ସୀତାରାମନ୍‌ଙ୍କ ଯୁକ୍ତି ସହ ଏକମତ ନୁହେଁ ମାରୁତି

ନୂଆଦିଲ୍ଲୀ,୧୩-୯: ଅଟୋ ସେକ୍ଟରରେ ଦେଖାଦେଇଥିବା ମାନ୍ଦାବସ୍ଥା ପାଇଁ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ଓଲା ଓ ଉବର ଭଳି ଟ୍ୟାକ୍ସି ଏଗ୍ରିଗେଟର୍ସକୁ ଦାୟୀ କରିଛନ୍ତି। କିନ୍ତୁ ଦେଶର ସର୍ବବୃହତ କାର୍‌ ନିର୍ମାତା ମାରୁତି ଏଥିରେ ସହମତ ନୁହେଁ। କମ୍ପାନୀର ଜଣେ ଶୀର୍ଷ ଅଧିକାରୀ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଶଶାଙ୍କ ଶ୍ରୀବାସ୍ତବଙ୍କ ମତରେ ଯୁବବର୍ଗଙ୍କ ମଧ୍ୟରେ ଓଲା, ଉବର ବ୍ୟବହାର ପ୍ରତି ଆକର୍ଷଣ ବଢ଼ିବା ଆର୍ଥିକ ମାନ୍ଦାବସ୍ଥାର କାରଣ ହୋଇ ନ ପାରେ। ସେ କହିଛନ୍ତି ଯେ, କ୍ୟାବ୍‌ ସେବା ଦେଶରେ ୬-୭ ବର୍ଷ ହେଲା ଚାଲୁଛି। ଏହି ସମୟରେ ଅଟୋ ଶିଳ୍ପରେ ଭଲ ଅଭିବୃଦ୍ଧି ଦେଖାଯାଇଥିଲା। ଗତ କିଛି ମାସ ହେଲା ଗାଡ଼ି ବିକ୍ରି ଦ୍ରୁତଗତିରେ କାହିଁକି ହ୍ରାସ ପାଇଲା ବୋଲି ସେ ପ୍ରଶ୍ନ କରିଛନ୍ତି। ଏ ସଂକ୍ରାନ୍ତରେ ଅଧ୍ୟୟନର ଆବଶ୍ୟକତା ରହିଛି ବୋଲି ଶ୍ରୀବାସ୍ତବ କହିଛନ୍ତି। ମାନ୍ଦାବସ୍ଥା ଦୂର କରିବା ଲାଗି ସରକାରଙ୍କ ଦ୍ୱାରା ଘୋଷିତ ଉପାୟ ପର୍ଯ୍ୟାପ୍ତ ନୁହେଁ ବୋଲି ସେ କହିଛନ୍ତି।
ଗଣମାଧ୍ୟମ ପ୍ରତିନିଧିଙ୍କ ସହ ଆଲୋଚନା କାଳରେ ସେ କହିଛନ୍ତି ଯେ, କାର୍‌ କିିଣିବାକୁ ନେଇ ଏବେ ମଧ୍ୟ ଭାରତୀୟଙ୍କ ଧାରଣାରେ କୌଣସି ପରିବର୍ତ୍ତନ ହୋଇନି। ଲୋକେ ନିଜର ଆବଶ୍ୟକତା ଅନୁଯାୟୀ ଏବଂ ସଉକ ପୂର୍ଣ୍ଣ କରିବା ଲାଗି କାର୍‌ କିଣିବାକୁ ଚିନ୍ତା କରନ୍ତି। ସୂଚନାଥାଉ କି, ଅର୍ଥମନ୍ତ୍ରୀ ସୀତାରାମନ୍‌ କହିଥିଲେ ଯେ, ଲୋକଙ୍କ ମାନସିକତାରେ ପରିବର୍ତ୍ତନ ଆସିଛି। ଇଏମ୍‌ଆଇ ଦେଇ କାର୍‌ କିଣିବା ବଦଳରେ ଲୋକେ ଏବେ ଓଲା, ଉବର ଭଳି କ୍ୟାବ୍‌ ବ୍ୟବହାର କରିବାକୁ ଅଧିକ ପସନ୍ଦ କରୁଛନ୍ତି।
ଶ୍ରୀବାସ୍ତବଙ୍କ ମତରେ ଅଟୋ ସେକ୍ଟରରେ ଦେଖାଦେଇଥିବା ମାନ୍ଦାବସ୍ଥା ପାଇଁ ଓଲା,ଉବର ଦାୟୀ ନୁହେଁ। ପ୍ରକୃତ କାରଣ ସମ୍ପର୍କରେ ଏକ ସିଦ୍ଧାନ୍ତରେ ପହଞ୍ଚତ୍ବାକୁ ହେଲେ ଏ ସଂକ୍ରାନ୍ତରେ ଗଭୀର ଅଧ୍ୟୟନ ହେବା ଆବଶ୍ୟକ। ସେ କହିଛନ୍ତି ଯେ, ମାନ୍ଦାବସ୍ଥା ଦୂର ଲାଗି ସରକାରଙ୍କ ଘୋଷଣା ଦୀର୍ଘକାଳୀନ ସମୟ ପାଇଁ ଭଲ ହୋଇପାରେ। ସେ କହିଛନ୍ତି ଯେ, ଲୋକେ ଅଫିସ ଯିବା ଲାଗି ସପ୍ତାହ ଯାକ ଓଲା,ଉବର ବ୍ୟବହାର କରିପାରନ୍ତି। କିନ୍ତୁ ଛୁଟିଦିନରେ ପରିବାର ସହ ବାହାରକୁ ଯିବା ବେଳେ ନିଜ ଗାଡ଼ି ବ୍ୟବହାର କରିବାକୁ ଅଧିକ ପସନ୍ଦ କରୁଛନ୍ତି। ଅଟୋ ସେକ୍ଟରରେ ମାନ୍ଦାବସ୍ଥା ପାଇଁ ଅନେକଗୁଡ଼ିଏ କାରଣ ହୋଇପାରେ। ନଗଦ ସଙ୍କଟ, ନିୟାମକୀୟ ପ୍ରସଙ୍ଗ ଯୋଗୁ ଦାମ୍‌ ବଢ଼ିବା, ଅଧିକ ଟିକସ ଆଦାୟ ସହ ବୀମା ମହଙ୍ଗା ହେବା କାରଣ ହୋଇପାରେ। ନିକଟରେ ସୋସାଇଟି ଅଫ୍‌ ଇଣ୍ଡିଆନ ଅଟୋମୋବାଇଲ ମାନୁଫ୍ୟାକ୍‌ଚରର୍ସ(ସିଆମ୍‌)ର ତଥ୍ୟ ଅନୁଯାୟୀ ଅଗଷ୍ଟରେ ଗାଡ଼ି ବିକ୍ରି ୨୩.୫୫% ହ୍ରାସ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଢାବା କର୍ମଚାରୀଙ୍କୁ ମରଣାନ୍ତକ ଆକ୍ରମଣ

ବୈଶିଙ୍ଗା,୧୨।୯(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅଧୀନ ୧୮ ନମ୍ବର ଜାତୀୟ ରାଜପଥ ଗଡଦେଉଳିଆ ସ୍ଥିତ ଏକ ଢ଼ାବାରେ ଶନିବାର ସନ୍ଧ୍ୟାରେ ୪ଜଣ ଦୁର୍ବୃତ୍ତ ପଶି…

ଝିଅ ଘରକୁ ବୁଲିବାକୁ ଯାଇଥିଲେ, କଳାକନା ବୁଲାଇଲେ ଦୁର୍ବୃତ୍ତ

ବୈଶିଙ୍ଗା,୧୨।୯(ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ଗଡଦେଉଳିଆ ଗ୍ରାମର ଜନୈକ ବ୍ୟକ୍ତି ତାଙ୍କ ଝିଅ ଘରକୁ ବୁଲିବାକୁ ଯାଇଥିବା ବେଳେ ଦୁର୍ବୃତ୍ତମାନେ ଘରେ ପଶି…

ବାଇକ୍‌କୁ ପିଟିଲା ବାଇକ୍‌: ୨ ଛାତ୍ରଙ୍କ ସମେତ ୪ ଗୁରୁତର

ଦିଗପହଣ୍ଡି,୧୨।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଖେମୁଣ୍ଡି କଲେଜ ନିକଟରେ ଶନିବାର ଘଟିଥିବା ଏକ ସଡ଼କ ଦୁର୍ଘଟଣାରେ ଯୁକ୍ତ ୩ରେ ପଢୁଥିବା ୨ ଛାତ୍ରଙ୍କ ସମେତ…

ଦୁର୍ଘଟଣାରେ ଆହତ ବୃଦ୍ଧଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ, ଆଜି ମୃତଦେହ ଜବତ କରି…

ଦିଗପହଣ୍ଡି,୧୨ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁର ପଞ୍ଚାୟତ ଅନଙ୍ଗପୁର ଗ୍ରାମ ନିକଟ ମୁଖ୍ୟରାସ୍ତାରେ ଏକ ବାଇକ୍‌ ଧକ୍କାରେ ସାନଖେମୁଣ୍ଡି ବ୍ଲକ ଗୌତମୀ ଗ୍ରାମର…

ଗୁଣିଆ ସନ୍ଦେହରେ ବାନ୍ଧିକି ରଖିଲେ, ଭିଡିଓ ଭାଇରାଲ

ପାତ୍ରପୁର,୧୨।୯(ଉମା ଚରଣ ନେପାକ): ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ ବି ନୂଆଗାଁ ଗ୍ରାମରେ ଶନିବାର ସନ୍ଧ୍ୟାରେ ଏକ ଅଭାବନୀୟ ପରିସ୍ଥିତି ଦେଖିବାକୁ ମିଳିଛି l ଗ୍ରାମର କେଉଟ…

ଭଦ୍ରକରୁ ଅପହରଣ କରି ୫ ଲକ୍ଷ ଟଙ୍କାର ମୁଣ୍ଡ ଜାମିନ ରଖିଥିଲେ ଅପହରଣକାରୀ, ଆଉ ତା’ ପରେ…

ହାଟଡିହୀ,୧୨ା୯(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ପୋଲିସ ପାଇଁ ଅପହରଣର ଶିକାର ହୋଇଥିବା ୩ ଜଣଙ୍କ ଜୀବନ ବଞ୍ଚିଯାଇଛି। ପୋଲିସର ହସ୍ତକ୍ଷେପ ପରେ ଅପହରଣ ଶିକାର ହୋଇ ୫…

ଜୀବନ ସଂଘର୍ଷରେ ହାରିଗଲେ ଚାଷୀ

ଦିଗପହଣ୍ଡି,୧୨।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷାନିମଖଣ୍ଡି ଗ୍ରାମର ଜଣେ ଚାଷୀ ସାପ କାମୁଡ଼ାରେ ଗୁରୁତର ହୋଇ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଚିକିତ୍ସାଧୀନ ଥିବା…

କାର୍‌ରେ ଚାଲାଣ ହେଉଥିଲା ଗଞ୍ଜେଇ, ଯାଞ୍ଚ ସମୟରେ ମହାରାଷ୍ଟ୍ରର ୨ ଅଭିଯୁକ୍ତଙ୍କୁ ଧରି…

ଦାରିଙ୍ଗବାଡ଼ି,୧୨ା୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ସିମନବାଡ଼ି ପଞ୍ଚାୟତ ଟୋଲଗେଟ ନିକଟରେ ପୋଲିସ ବ୍ଲକିଂ କରି ଯାଞ୍ଚ କରିବା ସମୟରେ ଗୋଟିଏ କାର୍‌ରୁ ୪୨ କେଜି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?