ସାରାବଙ୍ଗ ପଞ୍ଚାୟତ ସମ୍ମୁଖରେ ଧାରଣା

ନୂଆପଡା ଅଫିସ,୩ା୮
ନୂଆପଡା ଜିଲା ସଦର ବ୍ଲକ ସାରାବଙ୍ଗ ପଞ୍ଚାୟତରେ ଉନ୍ନୟନ କାମରେ ଅନିୟମିତତା ହୋଇଥିବା ନେଇ ସାରାବଙ୍ଗ ଗ୍ରାମବାସୀ ଆଜକୁ ଦେଢ ମାସ ହେବ ଧାରଣା ଦେଇଥିବାବେଳେ କୌଣସି କାର୍ଯ୍ୟାନୁଷ୍ଠାନ ହେଉ ନ ଥିବାରୁ ସାଧାରଣରେ ଅସନ୍ତୋଷ ପୁଞ୍ଜିଭୂତ ହେଉଛି । ବିଭିନ୍ନ ସମୟରେ ଅଧିକାରୀମାନେ ଆସି ବୁଲିଯାଉଛନ୍ତି । ହେଲେ ପରବର୍ତ୍ତି ସମୟରେ ତାହା ଫାଇଲ ତଳେ ଚାପି ହୋଇଯାଉଛି । କାର୍ଯ୍ୟାନୁଷ୍ଠାନ ହେବ ବୋଲି କେବଳ ଭୁଆଁ ବୁଲାଉଛି ପ୍ରଶାସନ ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଏହା ଉପରେ କାର୍ଯ୍ୟାନୁଷ୍ଠାନ ନ ହେଲେ ଆନ୍ଦୋଳନକୁ ବ୍ୟାପକ କରାଯିବ ବୋଲି ଚେତାଇ ଦେଇଛନ୍ତି ।
ଏମ୍‌ଜିଏନ୍‌ଆରଇଜିଏସ୍‌ରେ ଅନିୟମିତତା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ହେଉକି ବିଭିନ୍ନ ଉନ୍ନତି ମୂଳକ ଯୋଜନାରେ ଅନିୟମିତତା ହୋଇଥିବା ନେଇ ତାରି ତଦନ୍ତ ଦାବିରେ ସାରାବଙ୍ଗ ଗ୍ରାମବାସୀ ପଞ୍ଚାୟତ ସମ୍ମୁଖରେ ଗତ ଜୁନ ୧୯ ତାରିଖ ଦିନ ଧାରଣା ଦେଇଛନ୍ତି । ସେହି ଦିନଠାରୁ ଭିନ୍ନ ଭିନ୍ନ ଦିନରେ ବ୍ଲକ ତଥା ଜିଲା ପ୍ରଶାସନର ପ୍ରତିନିଧି ଦଳ ଧାରଣାସ୍ଥଳକୁ ଆସି ବୁଲି ଯାଇଛନ୍ତି । ଏହା ଉପରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ପ୍ରତିଶ୍ରୁତି ଦେଇଯାଇଛନ୍ତି। ପ୍ରଥମେ ବିଡିଓ ସୁନୀଲ କୁମାର କେର୍କେଟା, ବ୍ଲକ ଅଧ୍ୟକ୍ଷା ତାରେଶ୍ୱରୀ ସାହୁ ଜୁନ ୨୨ ତାରିଖରେ ବୁଲି ଯାଇଛନ୍ତି। ପରେ ଡିଆରଡିଏରୁ ଏକ ୱାର୍କସ କମିଟି ଦାବିଗୁଡିକ ଉପରେ ତଦନ୍ତ କରି ଯାଇଛନ୍ତି । ହେଲେ ଆଜିପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ହେଉନାହିଁ । ତେଣୁ କରି ଏହା ଉପରେ କାର୍ଯ୍ୟାନୁଷ୍ଠାନ ନ ହେବାଯାଏଁ ସେମାନେ ଏଥିରୁ ଓହରି ବେନାହିଁ ବୋଲି ଅଡି ବସିଛନ୍ତି । ଏଣେ ଦିନ ପରେ ଦିନ ଗଡିଚାଲିଛି । ଫଳରେ ସାଧାରଣ ବଣ୍ଟନ ବ୍ୟବସ୍ଥା ହେଉକି ଭତ୍ତା ବଣ୍ଟନ ଭଳି କାମରେ ବାଧା ସୃଷ୍ଟି ହେଉଛି । ଯେକୌଣସି ଅଭିଯୋଗ ଥାଉନା କାହିଁକି ଖୋଲା ଖୋଲି ଆସି ଆଲୋଚନା କରି ପାରିବେ ବୋଲି ସରପଞ୍ଚ କହିଥିବାବେଳେ ଆମେ ଗଣତାନ୍ତ୍ରିକ ପଦ୍ଧତିରେ ଆନ୍ଦୋଳନ କରୁଛୁ । କୌଣସି ପ୍ରକାର ବିଶୃଙ୍ଖଳା ସୃ୍‌ଷ୍ଟି କରିବା ଆମର ଉଦ୍ଦେଶ୍ୟ ନାହିଁ । ଆମରି ଅଧିକାରକୁ କର୍ତ୍ତୃପକ୍ଷକ୍ଷୂର୍ଣ୍ଣ କରୁଛନ୍ତି । ପଞ୍ଚାୟତର କାର୍ଯ୍ୟକଳା ପରେ କୌଣସି ହସ୍ତକ୍ଷେପ କରୁନାହୁଁ ବୋଲି ଆନ୍ଦୋଳନକାରୀମାନେ ଗଣମାଧ୍ୟମକୁ କହିଛନ୍ତି । ଆଜକୁ ଆନ୍ଦୋଳନ ଦେଢ ମାସ ବିତିଗଲାଣି । ଆଗକୁ ମଧ୍ୟ ଏହା ଜାରି ରହିବ। ହେଲେ ଆଗାମୀ ସୋମବାର ଜିଲାପାଳଙ୍କୁ ଭେଟି ଜଣାଇବା ପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନ ହେଲେ ଏହାକୁ ତୀବ୍ର କରାଯିବ ବୋଲି ଚେତାବନୀ ଦେଇଛନ୍ତି । ଏହାକୁ ନେଇ ପ୍ରଶାସନ କ’ଣ କରୁଛି ତାହା ଆଗାମୀ ଦିନରେ ଜଣାପଡିବ ବୋଲି ଲାଲ ସିଂ ମାଝି, ରାଜୁ ସୋନି ପ୍ରମୁଖ କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ସ୍ବାସ୍ଥ୍ୟ, ଶିକ୍ଷା, ବିଜୁଳି ସାତସପନ

ନୂଆପଡ଼ା,୧୮।୪(ମକାରୁ ବେମାଲ)ସ୍ବାଧୀନତାର ଦୀର୍ଘ ବର୍ଷ ପରେ ବି ଲୋକେ ମୌଳିକ ସୁବିଧାରୁ ବଞ୍ଚତ୍ତ। କେନ୍ଦ୍ର ଓ ରାଜ୍ୟ ସରକାର ମାଳମାଳ ଯୋଜନା କରୁଥିଲେ ମଧ୍ୟ ଲୋକ...

ରୋଷେଇ ଘରେ ପଶି ରାଜକୀୟ ଖାଦ୍ୟ ଖାଇଲା ଭାଲୁ: ରାଜମହଲ ଲୋକେ ଭୟଭୀତ

ଖଡ଼ିଆଳ,୧୨।୪(ସୁଜିତ୍‌ କୁମାର ପ୍ରଧାନ):ନୂଆପଡା ଜିଲା ଖଡ଼ିଆଳ ସହରରେ ବୁଧବାର ରାତିରେ ବୁଲୁଥିବା ଭାଲୁ ଶେଷରେ ଖଡ଼ିଆଳ ରାଜବାଟି ରୋଷେଇ ଘରେ ପଶିଥିଲା। ଖଡ଼ିଆଳ ରାଜା ସାହେବଙ୍କ...

ଏହି ଜିଲାରେ ସବୁ ଦଳରେ ବାହାରୁଛି କେଁ

ନୂଆପଡ଼ା,୯।୪(ମକାରୁ ବେମାଲ)ଛତିଶଗଡକୁ ଲାଗି ରହିଥିବା ରାଜ୍ୟର ଏକ ଉପାନ୍ତ ବିଧାନସଭା ନିର୍ବାଚନ ମଣ୍ଡଳୀ ନୂଆପଡା। ଏହି ନିର୍ବାଚନମଣ୍ଡଳୀରେ ୩ ପ୍ରମୁଖ ଦଳରୁ ଏକାଧିକ ଆଶାୟୀ ରହିଥିଲେ।...

ନିର୍ବାଚନ କାର୍ଯ୍ୟରେ ନିୟୋଜିତ ଥିଲେ: ଗାଡ଼ି ଧକ୍କାରେ ଚାଲିଗଲା ଓଡ଼ିଆ କନଷ୍ଟେବଳଙ୍କ ଜୀବନ

କଟକ,୮ା୪ (କାର୍ତ୍ତିକ ସାହୁ) ତାମିଲନାଡୁ ରାଜ୍ୟର ତ୍ରିଚୀଠାରେ ନିର୍ବାଚନ କାର୍ଯ୍ୟରେ ନିୟୋଜିତ ଥିବା ଓଡ଼ିଶା ପୋଲିସ୍‌ କନଷ୍ଟେବଳ ପ୍ରମୋଦ କୁମାର ମାଝି(ସି/୨୨୨)ଙ୍କ ଅକାଳ ମୃତ୍ୟୁ ଘଟିଛି।...

କଦଳୀ ଚାଷ କରି ଲକ୍ଷପତି

ନୂଆପଡା,୫।୪ (ମକାରୁ ବେମାଲ):ନୂଆପଡା ଜିଲା କୋମନା ବ୍ଲକ ଅନ୍ତର୍ଗତ ମିଛାପାଲି ପଞ୍ଚାୟତ ବରକୋଟ ଗାଁର ଚାଷୀ କଦଳୀ ଚାଷ କରି ନିଜେ ସ୍ବାବଲମ୍ବୀ ହୋଇ ଅନ୍ୟକୁ...

ଭିଜିଲାନ୍ସ ଜାଲରେ ରାଜସ୍ବ ବିଭାଗ ସ୍ବତନ୍ତ୍ର ଅଧିକାରୀ

ନୂଆପଡ଼ା,୨୯ା୩(ମକାରୁ ବେମାଲ):ନୂଆପଡା ଜିଲା ରାଜସ୍ବ ବିଭାଗ ସ୍ବତନ୍ତ୍ର ଅଧିକାରୀ ନରେନ୍ଦ୍ର କୁମାର ଚନ୍ଦ୍ରକାର ଜମିଜମା ମାମଲାର ସମାଧାନ ପାଇଁ ଲାଞ୍ଚ ନେଉଥିବା ବେଳେ ଗୁରୁବାର ଭିଜିଲାନ୍ସ...

ଟ୍ରକକୁ ପିଟିଲା ଟ୍ରକ: ଜୀବନ୍ତ ଜଳିଗଲେ ଡ୍ରାଇଭର

ନୂଆପଡ଼ା,୨୨।୩: ନୂଆପଡ଼ା ଜିଲା ସିନାପାଲି ଥାନା ବିଜୁ ଏକ୍ସପ୍ରେସ ୱେ ଚଟିଆଗୁଡ଼ା ଗାଁ ନିକଟରେ ଶୁକ୍ରବାର ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଆଗରେ ଯାଉଥିବା ଏକ...

ବସୁଧାରୁ ମିଳୁନି ପାଣି, ଖୋଲାକୂଅ ଭରସା

ନୂଆପଡ଼ା,୨୨।୩(ମକାରୁ ବେମାଲ): ନୂଆପଡା ଜିଲା କୋମନା ବ୍ଲକ ଅନ୍ତର୍ଗତ ସୁନାବେଡା ପଞ୍ଚାୟତ ଗାତିବେଡା ଗାଁରେ ଜଳ ସଙ୍କଟ ଦେଖାଦେଇଥିବା ବେଳେ କୂଅ ପାଣି ଉପରେ ଲୋକେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri