ସିନାପାଲିରେ ବର୍ଷା ବିତ୍ପାତ, ବ୍ୟାପକ କ୍ଷୟକ୍ଷତି: ସିନାପାଲି ବିଡିଓ, ରାଜସ୍ବ ଅଧିକାରୀଙ୍କ ଅଞ୍ଚଳ ପରିଦର୍ଶନ

ସିନାପାଲି,୯।୮(ଡି.ଏନ.ଏ.)-ନୂଆପଡା ସିନାପାଲି ଅଞ୍ଚଳରେ ଗତ ୨ ଦିନର ଲଗାଣ ବର୍ଷାରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ଅନେକ ଲୋକଙ୍କ ଘରଦ୍ୱାରା ଭୁଶୁଡି ପଡିଥିବା ବେଳେ ଚାଷଜମିଗୁଡିକରେ ହିଡ ଭାଙ୍ଗି ପୋତି ହୋଇଯାଇଛି। ଶହ ଶହ ଏକର ଜମି ବାଲିଚର ହୋଇଯାଇଛି । ସୀମାନ୍ତବର୍ତ୍ତୀ ନୂଆମାଲପଡା ଗ୍ରାମପଞ୍ଚାୟତ ଅଖଡାଭଟାସ୍ଥିତ ପୋଲ ଭୁଶୁଡିଯାଇଛି । ଫଳରେ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ସମେତ ସଦର ସିନାପାଲିକୁ ଯୋଗାଯୋଗ ବିଚ୍ଛିନ ହୋଇରହିଛି। ଅଖଡାଭଟା ନିକଟସ୍ଥ ମେଣ୍ଢାରନାଳରେ ବନ୍ୟାଜଳ ପ୍ରବାହିତ ଯୋଗୁ ଯାତାୟାତ ବାଧାପ୍ରାପ୍ତ ହେଉଛି। ଫଳରେ ଅଖଡାଭଟା ଗ୍ରାମବାସୀ ଜଳବନ୍ଦୀ ଭାବେ ରହିଯାଇଛନ୍ତି । ଗୁରୁବାର ସିନାପାଲି ବିଡିଓ ସୁରେନ୍ଦ୍ର ମେହେର, କେନ୍ଦୁମୁଣ୍ଡା ଆରଆଇ ରମେଶ ଚନ୍ଦ୍ର ମେହେର, ସ୍ଥାନୀୟ କୃଷି କର୍ମଚାରୀ ପବିତ୍ର ହଂସ ପ୍ରମୁଖ କ୍ଷୟକ୍ଷତି ଅଞ୍ଚଳ ପରିଦର୍ଶନ କରିଛନ୍ତି । କ୍ଷୟକ୍ଷତିର ସବିଶେଷ ରିପୋର୍ଟ ଉଚ୍ଚ କର୍ତ୍ତୃପକ୍ଷଙ୍କ ଜଣାଇ କ୍ଷତି ପୂରଣ ଦିଆଯିବ ଏବଂ ଗ୍ରା.ପ. ପାଣ୍ଠିରୁ ରାସ୍ତା ମରାମତି ଯଥାଶୀଘ୍ର କରାଯିବ ଏବଂ ଗ୍ରାମ୍ୟ ଉନ୍ନୟନ ବିଭାଗ ରାସ୍ତା ପାଇଁ ସଂପୃକ୍ତ ବିଭାଗକୁ ଜଣାଇ ପଦକ୍ଷେପ ନିଆଯିବ ବୋଲି ପ୍ରକାଶ କରିଛନ୍ତି। ନୂଆମାଲପଡାର ଚାରିଜଣଙ୍କ ଘର ଭୁଶୁଡି ପଡିଥିବା ବେଳେ ଟଙ୍କାମାଲ ଗାଁର ଦୁଇଜଣଙ୍କ ଘର ଭୁଶୁଡି ପଡିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି ବୋଲି କେନ୍ଦୁମୁଣ୍ଡା ରାଜସ୍ବ ଅଧିକାରୀ ରମେଶ ଚନ୍ଦ୍ର ମେହେର ପ୍ରକାଶ କରିଛନ୍ତି । ବର୍ଷାରେ କ୍ଷୟକ୍ଷତି ହୋଇଥିବ ମକା, ବାଦାମ, ବିରି ସମେତ ଡାଲିଜାତୀୟ ଫସଲର ସବିଶେଷ ରିପୋର୍ଟ ପ୍ରସ୍ତୁତ କରି ଚାଷୀମାନଙ୍କୁ କ୍ଷତି ପୂରଣ ଦିଆଯିବ ବୋଲି କୃଷି କର୍ମଚାରୀ ପବିତ୍ର ହଂସ ପ୍ରକାଶ କରିଛନ୍ତି । ସିନାପାଲି ଅଞ୍ଚଳରେ ଲଗାଣ ବର୍ଷା ଯୋଗୁ ସୀମାନ୍ତବର୍ତ୍ତୀ ନୂଆମାଲପଡା, ନଙ୍ଗଲବୋଡ, ଘାଟମାଲ ଅଞ୍ଚଳରେ ବିଶେଷ କ୍ଷୟକ୍ଷତି ଘଟାଇଛି। ଜଙ୍ଗଲବର୍ତ୍ତୀ ଅଞ୍ଚଳ ହୋଇଥିବାରୁ ଜଙ୍ଗଲର ଛୋଟ ଛୋଟ ଝରଣାର ପାଣି ଆସି ସ୍ଥାନୀୟ ଅଞ୍ଚଳର ପୋଖରୀଗୁଡିକ ଭାଙ୍ଗି ଏଭଳି ଅବସ୍ଥା ହୋଇଥିବା ଜଣାପଡିଛି ।
ସେହିପରି ନୂଆମାଲପଡାସ୍ଥିତ ଖନ୍ଦାପଡା ସରକାରୀ ପୋଖରୀ ଜମିହୁଡା ଭାଙ୍ଗି ବ୍ୟାପକ କ୍ଷୟକ୍ଷତି ଘଟାଇଛି। ପୋଖରୀ ତଳି ଅଞ୍ଚଳ ଚାଷଜମି ସମ୍ପୂର୍ଣ୍ଣ ଭାବେ ମାଟି ପୋତିଦେଇଛି। ନୂଆମାଲପଡା ଗ୍ରାମର ଚିନ୍ମୟ କୁମାର ମୁଣ୍ଡଙ୍କ ବେସରକାରୀ ପୋଖରୀ ହୁଡା ଭାଙ୍ଗି ତଳି ଅଞ୍ଚଳର ଶତାଧିକ ଏକର ଚାଷ ଜମିରେ ବାଲିଚର ହୋଇଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଜଙ୍ଗଲରେ ନିଆଁ ଲଗାଇ କରୁଥିଲେ ବନ୍ୟଜନ୍ତୁ ଶିକାର: ମାଡ଼ିବସିଲା ବନ ବିଭାଗ

ଦାରିଙ୍ଗବାଡି,୨୬।୪(ଅରୁଣ ସାହୁ): ଜଙ୍ଗଲରେ ନିଆଁ ଲଗାଇ ଧ୍ବଂସ କରିବା ଏବଂ ଗରମରେ ବନ୍ୟଜନ୍ତୁ ଆଉଟୁପାଉଟୁ ହୋଇ ପାଣି ପିଇବାକୁ ଆସିବା ବେଳେ ଶିକାର କରୁଥିବା ୩ଜଣ...

ସାନଖେମୁଣ୍ଡି ବିଧାନସଭା ପାଇଁ ନାମାଙ୍କନ ପତ୍ର ଦାଖଲ କଲେ ବିଜେଡି ପ୍ରାର୍ଥିନୀ ସୁଶ୍ରୀ

ଛତ୍ରପୁର ୨୬। ୪ (ଦିଲ୍ଲୀପ କୁମାର ସାମଲ) : ଗଞ୍ଜାମ ଜିଲାରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ଆଜିଠାରୁ ନାମଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ...

ଶ୍ରୀସନ୍ନ୍ୟାସୀ ଜୀଙ୍କୁ ରାଜ୍ୟସ୍ତରୀୟ ଆଧ୍ୟାତ୍ମିକ ପ୍ରବକ୍ତା ସମ୍ମାନ

କଟକ,୨୬ା୪: କଟକ ମହାନଗର ନିଗମର ୫୮ ନମ୍ବର ଓ୍ବାର୍ଡ ଅନ୍ତର୍ଗତ ପ୍ରତାପନଗରୀସ୍ଥିତ ମା’ ଧାକୁଲେଇଙ୍କ ପୀଠରେ ଗୁରୁବାର ଓଡ଼ିଶାର ପ୍ରସିଦ୍ଧ ବାଣଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଯାତ୍ରା...

ସରିଲା ନାମାଙ୍କନ: ବିଧାନସଭା ପାଇଁ ନୂଆପଡ଼ାରେ ୯, ଖଡ଼ିଆଳରେ ୬ ପ୍ରାର୍ଥୀ

ନୂଆପଡ଼ା,୨୬ା୪(ମକାରୁ ବେମାଲ): ନାମାଙ୍କନର ଶେଷ ଦିନରେ ନୂଆପଡ଼ା ଏବଂ ଖଡିଆଳ ନିର୍ବାଚନ ମଣ୍ଡଳୀର ୪ ବିଧାୟକ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ନୂଆପଡା ନିର୍ବାଚନ...

ଗାଁକୁ ଆସିପାରିଲା ନି ଆମ୍ବୁଲାନ୍ସ: ଖଟିଆରେ ବୁହାହେଲେ ଗର୍ଭବତୀ

ବାଲେଶ୍ୱର,(ମାନସ ବିଶ୍ୱାଳ)୨୬।୪: ବାଲେଶ୍ୱର ଜିଲା ସୋର ବ୍ଲକ ଅନନ୍ତପୁର ପଞ୍ଚାୟତରେ ସ୍ବାଧୀନତାର ୭୭ ବର୍ଷ ପରେ ମଧ୍ୟ ଗର୍ଭବତୀ ମହିଳାଙ୍କୁ ହସ୍ପିଟାଲ ଯିବା ପାଇଁ ଖଟିଆର...

ଏପଟେ ଜଙ୍ଗଲ ନିଆଁ ଉତ୍ତାପକୁ କରୁଛି ଦ୍ୱିଗୁଣିତ, ସେପଟେ ବିଦ୍ୟୁତ୍‌କାଟ୍‌ ଘୋଷଣା

ଦାରିଙ୍ଗବାଡ଼ି,୨୬ା୪(ଅରୁଣ): କନ୍ଧମାଳ ଜିଲାରେ ଭଞ୍ଜନଗରଠାରୁ ଫୁଲବାଣୀକୁ ଆସିଥିବା ଓଡ଼ିଶା ବିଦ୍ୟୁତ୍‌ ଶକ୍ତି ପରିବହନ ନିଗମ ଲିମିଟେଡ୍‌ (ଓପିଟିସିଏଲ୍‌) ଅଧୀନସ୍ଥ ୧୩୨ କେଭି ଲାଇନର ବାର୍ଷିକ ରକ୍ଷଣାବେକ୍ଷଣ...

ଶୁଖୁଛି ଜଳଭଣ୍ଡାର, ସଙ୍କଟରେ ହାତୀ

କେନ୍ଦୁଝର,୨୬ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାରେ ତାପମାତ୍ରା ୪୩ ଡିଗ୍ରୀ ଉପରେ ରହୁଛି। ଅତ୍ୟଧିକ ଉତ୍ତାପରେ ଜନଜୀବନ ବ୍ୟତିବ୍ୟସ୍ତ ହୋଇପଡ଼ିଛି। ଗରମ ସାଙ୍ଗକୁ ନଦୀ, ନାଳ,...

ଏଏପି ଛାଡିଥିଲେ: ଏବେ ବିଜେଡ଼ିରେ ଯୋଗଦେବେ ବୋଲି ଚର୍ଚ୍ଚା

ବରଗଡ଼,୨୬।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଆମ ଆଦମୀ ପାର୍ଟି(ଏଏପି)ର ୪କାର୍ଯ୍ୟକର୍ତ୍ତା ଗୁରୁବାର ଦଳ ଛାଡ଼ିଛନ୍ତି । ସେମାନେ ହେଲେ, ଦଳର ବିଜେପୁର ବ୍ଳକ ସଭାପତି ରାମଚନ୍ଦ୍ର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri