Posted inଜାତୀୟ

ସ୍ବାମୀଙ୍କୁ ବାଣ୍ଟିନେଲେ ଦୁଇ ସ୍ତ୍ରୀ

ଗ୍ବାଲିଅର, ୧୭। ୩:ମଧ୍ୟପ୍ରଦେଶର ଗ୍ବାଲିଅରରେ ଜଣେ ସଫ୍ଟଓ୍ବେର ଇଞ୍ଜିନିୟର ନିଜ ୨ ସ୍ତ୍ରୀଙ୍କୁ ନେଇ ଏବେ ଚର୍ଚ୍ଚାକୁ ଆସିଛନ୍ତି। ସେ ୨୦୧୮ରେ ଗ୍ବାଲିଅରର ଜଣେ ଯୁବତୀଙ୍କୁ ବିବାହ କରିଥିଲେ। ଉଭୟେ ଦୁଇବର୍ଷ ଗୁରୁଗ୍ରାମରେ ଏକାଠି ରହିବା ପରେ ୨୦୨୦ରେ କୋଭିଡ୍‌ ଯୋଗୁ ଇଞ୍ଜିନିୟରଜଣକ ସ୍ତ୍ରୀଙ୍କୁ ଗ୍ବାଲିଅରସ୍ଥିତ ଶଶୁର ଘରକୁ ପଠାଇଦେଲେ। ବହୁଦିନ ପରେ ବି ସେ ପ୍ରଥମ ସ୍ତ୍ରୀଙ୍କ ନିକଟକୁ ଫେରି ନ ଥିଲେ। ପ୍ରଥମ ସ୍ତ୍ରୀ ଗୁରୁଗ୍ରାମସ୍ଥିତ ସ୍ବାମୀଙ୍କ ଅଫିସରେ ପହଞ୍ଚିଥିଲେ। ସ୍ବାମୀ ଜଣେ ସହକର୍ମୀଙ୍କୁ ବିବାହ କରିଥିବା ସେଠାରେ ସେ ଜାଣିବାକୁ ପାଇଥିଲେ । ସେ କିଛିଦିନ ଅଫିସ ସମ୍ମୁଖରେ ଧାରଣାରେ ବସିବା ପରେ ଏକ ଫାମିଲି କୋର୍ଟରେ ସ୍ବାମୀଙ୍କ ନାଁରେ ଅଭିଯୋଗ କରିଥିଲେ। କାଉନ୍‌ସେଲିଂରେ ବ୍ୟକ୍ତିଜଣକ ତାଙ୍କ ଦ୍ୱିତୀୟ ସ୍ତ୍ରୀଙ୍କୁ ଛଡ଼ିବାକୁ ଅରାଜି ହୋଇଥିଲେ। ତେବେ ଆପୋସ ବୁଝାମଣାରେ ଏକ ଏଗ୍ରିମେଣ୍ଟ କରାଯାଇଥିଲା। ସେ ଦୁଇ ସ୍ତ୍ରୀଙ୍କୁ ଗୋଟିଏ ଲେଖାଏ ଫ୍ଲାଟ୍‌ ଦେବେ। ଗୋଟିଏ ସପ୍ତାହରେ ପ୍ରଥମ ସ୍ତ୍ରୀଙ୍କ ସହ ୩ ଦିନ ଏବଂ ଦ୍ୱିତୀୟ ସ୍ତ୍ରୀଙ୍କ ସହ ଆଉ ୩ଦିନ ବିତାଇବେ ବୋଲି ଚୁକ୍ତିନାମାରେ ସର୍ତ୍ତ ରହିଥିଲା। ରବିବାର ସେ ନିଜ ଇଚ୍ଛା ମୁତାବକ ଦୁଇଜଣଙ୍କ ମଧ୍ୟରୁ ଜଣଙ୍କ ପାଖରେ ରହିବେ ବୋଲି ସ୍ଥିର କରାଯାଇଥିଲା। ହିନ୍ଦୁ ପରିବାର ଆଇନ ଅନୁସାରେ ଜଣେ ବ୍ୟକ୍ତି ପ୍ରଥମ ସ୍ତ୍ରୀଙ୍କୁ ଛାଡ଼ପତ୍ର ନ ଦେବା ପର୍ଯ୍ୟନ୍ତ ଦ୍ୱିତୀୟ ବିବାହ କରିପାରିବେ ନାହିଁ। କିନ୍ତୁ ଆପୋସ ବୁଝାମଣା ଅନୁସାରେ ଇଞ୍ଜିନିୟରଜଣକ ୨ ଜଣ ସ୍ତ୍ରୀଙ୍କ ସହ ରହିବା ନେଇ ଚୁକ୍ତି ସମ୍ପାଦନକାରୀ ଆଇନଜୀବୀ ହରିଶ ଦିଓ୍ବାନ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

IND vs WI: ତୃତୀୟ ଦିନିକିଆ ପୂର୍ବରୁ ବଡ଼ ଝଟ୍‌କା, ବାଦ୍ ପଡ଼ିଲେ ଷ୍ଟାର୍ ଅଲରାଉଣ୍ଡର, ମାରିଥିଲେ ଦମଦାର୍ ଶତକ!

ନୂଆଦିଲ୍ଲୀ,୨।୧୦: ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯାଉଥିବା ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ (ODI) ସିରିଜ୍‌ରେ ଭାରତୀୟ ଦଳ ୨-୦ ରେ ଅଗ୍ରଣୀ ସହ ସିରିଜ୍ କବ୍‌ଜା…

ତୁଳା ରାଶିରେ ଶୁକ୍ରଙ୍କ ଓଲଟା ଚାଲି: ଅକ୍ଟୋବର ୩ରୁ ଏହି ୫ଟି ରାଶିର ଲୋକଙ୍କୁ ରହିବାକୁ ପଡ଼ିବ ସାବଧାନ!

୨୦୨୬ ଅକ୍ଟୋବର ୩ ତାରିଖରୁ ଶୁକ୍ର ନିଜର ସ୍ୱରାଶି ତୁଳାରେ ବକ୍ରୀ ଅର୍ଥାତ୍ ଓଲଟା ଚାଲି ଚାଲିବାକୁ ଯାଉଛନ୍ତି। ଶୁକ୍ରଙ୍କର ଏହି ଚଳନ ହେତୁ ସମ୍ପର୍କ, ଭାଗୀଦାରୀ,…

SRHର ଅଧିନାୟକ ନିଷ୍ପତ୍ତିକୁ ନେଇ ଝଡ଼! କ୍ଷୁବ୍ଧ ଅଭିଷେକ ଶର୍ମା, ଛାଡ଼ିପାରନ୍ତି ଦଳ

ନୂଆଦିଲ୍ଲୀ,୨।୧୦: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ୨୦୨୭ ସଂସ୍କରଣ ପୂର୍ବରୁ ସନ୍‌ରାଇଜର୍ସ ହାଇଦ୍ରାବାଦ (SRH) ଶିବିରରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ,…

ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ‘ସୁରଭି’ ମହୋତ୍ସବ ଅନୁଷ୍ଠିତ

କଲ୍ୟାଣସିଂହପୁର, ୨/୧୦ (ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’…

ଚୋରାରେ କଟାଯାଇଥିବା ୪ ଶାଳ ଗଛର ଗଣ୍ଡି ଜବତ

ପାଟଣା, ୨।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅନ୍ତର୍ଗତ ପାଟଣା ସେକ୍ସନର ମଲ୍ଲିପୋଷି ବିଟ୍‌ ଅଧୀନ ନୂଆପଡ଼ା ଗ୍ରାମ ହୁଡ଼ିରୁ ଚୋରାରେ କଟାଯାଇ…

କଙ୍କାଳ ଜବତ, ନିଖୋଜ ମହିଳାଙ୍କ କଙ୍କାଳ ବୋଲି ଅନୁମାନ

ରିଆମାଳ,୨|୧୦(ବଦ୍ରିନାରାୟଣ ଅଗ୍ରୱାଲା): ଦେବଗଡ଼ ଜିଲା ରିଆମାଳ ଥାନା ଗୁଣ୍ଡିଆପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସାନଡଙ୍ଗାଘାଟର ମୁଣ୍ଡା ସାହି ଗୋହିରା ନାଳ ପାଖରୁ ରିଆମାଳ ଥାନା ପୁଲିସ ଏକ…

ଅନ୍ତରବା ଛକରେ ଦୁର୍ଘଟଣା, ୩ ଗୁରୁତର, ୨ ଆହତ

ମୋହନା, ୨।୧୦ (ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତରବା ଛକରେ ଗୁରୁବାର ଏକ ସଡ଼କ ଦୁର୍ଘଟଣା ଘଟି ୩ ଜଣ ଗୁରୁତର ଓ ୨…

ଭାରତ-ପାକିସ୍ତାନ ମହାମୁକାବିଲା: ଓପନର ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ବଢ଼ିଲା ଚିନ୍ତା, ସାମ୍ନାକୁ ଆସିଲା…

ନୂଆଦିଲ୍ଲୀ,୨।୧୦: ଏସିଆନ୍ ଗେମ୍ସ କ୍ରିକେଟ୍ ପ୍ରତିଯୋଗିତାର ଫାଇନାଲ୍‌ରେ ଆସନ୍ତା ଅକ୍ଟୋବର ୩ ତାରିଖରେ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହେବାକୁ ଯାଉଛନ୍ତି। ଏହି ହାଇ-ଭୋଲ୍ଟେଜ୍ ସ୍ୱର୍ଣ୍ଣ ପଦକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?