୂର୍ଣ୍ଣ ଭାବେ ସମ୍ପନ୍ନ ହୋଇଛି। ଏଥିରେ ୪ ନମ୍ବର…

କ୍ରେନ ତଳେ ଚାପି ହୋଇ ଗଞ୍ଜାମର ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ

ଗଞ୍ଜାମ,୨୯।୯(ଅନାଥ ତରାଇ): ପେଟ ପାଇଁ ଆନ୍ଧ୍ରପ୍ରଦେଶର ତିରୁପତି ଯାଇଥିବା ଗଞ୍ଜାମ ଜିଲାର ଜଣେ ପ୍ରବାସୀ ଶ୍ରମିକଙ୍କର ଏକ ଅଭାବନୀୟ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ଗଞ୍ଜାମ ବ୍ଲକ ପାଳିବନ୍ଧ…

ଏସିଡ ଆକ୍ରମଣ ବିରୋଧରେ ସଚେତନତା ସଭା ଓ ପଥପ୍ରାନ୍ତ ନାଟକ, ଛାତ୍ରୀଛାତ୍ର ସମ୍ୱର୍ଦ୍ଧିତ

ଥୁଆମୂଳ ରାମପୁର, ୨୯।୯ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ତାଲୁକ ଆଇନ ସେବା ସମିତି (T.L.S.C.) ଆନୁକୂଲ୍ୟରେ ମଙ୍ଗଳବାର କୋର୍ଟ ସାମ୍ନା ମଣ୍ଡପଠାରେ ଏସିଡ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?