ସୀତାରାମନ୍‌ଙ୍କ ଯୁକ୍ତି ସହ ଏକମତ ନୁହେଁ ମାରୁତି

ନୂଆଦିଲ୍ଲୀ,୧୩-୯: ଅଟୋ ସେକ୍ଟରରେ ଦେଖାଦେଇଥିବା ମାନ୍ଦାବସ୍ଥା ପାଇଁ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ଓଲା ଓ ଉବର ଭଳି ଟ୍ୟାକ୍ସି ଏଗ୍ରିଗେଟର୍ସକୁ ଦାୟୀ କରିଛନ୍ତି। କିନ୍ତୁ ଦେଶର ସର୍ବବୃହତ କାର୍‌ ନିର୍ମାତା ମାରୁତି ଏଥିରେ ସହମତ ନୁହେଁ। କମ୍ପାନୀର ଜଣେ ଶୀର୍ଷ ଅଧିକାରୀ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଶଶାଙ୍କ ଶ୍ରୀବାସ୍ତବଙ୍କ ମତରେ ଯୁବବର୍ଗଙ୍କ ମଧ୍ୟରେ ଓଲା, ଉବର ବ୍ୟବହାର ପ୍ରତି ଆକର୍ଷଣ ବଢ଼ିବା ଆର୍ଥିକ ମାନ୍ଦାବସ୍ଥାର କାରଣ ହୋଇ ନ ପାରେ। ସେ କହିଛନ୍ତି ଯେ, କ୍ୟାବ୍‌ ସେବା ଦେଶରେ ୬-୭ ବର୍ଷ ହେଲା ଚାଲୁଛି। ଏହି ସମୟରେ ଅଟୋ ଶିଳ୍ପରେ ଭଲ ଅଭିବୃଦ୍ଧି ଦେଖାଯାଇଥିଲା। ଗତ କିଛି ମାସ ହେଲା ଗାଡ଼ି ବିକ୍ରି ଦ୍ରୁତଗତିରେ କାହିଁକି ହ୍ରାସ ପାଇଲା ବୋଲି ସେ ପ୍ରଶ୍ନ କରିଛନ୍ତି। ଏ ସଂକ୍ରାନ୍ତରେ ଅଧ୍ୟୟନର ଆବଶ୍ୟକତା ରହିଛି ବୋଲି ଶ୍ରୀବାସ୍ତବ କହିଛନ୍ତି। ମାନ୍ଦାବସ୍ଥା ଦୂର କରିବା ଲାଗି ସରକାରଙ୍କ ଦ୍ୱାରା ଘୋଷିତ ଉପାୟ ପର୍ଯ୍ୟାପ୍ତ ନୁହେଁ ବୋଲି ସେ କହିଛନ୍ତି।
ଗଣମାଧ୍ୟମ ପ୍ରତିନିଧିଙ୍କ ସହ ଆଲୋଚନା କାଳରେ ସେ କହିଛନ୍ତି ଯେ, କାର୍‌ କିିଣିବାକୁ ନେଇ ଏବେ ମଧ୍ୟ ଭାରତୀୟଙ୍କ ଧାରଣାରେ କୌଣସି ପରିବର୍ତ୍ତନ ହୋଇନି। ଲୋକେ ନିଜର ଆବଶ୍ୟକତା ଅନୁଯାୟୀ ଏବଂ ସଉକ ପୂର୍ଣ୍ଣ କରିବା ଲାଗି କାର୍‌ କିଣିବାକୁ ଚିନ୍ତା କରନ୍ତି। ସୂଚନାଥାଉ କି, ଅର୍ଥମନ୍ତ୍ରୀ ସୀତାରାମନ୍‌ କହିଥିଲେ ଯେ, ଲୋକଙ୍କ ମାନସିକତାରେ ପରିବର୍ତ୍ତନ ଆସିଛି। ଇଏମ୍‌ଆଇ ଦେଇ କାର୍‌ କିଣିବା ବଦଳରେ ଲୋକେ ଏବେ ଓଲା, ଉବର ଭଳି କ୍ୟାବ୍‌ ବ୍ୟବହାର କରିବାକୁ ଅଧିକ ପସନ୍ଦ କରୁଛନ୍ତି।
ଶ୍ରୀବାସ୍ତବଙ୍କ ମତରେ ଅଟୋ ସେକ୍ଟରରେ ଦେଖାଦେଇଥିବା ମାନ୍ଦାବସ୍ଥା ପାଇଁ ଓଲା,ଉବର ଦାୟୀ ନୁହେଁ। ପ୍ରକୃତ କାରଣ ସମ୍ପର୍କରେ ଏକ ସିଦ୍ଧାନ୍ତରେ ପହଞ୍ଚତ୍ବାକୁ ହେଲେ ଏ ସଂକ୍ରାନ୍ତରେ ଗଭୀର ଅଧ୍ୟୟନ ହେବା ଆବଶ୍ୟକ। ସେ କହିଛନ୍ତି ଯେ, ମାନ୍ଦାବସ୍ଥା ଦୂର ଲାଗି ସରକାରଙ୍କ ଘୋଷଣା ଦୀର୍ଘକାଳୀନ ସମୟ ପାଇଁ ଭଲ ହୋଇପାରେ। ସେ କହିଛନ୍ତି ଯେ, ଲୋକେ ଅଫିସ ଯିବା ଲାଗି ସପ୍ତାହ ଯାକ ଓଲା,ଉବର ବ୍ୟବହାର କରିପାରନ୍ତି। କିନ୍ତୁ ଛୁଟିଦିନରେ ପରିବାର ସହ ବାହାରକୁ ଯିବା ବେଳେ ନିଜ ଗାଡ଼ି ବ୍ୟବହାର କରିବାକୁ ଅଧିକ ପସନ୍ଦ କରୁଛନ୍ତି। ଅଟୋ ସେକ୍ଟରରେ ମାନ୍ଦାବସ୍ଥା ପାଇଁ ଅନେକଗୁଡ଼ିଏ କାରଣ ହୋଇପାରେ। ନଗଦ ସଙ୍କଟ, ନିୟାମକୀୟ ପ୍ରସଙ୍ଗ ଯୋଗୁ ଦାମ୍‌ ବଢ଼ିବା, ଅଧିକ ଟିକସ ଆଦାୟ ସହ ବୀମା ମହଙ୍ଗା ହେବା କାରଣ ହୋଇପାରେ। ନିକଟରେ ସୋସାଇଟି ଅଫ୍‌ ଇଣ୍ଡିଆନ ଅଟୋମୋବାଇଲ ମାନୁଫ୍ୟାକ୍‌ଚରର୍ସ(ସିଆମ୍‌)ର ତଥ୍ୟ ଅନୁଯାୟୀ ଅଗଷ୍ଟରେ ଗାଡ଼ି ବିକ୍ରି ୨୩.୫୫% ହ୍ରାସ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନବେଳେ ଜବତ ମଦ-ଟଙ୍କା କିଏ ରଖନ୍ତି, ଜାଣିଲେ ହୋଇଯିବେ ତାଜୁବ

ନୂଆଦିଲ୍ଲୀ,୨୮।୩: ଦେଶରେ ଲୋକ ସଭା ନିର୍ବାଚନ ପାଇଁ ବାଜିସାରିଛି ବିଗୁଲ । ଲୋକ ସଭା ନିର୍ବାଚନର ତାରିଖ ମଧ୍ୟ ନିର୍ବାଚନ ଆୟୋଗ ଘୋଷଣା କରିଛନ୍ତି। ଏହା...

ଗ୍ରାହକଙ୍କୁ ଝଟ୍‌କା ଦେଲା SBI, ଏପ୍ରିଲ ପହିଲାରୁ…

ନୂଆଦିଲ୍ଲୀ,୨୮।୩: ଦେଶର ସର୍ବବୃହତ ସରକାରୀ ବ୍ୟାଙ୍କ ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ଏହାର ଗ୍ରାହକଙ୍କୁ ଦେଇଛି ବଡ଼ ଝଟ୍‌କା। ବ୍ୟାଙ୍କ ଡେବିଟ୍‌ କାର୍ଡ ଉପରେ ମେନ୍ଟେନାନ୍ସ...

ପଣ୍ୟ ପରିବହନରେ ପୂର୍ବତଟ ରେଳପଥର ରେକର୍ଡ

ଭୁବନେଶ୍ୱର,୨୮।୩(ଅନୁରାଧା ମହାରଣା): ଗତ ଆର୍ଥିକ ବର୍ଷ ଭଳି ଚଳିତ ଆର୍ଥିକ ବର୍ଷରେ ମଧ୍ୟ ପୂର୍ବତଟ ରେଳପଥ ପଣ୍ୟ ପରିବହନରେନୂତନ ରେକର୍ଡ ହାସଲ କରିଛି। ୨୦୨୩ ଏପ୍ରିଲ...

ଏପ୍ରିଲ ୩ ରୁ ପ୍ରଥମ ଏମ୍‌ପିସି ବୈଠକ

ଭୁବନେଶ୍ୱର,୨୮।୩(ଅନୁରାଧା ମହାରଣା): ୨୦୨୪-୨୫ ଆର୍ଥିକ ବର୍ଷର ପ୍ରଥମ ମୁଦ୍ରାନୀତି କମିଟି (ମନିଟାରି ପଲିସି କମିଟି ବା ଏମ୍‌ପିସି) ବୈଠକ ଏପ୍ରିଲ ୩ରୁ ଆରମ୍ଭ ହେବ ବୋଲି...

ବାଲ୍‌କୋକୁ ଏଏସ୍‌ଆଇ ପ୍ରଦର୍ଶନ ମାନକ ଭି୩ ପ୍ରମାଣପତ୍ର

ଭୁବନେଶ୍ୱର, ୨୮।୩ (ଅଭୟ ଦାଶ): ଦେଶର ଆଇକନିକ୍‌ ଆଲୁମିନିୟମ ଉତ୍ପାଦକ ତଥା ବେଦାନ୍ତ ଆଲୁମିନିୟମର ପ୍ରମୁଖ ୟୁନିଟ୍‌ ଭାରତ ଆଲୁମିନିୟମ କମ୍ପାନୀ ଲିମିଟେଡ୍‌ ବା ବାଲ୍‌କୋକୁ...

ଓ୍ବିକେଣ୍ଡ ଥିବା ସତ୍ତ୍ୱେ ମାର୍ଚ୍ଚ ୩୦-୩୧ରେ ଖୋଲା ରହିବ ଏସବୁ ବ୍ୟାଙ୍କ, ଜାଣନ୍ତୁ କରିପାରିବେ କେଉଁ କାମ…

ନୂଆଦିଲ୍ଲୀ,୨୬।୩: ସରକାରୀ ବ୍ୟାଙ୍କ ରସିଦ ଏବଂ ଦେୟ ପରିଚାଳନା କରୁଥିବା ସମସ୍ତ ଏଜେନ୍ସି ବ୍ୟାଙ୍କ ମାର୍ଚ୍ଚ ୩୦(ଶନିବାର ଏବଂ ୩୧(ରବିବାର) ବ୍ୟବସାୟ ପାଇଁ ଖୋଲା ରହିବ।...

ପଣ୍ୟ ପରିବହନରେ ପୂର୍ବତଟ ରେଳପଥର ରେକର୍ଡ

ଭୁବନେଶ୍ୱର,୨୫।୩(ଅଭୟ ଦାଶ): ପୂର୍ବତଟ ରେଳପଥ ୨୦୨୩-୨୪ ଆର୍ଥିକ ବର୍ଷରେ ପଣ୍ୟ ପରିବହନରେ ସମସ୍ତ ରେକର୍ଡ ଅତିକ୍ରମ କରିଛି। ୨୦୨୩ ଏପ୍ରିଲ ୧ରୁ ୨୦୨୪ ମାର୍ଚ୍ଚ ୨୫...

ସୁବ୍ରତଙ୍କୁ ଓଡ଼ିଶା ଉଦ୍ୟୋଗୀ ପୁରସ୍କାର

ଭୁବନେଶ୍ୱର,୨୫।୩: ରାଜ୍ୟର ପ୍ରମୁଖ ଘରୋଇ ସଂସ୍ଥା ତଥା ଷ୍ଟଲଓ୍ବାର୍ଟ ପ୍ରୋଜେକ୍ଟସ ପ୍ରାଇଭେଟ ଲିମିଟେଡର ଏମ୍‌ଡି ସୁବ୍ରତ ଦାସଙ୍କୁ ନିକଟରେ ଆଉ ଏକ ସମ୍ମାନ ପ୍ରଦାନ କରାଯାଇଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri