ସିନାପାଲି: ଉଦନ୍ତୀର ଦୁଇ କୂଳ ମୁକୁଳା :ବନ୍ୟା ଜଳରେ ତଟବର୍ତ୍ତୀ ଗଁ। କ୍ଷତିଗ୍ରସ୍ତ

ସିନାପାଲି,୭।୯(ଡି.ଏନ.ଏ.)
ନୂଆପଡା ଜିଲା ସିନାପାଲି ଦେଇ ପ୍ରବାହିତ ଉଦନ୍ତୀ ନଦୀରେ ବନ୍ୟା ଜଳ ଆସି ୨ କୂଳର ଅନେକ ଚାଷ ଜମି ନଷ୍ଟ ହେଉଥିବା ବେଳେ କେତକ ଗ୍ରାମ ନଦୀ ଗର୍ଭରେ ଲୀନ ହେବା ଆଶଙ୍କା ଦେଖାଦେଇଛି। ପ୍ରତିବର୍ଷ ବର୍ଷା ଋତୁରେ ନଦୀରେ ବର୍ଷା ଜଳ ମାଡିଆସି ତଟବର୍ତ୍ତୀ ଗ୍ରାମଗୁଡିକ କରାଡୁଙ୍ଗିରୀ, ଡୁମେରବାହାଲି, ଗଡରାମାଲ, ଚଟିିଆଗୁଡା, ସାଗୁନଭାଡି, ସାଲେକେଲା, ବରଗଁା, କପିଆ, ଯୋଗୀବାହାଲ, ମଖାପଦର, ଲିଆଡ, ଚଲନା, କାପସୀ, ଯୁଗେନପଦର, ପଲସାପଡା, ସିନାପାଲି, ଖଲନା, ଘୁଚାଗୁଡା, ଫୁରଶୁଣ୍ଢ, କିଁଏଟପଦର, ଖଇରପଦର, ସରଧାପୁର ଆଦି ଗ୍ରାମର ଅନେକ କ୍ଷତି କରିଥାଏ। ବନ୍ୟା ଆସି ବନ୍ୟାଜଳ କୂଳ ଲଙ୍ଗି ଏହି ଗ୍ରାମର ଅନେକ ଚାଷ ଜମିଗୁଡିକ ବାଳିଚର ହୋଇଯାଇଥିବାବେଳେ ଚଲନା, କଏଁଟପଦର, ଘୁଚାଗୁଡା ଗ୍ରାମରେ ଏକର ଏକର ଚାଷ ଜମି ନଦୀ ଗର୍ଭରେ ଲିନ ହୋଇସାରିଛି । ଗଡରାମାଳ ଗ୍ରାମ ବର୍ତ୍ତମାନ ସବୁଠାରୁ ବିପଦ ସଙ୍କୁଳ ଅଛି । ଏହି ଗ୍ରାମର ହରିଜନପଡା ଆଡକୁ ନଦୀ ପ୍ରାୟ ୧୦୦ ମିଟରରୁ ଊର୍ଦ୍ଧ୍ୱ କୂଳ ଖାଇ ସାରିଛି । ପଡାରେ ଥିବା ୩୫ ପରିବାରରୁ ବର୍ତ୍ତମାନ ୨୦ ପରିବାରଙ୍କ ଘର ନଦୀରେ ଲୀନ ହୋଇଥିବାରୁ ସେମାନେ ସ୍ଥାନାନ୍ଥର ହୋଇଛନ୍ତି। ଅନ୍ୟମାନେ ମଧ୍ୟ ବର୍ତ୍ତମାନ ଆତଙ୍କିତ ଥିବାବେଳେ ଏହି ପଡାରେ ଥିବା ଅଙ୍ଗନୱାଡି କେନ୍ଦ୍ର ଓ ପ୍ରାଥମିକ ବିଦ୍ୟାଳୟ ମଧ୍ୟ ନଦୀ ଗର୍ଭରେ ଲୀନ ହେବା ଆଶଙ୍କା ଦେଖାଦେଇଛି। ତୁରନ୍ତ ଏହାର ପ୍ରତିକାର ବ୍ୟବସ୍ଥା କରା ନ ଗଲେ ଅନେକ ଛାତ୍ରୀଛାତ୍ରଙ୍କ ପାଠପଢାରେ ବ୍ୟାଘାତ ସୃଷ୍ଟି ହେବା ଆଶଙ୍କ ରହିଛି । ଏହା ସହିତ ତଟବର୍ତ୍ତୀ ଅନେକ ଗ୍ରାମର ଚାଷୀମାନେ ଖରିଫ ଓ ରବି ଋତୁରେ ବିଭିନ୍ନ ଚାଷ କରି ଲାଭବାନ ହୋଇଥାନ୍ତି । କିନ୍ତୁ ଗତ ୩୦ ବର୍ଷ ହେଲା ଉଦନ୍ତୀ ବନ୍ୟା ଜଳ ମାଡି ଆସି ଜମିଗୁଡିକକୁ ନଷ୍ଟ କରିଦେଇଥିବାରୁ ଜମି ହରାଇ ମୁଣ୍ଡରେ ହାତ ଦେବାକୁ ପଡିଛି । ଚଲନା ଗ୍ରାମର ପ୍ରାୟ ୩୦ ଏକର ଚାଷ ଜମି ନଦୀଗର୍ଭରେ ଲୀନ ହୋଇଥିବା ଜଣାପଡିଛି । ଏହାର ପ୍ରତିକାର ପାଇଁ ପ୍ରଶାସନ କୌଣସି ବ୍ୟବସ୍ଥା କରିନାହଁି। ନଦୀ ଦୁଇ କୂଳରେ ସରକ୍ଷା ବାଡ ତିଆରି କରିବା ପାଇଁ ବାରମ୍ବାର ଦାବି ହେଉଥିଲେ ମଧ୍ୟ କୌଣସି ବ୍ୟବସ୍ଥା ହୋଇପାରୁ ନାହଁି । ସିନାପାଲି ବ୍ଲକ ଅନ୍ତର୍ଗତ କରାଡୁଙ୍ଗିରି ଗ୍ରାମଠାରୁ ହାତୀବନ୍ଧା ପର୍ଯ୍ୟନ୍ତ ପର୍ଯ୍ୟାୟକ୍ରମେ ନଦୀ ଦୁଇକୂଳରେ ପଥର ବନ୍ଧ କରାଗଲେ ତଟବର୍ତ୍ତୀ ଗ୍ରାମଗୁଡିକ ରକ୍ଷା ପାଇପାରିବ । ବର୍ତ୍ତମାନ କେବଳ କାପସୀ ଗ୍ରାମ ନିକଟରେ ସ୍ପର କରାଯାଇ ଏହି ଗ୍ରାମକୁ ରକ୍ଷା କରାଯାଇଥିବାବେଳେ ମଖାପଦର ଓ ଯୁଗେନପଦର ନିକଟରେ ମଧ୍ୟ ପଥରବନ୍ଧ କରାଯାଇ ନଦୀ ସ୍ରୋତକୁ ନିୟନ୍ତ୍ରଣ କରାଯାଇପାରିଛି। ହେଲେ ଅନେକ ସ୍ଥାନରେ ନଦୀ ବନ୍ଧ ମୁକୁଳା ପଡିଥିବା ଯୋଗୁ ଆଗକୁ ଅନେକ କ୍ଷତି ହେବା ଆଶଙ୍କା ଦେଖାଦେଇଛି । ଏ ସଂକ୍ରାନ୍ତରେ ସ୍ଥାନୀୟ ତହସିଲଦାର କପିଲଦେବ ସାହୁଙ୍କୁ ପଚାରିବାରୁ କେବଳ ବନ୍ୟାରେ କ୍ଷତିଗ୍ରସ୍ତ ପରିବାରଙ୍କ ପାଇଁ ଅନ୍ୟତ୍ର ସ୍ଥାନାନ୍ତର କରି କିଛି ଦିନ ଖାଦ୍ୟ ବ୍ୟବସ୍ଥା କରିପାରିବେ। ଗ୍ରାମକୁ ରକ୍ଷା କରିବାକୁ ହେଲେ ଜଳ ସେଚନ ବିଭାଗ ଏହି କଥା ବୁଝିବ ବୋଲି କହିଥିଲେ। ଏ ସଂକ୍ରାନ୍ତରେ ଜଳ ସେଚନ ବିଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀ ରମେଶ ପଟ୍ଟନାୟକଙ୍କୁ ପଚାରିବାରୁ ଗାର୍ଡୱାଲ ଦେବାକୁ ଏକ ଆକ୍ସନ ପ୍ଲାନ ସରକାରଙ୍କୁ ଦିଆଯାଇଛି। ସରକାରଙ୍କ ମଞ୍ଜୁରୀ ଅପେକ୍ଷାରେ ଅଛି। ମଞ୍ଜୁରୀ ପାଇଲେ ତୁରନ୍ତ ଗାର୍ଡୱାଲ କାମ କରାଯିବ ବୋଲି କହିଥିଲେ ା


Enter your email to get our daily news in your inbox.

All Right Reserved By Dharitri.Com

ସରିଲା ନାମାଙ୍କନ: ବିଧାନସଭା ପାଇଁ ନୂଆପଡ଼ାରେ ୯, ଖଡ଼ିଆଳରେ ୬ ପ୍ରାର୍ଥୀ

ନୂଆପଡ଼ା,୨୬ା୪(ମକାରୁ ବେମାଲ): ନାମାଙ୍କନର ଶେଷ ଦିନରେ ନୂଆପଡ଼ା ଏବଂ ଖଡିଆଳ ନିର୍ବାଚନ ମଣ୍ଡଳୀର ୪ ବିଧାୟକ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ନୂଆପଡା ନିର୍ବାଚନ...

ସ୍ବାସ୍ଥ୍ୟ, ଶିକ୍ଷା, ବିଜୁଳି ସାତସପନ

ନୂଆପଡ଼ା,୧୮।୪(ମକାରୁ ବେମାଲ)ସ୍ବାଧୀନତାର ଦୀର୍ଘ ବର୍ଷ ପରେ ବି ଲୋକେ ମୌଳିକ ସୁବିଧାରୁ ବଞ୍ଚତ୍ତ। କେନ୍ଦ୍ର ଓ ରାଜ୍ୟ ସରକାର ମାଳମାଳ ଯୋଜନା କରୁଥିଲେ ମଧ୍ୟ ଲୋକ...

ରୋଷେଇ ଘରେ ପଶି ରାଜକୀୟ ଖାଦ୍ୟ ଖାଇଲା ଭାଲୁ: ରାଜମହଲ ଲୋକେ ଭୟଭୀତ

ଖଡ଼ିଆଳ,୧୨।୪(ସୁଜିତ୍‌ କୁମାର ପ୍ରଧାନ):ନୂଆପଡା ଜିଲା ଖଡ଼ିଆଳ ସହରରେ ବୁଧବାର ରାତିରେ ବୁଲୁଥିବା ଭାଲୁ ଶେଷରେ ଖଡ଼ିଆଳ ରାଜବାଟି ରୋଷେଇ ଘରେ ପଶିଥିଲା। ଖଡ଼ିଆଳ ରାଜା ସାହେବଙ୍କ...

ଏହି ଜିଲାରେ ସବୁ ଦଳରେ ବାହାରୁଛି କେଁ

ନୂଆପଡ଼ା,୯।୪(ମକାରୁ ବେମାଲ)ଛତିଶଗଡକୁ ଲାଗି ରହିଥିବା ରାଜ୍ୟର ଏକ ଉପାନ୍ତ ବିଧାନସଭା ନିର୍ବାଚନ ମଣ୍ଡଳୀ ନୂଆପଡା। ଏହି ନିର୍ବାଚନମଣ୍ଡଳୀରେ ୩ ପ୍ରମୁଖ ଦଳରୁ ଏକାଧିକ ଆଶାୟୀ ରହିଥିଲେ।...

ନିର୍ବାଚନ କାର୍ଯ୍ୟରେ ନିୟୋଜିତ ଥିଲେ: ଗାଡ଼ି ଧକ୍କାରେ ଚାଲିଗଲା ଓଡ଼ିଆ କନଷ୍ଟେବଳଙ୍କ ଜୀବନ

କଟକ,୮ା୪ (କାର୍ତ୍ତିକ ସାହୁ) ତାମିଲନାଡୁ ରାଜ୍ୟର ତ୍ରିଚୀଠାରେ ନିର୍ବାଚନ କାର୍ଯ୍ୟରେ ନିୟୋଜିତ ଥିବା ଓଡ଼ିଶା ପୋଲିସ୍‌ କନଷ୍ଟେବଳ ପ୍ରମୋଦ କୁମାର ମାଝି(ସି/୨୨୨)ଙ୍କ ଅକାଳ ମୃତ୍ୟୁ ଘଟିଛି।...

କଦଳୀ ଚାଷ କରି ଲକ୍ଷପତି

ନୂଆପଡା,୫।୪ (ମକାରୁ ବେମାଲ):ନୂଆପଡା ଜିଲା କୋମନା ବ୍ଲକ ଅନ୍ତର୍ଗତ ମିଛାପାଲି ପଞ୍ଚାୟତ ବରକୋଟ ଗାଁର ଚାଷୀ କଦଳୀ ଚାଷ କରି ନିଜେ ସ୍ବାବଲମ୍ବୀ ହୋଇ ଅନ୍ୟକୁ...

ଭିଜିଲାନ୍ସ ଜାଲରେ ରାଜସ୍ବ ବିଭାଗ ସ୍ବତନ୍ତ୍ର ଅଧିକାରୀ

ନୂଆପଡ଼ା,୨୯ା୩(ମକାରୁ ବେମାଲ):ନୂଆପଡା ଜିଲା ରାଜସ୍ବ ବିଭାଗ ସ୍ବତନ୍ତ୍ର ଅଧିକାରୀ ନରେନ୍ଦ୍ର କୁମାର ଚନ୍ଦ୍ରକାର ଜମିଜମା ମାମଲାର ସମାଧାନ ପାଇଁ ଲାଞ୍ଚ ନେଉଥିବା ବେଳେ ଗୁରୁବାର ଭିଜିଲାନ୍ସ...

ଟ୍ରକକୁ ପିଟିଲା ଟ୍ରକ: ଜୀବନ୍ତ ଜଳିଗଲେ ଡ୍ରାଇଭର

ନୂଆପଡ଼ା,୨୨।୩: ନୂଆପଡ଼ା ଜିଲା ସିନାପାଲି ଥାନା ବିଜୁ ଏକ୍ସପ୍ରେସ ୱେ ଚଟିଆଗୁଡ଼ା ଗାଁ ନିକଟରେ ଶୁକ୍ରବାର ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଆଗରେ ଯାଉଥିବା ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri