Posted inଜାତୀୟ

ସାମ୍ବିଧାନିକ ପୀଠରେ ରାୟ ସଂରକ୍ଷିତ

ନୂଆଦିଲ୍ଲୀ, ୧୭ା୩(ପି.ଟି.):ମହାରାଷ୍ଟ୍ରରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କ ଗୋଷ୍ଠୀ ଏବଂ ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କ ଗୋଷ୍ଠୀ ମଧ୍ୟରେ ବିବାଦରୁ ସୃଷ୍ଟ ରାଜନୈତିକ ସଙ୍କଟକୁ ନେଇ ସୁପ୍ରିମକୋର୍ଟରେ ଦାଏର ଏକାଧିକ ପିଟିଶନ ଉପରେ ସୁପ୍ରିମକୋର୍ଟ ଗୁରୁବାର ରାୟ ସଂରକ୍ଷିତ ରଖିଛନ୍ତି। ଭାରତର ପ୍ରଧାନ ବିଚାରପତି (ସିଜେଆଇ) ଡି.ଓ୍ବାଇ. ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ଗଠିତ ୫ ଜଣିଆ ସାମ୍ବିଧାନିକ ପୀଠ ଉଭୟ ଗୋଷ୍ଠୀଙ୍କ ସମେତ ରାଜ୍ୟପାଳଙ୍କ କାର୍ଯ୍ୟାଳୟର ଯୁକ୍ତି ଶୁଣିବା ପରେ ରାୟ ସଂରକ୍ଷିତ ରଖିବାକୁ ନିଷ୍ପତ୍ତି ନେଇଥିଲେ। ଖଣ୍ଡପୀଠରେ ଅନ୍ୟମାନଙ୍କ ମଧ୍ୟରେ ଜଷ୍ଟିସ୍‌ ଏମ୍‌.ଆର୍‌. ଶାହା, କ୍ର୍ରିଷ୍ଣ ମୁରାରୀ, ହିମା କୋହଲି ଏବଂ ପି.ଏସ୍‌. ନରସିଂହ ରହିଛନ୍ତି। ଏକନାଥ ଗୋଷ୍ଠୀ ତରଫରୁ ବରିଷ୍ଠ ଆଇନଜୀବୀ ନୀରଜ କିଷନ କୌଲ, ହରିଶ ସାଲ୍‌ଭେ, ମହେଶ ଜେଠମାଲାନି ଏବଂ ଆଇନଜୀବୀ ଅଭିକଳ୍ପ ପ୍ରତାପ ସିଂ ଯୁକ୍ତି ରଖିଥିବାବେଳେ ରାଜ୍ୟପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ପ୍ରତିନିଧିତ୍ୱ କରିଥିଲେ। ୨୦୨୨ ଜୁନ୍‌ରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କୁ ଆସ୍ଥାଭୋଟ ଲୋଡ଼ିବା ଲାଗି ତତ୍କାଳୀନ ରାଜ୍ୟପାଳ ଭଗତ ସିଂ କୋଶିୟାରୀ ଦେଇଥିବା ନିର୍ଦ୍ଦେଶକୁ ରଦ୍ଦ କରାଯାଉ ବୋଲି ଗୁରୁବାର ଉଦ୍ଧବ ଗୋଷ୍ଠୀ ପକ୍ଷରୁ ସୁପ୍ରିମକୋର୍ଟରେ ଦାବି କରାଯାଇଥିଲା। ଶିବସେନା ବିଧାୟକମାନଙ୍କ ମଧ୍ୟରେ ମଦଭେଦକୁ ନେଇ ଆସ୍ଥାଭୋଟ ଲାଗି ନିର୍ଦ୍ଦେଶ ଦେବାରେ ରାଜ୍ୟପାଳଙ୍କ ଆଚରଣକୁ ନେଇ ଉଦ୍ଧବ ଗୋଷ୍ଠୀ ପକ୍ଷରୁ ବରିଷ୍ଠ ଆଇନଜୀବୀ କପିଲ ସିବଲ ପ୍ରଶ୍ନ ଉଠାଇଥିଲେ। ଏଭଳି ନିର୍ଦ୍ଦେଶ ଯୋଗୁ ଏକ ନିର୍ବାଚିତ ସରକାର ଭାଙ୍ଗିପାରେ ଜାଣି ରାଜ୍ୟପାଳ ନିର୍ଦ୍ଦିଷ୍ଟ ଫଳାଫଳ ପାଇଁ କ୍ଷମତାର ଅପବ୍ୟବହାର କରିପାରିବେ ନାହିଁ ବୋଲି ସିବଲ ବୁଧବାର କୋର୍ଟଙ୍କୁ କହିଥିଲେ।
ପିଟିଶନଗୁଡ଼ିକର ଶୁଣାଣି ଫେବୃୟାରୀ ୨୧ରୁ ଆରମ୍ଭ ହୋଇଥିଲା। ୯ ଦିନର ଶୁଣାଣି ପରେ ରାୟ ସଂରକ୍ଷିତ ରଖାଯାଇଛି। ଶିବସେନାରେ ବିଭାଜନ ଯୋଗୁ ଗତବର୍ଷ ଜୁନ୍‌ରେ ମହାରାଷ୍ଟ୍ରରେ ରାଜନୈତିକ ସଙ୍କଟ ଦେଖାଦେଇଥିଲା। ଏହି ପରିପ୍ରେକ୍ଷୀରେ ୨୦୧୬ର ନବମ ରେବିଆ ରାୟକୁ ବିଚାରକୁ ନେବା ଲାଗି ୭ ଜଣିଆ ପୀଠକୁ ପିଟିଶନଗୁଡ଼ିକୁ ପଠାଇବା ପାଇଁ ହୋଇଥିବା ଆବେଦନକୁ ଫେବୃୟାରୀ ୧୭ରେ ସୁପ୍ରିମକୋର୍ଟ ଖାରଜ କରିଦେଇଥିଲେ। ବାଚସ୍ପତିଙ୍କୁ ବହିଷ୍କାର କରିବା ପାଇଁ ଯଦି ପୂର୍ବରୁ ଗୃହରେ ନୋଟିସ୍‌ ହୋଇଥିବ, ତେବେ ସେ କୌଣସି ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରିପାରିବେ ନାହିଁ ବୋଲି ୨୦୧୬ ରାୟରେ କୁହାଯାଇଥିଲା। ସୂଚନାଯୋଗ୍ୟ, ଆସ୍ଥା ଭୋଟ ଲୋଡ଼ିବା ପାଇଁ ତତ୍କାଳୀନ ରାଜ୍ୟପାଳ ଭଗତ ସିଂ କୋଶିଆରୀ ନିର୍ଦ୍ଦେଶ ଦେବାରୁ ଉଦ୍ଧବ ଠାକ୍‌ରେଙ୍କ ନେତୃତ୍ୱାଧୀନ ୩୧ ମାସର ମହାବିକାଶ ଅଘାଡ଼ି ସରକାର ଭାଙ୍ଗିଯାଇଥିଲା। ଆସ୍ଥାଭୋଟରେ ପରାଜିତ ହେବାକୁ ପଡ଼ିବ ଅନୁଭବ କରି ଠାକ୍‌ରେ ଇସ୍ତଫା ଦେବା ପରେ ଏକନାଥ ଶିନ୍ଦେଙ୍କ ନେତୃତ୍ୱରେ ସେନା-ଭାଜପା ସରକାର ଗଠିତ ହୋଇଥିଲା। ଶାସକ ଦଳର ଦୁଇଗୋଷ୍ଠୀ ମଧ୍ୟରେ ମତଭେଦ ଆଧାରରେ ଆସ୍ଥାଭୋଟ ଡକାଯିବାରୁ ଗଣତାନ୍ତ୍ରିକ ଉପାୟରେ ନିର୍ବାଚିତ ଠାକ୍‌ରେ ସରକାର ଭାଙ୍ଗିଯାଇଥିଲା। ଏକ ନିର୍ଦ୍ଦିଷ୍ଟ ଫଳାଫଳ ପାଇଁ ରାଜ୍ୟପାଳ ତାଙ୍କ କ୍ଷମତାର ଅପବ୍ୟବହାର କରିପାରିବେ ନାହିଁ ବୋଲି ବୁଧବାର ସାମ୍ବିଧାନିକ ପୀଠ ଟିପ୍ପଣୀ ଦେଇଥିଲେ।
ସେନାର ଉଭୟ ଗୋଷ୍ଠୀ ପକ୍ଷରୁ ଦାଏର ପିଟିଶନରେ ଦଳବଦଳ ଏବଂ ଅଯୋଗ୍ୟ ଘୋଷଣା ଆଦି ଉପରେ ଏକାଧିକ ସାମ୍ବିଧାନିକ ପ୍ରଶ୍ନ ଉଠାଯାଇଥିବାରୁ ଗତବର୍ଷ ଅଗଷ୍ଟ ୨୩ରେ ତତ୍କାଳୀନ ସିଜେଆଇ ଏନ୍‌.ଭି. ରମନାଙ୍କ ଅଧ୍ୟକ୍ଷତାରେ ଗଠିତ ୩ ଜଣିଆ ଖଣ୍ଡପୀଠ ପିଟିଶନଗୁଡ଼ିକର ବିଚାର ପାଇଁ ୫ ଜଣିଆ ପୀଠକୁ ପଠାଇ ଦେଇଥିଲେ। ବାଲାସାହେବ ଠାକ୍‌ରେ ଶିବସେନା ଗଠନ କରିଥିବାବେଳେ ଗତ ମାସରେ ନିର୍ବାଚନ କମିଶନ ଏକନାଥ ଗୋଷ୍ଠୀକୁ ପ୍ରକୃତ ଶିବସେନାର ସ୍ବୀକୃତି ଦେବା ସହ ଧନୁତୀର ଚିହ୍ନ ବ୍ୟବହାର ଲାଗି ଅନୁମତି ଦେବାରୁ ଉଦ୍ଧବ ଗୋଷ୍ଠୀକୁ ଶକ୍ତ ଝଟକା ଲାଗିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଆନ୍ଦୋଳନରତ ଡାକ୍ତରଙ୍କ ବିରୋଧରେ ବଡ଼ ଆକ୍ସନ: ଦରମା ବନ୍ଦ ସହ ଚୁକ୍ତିଭିତ୍ତିକ ଡାକ୍ତରଙ୍କୁ ନୋଟିସ୍‌ ପରେ କାର୍ଯ୍ୟରୁ ନିବୃତ୍ତ ପାଇଁ ନିର୍ଦ୍ଦେଶ !

ଭୁବନେଶ୍ୱର, ୨ା୭: ରାଜ୍ୟରେ ଚାଲିଥିବା ଡାକ୍ତରୀ ଆନ୍ଦୋଳନକୁ ନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏକ ବଡ଼ ଏବଂ କଡ଼ା ପଦକ୍ଷେପ ଗ୍ରହଣ କରାଯାଇଛି। ଓଡ଼ିଶା ମେଡିକାଲ ସର୍ଭିସେସ୍‌…

ୟୁଜରନେମ ବିବାଦ: ହ୍ବାଟସଆପ ପରେ, ଆଇଟି ମନ୍ତ୍ରଣାଳୟ ଏବେ ସିଗନାଲ-ଟେଲିଗ୍ରାମକୁ ପଠାଇଛି ନୋଟିସ

ନୂଆଦିଲ୍ଲୀ,୨।୭: ୟୁଜରନେମ ଫିଚରକୁ ନେଇ ବିବାଦ ବଢ଼ିବାରେ ଲାଗିଛି। ହ୍ବାଟସଆପ ପରେ, ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ (MeitY) ଏବେ ଟେଲିଗ୍ରାମ ଏବଂ ସିଗନାଲକୁ ମଧ୍ୟ…

ଶ୍ରୀ ଶ୍ରୀ ଦଧିବାମନଙ୍କ ରଥଯାତ୍ରା ପାଇଁ ପ୍ରଶାସନିକ ପ୍ରସ୍ତୁତି: ଆସନ୍ତା ୧୬ରେ ଶ୍ରୀଗୁଣ୍ଡିଚା, ୨୫ରେ ରଥ ଉପରେ…

ବରଗଡ଼, ୨ା୭ (ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲିସ୍ଥିତ ପ୍ରସିଦ୍ଧ ଶ୍ରୀ ଶ୍ରୀ ଦଧିବାମନ ମହାପ୍ରଭୁଙ୍କ ରଥଯାତ୍ରା ପାଳନ ପାଇଁ ଗୁରୁବାର ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତୁତି ବୈଠକ…

ଟ୍ରକ୍ ମିଳିଲା, ଚପଲ ମିଳିଲା…ହେଲେ ୮ ଦିନ ହେଲା ଡ୍ରାଇଭରଙ୍କ ପତ୍ତା ନାହିଁ, ଭୋକ-ଉପାସରେ ଏ ଥାନାରୁ ସେ ଥାନା ବୁଲି ନୟାନ୍ତ…

ଦିଗପହଣ୍ଡି, ୨ା୭ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୋଟିନଡ଼ା ଗ୍ରାମର ଜଣେ ଗାଡ଼ି ଚାଳକ ବାପୁଜୀ ସ୍ୱାଇଁ ରହସ୍ୟଜନକ ଭାବେ ନିଖୋଜ ହୋଇଯାଇଛନ୍ତି।…

ଆୟାତୋଲ୍ଲା ଅଲି ଖାମେନେଇଙ୍କ ଅନ୍ତିମ ସଂସ୍କାରରେ ଯୋଗଦେବେ ନାହିଁ ପୁଅ ମୋଜତାବା, ଜାଣନ୍ତୁ କାରଣ

ତେହରାନ,୨।୭: ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମେନେଇଙ୍କ ପରଲୋକ ପରେ ସମଗ୍ର ଦେଶରେ ଗଭୀର ଶୋକ ପ୍ରକାଶ ପାଇଛି। ରାଜଧାନୀ ତେହରାନରୁ ଆରମ୍ଭ କରି ମଶାଦ,…

ଡୋକରୀଦର ଝରଣା ନିକଟରେ ଅଜଣା ମୃତଦେହ: ଖବର ପାଇ ବି ପହଞ୍ଚିଲାନି ପୋଲିସ, ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ

କୋକସରା, ୨ା୭ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଖଲିଗଡ ପାଦଦେଶରେ ଥିବା ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ଗୁଡହାଣ୍ଡି ଡୋକରୀ ଚଞ୍ଚରାର ‘ଡୋକରୀଦର’ ଝରଣା ନିକଟରେ…

ବଦଳିଲା ଭାରତ-ଇଂଲଣ୍ଡ ଟି-୨୦ ମ୍ୟାଚର ସମୟ, ଜାଣନ୍ତୁ କେତେବେଳେ ଆରମ୍ଭ ହେବ…

ନୂଆଦିଲ୍ଲୀ,୨।୭: ଭାରତୀୟ କ୍ରିକେଟ ଦଳ ବର୍ତ୍ତମାନ ଇଂଲଣ୍ଡ ଗସ୍ତରେ ଅଛି। ଟିମ ଇଣ୍ଡିଆ ଇଂଲଣ୍ଡ ବିପକ୍ଷରେ ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ଖେଳୁଛି। ବର୍ଷା ଯୋଗୁ…

ବରଗଡ଼ ମଣ୍ଡିରୁ ଆସିଲା ଚିନ୍ତାଜନକ ଚିତ୍ର: ବିକ୍ରି ଧାନରୁ ବାହାରିଲାଣି ଗଜା, ଚାଷୀଙ୍କୁ ମିଳିନି ପ୍ରାପ୍ୟ; କଟନୀ-ଛଟନୀ…

ବରଗଡ଼,୨।୭(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ଗତମାସ ୩୦ତାରିଖରୁ ଖରିଫ୍‌ ଧାନ ସଂଗ୍ରହ ପ୍ରକ୍ରିୟା ସରିଯାଇଛି। କିନ୍ତୁ ବିଭାଗୀୟ ଅବ୍ୟବସ୍ଥା ଯୋଗୁ ଏପର୍ଯ୍ୟନ୍ତ ଧାନ କିଣାବିକାରେ ଚାଷୀଙ୍କ ଦୁଃଖ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri