ଅସ୍ତରଙ୍ଗରେ ହେବ ଦ୍ୱିତୀୟ ମାଛଧରା ବନ୍ଦର

ଅସ୍ତରଙ୍ଗ,୧୭।୩(ଡି.ଏନ୍‌.ଏ.): ପୁରୀ ଜିଲା ଅସ୍ତରଙ୍ଗ ନୂଆଗଡରେ ପୁଣି ଏକ ମାଛଧରା ବନ୍ଦର ରାଜ୍ୟ ଓ କେନ୍ଦ୍ର ସରକାରଙ୍କର ମିଳିତ ସହାୟତାରେ ପ୍ରତିଷ୍ଠା ହେବାକୁ ଯାଉଛି। ଏହି ଅବସରରେ ଅସ୍ତରଙ୍ଗ ଅଞ୍ଚଳରେ ଏକ ବୈଠକ ଆୟୋଜିତ ହୋଇଥିଲା। ଏଥିରେ ଜିଲାର ବହୁ ପ୍ରଶାସନିକ ଅଧିକାରୀ ଯୋଗଦେଇଥିଲେ। ଏହି ବନ୍ଦରଟି ବଙ୍ଗୋପସାଗରଠାରୁ ୩ କିଲୋମିଟର ଦୂରରେ ଥିବା ଦେବୀନାସୀର ଡାହାଣ ପାର୍ଶ୍ୱରେ ପ୍ରତିଷ୍ଠା କରାଯିବ। ପୂର୍ବରୁ ଅବସ୍ଥିତ ମାଛଧରା ବନ୍ଦରଟି ୧୯୯୯ ମସିହା ମହାବାତ୍ୟାରେ ବହୁ କ୍ଷତିଗ୍ରସ୍ତ ହୋଇଥିଲା। ସେହିଦିନଠାରୁ ବନ୍ଦରର ମରାମତି କଥା ପ୍ରଶାସନ ସମ୍ପୂର୍ଣ୍ଣ ଭାବେ ଭୁଲି ଯାଇଥିଲେ। ବିପଦସଙ୍କୁଳ ଅବସ୍ଥାରେ ବନ୍ଦରଟି ରହିଥିଲେ ମଧ୍ୟ ପ୍ରଶାସନିକ ସ୍ତରରେ ସ୍ଥାଣୁତା କାରଣରୁ ଏବେ ବି ଅର୍ଦ୍ଧ ଭଗ୍ନ ଅବସ୍ଥାରେ ରହିଛି। ସ୍ଥାନୀୟ ଜନସାଧାରଣ ଅଭିଯୋଗ କରୁଥିଲେ ମଧ୍ୟ କେହି କର୍ଣ୍ଣାପାତ କରୁ ନାହାନ୍ତି।
ନିର୍ବାଚନ ସମୟ ଆସିବାରୁ ଜିଲା ପ୍ରଶାସନର ଏବେ ଚେତା ପଶିଛି। ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ନୂତନ ବନ୍ଦର ପ୍ରତିଷ୍ଠା କରିବାକୁ ନିଷ୍ପତ୍ତି ନେଇ ଅସ୍ତରଙ୍ଗରେ ମଧ୍ୟ ଏକ ବନ୍ଦର କରିବାକୁ କହିଛନ୍ତି। ଏଥିପାଇଁ ବେଙ୍ଗାଲୁରୁର ଏକ ଅନୁଷ୍ଠାନ ସି ଆଇସିଇଏଫ ଦ୍ବାରା ସର୍ଭେ କରାଯାଇ ୮୨,୮୬ କୋଟିର ବ୍ୟୟ ଅଟକଳ କରାଯାଇଅଛି। ବନ୍ଦର ପାଇଁ ଜାଗା ରହିଥିବା ବେଳେ, ବରଫ କଳ, ମତ୍ସ୍ୟ ଅବତରଣ କେନ୍ଦ୍ର, ଡଙ୍ଗା ମରାମତି ଜାଗା, ଡଙ୍ଗା ରହିବା ଜାଗା, ସୁରକ୍ଷା କର୍ମୀ ଗୃହ, ପ୍ରଶାସନିକ ଗୃହ, ଜାଲ ମରାମତି ଗୃହ, ମୁହାଣ ଖନନ, ପାନୀୟ ଜଳ, ରାସ୍ତା, ପାଚେରି ଭଳି ବହୁ ଜିନିଷ ପ୍ରତିଷ୍ଠା ହେବାର ଯୋଜନା ରହିଛି। ଏହି ପ୍ରକଳ୍ପଟି, ସି ସାର୍‌ ଜେଡ,୧ ବିସି ଆର୍‌, ଜେଡ ୩ ଓ ସିଆର, ଜେଡ ୪ ଭିତରେ ରହୁଥିବା ବେଳେ,୧୯୬୦ ଯାନ୍ତ୍ରିକ ଡଙ୍ଗା ଚଳପ୍ରଚଳ ହେବାର ସୁବିଧା ରହିଛି। ବନ୍ଦରର ନୂତନ ନିର୍ମାଣ ନେଇ ଏକ ଜନଶୁଣାଣି ଶିବିର ମେରାଇନ ଥାନା ପରିସରରେ ଅନୁଷ୍ଠିତ ହୋଇଥିଲା। ଏଥିରେ ପୁରୀ ଉପଜିଲାପାଳ ଭବତରଣ ସାହୁ, ଅସ୍ତରଙ୍ଗ ତହସିଲଦାର ରାଜଲକ୍ଷ୍ମୀ ନାୟକ, ଜିଲା ଜଳ ମତ୍ସ୍ୟ ଅଧିକାରୀ ସୁଧାଂଶୁ ମଲ୍ଲିକ, ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ସଂସ୍ଥା ଆଞ୍ଚଳିକ ଅଧିକାରୀ, ସ୍ଥାନୀୟ ମତ୍ସ୍ୟଜୀବୀ, ସ୍ଥାନୀୟ ସରପଞ୍ଚ, ସମିତି ସଭ୍ୟ ପ୍ରମୁଖ ଯୋଗଦେଇ ଜନ ଶୁଣାଣିର ଆଲୋଚନାରେ ଭାଗ ନେଇଥିଲେ। ଏହି ଅତ୍ୟାଧୁନିକ ମାଛଧରା ବନ୍ଦର ୩ବର୍ଷ ଭିତରେ କାର୍ଯ୍ୟକ୍ଷମ ହେବ ବୋଲି ଉପସ୍ଥିତ ଅଧିକାରୀମାନେ ପ୍ରକାଶ କରିଛନ୍ତି। କିନ୍ତୁ ଏହି ଜନଶୁଣାଣି ଶିବିର ବିଷୟରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ଉପେକ୍ଷା କରାଯାଇଥିଲା। ଏଭଳି ଘଟଣା ସମସ୍ତ ଗଣମାଧ୍ୟମ ପ୍ରତିନିଧିଙ୍କୁ ମର୍ମାହତ କରିଥିବା ସଂଘ ସଭାପତି ପ୍ରଶାନ୍ତ କୁମାର ବାରିକ ଅଭିଯୋଗ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

ପୁରୀରେ ପହଞ୍ଚିଲା ତୃତୀୟ ପର୍ଯ୍ୟାୟ ରଥକାଠ

ପୁରୀ,୨୫ା୪: ପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ନୟାଗଡ଼ରୁ ତୃତୀୟ ପର୍ଯ୍ୟାୟ ରଥକାଠ ଆସି ବଡ଼ଦାଣ୍ଡସ୍ଥିତ ରଥଖଳାରେ ପହଞ୍ଚିଛି। ଆସିଥିବା କାଠରେ ୨୩ ଖଣ୍ଡ...

ନିଜେ ପଞ୍ଚମ ଫେଲ୍, ଚାକିରି ଦେବା ଆଳରେ ଠକିନେଲେ ୨କୋଟିରୁ ଊର୍ଦ୍ଧ୍ୱ ଟଙ୍କା 

ସୋର, ୨୫।୪: (ଜନ୍ମେଜୟ ମିଶ୍ର): ଚାକିରି କରାଇ ଦେବାର ଆଳ ଦେଖାଇ ବାଲେଶ୍ୱର ଜିଲା ସୋର ଅଞ୍ଚଳର ଜଣେ ଯୁବକ ବିଭିନ୍ନ ଲୋକଙ୍କଠାରୁ ୨କୋଟିରୁ ଊର୍ଦ୍ଧ୍ୱ...

ନିଜ ଦେହରେ କିରୋସିନ ଢାଳି ନିଆଁ ଲଗାଇ ଦେଲେ ମହିଳା, ରକ୍ଷା କରିବାକୁ ଯାଇ ସ୍ବାମୀ ଗୁରୁତର

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା କାଠକଟା ଗାଁରେ ବୁଧବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପରିବାରିକ କଳହରୁ ଜଣେ...

ଅମରେନ୍ଦ୍ରଙ୍କୁ ଖୋଲା ଚ୍ୟାଲେଞ୍ଜ କଲେ ଚିରଞ୍ଜୀବ

ଜଗତ୍‌ସିଂହପୁର, ୨୫ା୪(ପ୍ରମୋଦ କୁମାର ନାୟକ)ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଦଳ ଛାଡ଼ି ବିଜେଡିରେ ମିଶିଥିଲେ ସୁଦ୍ଧା ୨୦୨୪ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇନାହାନ୍ତି। କିନ୍ତୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri