‘ସିନେମାର କାହାଣୀ ଭଳି ମୋ ଜୀବନ’

ମୁମ୍ବାଇ: କୋଲକାତାର ରେଳଷ୍ଟେଶନ୍‌ରେ ସିନେମା ଗୀତ ଗାଇ ଭିକ ମାଗୁଥିବା ରାନୁ ମଣ୍ଡଳ ବର୍ତ୍ତମାନ ମୁମ୍ବାଇ ସଂଗୀତ ଜଗତର ଅନ୍ୟତମ ସେଲିବ୍ରିଟି। ତାଙ୍କ ଗାୟନ ଶୈଳୀକୁ ନେଇ ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ୍‌ ଚର୍ଚ୍ଚା ହେଉଥିବାବେଳେ ତାଙ୍କ ଜୀବନୀକୁ ନେଇ ଫିଲ୍ମ ନିର୍ମାଣ କରାଯାଇପାରେ ବୋଲି ରାନୁ ପ୍ରକାଶ କରିଛନ୍ତି। ୧୯୬୦ ନଭେମ୍ବର ୫ରେ ସେ ଏକ ଧନିକ ପରିବାରରେ ଜନ୍ମ ହୋଇଥିଲେ ହେଁ ମାତାପିତାଙ୍କଠାରୁ ତାଙ୍କୁ ପୃଥକ୍‌ କରିଦିଆଯାଇଥିଲା। ବଲିଉଡ ଷ୍ଟାର ଫିରୋଜ ଖାନ୍‌ଙ୍କ ରୋଷେଇଆକୁ ସେ ବିବାହ କରିବା ପରେ ନିଜ ରାଜ୍ୟ ପଶ୍ଚିମବଙ୍ଗରୁ ମୁମ୍ବାଇ ଚାଲିଯାଇଥିଲେ। ସ୍ବାମୀଙ୍କ ମୃତ୍ୟୁ ପରେ ରାନୁଙ୍କ ଜୀବନ ଆକାଶରେ କଳାବାଦଲ ଘୋଟି ଆସିବାରୁ ସେ ବଞ୍ଚତ୍ବା ପାଇଁ ସଂଗ୍ରାମ କରିଥିଲେ। ରାନାଘାଟ ଷ୍ଟେଶନ୍‌ ସିଙ୍ଗରରୁ ରାନୁ ଆଜି ପାଲଟିଯାଇଛନ୍ତି ବଲିଉଡ୍‌ ସିଙ୍ଗର। ରେଲଓ୍ବେ ପ୍ଲାଟଫର୍ମରେ ନିଜର ସୁଲଳିତ କଣ୍ଠରେ ଲତା ମଙ୍ଗେସ୍‌କରଙ୍କ ବହୁଚର୍ଚ୍ଚିତ ସଂଗୀତ ‘ଏକ ପ୍ୟାର କା ନଗ୍‌ମା ହୈ’ ସୋସିଆଲ ମେଡିଆରେ ଭାଇରାଲ ହେବାପରେ ବହୁ ସଂଗୀତ ପ୍ରେମୀ ଓ ଜନସାଧାରଣ ମନ୍ତ୍ରମୁଗ୍‌ଧ ହୋଇଥିଲେ। ସଂଗୀତ ନିର୍ଦ୍ଦେଶକ ହିମେଶ ରେଶ୍‌ମିଆ ବଲିଉଡର ପ୍ରଚ୍ଛଦପଟ ଗାୟିକା ଭାବରେ ତାଙ୍କୁ ସୁଯୋଗ ଦେଇଛନ୍ତି। ଆଜି ଯେଉଁ ସ୍ତରରେ ସେ ପହଞ୍ଚତ୍ଛନ୍ତି ତାହା ସ୍ବପ୍ନ ଭଳି ଲାଗୁଛି ବୋଲି ରାନୁ କହିଛନ୍ତି। ‘ମୁଁ ଫୁଟପାଥ୍‌ରେ ଜନ୍ମ ହୋଇ ନ ଥିଲି। ମୋ ପରିବାରର ବଂଶମର୍ଯ୍ୟାଦା ଥିଲା। ୬ ମାସର ହୋଇଥିବାବେଳେ ମାତାପିତାଙ୍କଠାରୁ ପୃଥକ୍‌ କରିଦିଆଯାଇଥିଲା। ଜେଜେ ମା’ଙ୍କ ଆଦରଯତ୍ନରେ ପ୍ରତିପାଳିତ ହୋଇଥିଲେ ବି ବଞ୍ଚତ୍ବା ଥିଲା ଖୁବ୍‌ କଷ୍ଟଦାୟକ। ବାହାଘର ପରେ ଦୁର୍ଭାଗ୍ୟ ପିଛା ଛାଡି ନ ଥିଲା। ପେଟ ପୋଷିବାକୁ ରେଲଷ୍ଟେଶନ୍‌ରେ ଗୀତ ଗାଇ ଭିକ ମାଗିବାକୁ ପଡୁଥିଲା। ଜୀବନ ଯୁଦ୍ଧରେ ସଂଗ୍ରାମ କଲାବେଳେ ସବୁବେଳେ ଈଶ୍ୱରଙ୍କ ଉପରେ ଭରସା ରଖୁଥିଲି। ଗୀତ ଗାଇବା ପାଇଁ ସୁଯୋଗ ନ ଥିଲା। ଗୀତ ଭଲଲାଗେ ବୋଲି ପରିସ୍ଥିତିରେ ପଡି ଗାଉଥିଲି। ଲତା ମଙ୍ଗେସ୍‌କରଙ୍କ ଗୀତ ଖୁବ୍‌ ପସନ୍ଦ। ତାଙ୍କର ଗୀତ ଗାଇବା ଶୈଳୀ ରେଡିଓ ଓ କ୍ୟାସେଟରୁ ଶିଖି ନେଉଥିଲି।’
ରାନୁଙ୍କର ୫ରୁ ୬ଟି ଗୀତ ରେକର୍ଡିଂ ହୋଇସାରିଲାଣି। ରାନୁ ତାଙ୍କ ଯାତ୍ରାପଥରେ କେତେ ଦୂର ଯାଇପାରୁଛନ୍ତି ତାହା ଦେଖିବାକୁ ପ୍ରଶଂସକମାନେ ଚାହିଁ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଖୁବ୍‌ଶୀଘ୍ର ଆସୁଛି ‘କୌନ୍‌ ବନେଗା କରୋଡ଼ପତି’, ଜାଣନ୍ତୁ କେମିତି କରିବେ ରେଜିଷ୍ଟ୍ରେଶନ

ମୁମ୍ବାଇ: ବିଗ୍‌ ବି’ ଅମିତାଭ ବଚ୍ଚନଙ୍କ କୁଇଜ୍‌ ଶୋ’ କୌନ୍‌ ବନେଗା କରୋଡ଼ପତି’ (କେବିସି) ସବୁବେଳେ ଚର୍ଚ୍ଚାରେ ରହିଥାଏ। ବର୍ତ୍ତମାନ ଏହି ଶୋ’ର ପରବର୍ତ୍ତୀ ସିଜନ୍‌ ...

ଅଲଗା ହେଲା ବାଟ, ପ୍ରେମିକଙ୍କଠାରୁ ଅଲଗା ହେଲେ ଶ୍ରୁତି ହାସନ!

ବମ୍ବେ: ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ସାଉଥ୍‌ ସୁପରଷ୍ଟାର କମଲ ହାସନଙ୍କ ଝିଅ ତଥା ଅଭିନେତ୍ରୀ ଶ୍ରୁତି ହାସନ। ଦୀର୍ଘଦିନ ଧରି ସେ ଶାନ୍ତନୁ ହଜାରିକାଙ୍କୁ...

ପୁଣି ପ୍ରେମରେ ପଡ଼ିଛନ୍ତି କୋଙ୍କଣା? ପୂର୍ବ ସ୍ବାମୀ କରିଦେଲେ ବଡ଼ ଖୁଲାସା

ବମ୍ବେ: ପୁଣି ପ୍ରେମରେ ପଡ଼ିଛନ୍ତି ଅଭିନେତ୍ରୀ କୋଙ୍କଣା ସେନ୍‌ ଶର୍ମା। କିଛି ଦିନ ଧରି ତାଙ୍କର ଲଭ୍‌ ଲାଇଫକୁ ନେଇ ଚର୍ଚ୍ଚା ହେଉଥିଲା। ହେଲେ ସେ...

ଅଭିନେତ୍ରୀ ତମନ୍ନା ଭାଟିଆଙ୍କୁ ସମନ

ବମ୍ବେ,୨୫।୪: ଅଡ଼ୁଆରେ ଫସିଛନ୍ତି ବଲିଉଡ ଅଭିନେତ୍ରୀ ତମନ୍ନା ଭାଟିଆ। ଅଭିନେତା ସଞ୍ଜୟ ଦତ୍ତଙ୍କ ପରେ ବର୍ତ୍ତମାନ ତମନ୍ନା ଭାଟିଆଙ୍କ ନାମ ମଧ୍ୟ ବେଆଇନ ଆଇପିଏଲ୍‌ ମ୍ୟାଚ୍‌...

ହେମାମାଳିନୀଙ୍କୁ ନିର୍ବାଚନ ଲଢ଼ିବାକୁ ମନା କରିଥିଲେ ଧର୍ମେନ୍ଦ୍ର

ମୁମ୍ବାଇ: ଅଭିନେତ୍ରୀ ହେମାମାଳିନୀ ବର୍ତ୍ତମାନ ରାଜନୀତିରେ ସକ୍ରିୟ ରହିଛନ୍ତି। ମଥୁରାରୁ ୨ ଥର ଲୋକ ସଭା ସଦସ୍ୟ ଭାବେ ନିର୍ବାଚିତ ହୋଇଥିବା ହେମାମାଳିନୀ ଚଳିତ ଥର...

ସେଲ୍ସ ଗର୍ଲ ହେଲେ ଶ୍ରଦ୍ଧା

ମୁମ୍ବାଇ: ବଲିଉଡ୍‌ର ପ୍ରତିଭାବାନ୍‌ ଅଭିନେତ୍ରୀ ଶ୍ରଦ୍ଧା କପୁର ସୋସିଆଲ ମିଡିଆରେ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ସେ ନିଜ ଇନ୍‌ଷ୍ଟାଗ୍ରାମରେ ଏକ ଭିଡିଓ ପୋଷ୍ଟ କରିଛନ୍ତି, ଯାହାକୁ...

କ୍ୟାନ୍‌ସରରେ ଆଖି ବୁଜିଲେ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନ

ନୂଆଦିଲ୍ଲୀ,୨୧ା୪: ଲୋକପ୍ରିୟ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନଙ୍କର ୩୦ ବର୍ଷ ବୟସରେ ମୃତ୍ୟୁ ଘଟିଛି। ସେ ଦୀର୍ଘଦିନ ହେଲା କ୍ୟାନ୍‌ସରରେ ପୀଡ଼ିତ ଥିଲେ। ଇନ୍‌ଷ୍ଟାଗ୍ରାମରେ ତାଙ୍କର...

ହିନ୍ଦୀ ନ କହିବାରୁ କନ୍ନଡ଼ ଅଭିନେତ୍ରୀଙ୍କୁ ଆକ୍ରମଣ

ବେଙ୍ଗାଲୁରୁ, ୨୦।୪: କନ୍ନଡ଼ ଅଭିନେତ୍ରୀ ହର୍ଷିକା ପୁନାଚାଙ୍କୁ ୨ ଦିନ ତଳେ କେତେଜଣ ଦୁର୍ବୃତ୍ତ ଆକ୍ରମଣ କରିଥିବା ଶୁକ୍ରବାର ସେ ନିଜ ଫେସବୁକରେ ପୋଷ୍ଟ କରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri