Posted inଜାତୀୟ

ସ୍ବାମୀଙ୍କୁ ବାଣ୍ଟିନେଲେ ଦୁଇ ସ୍ତ୍ରୀ

ଗ୍ବାଲିଅର, ୧୭। ୩:ମଧ୍ୟପ୍ରଦେଶର ଗ୍ବାଲିଅରରେ ଜଣେ ସଫ୍ଟଓ୍ବେର ଇଞ୍ଜିନିୟର ନିଜ ୨ ସ୍ତ୍ରୀଙ୍କୁ ନେଇ ଏବେ ଚର୍ଚ୍ଚାକୁ ଆସିଛନ୍ତି। ସେ ୨୦୧୮ରେ ଗ୍ବାଲିଅରର ଜଣେ ଯୁବତୀଙ୍କୁ ବିବାହ କରିଥିଲେ। ଉଭୟେ ଦୁଇବର୍ଷ ଗୁରୁଗ୍ରାମରେ ଏକାଠି ରହିବା ପରେ ୨୦୨୦ରେ କୋଭିଡ୍‌ ଯୋଗୁ ଇଞ୍ଜିନିୟରଜଣକ ସ୍ତ୍ରୀଙ୍କୁ ଗ୍ବାଲିଅରସ୍ଥିତ ଶଶୁର ଘରକୁ ପଠାଇଦେଲେ। ବହୁଦିନ ପରେ ବି ସେ ପ୍ରଥମ ସ୍ତ୍ରୀଙ୍କ ନିକଟକୁ ଫେରି ନ ଥିଲେ। ପ୍ରଥମ ସ୍ତ୍ରୀ ଗୁରୁଗ୍ରାମସ୍ଥିତ ସ୍ବାମୀଙ୍କ ଅଫିସରେ ପହଞ୍ଚିଥିଲେ। ସ୍ବାମୀ ଜଣେ ସହକର୍ମୀଙ୍କୁ ବିବାହ କରିଥିବା ସେଠାରେ ସେ ଜାଣିବାକୁ ପାଇଥିଲେ । ସେ କିଛିଦିନ ଅଫିସ ସମ୍ମୁଖରେ ଧାରଣାରେ ବସିବା ପରେ ଏକ ଫାମିଲି କୋର୍ଟରେ ସ୍ବାମୀଙ୍କ ନାଁରେ ଅଭିଯୋଗ କରିଥିଲେ। କାଉନ୍‌ସେଲିଂରେ ବ୍ୟକ୍ତିଜଣକ ତାଙ୍କ ଦ୍ୱିତୀୟ ସ୍ତ୍ରୀଙ୍କୁ ଛଡ଼ିବାକୁ ଅରାଜି ହୋଇଥିଲେ। ତେବେ ଆପୋସ ବୁଝାମଣାରେ ଏକ ଏଗ୍ରିମେଣ୍ଟ କରାଯାଇଥିଲା। ସେ ଦୁଇ ସ୍ତ୍ରୀଙ୍କୁ ଗୋଟିଏ ଲେଖାଏ ଫ୍ଲାଟ୍‌ ଦେବେ। ଗୋଟିଏ ସପ୍ତାହରେ ପ୍ରଥମ ସ୍ତ୍ରୀଙ୍କ ସହ ୩ ଦିନ ଏବଂ ଦ୍ୱିତୀୟ ସ୍ତ୍ରୀଙ୍କ ସହ ଆଉ ୩ଦିନ ବିତାଇବେ ବୋଲି ଚୁକ୍ତିନାମାରେ ସର୍ତ୍ତ ରହିଥିଲା। ରବିବାର ସେ ନିଜ ଇଚ୍ଛା ମୁତାବକ ଦୁଇଜଣଙ୍କ ମଧ୍ୟରୁ ଜଣଙ୍କ ପାଖରେ ରହିବେ ବୋଲି ସ୍ଥିର କରାଯାଇଥିଲା। ହିନ୍ଦୁ ପରିବାର ଆଇନ ଅନୁସାରେ ଜଣେ ବ୍ୟକ୍ତି ପ୍ରଥମ ସ୍ତ୍ରୀଙ୍କୁ ଛାଡ଼ପତ୍ର ନ ଦେବା ପର୍ଯ୍ୟନ୍ତ ଦ୍ୱିତୀୟ ବିବାହ କରିପାରିବେ ନାହିଁ। କିନ୍ତୁ ଆପୋସ ବୁଝାମଣା ଅନୁସାରେ ଇଞ୍ଜିନିୟରଜଣକ ୨ ଜଣ ସ୍ତ୍ରୀଙ୍କ ସହ ରହିବା ନେଇ ଚୁକ୍ତି ସମ୍ପାଦନକାରୀ ଆଇନଜୀବୀ ହରିଶ ଦିଓ୍ବାନ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘EVM ଉପରେ ପ୍ରଶ୍ନ ଉଠାଇଥିବାରୁ କଂଗ୍ରେସ କ୍ଷମା ମାଗିବା ଉଚିତ୍‌’

ଗୋଆ,୨୭ା୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର କହିଛନ୍ତି, ଇଲେକ୍ଟ୍ରୋନିକ ଭୋଟିଂ ମେଶିନ (ଇଭିଏମ୍‌)ର ବିଶ୍ୱସନୀୟତା ଉପରେ ପ୍ରଶ୍ନ ଉଠାଇ କଂଗ୍ରେସ ଦେଶକୁ କ୍ଷମା ମାଗିବା ଉଚିତ୍‌।...

କାଶୀ, ଅଯୋଧ୍ୟା ପରେ ଆମେ ମଥୁରା ଆଡ଼କୁ ଯିବୁ: ଯୋଗୀ ଆଦିତ୍ୟନାଥ

ଲକ୍ଷ୍ନୌ,୨୭ା୪: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପୁଣି ଥରେ କଂଗ୍ରେସ ଏବଂ ସମାଜବାଦୀ ପାର୍ଟିକୁ ଟାର୍ଗେଟ୍‌ କରିଛନ୍ତି। ସେ କହିଛନ୍ତି, ଏହି ଲୋକମାନେ ରାମ ଏବଂ...

ହେମନ୍ତ ସୋରେନ୍‌ଙ୍କୁ ବଡ଼ ଝଟ୍‌କା, ଅନ୍ତିମ ସଂସ୍କାରରେ ଯୋଗ ଦେବାକୁ ବି ମିଳିଲା ନାହିଁ ଜାମିନ୍‌

ରାଞ୍ଚି,୨୭।୪: ଜମି ଦୁର୍ନୀତି ମାମଲାରେ ଜେଲରେ ଥିବା ଝାଡଖଣ୍ଡ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍‌ଙ୍କୁ ବଡ଼ ଝଟ୍‌କା। ତାଙ୍କୁ ନିଜ ବଡ଼ବାପା ରାଜାରାମ ସୋରେନଙ୍କ ଅନ୍ତିମ...

ପୁଣି ଆହତ ହେଲେ ମମତା ବାନାର୍ଜୀ, ହେଲିକପ୍ଟର ଚଢ଼ିବା ବେଳେ ଗୋଡ଼ ଖସିଲା…

କୋଲକାତା,୨୭।୪: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପୁଣି ଆହତ ହୋଇଛନ୍ତି । ଦୁର୍ଗାପୁରରେ ହେଲିକପ୍ଟର ଚଢିବା ସମୟରେ ଗୋଡ ଖସିଯିବା ଯୋଗୁ ସେ ପଡିଯାଇଥିଲେ ।...

‘କଂଗ୍ରେସ ମୁସଲମାନଙ୍କ ଭୋଟ୍‌ ଚାହୁଁଛି ହେଲେ ପ୍ରାର୍ଥୀ ନୁହେଁ’

ନୂଆଦିଲ୍ଲୀ,୨୭।୪: ଲୋକ ସଭା ନିର୍ବାଚନରେ କଂଗ୍ରେସ ମୁସଲମାନ ପ୍ରାର୍ଥୀଙ୍କୁ ଟିକେଟ ନ ଦେବାରୁ ଦଳ ଭିତରେ ଅସନ୍ତୋଷ ପ୍ରକାଶ ପାଇଛି। ଏନେଇ କଂଗ୍ରେସ ନେତା ଆରିଫ...

ଧନଞ୍ଜୟ ସିଂଙ୍କୁ ଝଟକା: ଜାମିନ ମଞ୍ଜୁର, ହେଲେ ଲଢିପାରିବେନି ନିର୍ବାଚନ

ପ୍ରୟାଗରାଜ,୨୭।୪: ଆହ୍ଲାବାଦ ହାଇକୋର୍ଟ ଜୈନପୁରର ପୂର୍ବତନ ଏମପି ଧନଞ୍ଜୟ ସିଂଙ୍କ ଜାମିନକୁ ଅନୁମୋଦନ କରିଛନ୍ତି କିନ୍ତୁ ତାଙ୍କ ଦଣ୍ଡାଦେଶ ଶୁଣାଣିକୁ ମନା କରି ଦେଇଛନ୍ତି। ଏହି...

ରେଳ ବିଭାଗର ବଡ଼ ନିଷ୍ପତ୍ତି: ବନ୍ଦେ ଭାରତ-ଶତାବ୍ଦୀରେ ମିଳିବ ନାହିଁ…

ନୂଆଦିଲ୍ଲୀ,୨୭।୪: ନିକଟରେ ଭାରତୀୟ ରେଳବିଭାଗ ପକ୍ଷରୁ ଗୁରୁତ୍ୱପୂର୍ଣ୍ଣ ଅପ୍‌ଡେଟ୍‌ ସାମ୍ନାକୁ ଆସିଛି। ବନ୍ଦେ ଭାରତ, ରାଜଧାନୀ, ଶତାବ୍ଦୀ ଭଳି ପ୍ରିମିୟମ ଟ୍ରେନ୍‌ରେ ଯାତ୍ରା କରିବା ବେଳେ...

‘ଜୟ ଶ୍ରୀରାମ’ ଲେଖି ପରୀକ୍ଷାରେ ପାସ୍‌, ମିଳିଛି ୬୦% ମାର୍କ

ଲକ୍ଷ୍ନୌ,୨୭।୪: ପରୀକ୍ଷା ଖାତାରେ କିଛି ଛାତ୍ରୀଛାତ୍ର ଗୀତ କିମ୍ବା ଫିଲ୍ମ ସମ୍ପର୍କରେ ଲେଖିଥିବା ମାମଲା ନିଶ୍ଚୟ ଶୁଣିଥିବେ। ଆଉ ଏହି ପରୀକ୍ଷା ଖାତା ଭାଇରାଲ ହେବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri