Posted inଜାତୀୟ

ସିମ୍ପାଞ୍ଜିକୁ ଜବତ କଲା ଇଡି

ନୂଆଦିଲ୍ଲୀ,୨୨ା୯(ପି.ଟି.): ବନ୍ୟଜନ୍ତୁ ଚୋରା କାରବାର କରୁଥିବା ପଶ୍ଚିମବଙ୍ଗର ଜଣେ ବ୍ୟକ୍ତିଙ୍କ ଘର ଉପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ର ଅଧିକାରୀମାନେ ଚଢ଼ାଉ କରି ୩ଟି ସିମ୍ପାଞ୍ଜି ଓ ଏକ ନିର୍ଦ୍ଦିଷ୍ଟ ପ୍ରଜାତିର ୪ଟି ମାଙ୍କଡ଼ ଜବତ କରିଛି। କୌଣସି ତଦନ୍ତକାରୀ ସଂସ୍ଥା ଜୀବଜନ୍ତୁ ଜବତ କରିବା ଏହା ପ୍ରଥମ ଘଟଣା। ଏକ ଗୁରୁତର ମନିଲଣ୍ଡରିଂ ମାମଲାର ତଦନ୍ତ କରୁଥିବା ଇଡି ପିଏମ୍‌ଏଲ୍‌ଏ ଆଇନରେ ଉପରୋକ୍ତ ଜୀବଜନ୍ତୁଙ୍କୁ ଜବତ କରିଛି। ଚୋରାବେପାରୀ ସେମାନଙ୍କୁ ବାହାରକୁ ନେଇଯିବା ପାଇଁ ଉଦ୍ୟମ ଚଳାଇଥିଲା। ଜୀବଜନ୍ତୁଙ୍କୁ କୋଲକାତା ଚିଡିଆଖାନା କର୍ତ୍ତୃପକ୍ଷଙ୍କୁ ହସ୍ତାନ୍ତର କରାଯାଇଛି। ଜବତ ହୋଇଥିବା ୩ ସିମ୍ପାଞ୍ଜି ଆଲିପୁର ଜୁଲୋଜିକାଲ ଗାର୍ଡେନରେ ଦର୍ଶକମାନଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ଏବଂ ରାଜସ୍ବର ଉତ୍ସ ଥିଲେ ବୋଲି ଇଡି କହିଛି। ୭ଟି ଜୀବଙ୍କ ମୂଲ୍ୟ ୮୧ ଲକ୍ଷ ଟଙ୍କା ହେବ ବୋଲି ଆକଳନ କରାଯାଇଛି। ପ୍ରତି ସିମ୍ପାଞ୍ଜିଙ୍କ ମୂଲ୍ୟ ୨୫ ଲକ୍ଷ ହୋଇଥିବାବେଳେ ଦକ୍ଷିଣ ଆମେରିକାରେ ଦେଖାଦେଉଥିବା କ୍ଷୁଦ୍ର ପ୍ରଜାତିର ମାଙ୍କଡ଼ ଦାମ୍‌ ୧.୫ ଲକ୍ଷ ଟଙ୍କା। ଚୋରାବେପାରୀ ସୁପ୍ରଦୀପ ଗୁହା ଏହି ବନ୍ୟଜନ୍ତୁମାନଙ୍କୁ ବେଆଇନ ଭାବେ ରଖିଥିବା ପଶ୍ଚିମବଙ୍ଗ ସରକାରଙ୍କ ଅଭିଯୋଗକ୍ରମେ ଏହି ତଦନ୍ତ କରାଯାଇଥିଲା। ତାଙ୍କ ବିରୋଧରେ ରାଜ୍ୟ ପୋଲିସ ଜାଲିଆତି ମାମଲା ରୁଜୁ କରିଛି। ସେ ଜାଲ୍‌ ଅନୁମତି ପତ୍ର ବ୍ୟବହାର କରି ବେଆଇନ ଭାବେ ବନ୍ୟ ଜୀବଜନ୍ତୁ ପରିବହନ କରୁଥିଲେ। ପୋଲିସ ଏତଲା ଆଧାରରେ ଇଡି ପିଏମ୍‌ଏଲ୍‌ଏରେ ମାମଲା ରୁଜୁ କରିଥିଲା। ଗୁହା ବନ୍ୟପ୍ରାଣୀ ଚୋରା କାରବାର ର଼୍ୟାକେଟ ଚଳାଇଥିବା ତଦନ୍ତରୁ ଜଣାପଡିଥିଲା। କାର୍ଯ୍ୟାନୁଷ୍ଠାନରୁ ବର୍ତ୍ତିବା ପାଇଁ ସେ ବହିଃଶୁଳ୍କ ବିଭାଗ ଓ ବନ୍ୟପ୍ରାଣୀ କର୍ତ୍ତୃପକ୍ଷଙ୍କ ନିକଟରେ ଭିନ୍ନ ଭିନ୍ନ ବୟାନ ରେକର୍ଡ କରାଇଥିଲେ। ସିମ୍ପାଞ୍ଜିଗୁଡିକ ଭାରତରେ ଜନ୍ମ ହୋଇଥିବାର ଜାଲ୍‌ ସାର୍ଟିଫିକେଟ ମଧ୍ୟ ସେ ସଂଗ୍ରହ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଇଂଲଣ୍ଡ ଗସ୍ତ ପାଇଁ ଭାରତୀୟ ଦିନିକିଆ ଦଳ ଘୋଷଣା: ବିରାଟଙ୍କ ପ୍ରତ୍ୟାବର୍ତ୍ତନ, ଯଶସ୍ୱୀ ବାଦ୍

ନୂଆଦିଲ୍ଲୀ,୨୧।୬: ଇଂଲଣ୍ଡ ଗସ୍ତ ପାଇଁ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ (BCCI) ରବିବାର, ୨୧ ଜୁନ୍‌ରେ ୧୫ ଜଣିଆ ଭାରତୀୟ ଦିନିକିଆ (ODI) ଦଳ ଘୋଷଣା କରିଛି।…

କେସିଙ୍ଗା -ଟିଟିଲାଗଡ ରାସ୍ତା, ତେଲନଦୀ ବ୍ରିଜର ସୁରକ୍ଷାକୁ ନେଇ ଉଠିଲା ପ୍ରଶ୍ନ, ଭାରୀଯାନ ଚଳାଚଳ ଯୋଗୁ ବ୍ରିଜ୍‌ ଭାଙ୍ଗିବାର…

କେସିଙ୍ଗା,୨୧।୬(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ସହର ସ୍ଥିତ ସିଟିଜେନ ଫୋରମ ପକ୍ଷରୁ କେସିଙ୍ଗା -ଟିଟିଲାଗଡ ରାସ୍ତା ଓ ତେଲନଦୀ ବ୍ରିଜ୍‌କୁ ନେଇ ଏକ ଖବରଦାତା ସମ୍ମିଳନୀ…

ଶରୀରକୁ ସୁସ୍ଥ, ମନକୁ ସନ୍ତୁଳିତ କରେ ଯୋଗ

ରାଇକିଆ,୨୧।୬(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ବ୍ଲକର ବିଭିନ୍ନ ସ୍ଥାନରେ ରବିବାର ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି । ଯୋଗ ଶରୀରକୁ ସୁସ୍ଥ ରଖେ। ଏଥିସହିତ…

ବ୍ଲକସ୍ତରୀୟ ସୁଭଦ୍ରା ଶକ୍ତି ସମାବେଶ: ଲକ୍ଷପତି ଦିଦିଙ୍କୁ କରାଗଲା ସମ୍ବର୍ଦ୍ଧିତ, ଅଙ୍ଗନଓ୍ବାଡି କର୍ମୀଙ୍କୁ ମିଳିଲା ସ୍ମାର୍ଟଫୋନ

ଥୁଆମୂଳ ରାମପୁର,୨୧।୬ (ଦୁର୍ଗା କୀର୍ତ୍ତି): ମହିଳା ଓ ଶିଶୁ ବିକାଶ ବିଭାଗ ଏବଂ ମିଶନ ଶକ୍ତି ବିଭାଗ ଆନୁକୂଲ୍ୟରେ ଥୁଆମୂଳ ରାମପୁର ଠାରେ ବ୍ଲକ ସ୍ତରୀୟ ‘ସୁଭଦ୍ରା…

ବରଗଡ଼ରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ: ସାମିଲ ହେଲେ ବିଧାୟକ-ଜିଲାପାଳ

ବରଗଡ଼,୨୧।୬(ପ୍ରେମାନନ୍ଦ ଖମାରୀ): ଅନ୍ତର୍ଜାତୀୟ ଯୋଗ ଦିବସ ରବିବାର ବରଗଡ଼ ଜିଲାର ସମସ୍ତ ବ୍ଲକ ଓ ଗ୍ରାମପଞ୍ଚାୟତ ମୁଖ୍ୟାଳୟ ତଥା ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନଗୁଡ଼ିକରେ ଉତ୍ସାହ…

ଦିଗପହଣ୍ଡି ମିନି ଷ୍ଟାଡିୟମରେ ଅନ୍ତର୍ଜାତୀୟ ଯୋଗ ଦିବସରେ ଯୋଗଦେଲେ ବିଧାୟକ ସିଦ୍ଧାନ୍ତ     

ଦିଗପହଣ୍ଡି,୨୧|୬(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ବିଜୁ ପଟ୍ଟନାୟକ ମିନି ଷ୍ଟାଡିୟମରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ସ୍ଥାନୀୟ ଏନଏସି ପ୍ରଶାସନ ପକ୍ଷରୁ ଆୟୋଜିତ…

ଯୋଗ ଦିବସ,ସୁସ୍ଥ ରହିବା ପାଇଁ ଯୋଗ ନିହାତି ଆବଶ୍ୟକ : ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ

ଭଞ୍ଜନଗର, ୨୧।୬ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲାର ଭଞ୍ଜନଗରସ୍ଥିତ ବେଲେଶ୍ୱର ପୀଠରେ ରବିବାର ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି। ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ…

ପୁଣି ବନ୍ଦ ହେଲା ହର୍ମୁଜ ପ୍ରଣାଳୀ, IRGC ଘୋଷଣା ପୂର୍ବରୁ କେତେ ଭାରତୀୟ ଜାହାଜ ବାହାରିଛି? ଚମକାଇ ଦେବ ସଂଖ୍ୟା

ତେହରାନ,୨୧।୬: ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ, ଶନିବାର (ଜୁନ ୨୦, ୨୦୨୬) ତିନୋଟି ଭାରତୀୟ ଅଶୋଧିତ ତୈଳ ସୁପରଟ୍ୟାଙ୍କର୍‌ ସୁରକ୍ଷିତ ଭାବରେ ହର୍ମୁଜ ପ୍ରଣାଳୀ ପାର କରିଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri