Posted inଜାତୀୟ

ସାମ୍ବିଧାନିକ ପୀଠରେ ରାୟ ସଂରକ୍ଷିତ

ନୂଆଦିଲ୍ଲୀ, ୧୭ା୩(ପି.ଟି.):ମହାରାଷ୍ଟ୍ରରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କ ଗୋଷ୍ଠୀ ଏବଂ ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କ ଗୋଷ୍ଠୀ ମଧ୍ୟରେ ବିବାଦରୁ ସୃଷ୍ଟ ରାଜନୈତିକ ସଙ୍କଟକୁ ନେଇ ସୁପ୍ରିମକୋର୍ଟରେ ଦାଏର ଏକାଧିକ ପିଟିଶନ ଉପରେ ସୁପ୍ରିମକୋର୍ଟ ଗୁରୁବାର ରାୟ ସଂରକ୍ଷିତ ରଖିଛନ୍ତି। ଭାରତର ପ୍ରଧାନ ବିଚାରପତି (ସିଜେଆଇ) ଡି.ଓ୍ବାଇ. ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ଗଠିତ ୫ ଜଣିଆ ସାମ୍ବିଧାନିକ ପୀଠ ଉଭୟ ଗୋଷ୍ଠୀଙ୍କ ସମେତ ରାଜ୍ୟପାଳଙ୍କ କାର୍ଯ୍ୟାଳୟର ଯୁକ୍ତି ଶୁଣିବା ପରେ ରାୟ ସଂରକ୍ଷିତ ରଖିବାକୁ ନିଷ୍ପତ୍ତି ନେଇଥିଲେ। ଖଣ୍ଡପୀଠରେ ଅନ୍ୟମାନଙ୍କ ମଧ୍ୟରେ ଜଷ୍ଟିସ୍‌ ଏମ୍‌.ଆର୍‌. ଶାହା, କ୍ର୍ରିଷ୍ଣ ମୁରାରୀ, ହିମା କୋହଲି ଏବଂ ପି.ଏସ୍‌. ନରସିଂହ ରହିଛନ୍ତି। ଏକନାଥ ଗୋଷ୍ଠୀ ତରଫରୁ ବରିଷ୍ଠ ଆଇନଜୀବୀ ନୀରଜ କିଷନ କୌଲ, ହରିଶ ସାଲ୍‌ଭେ, ମହେଶ ଜେଠମାଲାନି ଏବଂ ଆଇନଜୀବୀ ଅଭିକଳ୍ପ ପ୍ରତାପ ସିଂ ଯୁକ୍ତି ରଖିଥିବାବେଳେ ରାଜ୍ୟପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ପ୍ରତିନିଧିତ୍ୱ କରିଥିଲେ। ୨୦୨୨ ଜୁନ୍‌ରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କୁ ଆସ୍ଥାଭୋଟ ଲୋଡ଼ିବା ଲାଗି ତତ୍କାଳୀନ ରାଜ୍ୟପାଳ ଭଗତ ସିଂ କୋଶିୟାରୀ ଦେଇଥିବା ନିର୍ଦ୍ଦେଶକୁ ରଦ୍ଦ କରାଯାଉ ବୋଲି ଗୁରୁବାର ଉଦ୍ଧବ ଗୋଷ୍ଠୀ ପକ୍ଷରୁ ସୁପ୍ରିମକୋର୍ଟରେ ଦାବି କରାଯାଇଥିଲା। ଶିବସେନା ବିଧାୟକମାନଙ୍କ ମଧ୍ୟରେ ମଦଭେଦକୁ ନେଇ ଆସ୍ଥାଭୋଟ ଲାଗି ନିର୍ଦ୍ଦେଶ ଦେବାରେ ରାଜ୍ୟପାଳଙ୍କ ଆଚରଣକୁ ନେଇ ଉଦ୍ଧବ ଗୋଷ୍ଠୀ ପକ୍ଷରୁ ବରିଷ୍ଠ ଆଇନଜୀବୀ କପିଲ ସିବଲ ପ୍ରଶ୍ନ ଉଠାଇଥିଲେ। ଏଭଳି ନିର୍ଦ୍ଦେଶ ଯୋଗୁ ଏକ ନିର୍ବାଚିତ ସରକାର ଭାଙ୍ଗିପାରେ ଜାଣି ରାଜ୍ୟପାଳ ନିର୍ଦ୍ଦିଷ୍ଟ ଫଳାଫଳ ପାଇଁ କ୍ଷମତାର ଅପବ୍ୟବହାର କରିପାରିବେ ନାହିଁ ବୋଲି ସିବଲ ବୁଧବାର କୋର୍ଟଙ୍କୁ କହିଥିଲେ।
ପିଟିଶନଗୁଡ଼ିକର ଶୁଣାଣି ଫେବୃୟାରୀ ୨୧ରୁ ଆରମ୍ଭ ହୋଇଥିଲା। ୯ ଦିନର ଶୁଣାଣି ପରେ ରାୟ ସଂରକ୍ଷିତ ରଖାଯାଇଛି। ଶିବସେନାରେ ବିଭାଜନ ଯୋଗୁ ଗତବର୍ଷ ଜୁନ୍‌ରେ ମହାରାଷ୍ଟ୍ରରେ ରାଜନୈତିକ ସଙ୍କଟ ଦେଖାଦେଇଥିଲା। ଏହି ପରିପ୍ରେକ୍ଷୀରେ ୨୦୧୬ର ନବମ ରେବିଆ ରାୟକୁ ବିଚାରକୁ ନେବା ଲାଗି ୭ ଜଣିଆ ପୀଠକୁ ପିଟିଶନଗୁଡ଼ିକୁ ପଠାଇବା ପାଇଁ ହୋଇଥିବା ଆବେଦନକୁ ଫେବୃୟାରୀ ୧୭ରେ ସୁପ୍ରିମକୋର୍ଟ ଖାରଜ କରିଦେଇଥିଲେ। ବାଚସ୍ପତିଙ୍କୁ ବହିଷ୍କାର କରିବା ପାଇଁ ଯଦି ପୂର୍ବରୁ ଗୃହରେ ନୋଟିସ୍‌ ହୋଇଥିବ, ତେବେ ସେ କୌଣସି ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରିପାରିବେ ନାହିଁ ବୋଲି ୨୦୧୬ ରାୟରେ କୁହାଯାଇଥିଲା। ସୂଚନାଯୋଗ୍ୟ, ଆସ୍ଥା ଭୋଟ ଲୋଡ଼ିବା ପାଇଁ ତତ୍କାଳୀନ ରାଜ୍ୟପାଳ ଭଗତ ସିଂ କୋଶିଆରୀ ନିର୍ଦ୍ଦେଶ ଦେବାରୁ ଉଦ୍ଧବ ଠାକ୍‌ରେଙ୍କ ନେତୃତ୍ୱାଧୀନ ୩୧ ମାସର ମହାବିକାଶ ଅଘାଡ଼ି ସରକାର ଭାଙ୍ଗିଯାଇଥିଲା। ଆସ୍ଥାଭୋଟରେ ପରାଜିତ ହେବାକୁ ପଡ଼ିବ ଅନୁଭବ କରି ଠାକ୍‌ରେ ଇସ୍ତଫା ଦେବା ପରେ ଏକନାଥ ଶିନ୍ଦେଙ୍କ ନେତୃତ୍ୱରେ ସେନା-ଭାଜପା ସରକାର ଗଠିତ ହୋଇଥିଲା। ଶାସକ ଦଳର ଦୁଇଗୋଷ୍ଠୀ ମଧ୍ୟରେ ମତଭେଦ ଆଧାରରେ ଆସ୍ଥାଭୋଟ ଡକାଯିବାରୁ ଗଣତାନ୍ତ୍ରିକ ଉପାୟରେ ନିର୍ବାଚିତ ଠାକ୍‌ରେ ସରକାର ଭାଙ୍ଗିଯାଇଥିଲା। ଏକ ନିର୍ଦ୍ଦିଷ୍ଟ ଫଳାଫଳ ପାଇଁ ରାଜ୍ୟପାଳ ତାଙ୍କ କ୍ଷମତାର ଅପବ୍ୟବହାର କରିପାରିବେ ନାହିଁ ବୋଲି ବୁଧବାର ସାମ୍ବିଧାନିକ ପୀଠ ଟିପ୍ପଣୀ ଦେଇଥିଲେ।
ସେନାର ଉଭୟ ଗୋଷ୍ଠୀ ପକ୍ଷରୁ ଦାଏର ପିଟିଶନରେ ଦଳବଦଳ ଏବଂ ଅଯୋଗ୍ୟ ଘୋଷଣା ଆଦି ଉପରେ ଏକାଧିକ ସାମ୍ବିଧାନିକ ପ୍ରଶ୍ନ ଉଠାଯାଇଥିବାରୁ ଗତବର୍ଷ ଅଗଷ୍ଟ ୨୩ରେ ତତ୍କାଳୀନ ସିଜେଆଇ ଏନ୍‌.ଭି. ରମନାଙ୍କ ଅଧ୍ୟକ୍ଷତାରେ ଗଠିତ ୩ ଜଣିଆ ଖଣ୍ଡପୀଠ ପିଟିଶନଗୁଡ଼ିକର ବିଚାର ପାଇଁ ୫ ଜଣିଆ ପୀଠକୁ ପଠାଇ ଦେଇଥିଲେ। ବାଲାସାହେବ ଠାକ୍‌ରେ ଶିବସେନା ଗଠନ କରିଥିବାବେଳେ ଗତ ମାସରେ ନିର୍ବାଚନ କମିଶନ ଏକନାଥ ଗୋଷ୍ଠୀକୁ ପ୍ରକୃତ ଶିବସେନାର ସ୍ବୀକୃତି ଦେବା ସହ ଧନୁତୀର ଚିହ୍ନ ବ୍ୟବହାର ଲାଗି ଅନୁମତି ଦେବାରୁ ଉଦ୍ଧବ ଗୋଷ୍ଠୀକୁ ଶକ୍ତ ଝଟକା ଲାଗିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପତଞ୍ଜଳି ଉପରେ ବର୍ଷିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୩।୪: ପତଞ୍ଜଳିର ବିଭ୍ରାନ୍ତିକର ବିଜ୍ଞାପନ ମାମଲାର ଶୁଣାଣି ଆଜି ସୁପ୍ରିମକୋର୍ଟରେ ହୋଇଥିଲା। ଏହି ସମୟରେ ଯୋଗ ଗୁରୁ ରାମଦେବ ଏବଂ ଆଚାର୍ଯ୍ୟ ବାଲକ୍ରିଷ୍ଣା ଉପସ୍ଥିତ ଥିଲେ।...

କଂଗ୍ରେସ ସମର୍ଥନରେ ପଚାର ମଇଦାନକୁ ଓହ୍ଲାଇଲେ ପୁଷ୍ପା! ଜାଣନ୍ତୁ ଭାଇରାଲ ଭିଡିଓର ସତ୍ୟତା

ନୂଆଦିଲ୍ଲୀ,୨୩।୪: କିଛି ଦିନ ଧରି ଭାରତରେ ଡିପ୍‌ଫେକ ସମସ୍ୟା ଗମ୍ଭୀର ହୋଇପଡ଼ିଛି। ଅନେକ ତାରକା ଡିପ୍‌ଫେକ ଭିଡିଓର ଶିକାର ହୋଉଛନ୍ତି ଏବଂ ଏହା ଏ ପର୍ଯ୍ୟନ୍ତ...

ବିପଜ୍ଜନକ ହାରରେ ତରଳୁଛି ହିମାଳୟ ଗ୍ଲେସିୟର

ବେଙ୍ଗାଲୁରୁ,୨୩/୪:ବିସ୍ତୀର୍ଣ୍ଣ ଗ୍ଲେସିୟର ଏବଂ ତୁଷାରାବୃତ୍ତ ଅଞ୍ଚଳ ଲାଗି ତୃତୀୟ ମେରୁ ଭାବେ ପରିଚିତ ହିମାଳୟ ପର୍ବତମାଳା ଉଭୟ ଭୌତିକ ଓ ସାମାଜିକ ଦୃଷ୍ଟିରୁ ବୈଶ୍ୱିକ ଜଳବାୟୁ...

ଚାପରେ ଭୁଲ୍‌ ତଥ୍ୟ ଦେଉଛନ୍ତି ଜେଲ କର୍ତ୍ତୃପକ୍ଷ: କେଜ୍‌ରିଓ୍ବାଲଙ୍କ

ନୂଆଦିଲ୍ଲୀ,୨୩ା୪:ତିହାର ଜେଲ କର୍ତ୍ତୃପକ୍ଷ ଇନ୍‌ସୁଲିନ୍‌ ଯୋଗାଣକୁ ସ୍ଥଗିତ ରଖିଥିବା ଡାଇବେଟିସ୍‌ ଆକ୍ରାନ୍ତ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ଅଭିଯୋଗ କରିଛନ୍ତି। ସେମାନେ ଶାସକ ଭାଜପାର ଚାପରେ...

ଏଲ୍‌ଏଲ୍‌ବି ପାଠ୍ୟକ୍ରମ ୫ ବର୍ଷ ରହିବ

ନୂଆଦିଲ୍ଲୀ,୨୩ା୪: ଆଇନ ପେସାକୁ ପରିପକ୍ୱ ବ୍ୟକ୍ତିମାନେ ଆସିବା ଆବଶ୍ୟକ ବୋଲି ସୁପ୍ରିମକୋର୍ଟ ଟିପ୍ପଣୀ ଦେବା ସହ ଆଇନ ଡିଗ୍ରୀ ପାଠ୍ୟକ୍ରମକୁ ୩ ବର୍ଷକୁ ହ୍ରାସ କରିବା...

ପଶ୍ଚିମବଙ୍ଗରେ ବେଆଇନ ନିଯୁକ୍ତି ରଦ୍ଦ

କୋଲକାତା,୨୩ା୪: ପଶ୍ଚିମବଙ୍ଗର ସରକାରୀ ତଥା ଅନୁଦାନପ୍ରାପ୍ତ ସ୍କୁଲ୍‌ଗୁଡ଼ିକ ପାଇଁ ୨୦୧୬ର ଶିକ୍ଷକ ନିଯୁକ୍ତି ପ୍ରକ୍ରିୟାକୁ କାଲ୍‌କାଟା ହାଇକୋର୍ଟ ସୋମବାର ରଦ୍ଦ କରିଦେଇଛନ୍ତି। ଫଳରେ ୨୫,୭୫୩ ଜଣ...

ଆଉ ଏକ ପ୍ରାର୍ଥୀ ତାଲିକା ପ୍ରକାଶ କଲା କଂଗ୍ରେସ, ଏହି ଆସନରେ ଦେଲା ପ୍ରାର୍ଥୀ

ନୂଆଦିଲ୍ଲୀ,୨୨।୪: ୨୦୨୪ ଲୋକ ସଭା ନିର୍ବାଚନ ପାଇଁ କଂଗ୍ରେସ ଆଉ ଏକ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ସୋମବାର ଅଲ ଇଣ୍ଡିଆ କଂଗ୍ରେସ କମିଟି (ଏଆଇସିସି)...

ତାଜମହଲକୁ ନେଇ କାହିଁକି ଏଏସ୍‌ଆଇର ମତ ଲୋଡ଼ିଲେ ସୁପ୍ରିମକୋର୍ଟ…

ନୂଆଦିଲ୍ଲୀ,୨୨ା୪: ସୋମବାର ସୁପ୍ରିମକୋର୍ଟ ତାଜମହଲ ଏବଂ ଏହାର ଆଖପାଖର ସଂରକ୍ଷଣ ପାଇଁ ପ୍ରସ୍ତୁତ ଭିଜନ ଡକ୍ୟୁମେଣ୍ଟ ଏବଂ ପ୍ଲାନ୍‌ ଉପରେ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ଅଫ୍‌ ଇଣ୍ଡିଆ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri