ଅସ୍ତରଙ୍ଗରେ ହେବ ଦ୍ୱିତୀୟ ମାଛଧରା ବନ୍ଦର

ଅସ୍ତରଙ୍ଗ,୧୭।୩(ଡି.ଏନ୍‌.ଏ.): ପୁରୀ ଜିଲା ଅସ୍ତରଙ୍ଗ ନୂଆଗଡରେ ପୁଣି ଏକ ମାଛଧରା ବନ୍ଦର ରାଜ୍ୟ ଓ କେନ୍ଦ୍ର ସରକାରଙ୍କର ମିଳିତ ସହାୟତାରେ ପ୍ରତିଷ୍ଠା ହେବାକୁ ଯାଉଛି। ଏହି ଅବସରରେ ଅସ୍ତରଙ୍ଗ ଅଞ୍ଚଳରେ ଏକ ବୈଠକ ଆୟୋଜିତ ହୋଇଥିଲା। ଏଥିରେ ଜିଲାର ବହୁ ପ୍ରଶାସନିକ ଅଧିକାରୀ ଯୋଗଦେଇଥିଲେ। ଏହି ବନ୍ଦରଟି ବଙ୍ଗୋପସାଗରଠାରୁ ୩ କିଲୋମିଟର ଦୂରରେ ଥିବା ଦେବୀନାସୀର ଡାହାଣ ପାର୍ଶ୍ୱରେ ପ୍ରତିଷ୍ଠା କରାଯିବ। ପୂର୍ବରୁ ଅବସ୍ଥିତ ମାଛଧରା ବନ୍ଦରଟି ୧୯୯୯ ମସିହା ମହାବାତ୍ୟାରେ ବହୁ କ୍ଷତିଗ୍ରସ୍ତ ହୋଇଥିଲା। ସେହିଦିନଠାରୁ ବନ୍ଦରର ମରାମତି କଥା ପ୍ରଶାସନ ସମ୍ପୂର୍ଣ୍ଣ ଭାବେ ଭୁଲି ଯାଇଥିଲେ। ବିପଦସଙ୍କୁଳ ଅବସ୍ଥାରେ ବନ୍ଦରଟି ରହିଥିଲେ ମଧ୍ୟ ପ୍ରଶାସନିକ ସ୍ତରରେ ସ୍ଥାଣୁତା କାରଣରୁ ଏବେ ବି ଅର୍ଦ୍ଧ ଭଗ୍ନ ଅବସ୍ଥାରେ ରହିଛି। ସ୍ଥାନୀୟ ଜନସାଧାରଣ ଅଭିଯୋଗ କରୁଥିଲେ ମଧ୍ୟ କେହି କର୍ଣ୍ଣାପାତ କରୁ ନାହାନ୍ତି।
ନିର୍ବାଚନ ସମୟ ଆସିବାରୁ ଜିଲା ପ୍ରଶାସନର ଏବେ ଚେତା ପଶିଛି। ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ନୂତନ ବନ୍ଦର ପ୍ରତିଷ୍ଠା କରିବାକୁ ନିଷ୍ପତ୍ତି ନେଇ ଅସ୍ତରଙ୍ଗରେ ମଧ୍ୟ ଏକ ବନ୍ଦର କରିବାକୁ କହିଛନ୍ତି। ଏଥିପାଇଁ ବେଙ୍ଗାଲୁରୁର ଏକ ଅନୁଷ୍ଠାନ ସି ଆଇସିଇଏଫ ଦ୍ବାରା ସର୍ଭେ କରାଯାଇ ୮୨,୮୬ କୋଟିର ବ୍ୟୟ ଅଟକଳ କରାଯାଇଅଛି। ବନ୍ଦର ପାଇଁ ଜାଗା ରହିଥିବା ବେଳେ, ବରଫ କଳ, ମତ୍ସ୍ୟ ଅବତରଣ କେନ୍ଦ୍ର, ଡଙ୍ଗା ମରାମତି ଜାଗା, ଡଙ୍ଗା ରହିବା ଜାଗା, ସୁରକ୍ଷା କର୍ମୀ ଗୃହ, ପ୍ରଶାସନିକ ଗୃହ, ଜାଲ ମରାମତି ଗୃହ, ମୁହାଣ ଖନନ, ପାନୀୟ ଜଳ, ରାସ୍ତା, ପାଚେରି ଭଳି ବହୁ ଜିନିଷ ପ୍ରତିଷ୍ଠା ହେବାର ଯୋଜନା ରହିଛି। ଏହି ପ୍ରକଳ୍ପଟି, ସି ସାର୍‌ ଜେଡ,୧ ବିସି ଆର୍‌, ଜେଡ ୩ ଓ ସିଆର, ଜେଡ ୪ ଭିତରେ ରହୁଥିବା ବେଳେ,୧୯୬୦ ଯାନ୍ତ୍ରିକ ଡଙ୍ଗା ଚଳପ୍ରଚଳ ହେବାର ସୁବିଧା ରହିଛି। ବନ୍ଦରର ନୂତନ ନିର୍ମାଣ ନେଇ ଏକ ଜନଶୁଣାଣି ଶିବିର ମେରାଇନ ଥାନା ପରିସରରେ ଅନୁଷ୍ଠିତ ହୋଇଥିଲା। ଏଥିରେ ପୁରୀ ଉପଜିଲାପାଳ ଭବତରଣ ସାହୁ, ଅସ୍ତରଙ୍ଗ ତହସିଲଦାର ରାଜଲକ୍ଷ୍ମୀ ନାୟକ, ଜିଲା ଜଳ ମତ୍ସ୍ୟ ଅଧିକାରୀ ସୁଧାଂଶୁ ମଲ୍ଲିକ, ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ସଂସ୍ଥା ଆଞ୍ଚଳିକ ଅଧିକାରୀ, ସ୍ଥାନୀୟ ମତ୍ସ୍ୟଜୀବୀ, ସ୍ଥାନୀୟ ସରପଞ୍ଚ, ସମିତି ସଭ୍ୟ ପ୍ରମୁଖ ଯୋଗଦେଇ ଜନ ଶୁଣାଣିର ଆଲୋଚନାରେ ଭାଗ ନେଇଥିଲେ। ଏହି ଅତ୍ୟାଧୁନିକ ମାଛଧରା ବନ୍ଦର ୩ବର୍ଷ ଭିତରେ କାର୍ଯ୍ୟକ୍ଷମ ହେବ ବୋଲି ଉପସ୍ଥିତ ଅଧିକାରୀମାନେ ପ୍ରକାଶ କରିଛନ୍ତି। କିନ୍ତୁ ଏହି ଜନଶୁଣାଣି ଶିବିର ବିଷୟରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ଉପେକ୍ଷା କରାଯାଇଥିଲା। ଏଭଳି ଘଟଣା ସମସ୍ତ ଗଣମାଧ୍ୟମ ପ୍ରତିନିଧିଙ୍କୁ ମର୍ମାହତ କରିଥିବା ସଂଘ ସଭାପତି ପ୍ରଶାନ୍ତ କୁମାର ବାରିକ ଅଭିଯୋଗ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କେନାଲ ପାର ହୋଇ ମୃତଦେହ ଦାହ ପ୍ରସଙ୍ଗ, ଗାଁରେ ପହଞ୍ଚିଲା କଂଗ୍ରେସ ଟିମ୍‌

ଗଞ୍ଜାମ,୧୭ା୮(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ଛତ୍ରପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ହୁମା ପଞ୍ଚାୟତ ବାଉଁଶିଆପଡା ଗ୍ରାମ ଶ୍ମଶାନକୁ ରାସ୍ତା ନ ଥିବାରୁ ଲୋକେ ମୃତଦେହ ଦାହ ପାଇଁ…

ଭାରତ-ଆମେରିକା ମଧ୍ୟରେ ବଡ଼ ଡିଲ୍‌: ଟେନ୍‌ସନ୍‌ରେ ଚାଇନା

ନୂଆଦିଲ୍ଲୀ,୧୭।୮:ଇରାନ ସହିତ ସଂଘର୍ଷ ମଧ୍ୟରେ ଭାରତ ପୁଣି ଥରେ ଦୁଇଟି MQ-9 ସି ଗାର୍ଡିଆନ ଡ୍ରୋନ ଲିଜ କରିବା ପାଇଁ ଆମେରିକା ସହିତ ଏକ ଚୁକ୍ତି ସ୍ବାକ୍ଷର…

ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ, କ୍ଷତିପୂରଣ ଦାବିରେ ତେଜିଲା ଆନ୍ଦୋଳନ

ପୁରୁଷୋତ୍ତମପୁର,୧୭ା୮(ସବିତା ମିଶ୍ର): ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବ୍ରହ୍ମପୁର-ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବାଇଧର ମନ୍ଦିର ନିକଟରେ ସୋମବାର ସନ୍ଧ୍ୟାରେ ଏକ ଡାଲାଗାଡି ଧକ୍କାରେ ଯୁବକଙ୍କ ମୃତ୍ୟୁ ଘଟିଛି। ସେ…

ଇତିହାସ ରଚିଲେ ରବୀନ୍ଦ୍ର ଜାଡେଜା, ଏପରି କରିବାରେ ହେଲେ ଦ୍ୱିତୀୟ ଭାରତୀୟ

ନୂଆଦିଲ୍ଲୀ, ୧୭।୮: ଶ୍ରୀଲଙ୍କା ବିପକ୍ଷରେ ଗଲ୍‌ରେ ଖେଳାଯାଉଥିବା ପ୍ରଥମ ଟେଷ୍ଟ ମ୍ୟାଚରେ ଭାରତୀୟ ସ୍ପିନ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜ ନାମରେ ଏକ ବଡ଼ ରେକର୍ଡ କରିଛନ୍ତି।…

ଭାରତୀୟ ମଜଦୁର ସଂଘର ଦେଶ ବ୍ୟାପୀ ପ୍ରତିବାଦ

ଛତ୍ରପୁର,୧୭।୮(ଦିଲ୍ଲୀପ ସାମଲ/ଦ୍ୱାରକା ପଟ୍ଟନାୟକ): ରାଞ୍ଚିଠାରେ ହୋଇଥିବା ୧୬୧ତମ କେନ୍ଦ୍ରୀୟ କାର୍ଯ୍ୟ ସମିତିର ନିଷ୍ପତ୍ତି କ୍ରମେ ଭାରତୀୟ ମଜଦୁର ସଂଘ(ବିଏମ୍‌ଏସ) ପକ୍ଷରୁ ସୋମବାର ସ୍ଥାନୀୟ ଜିଲାପାଳ କାର୍ଯ୍ୟାଳୟ ସମ୍ମୁଖରେ…

BJPରେ ସ୍ମୃତି ଇରାନୀଙ୍କୁ ବଡ଼ ଦାୟିତ୍ୱ: ସଂଗଠନକୁ ଫେରି କହିଲେ ଏହି ବଡ଼ କଥା, ରାଜନୀତିରେ ଚହଳ

ନୂଆଦିଲ୍ଲୀ, ୧୭।୮: ଭାରତୀୟ ଜନତା ପାର୍ଟି (BJP)ର ଜାତୀୟ ଅଧ୍ୟକ୍ଷ ନୀତିନ ନବୀନ ସୋମବାର ତାଙ୍କ ନୂଆ ଟିମର ଘୋଷଣା କରିଛନ୍ତି। ଏହି ଟିମରେ ଦଳକୁ ଆହୁରି…

ଭାଜପାର ନୂଆ ଟିମରେ ଓଡ଼ିଶାରୁ ୨: ସୋସିଆଲ ମିଡିଆରେ ଧର୍ମେନ୍ଦ୍ର ପ୍ରଧାନ କହିଲେ…

ନୂଆଦିଲ୍ଲୀ, ୧୭।୮: ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ନୂଆ ଟିମ ଘୋଷଣା କରିଛନ୍ତି। ସ୍ମୃତି ଇରାନୀଙ୍କୁ ସାଧାରଣ ସମ୍ପାଦକ ଏବଂ ବସୁନ୍ଧରା ରାଜେଙ୍କୁ ଉପାଧ୍ୟକ୍ଷ ଭାବେ ନିଯୁକ୍ତ…

ଧାନମଣ୍ଡି ରେଜିଷ୍ଟ୍ରେଶନରେ ସମସ୍ୟା: ଗର୍ଜିଲା ଓଡ଼ିଶା କୃଷକ ସଭା

ଦିଗପହଣ୍ଡି,୧୭।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳରେ ଥିବା ପ୍ରାଥମିକ ସେବା ସମବାୟ ସମିତିମାନଙ୍କରେ ଚଳିତବର୍ଷ ଧାନ ମଣ୍ଡିରେ ଚାଷୀମାନଙ୍କ ନାଁ ରେଜିଷ୍ଟ୍ରେସନ ପାଇଁ ଚାଷୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri