ନୂଆପଡ଼ା,୧୪ା୧୧ (ମକାରୁ ବେମାଲ): ନୂଆପଡ଼ା ଜିଲା ବୋଡେନ ଥାନା ଅନ୍ତର୍ଗତ ପାଟଧରା ଓ ଗର୍ଜନପାଣି ସଂରକ୍ଷିତ ଜଙ୍ଗଲରେ କେତେଜଣ ଯବାନଙ୍କ ସହ ମାଓବାଦୀ ନିହତ ହୋଇଥିଲେ। ହେଲେ ସେହି ଜଙ୍ଗଲରେ ମାଓବାଦୀମାନେ ମାଟି ତଳେ ବହୁ ପରିମାଣରେ ମାରଣାସ୍ତ୍ର ଓ ବିସ୍ଫୋରକ ଲୁଚାଇ ରଖିଥିଲେ। ଏ ସମ୍ପର୍କରେ ସ୍ବତନ୍ତ୍ର ଗୋଇନ୍ଦା ସୂତ୍ରରୁ ପୋଲିସ ଖବର ପାଇଥିଲା।
ଜନସାଧାରଣଙ୍କ ସୁରକ୍ଷା ଦୃଷ୍ଟିରୁ ଜିଲା ଆରକ୍ଷୀ ଅଧୀକ୍ଷକ ତପନ ନାରାୟଣ ରଥଙ୍କ ନିର୍ଦ୍ଦେଶ କ୍ରମେ ଶନିବାର ଡିଭିଏଫ ଯବାନମାନେ ପାଟଧରା-ଗର୍ଜନପାଣି ସଂରକ୍ଷିତ ଜଙ୍ଗଲରେ ଅପରେଶନ କରିଥିଲେ। ଏହି ସମୟରେ ଯବାନମାନେ ମାଟି ତଳୁ ୭ଟି ପ୍ରେସର କୁକର ଆଇଇଡି, ୪ଟି ବୈଦ୍ୟୁତିକ ତାର ଗଣ୍ଠି ଉଦ୍ଧାର କରିଥିଲେ।
ବିସ୍ଫୋରକ ସାମଗ୍ରୀ ସମୟସୀମା ମଧ୍ୟରେ ଉଦ୍ଧାର କରାଯାଇଥିବାରୁ ଅଞ୍ଚଳର ଜନସାଧାରଣଙ୍କ ପ୍ରତି ଏକ ସମ୍ଭାବ୍ୟ ବିପଦକୁ ଏଡାଇ ଦିଆଯାଇଛି। ଉଦ୍ଧାର ସାମଗ୍ରୀ ପୂର୍ବ ମାଓବାଦୀମାନଙ୍କ ଷ୍ଟକର ଅବଶିଷ୍ଟାଂଶ ବୋଲି ସନ୍ଦେହ କରାଯାଉଛି। ଧମତରି-ଗରିଆବନ୍ଧ-ନୂଆପଡା ଡିଭିଜନର ସମସ୍ତ କ୍ୟାଡର ମାଓବାଦୀ ଆମତ୍ସମର୍ପଣ କରିଛନ୍ତି ା ଯେଉଁମାନେ ରହି ଯଉଯାଇଛନ୍ତି ସେମାନେ ନିଷ୍କ୍ରିୟ ହୋଇଛନ୍ତି ା ସେମାନଙ୍କ ଚଳପ୍ରଚଳ ନ ଥିଲେ ମଧ୍ୟ ଅଞ୍ଚଳରେ ମାଓବାଦୀ କାର୍ଯ୍ୟକଳାପକୁ ଦୂର କରିବା ପାଇଁ ଅପରେଶନ ଜାରି ରହିବ ବୋଲି ଉପଖଣ୍ଡ ପୋଲିସ ଅଧିକାରୀ ସ୍ବାଧୀନ ମିଶ୍ର ପ୍ରେସବାର୍ତ୍ତାରେ ଉଲ୍ଲେଖ କରିଛନ୍ତି ା

