ସାମ୍ନାକୁ ଆସିଲା ଶ୍ରୀଦେବୀଙ୍କ ମୃତ୍ୟୁର ଅସଲ କାରଣ

ଦିବଂଗତ ଅଭିନେତ୍ରୀ ଶ୍ରୀଦେବୀ ବାଥ୍‌ଟବ୍‌ରେ ବୁଡ଼ି ପ୍ରାଣ ହରାଇଥିବା ଘଟଣାକୁ ତାଙ୍କ ପ୍ରଶଂସକମାନେ ସହଜରେ ଗ୍ରହଣ କରି ପାରି ନ ଥିଲେ। ଏନେଇ ସେତେବେଳେ ନାନା ପ୍ରଶ୍ନ ଉଙ୍କି ମାରିଥିଲା। କିନ୍ତୁ ଏବେ ଏହି ଘଟଣାର ପ୍ରକୃତ କାରଣ ସାମ୍ନାକୁ ଆସିଛି। ଶ୍ରୀଦେବୀଙ୍କ ଜୀବନୀ ଉପରେ ‘ଶ୍ରୀଦେବୀ: ଦ ଏଟର୍ନାଲ ଗଡେସ୍‌’ ଲେଖିଥିବା ପୁସ୍ତକର ଲେଖକ ସତ୍ୟାର୍ଥ ନାୟକ ଏ ସମ୍ପର୍କରେ ତାଙ୍କ କଲମମୁନରେ ଏହାର ପର୍ଦ୍ଦାଫାଶ କରିଛନ୍ତି।

ଶ୍ରୀଦେବୀଙ୍କର ଲୋ-ବ୍ଲଡ୍‌ପ୍ରେସର ଥିଲା। ଏ ସମ୍ପର୍କରେ ଲେଖକ ଶ୍ରୀଦେବୀଙ୍କ କେତେକ ସମ୍ପର୍କୀୟଙ୍କ ମତ ମଧ୍ୟ ନେଇଛନ୍ତି। ସେମାନେ କହିଛନ୍ତି, ତାଙ୍କର ଲୋ-ବ୍ଲଡ୍‌ପ୍ରେସର ଥିଲା। ସେ ବାଥରୁମ୍‌ ଯାଇଥିବା ସମୟରେ ବାଥ୍‌ଟବ୍‌ରେ ପଡ଼ିଯାଇଥିଲେ। ଏହା ପରେ ସ୍ବାମୀ ବୋନି କପୁର ତାଙ୍କୁ ଅଚେତ ଅବସ୍ଥାରେ ଦେଖିଥିଲେ। ମାତ୍ର କେରଳର ଡିଜିପି କହିଥିଲେ, ଶ୍ରୀଦେବୀଙ୍କ ମୃତ୍ୟୁ ସାଧାରଣ ନୁହେଁ, ଏହା ଏକ ହତ୍ୟାକାଣ୍ଡ। ସେହିପରି ମୃତ୍ୟୁ ପ୍ରମାଣପତ୍ରରେ ଆଘାତ ଲାଗି ମୃତ୍ୟୁ ଘଟିଥିବା ଡାକ୍ତର ଦର୍ଶାଇଥିଲେ। ଏ ସମସ୍ତ କଥା ପ୍ରଶଂସକଙ୍କୁ ଦ୍ୱନ୍ଦ୍ୱରେ ପକାଇଥିଲା। ତେଣୁ ଲେଖକଙ୍କ ଦ୍ୱାରା ଏହି ରହସ୍ୟ ଉପରୁ ପରଦା ହଟିଛି।

ଉଲ୍ଲେଖଯୋଗ୍ୟ, ଦୁବାଇର ଏକ ହୋଟେଲ ବାଥ୍‌ଟବ୍‌ରେ ଶ୍ରୀଦେବୀ ପଡ଼ି ଯାଇଥିଲେ। ତାଙ୍କ ମୁଣ୍ଡରେ ଆଘାତ ଲାଗି ପ୍ରଚୁର ରକ୍ତ ବହୁଥିଲା। ୫୪ ବର୍ଷ ବୟସରେ ୨୪ ଫେବୃୟାରୀ ୨୦୧୮ରେ ଶ୍ରୀଦେବୀଙ୍କ ମୃତ୍ୟୁ ଘଟିଥିଲା। ଏହି ଖବର ସେତେବେଳେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଖୁବ୍‌ଶୀଘ୍ର ଆସୁଛି ‘କୌନ୍‌ ବନେଗା କରୋଡ଼ପତି’, ଜାଣନ୍ତୁ କେମିତି କରିବେ ରେଜିଷ୍ଟ୍ରେଶନ

ମୁମ୍ବାଇ: ବିଗ୍‌ ବି’ ଅମିତାଭ ବଚ୍ଚନଙ୍କ କୁଇଜ୍‌ ଶୋ’ କୌନ୍‌ ବନେଗା କରୋଡ଼ପତି’ (କେବିସି) ସବୁବେଳେ ଚର୍ଚ୍ଚାରେ ରହିଥାଏ। ବର୍ତ୍ତମାନ ଏହି ଶୋ’ର ପରବର୍ତ୍ତୀ ସିଜନ୍‌ ...

ଅଲଗା ହେଲା ବାଟ, ପ୍ରେମିକଙ୍କଠାରୁ ଅଲଗା ହେଲେ ଶ୍ରୁତି ହାସନ!

ବମ୍ବେ: ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ସାଉଥ୍‌ ସୁପରଷ୍ଟାର କମଲ ହାସନଙ୍କ ଝିଅ ତଥା ଅଭିନେତ୍ରୀ ଶ୍ରୁତି ହାସନ। ଦୀର୍ଘଦିନ ଧରି ସେ ଶାନ୍ତନୁ ହଜାରିକାଙ୍କୁ...

ପୁଣି ପ୍ରେମରେ ପଡ଼ିଛନ୍ତି କୋଙ୍କଣା? ପୂର୍ବ ସ୍ବାମୀ କରିଦେଲେ ବଡ଼ ଖୁଲାସା

ବମ୍ବେ: ପୁଣି ପ୍ରେମରେ ପଡ଼ିଛନ୍ତି ଅଭିନେତ୍ରୀ କୋଙ୍କଣା ସେନ୍‌ ଶର୍ମା। କିଛି ଦିନ ଧରି ତାଙ୍କର ଲଭ୍‌ ଲାଇଫକୁ ନେଇ ଚର୍ଚ୍ଚା ହେଉଥିଲା। ହେଲେ ସେ...

ଅଭିନେତ୍ରୀ ତମନ୍ନା ଭାଟିଆଙ୍କୁ ସମନ

ବମ୍ବେ,୨୫।୪: ଅଡ଼ୁଆରେ ଫସିଛନ୍ତି ବଲିଉଡ ଅଭିନେତ୍ରୀ ତମନ୍ନା ଭାଟିଆ। ଅଭିନେତା ସଞ୍ଜୟ ଦତ୍ତଙ୍କ ପରେ ବର୍ତ୍ତମାନ ତମନ୍ନା ଭାଟିଆଙ୍କ ନାମ ମଧ୍ୟ ବେଆଇନ ଆଇପିଏଲ୍‌ ମ୍ୟାଚ୍‌...

ହେମାମାଳିନୀଙ୍କୁ ନିର୍ବାଚନ ଲଢ଼ିବାକୁ ମନା କରିଥିଲେ ଧର୍ମେନ୍ଦ୍ର

ମୁମ୍ବାଇ: ଅଭିନେତ୍ରୀ ହେମାମାଳିନୀ ବର୍ତ୍ତମାନ ରାଜନୀତିରେ ସକ୍ରିୟ ରହିଛନ୍ତି। ମଥୁରାରୁ ୨ ଥର ଲୋକ ସଭା ସଦସ୍ୟ ଭାବେ ନିର୍ବାଚିତ ହୋଇଥିବା ହେମାମାଳିନୀ ଚଳିତ ଥର...

ସେଲ୍ସ ଗର୍ଲ ହେଲେ ଶ୍ରଦ୍ଧା

ମୁମ୍ବାଇ: ବଲିଉଡ୍‌ର ପ୍ରତିଭାବାନ୍‌ ଅଭିନେତ୍ରୀ ଶ୍ରଦ୍ଧା କପୁର ସୋସିଆଲ ମିଡିଆରେ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ସେ ନିଜ ଇନ୍‌ଷ୍ଟାଗ୍ରାମରେ ଏକ ଭିଡିଓ ପୋଷ୍ଟ କରିଛନ୍ତି, ଯାହାକୁ...

କ୍ୟାନ୍‌ସରରେ ଆଖି ବୁଜିଲେ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନ

ନୂଆଦିଲ୍ଲୀ,୨୧ା୪: ଲୋକପ୍ରିୟ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନଙ୍କର ୩୦ ବର୍ଷ ବୟସରେ ମୃତ୍ୟୁ ଘଟିଛି। ସେ ଦୀର୍ଘଦିନ ହେଲା କ୍ୟାନ୍‌ସରରେ ପୀଡ଼ିତ ଥିଲେ। ଇନ୍‌ଷ୍ଟାଗ୍ରାମରେ ତାଙ୍କର...

ହିନ୍ଦୀ ନ କହିବାରୁ କନ୍ନଡ଼ ଅଭିନେତ୍ରୀଙ୍କୁ ଆକ୍ରମଣ

ବେଙ୍ଗାଲୁରୁ, ୨୦।୪: କନ୍ନଡ଼ ଅଭିନେତ୍ରୀ ହର୍ଷିକା ପୁନାଚାଙ୍କୁ ୨ ଦିନ ତଳେ କେତେଜଣ ଦୁର୍ବୃତ୍ତ ଆକ୍ରମଣ କରିଥିବା ଶୁକ୍ରବାର ସେ ନିଜ ଫେସବୁକରେ ପୋଷ୍ଟ କରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri