ସାହାଯ୍‌ ଆଶ୍‌ରେ ପକ୍ଷାଘାତ ରୁଗୀ ନିତ୍ୟାନନ୍ଦ

ଲାଠୋର, ୧୧।୧୧(ଡି.ଏନ୍‌.ଏ.)-  ସରକାର ଅନେକ ଯୋଜନା କାଯ୍‌କାରୀ କରି ଗରିବ୍‌ ଦୁଖିକୁ ମାହାଲିଆ ଚିକିଛା ସୁବିଧା, ଉଷୋକଷା ଯୁଗେଇ ଦେଉଛନ୍‌। ହେଲେ ପରଚାର ପରସାର ଅଭାବୁ ଅନେକ ଗରିବ୍‌ ଦୁଖି ଯୋଜନା ବାବ୍‌ଦେ ଜାନି ନାଇଁପାରବାର। ଏନ୍‌ତାଥି ସେମାନେ ରୋଗ୍‌ରେ ପଡ଼ି ମୁର୍‌ତୁ ସଂଗେ ଯୁଝୁଛନ୍‌। ହେଲେ ଦୁଖର କଥା ଏନ୍‌ତା ରୁଗୀକର ଉପରେ ଥାନୀଅ ପରଶାସନ କି ସୁଆସ୍‌ତିଅ ବିଭାଗର ନଜର ନାଇଁ ପଡ଼ବାର। ଏନ୍‌ତା ଗୁଟେ ଘଟନା ଦେଖବାକେ ମିଲିଛେ ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ଲାଠୋର ସଦର ଗଁାର ଥାନାପଡ଼ାରେ।
ସୂଚନା ହିସାବେ ଥାନାପଡ଼ାର ନିତ୍ୟାନନ୍ଦ ସୁନାନୀ(୫୫)। ପରିବାର କହେଲେ ମାଏକିନା ଚଞ୍ଚଳା, ଝି’ ବର୍ଷା, ଦୁଇ ପୁଓ ଭୋଲା ଆର ଆକାଶକେ ନେଇ ସଁସାର। ଝି’ ଆର ବଡ଼ ପୁଓ ବିହାଚୁରା ହେଇ ସାରିଥିଲାବେଲେ ସାନପୁଓ ଅବିହାରି ରହିଛନ୍‌। ୪ ଡେସିମିଲ ଘରଡିହକେ ଛାଡ଼ିଦେଲେ ନିତ୍ୟାନନ୍ଦକଁର ସଁପତି ବଲି କିଛି ନାଇଁ। ନିତ୍ୟାନନ୍ଦ ଝନେ ସାଇକେଲ ମେକାନିକ। ସେ ସାଇକେଲ ମରାମତି କରି କୁଟୁମ ପୁଷୁଥିଲେ। ହେଲେ ଆଏଜ୍‌କେ ଦେଢ଼ ବଛର ହେଲା ସେ ପକ୍ଷାଘାତ ରୋଗ୍‌ରେ ଘରେ ପଡ଼ି ରହିଛନ୍‌। ଉଧାରବାଡ଼ କରି ଆସର ପାସର ଡାକ୍‌ତରଖାନାରେ ଚିକିଛା କରେଇ ନିରାଶ ହେଇଛନ୍‌। ଏହେଦ୍‌କା ତାକର ଡେବ୍‌ରି ଗୋଡ଼ହାତ୍‌ କାମ୍‌ ନାଇଁ କରବାର, ଠିକ୍‌ ସେ କଥା କହି ନାଇଁପାରବାର। ଖାଲି ଖଟେ ପଡ଼ି ରହି ମଟ୍‌ ମଟ୍‌ ଦେଖୁଛନ୍‌। ଏନ୍‌ତାଥି ଚଞ୍ଚଳା ତାକର ଗଧାମଖା, ଖାନାପିନା, ଝାଡ଼ାଝପଟ ସବୁପରକାର ସେବା ଯତନ୍‌ କରୁଛନ୍‌। ନିତ୍ୟାନନ୍ଦକଁର ସାନପୁଓ ବେରୋଜଗାର ଥିଲାବେଲେ ବଡ଼ପୁଓ ଭୋଲା ସାଇକେଲ ମରାମତି କରି ଦୁଇ ପଏସା ରୁଜଗାର କରୁଛନ୍‌। ହେଲେ ସେଟା ପରିବାରର ପେଟ୍‌କେ ହେଲେ ଦିହିକେ ନାଇଁ ପୁହୁଁଚିବାର। ଏନ୍‌ତା ଅଭାବ ଅନାଟନରେ ପରିବାର ଲୋକ ନିତ୍ୟାନନ୍ଦକୁଁ ଉଚ ଚିକିଛା ତ ଦୂରର କଥା ଠିକ୍‌ ସମିଆରେ ଉଷୋକଷା ଘିନି ଦେଇ ନାଇଁପାରବାର। ଏନ୍‌ତାଥି ଉପେ ଶୂଇନ୍‌ ଚଞ୍ଚଳା ଗଣମାଧ୍ୟମ ଜରିଆରେ ଆପ୍‌ନେର ଚିକିଛା ସାହାଯ୍‌ ଲାଗି ଜିଲା ପରଶାସନ ଆର ସୁଆସ୍‌ତିଅ ବିଭାଗକେ ଗୁହାରି କରିଛନ୍‌।


Enter your email to get our daily news in your inbox.

All Right Reserved By Dharitri.Com

ବ୍ରହ୍ମପୁରର ସୁନା ପୁଅ: ମହାକାଶ ବିଜ୍ଞାନରେ ଗବେଷଣା କରି ସୁନାମ ଆଣିଛନ୍ତି ବିଶ୍ୱଜିତ

ବ୍ରହ୍ମପୁର,୨୦।୮(ସୁବାସ ଚନ୍ଦ୍ର ପାଢ଼ୀ): ମହାକାଶ ବିଜ୍ଞାନ କ୍ଷେତ୍ରରେ ଅସାଧାରଣ ଗବେଷଣା କରି ବ୍ରହ୍ମପୁର ସହର ପାଇଁ ସୁନାମ ଆଣିଛନ୍ତି ହିଲପାଟଣା ନିବାସୀ ହୃଷିକେଶ ଦାଶ ଓ ସଂଯୁକ୍ତା…

କାର୍‌ରେ ଟଙ୍କା ନେଇ ଆସୁଥିବା ବେଳେ ବାଟରେ ମାଡିବସିଲା ଭିଜିଲାନ୍ସ

ସୁନ୍ଦରଗଡ଼,୨୦।୮(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ଲାଠିକଟା ତହସିଲଦାର ମୁରଲୀଧର ଉର୍ମଳ ଗୁରୁବାର ଭିଜିଲାନ୍ସ ଜାଲରେ ପଡିଛନ୍ତି। ତହସିଲଦାର ମୁରଲୀଧର ଲାଠିକଟା ଅଫିସରୁ ରାଉରକେଲା ଆସିବା ବାଟରେ…

ସ୍ବାସ୍ଥ୍ୟକେନ୍ଦ୍ରର ପାଚେରୀ ନିର୍ମାଣ କାର୍ଯ୍ୟରେ ଅନିୟମିତତା

କର୍ଲାମୁଣ୍ଡା;୨୦।୮(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକରେ ଥିବା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଭିତ୍ତିଭୂମିର ବିକାଶ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ୧୧ କୋଟି ଅର୍ଥ…

ସାତକୋଶିଆ ଘାଟିରେ ମର୍ମନ୍ତୁଦ ଦୁର୍ଘଟଣା; ଅଟୋକୁ ଧକ୍କା ଦେଲା ଥାର୍, ୧୦…

ଆନନ୍ଦପୁର,୨୦।୮((ସୁଶାନ୍ତ କୁମାର ସାହୁ ): ଆନନ୍ଦପୁର ସାତକୋଶିଆ ଘାଟିରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଥାର୍ ଗାଡିର ଜୋରଦାର ଧକ୍କାରେ ଅଟୋ ଚୁରମାର ହୋଇଯାଇଛି। ଘଟଣାରେ…

‘ଯୁବବର୍ଗ ୧୮ ବର୍ଷରେ ଭୋଟ୍‌ ଦେବା ଅଧିକାର ହେଉଛି ରାଜୀବଙ୍କ ଅବଦାନ’

କେନ୍ଦୁଝର,୨୦ା୮(ନରେଶ ଚନ୍ଦ୍ର ପଟ୍ଟନାୟକ): ଆଧୁନିକ ଭାରତର ନିର୍ମାତା, ଯୁବ ମାନସର ପ୍ରତୀକ, ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଭାରତରତ୍ନ ସ୍ବର୍ଗତ ରାଜୀବ ଗାନ୍ଧୀଙ୍କର ୮୦ ତମ ଜନ୍ମଜୟନ୍ତୀ ସ୍ଥାନୀୟ…

ପୋଖରୀରେ ଗାଧୋଉଥିଲେ ଯୁବକ, ୨ ରାଉଣ୍ଡ ଗୁଳି ଚଳାଇ ଲୁଟିନେଲେ ବାଇକ

ନୟାଗଡ, ୨୦।୮(ଲୋକନାଥ ମିଶ୍ର): ନୟାଗଡ ଜିଲା ଚାନ୍ଦପୁର ଥାନା କୁସୂପଲାରେ ୨ରାଉଣ୍ଡ ଗୁଳି ଚାଳନା ହୋଇଛି । ପୋଖରୀରେ ଗାଧୋଉ ଥିବା ବେଳେ ଗୁରୁବାର ଅପରାହ୍ନ ପ୍ରାୟ…

କେସିଙ୍ଗାରେ ବିଜେଡି ଯୁବ ରାଜ୍ୟ ସଭାପତି, କହିଲେ ଆଗାମୀ ପଞ୍ଚାୟତ ନିର୍ବାଚନରେ…

କେସିଙ୍ଗା,୨୦ା୮(ତୁମେଶ୍ୱର ସାହୁ): ରାଜ୍ୟ ବିଜୁ ଯୁବ ଜନତା ଦଳର ରାଜ୍ୟ ସଭାପତି ଚିନ୍ମୟ କୁମାର ସାହୁ ନବରଙ୍ଗପୁରରେ ହେବାକୁ ଥିବା ଛାତ୍ର ସମାବେଶରେ ଯୋଗ ଦେବାପାଇଁ ଗୁରୁବାର…

ପୋଖରୀରେ ମୃତଦେହ-ଘରେ ମିଳିଲା କଟାମୁଣ୍ଡ, ବଲାଙ୍ଗୀରରେ ହଇଚଇ

ବଲାଙ୍ଗୀର, ୨୦।୮(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଦେଓଗାଁ ଥାନା ଅନ୍ତର୍ଗତ ଏକ ପୋଖରୀରୁ ମୁଣ୍ଡ ବିହୀନ ମୃତଦେହ ମିଳିବା ଘଟଣାରେ ବଡ଼ ଖୁଲାସା ହୋଇଛି ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri