ସୁନା ବ୍ୟବସାୟୀଙ୍କ ଘରେ ଆୟକର ବିଭାଗର ଚଢାଉ: ଜବତ ୬୮.୧୩ ଲକ୍ଷ ଟଙ୍କାର ଖୋଳତାଡ

ବ୍ରହ୍ମପୁର ଅଫିସ,୨୯ା୭-ଆୟକର ବିଭାଗ ପକ୍ଷରୁ ବ୍ରହ୍ମପୁରର ଜଣେ ସୁନା ବ୍ୟବସାୟୀ କେ.ପ୍ରସାଦ ରାଓ ସୁବୁଦ୍ଧିଙ୍କ ବଡବଜାର ଗୌଡ଼ ସାହିସ୍ଥିତ ବାସଭବନରେ ଚଢାଉ କରାଯାଇଛି। ଗତ ୨୬ ତାରିଖରେ କଲିକତାର ରେଳବାଇ ପ୍ରୋଟେକ୍ସନ ଫୋର୍ସ (ଆରପିଏଫ) ହାୱଡା ଷ୍ଟେଶନରୁ ପ୍ରସାଦଙ୍କର ଜଣେ କର୍ମଚାରୀ ସଞ୍ଜିତ ମହାପାତ୍ରଙ୍କଠାରୁ ୬୮.୧୩ ଲକ୍ଷ ଟଙ୍କା ଜବତ କରିଥିଲା। କର୍ମଚାରୀ ଜଣକ ଉକ୍ତ ଟଙ୍କାର କୌଣସି ହିସାବ ଦେଇପାରି ନ ଥିଲେ। ବ୍ରହ୍ମପୁର ଶଙ୍କର ଜୁଏଲାରୀ ମାଲିକ କେ. ପ୍ରସାଦ ରାଓ ସୁବୁଦ୍ଧି ଏ ଟଙ୍କା ଦେଇ ମୋତେ ଜଣେ ବ୍ୟବସାୟୀଙ୍କୁ ଦେବା ପାଇଁ କଲିକତା ପଠାଇଛନ୍ତି ବୋଲି ସେ ଆରପିଏଫ ପୋଲିସକୁ କହିଥିଲେ। ପରେ ଆରପିଏଫ ପୋଲିସ ସଞ୍ଜିତ ଏବଂ ତାଙ୍କଠାରୁ ଜବତ କରିଥିବା ଟଙ୍କାକୁ କଲିକତା ଆୟକର ବିଭାଗକୁ ହସ୍ତାନ୍ତର କରିଥିଲେ। ଯାଞ୍ଚ ପରେ ଆୟକର ବିଭାଗ ସଞ୍ଜିତ ଓ ଜବତ ଟଙ୍କା ଓଡିଶା ଆୟକର ବିଭାଗକୁ ହସ୍ତାନ୍ତର କରିଥିଲେ। ଶନିବାରରୁ ଆୟକର ବିଭାଗ କର୍ମଚାରୀମାନେ ପ୍ରସାଦ ରାଓଙ୍କ ବାସଭବନ ଏବଂ ତାଙ୍କ ସୁନା କାରବାର ବିଷୟରେ ଖୋଳତାଡ ଚଳାଇଛନ୍ତି। ପ୍ରସାଦ ଉକ୍ତ ଟଙ୍କା କଲିକତାର କେଉଁ ବ୍ୟବସାୟୀଙ୍କୁ ଦେବା ପାଇଁ ତାଙ୍କ କର୍ମଚାରୀଙ୍କ ଜରିଆରେ ପଠାଇଥିଲେ, ସେ ନେଇ ମଧ୍ୟ ଖୋଳତାଡ ଆରମ୍ଭ କରିଛି। ବ୍ୟବସାୟୀ ଜଣଙ୍କ ଚଳାଇଥିବା ସୁନା କାରବାରର ଆୟକର ଠିକ୍‌ ଭାବେ ଦାଖଲ କରୁଛନ୍ତି କି ନାହିଁ ସେନେଇ ମଧ୍ୟ ବିଭାଗ ଖୋଳତାଡ ଚଳାଇଥିବା ଜଣାପଡିଛି। ଖବର ଲେଖାହେବା ସୁଦ୍ଧା ଖୋଳତାଡ ଜାରି ରହିଛି ା


Enter your email to get our daily news in your inbox.

All Right Reserved By Dharitri.Com

ଖଜୁରଗୁଡା ସାନ୍ଦୁଲ ନଦୀ ବ୍ରିଜ ନିର୍ମାଣରେ ବିଳମ୍ବ, ନିମ୍ନ ମାନର କାମକୁ ନେଇ ଅସନ୍ତୋଷ ଗ୍ରାମବାସୀ

ଲାଞ୍ଜିଗଡ,୧୦।୬(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ବିଜେପୁର ପଞ୍ଚାୟତ ଅନ୍ତର୍ଗତ ଖଜୁରଗୁଡା ଗାଁ ନିକଟରେ ଥିବା ସାନ୍ଦୁଲ ନଦୀ ବ୍ରିଜ ନିର୍ମାଣରେ ବିଳମ୍ବ ଏବଂ…

ଖାଦ୍ୟ ନିରାପତ୍ତା ବିଭାଗର ବଡ଼ ଆକ୍ସନ! ବିଭିନ୍ନ ହୋଟେଲରେ ଚଢ଼ାଉ, କୁଢ଼ କୁଢ଼ ବାସି ଖାଦ୍ୟ…

ଜୁନାଗଡ଼,୧୦।୬(ସୁନୀଲ କୁମାର ସିଂହ)- ଜନସ୍ୱାସ୍ଥ୍ୟ ସୁରକ୍ଷାକୁ ଦୃଷ୍ଟିରେ ରଖି ବୁଧବାର ଜୁନାଗଡ଼ ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନ ଏ ସି) ଅଞ୍ଚଳରେ ଥିବା ବିଭିନ୍ନ ଖାଦ୍ୟ ଷ୍ଟଲ୍‌…

ଓଡ଼ିଶା ପୋଲିସରେ ବଡ଼ ହଲଚଲ! କଳାହାଣ୍ଡି ଭାର ସମ୍ଭାଳିବେ ଏଡିଜିପି ଯତୀନ୍ଦ୍ର କୋଏଲ

ଭବାନୀପାଟଣା,୧୦।୬(ଉତ୍ତମ କୁମାର ଦାଶ): ରାଜ୍ୟରେ ଆଇନଶୃଙ୍ଖଳା ସ୍ଥିତି ଚରମ ସୀମାରେ ପହଞ୍ଚିବା ଏବଂ ପୋଲିସର କାର୍ଯ୍ୟଦକ୍ଷତା ଉପରେ ଚାରିଆଡ଼ୁ ସମାଲୋଚନା ହେବା ପରେ ଶେଷରେ ରାଜ୍ୟ ପୋଲିସ…

ରହସ୍ୟଘେରାରେ ମହିଳାଙ୍କ ମୃତ୍ୟୁ, ବିଷ କ୍ରିୟାରେ ମହିଳାଙ୍କ ମୃତ୍ୟୁକୁ ନେଇ…

ହାଟଡିହୀ/ଛେନାପଦୀ,୧୦।୬(ଶୁଭକାନ୍ତ ନାୟକ/ନିରାକାର ପରିଡା): କେନ୍ଦୁଝର ଜିଲା ନନ୍ଦିପଦା ଥାନା ଶାଳକଣିଆଁ ଗ୍ରାମରେ ଜଣେ ମହିଳାଙ୍କୁ ବିଷ ଦେଇ ମାରି ଦେଇଥିବା ଅଭିଯୋଗ ହୋଇଛି । ଏହି ଆଧାରରେ…

ଧରିତ୍ରୀ ପ୍ରଭାବ: ସାହୁ ଜଙ୍ଗଲ ରାସ୍ତାରୁ ହଟିଲା ବିପଦପୂର୍ଣ୍ଣ ଗଛ

ଥୁଆମୂଳ ରାମପୁର,୧୦।୬(ଦୁର୍ଗା କୀର୍ତ୍ତି): ଥୁଆମୂଳ ରାମପୁର – କାଶୀପୁର ମୁଖ୍ୟ ପିଡବ୍ଲୁଡି ରାସ୍ତାର ସାହୁ ଜଙ୍ଗଲ ନିକଟରେ ଥିବା ବିପଦସଙ୍କୁଳ ଶୁଖିଲା ଗଛ ସମ୍ପର୍କରେ ‘ଧରିତ୍ରୀ’ରେ ଖବର…

କୁଲାଡ ରଥଯାତ୍ରା; ୧୨ରେ ପ୍ରସ୍ତୁତି ବୈଠକ, ରଥ ମରାମତି ପାଇଁ କାଠ ଚୟନ….

ଭଞ୍ଜନଗର,୧୦।୬(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ନିକଟସ୍ଥ କୁଲାଡ ଜଗନ୍ନାଥ ମନ୍ଦିର ୧୭୬୦ ମସିହାରେ ପ୍ରତିଷ୍ଠା ହୋଇଥିଲା। କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ରାଜବଂଶ ପକ୍ଷରୁ ଉକ୍ତ ମନ୍ଦିର…

ନବୀନ ଡାକିଲେ ବଡ଼ ବୈଠକ, ଆଉ କିଛି ସମୟରେ ବଡ଼ ଘୋଷଣା!

ଭୁବନେଶ୍ୱର,୧୦।୬: ରାଜ୍ୟ ରାଜନୀତିରେ ଏବେ ହଲଚଲ ଜୋର ଧରିଛି। ବିଶେଷ କରି ସାଧାରଣ ନିର୍ୱାଚନ ପରେ ବିଜେଡି ଶିବିରରେ ତତ୍ପରତା ପ୍ରକାଶ ପାଇଛି। ଦିଲ୍ଲୀ ଗସ୍ତରୁ ଫେରିବା…

କେସିଙ୍ଗା ମେଡିକାଲ ଉପରେ ପଡ଼ିଲା ଗଛ, ଭାଙ୍ଗିଗଲା….

କେସିଙ୍ଗା,୧୦।୬(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ବର୍ହିବିଭାଗ ସମ୍ମୁଖରେ ପଡ଼ିଗଲା ବିରାଟକାୟ ଗଛ । ଅଳ୍ପକେ ଦୁର୍ଘଟଣା ବର୍ତ୍ତିଯାଇଛି କହିଲେ ଅତ୍ୟୁକ୍ତି ହେବ ନାହିଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri