Posted inଖେଳ

ସାବାସ ସ୍ବସ୍ତି

ଆସାମର ଗୁଆହାଟୀଠାରେ ଚାଲିଥିବା ଖେଲୋ ଇଣ୍ଡିଆ ୟୁଥ୍‌ ଗେମ୍ସରେ ୨ଟି ସ୍ବର୍ଣ୍ଣ ଏବଂ ଗୋଟିଏ ରୌପ୍ୟ ପଦକ ହାସଲ କରି ସେ ନିଜ ପ୍ରତିଭା ଏବଂ ଦକ୍ଷତାର ପରିଚୟ ଦେଇଛନ୍ତି ଆର୍‌ଏସ୍‌ପିର ସ୍ବସ୍ତି ସିଂ। ରାଜ୍ୟରେ ଅଭ୍ୟାସ ପାଇଁ ପିଚ୍‌ ଟ୍ରାକ୍‌ ଅଭାବ ସତ୍ତ୍ୱେ ନିଜ ସ୍ବପ୍ନକୁ ସାକାର କରିବା ପାଇଁ ସେ ପ୍ରୟାସକୁ ଜୋରଦାର କରିଛନ୍ତି…

ଓଡ଼ିଶାର ପ୍ରଥମ ଆଥଲେଟ୍‌ ଭାବେ ସାଇକ୍ଲିଂ ପରି ଏକ ବ୍ୟୟବହୁଳ କ୍ରୀଡ଼ାକୁ ଆପଣେଇ ସଫଳତା ପାଇବା ସହ ଅର୍ଜୁନ ପୁରସ୍କାରରେ ସମ୍ମାନିତ ହୋଇଥିଲେ ପୁରୀର ମିନତି ମହାପାତ୍ର। ୮୦ ଦଶକରେ ତାଙ୍କର ଏହି ସଫଳତା ଓଡ଼ିଶାରେ ସାଇକ୍ଲିଂ କ୍ରୀଡ଼ାପ୍ରତି ଲୋକପ୍ରିୟତାକୁ ବଢ଼ାଇଥିଲା। ଅନେକ ଯୁବ ପ୍ରତିଭା ଆଦର୍ଶ ପାଲଟିଥିଲେ ମିନତି। ସାଇକ୍ଲିଂକୁ କ୍ୟାରିୟର କରି ଯେ ପ୍ରତିଷ୍ଠା ଅର୍ଜନ କରିହେବ ତାହା ସେ ପ୍ରମାଣିତ କରିଥିଲେ। ଏବେ ସେହି ପଥର ପଥିକ ଭାବେ ଆଗକୁ ବଢ଼ିବାର ସ୍ବପ୍ନ ଦେଖୁଛନ୍ତି ଅନେକ ଯୁବ ପ୍ରତିଭା। ରାଜ୍ୟ ପାଇଁ ଅନେକ ସମ୍ଭାବନା ସୃଷ୍ଟି କରିଥିବା ଏହି ପ୍ରତିଭାଙ୍କ ମଧ୍ୟରୁ ଅନ୍ୟତମ ହେଲେ ରାଉରକେଲା ଷ୍ଟିଲ୍‌ ପ୍ଲାଣ୍ଟ(ଆରଏସପି)ର ସ୍ବସ୍ତି ସିଂ। ସମ୍ପ୍ରତି ୨୧ ବର୍ଷରୁ କମ୍‌ ବାଳିକା ଇଭେଣ୍ଟରେ ଭାଗ ନେଉଥିବା ସ୍ବସ୍ତି କେବଳ ସ୍ବପ୍ନ ଦେଖୁ ନାହାନ୍ତି ତାହାକୁ ସାକାର କରିବା ପାଇଁ ପ୍ରୟାସକୁ ଜୋରଦାର ମଧ୍ୟ କରିଛନ୍ତି। ରାଜ୍ୟ ସମେତ ଯେଉଁ ଜାତୀୟ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଭାଗ ନେଇଛନ୍ତି ସେଠାରେ ପ୍ରଦର୍ଶନର ଛାପ ଛାଡ଼ିଛନ୍ତି। ଆସାମର ଗୁଆହାଟୀଠାରେ ଚାଲିଥିବା ଖେଲୋ ଇଣ୍ଡିଆ ୟୁଥ୍‌ ଗେମ୍ସରେ ୨ଟି ସ୍ବର୍ଣ୍ଣ ଏବଂ ଗୋଟିଏ ରୌପ୍ୟ ପଦକ ହାସଲ କରି ସେ ନିଜ ପ୍ରତିଭାର ପରିଚୟ ଦେବା ସହ ଓଭରଅଲ ରନର୍ସଅପ୍‌ ହୋଇଛନ୍ତି।
ବାପା ଅମର ସିଂ ଆରଏସପିରେ ଚାକିରି କରିବା ସ୍ବସ୍ତିଙ୍କ ପାଇଁ ଈଶ୍ୱରଙ୍କ ଆଶୀର୍ବାଦ ସଦୃଶ ହୋଇଥିଲା। କାରଣ ସେହିଠାରେ ହିଁ ତାଙ୍କର ସାଇକ୍ଲିଂ କ୍ୟାରିୟରର ମୂଳଦୁଆ ପଡ଼ିଥିଲା। ସେଠାରେ ତାଙ୍କୁ ମିଳିଥିଲେ ସୁଶୀଲ କୁମାର ଦାସଙ୍କ ପରି ଜଣେ ଅନୁଭବୀ କୋଚ୍‌। ସ୍ନେହବତ୍ସଳ ସୁଶୀଲଙ୍କ ପ୍ରଶିକ୍ଷଣ ଏବଂ ବ୍ୟକ୍ତିଗତ ପ୍ରଚେଷ୍ଟା ଓ ପରିଶ୍ରମ ବଳରେ ସ୍ବସ୍ତି ଏବେ କ୍ରମେ ପରିଚିତ ହେବାରେ ଲାଗିଛନ୍ତି। ୨୦୧୫ ରେ ସ୍ବସ୍ତିଙ୍କ ସାଇକ୍ଲିଂ କ୍ୟାରିୟର ଆରମ୍ଭ ହୋଇଥିଲା। ସେହିବର୍ଷ କଟକ ଟାଙ୍ଗୀସ୍ଥିତ ଡ୍ରିମ୍ସ କ୍ୟାମ୍ପସରେ ଅନୁଷ୍ଠିତ ୩୮ତମ ଓଡ଼ିଶା ରାଜ୍ୟ ଟ୍ରାକ୍‌ ଆଣ୍ଡ ରୋଡ୍‌ ସାଇକ୍ଲିଂ ଚାମ୍ପିୟନଶିପ୍‌ରେ ସେ ଉଭୟ ୫୦୦ ଓ ୧୬୦୦ ମିଟର ବ୍ୟକ୍ତିଗତ ରେସ୍‌ରେ ସ୍ବର୍ଣ୍ଣ ପଦକ ଜିତିଥିଲେ। ରାଜସ୍ଥାନର ଜୟପୁରରେ ଅନୁଷ୍ଠିତ ଜାତୀୟ ସବ୍‌ଜୁନିୟର ସାଇକ୍ଲିଂର ୨ କିଲୋମିଟର ବ୍ୟକ୍ତିଗତ ପର୍ଶ୍ୟୁଟରେ ୨:୩୭.୦୦ ସେକେଣ୍ଡ ସମୟ ନେଇ ଜାତୀୟ ରେକର୍ଡ ସୃଷ୍ଟି କରିଥିବା ସ୍ବସ୍ତି ୨୦୧୮ ନଭେମ୍ବର ୨୧ରେ ହରିୟାଣାର କୁରୁକ୍ଷେତ୍ରଠାରେ ଆୟୋଜିତ ୨୩ତମ ଜାତୀୟ ରୋଡ୍‌ ସାଇକ୍ଲିଂ ଚାମ୍ପିୟନଶିପ୍‌ରେ ବ୍ରୋଞ୍ଜ ପଦକ ହାସଲ କରି ପ୍ରତିଭା ଦେଖାଇଥିଲେ। ଅନ୍ତର୍ଜାତୀୟ ସ୍ତରରେ ମଧ୍ୟ ନିଜର ଉପସ୍ଥିତି ଜାହିର କରିଛନ୍ତି ଏହି ଆଥଲେଟ୍‌। ୨୦୧୮ସେପ୍ଟେମ୍ବର ୨୧ରୁ ୨୩ ପର୍ଯ୍ୟନ୍ତ ନୂଆଦିଲ୍ଲୀରେ ଆୟୋଜିତ ଏସିଆନ କପ୍‌ ଟ୍ରାକ୍‌ ସାଇକ୍ଲିଂର ଜୁନିୟର ମହିଳା ୨ କିଲୋମିଟର ବ୍ୟକ୍ତିଗତ ପର୍ଶ୍ୟୁଟରେ ୨:୪୧.୧୨୩ ସେକେଣ୍ଡ ସମୟ ନେଇ ସେ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ। ୨୦୧୯ ସେପ୍ଟମ୍ବର ୯ରୁ ୧୧ ପର୍ଯ୍ୟନ୍ତ ଏସିଆ କପ୍‌ ସାଇକ୍ଲିଂ ଚାମ୍ପିୟନଶିପ୍‌ର ୨ କିଲୋମିଟର ବ୍ୟକ୍ତିଗତ ପର୍ଶ୍ୟୁଟରେ ସେ ବ୍ରୋଞ୍ଜ ପଦକ ଜିତିଥିଲେ। କେବଳ ସେତିକି ନୁହେଁ ଏଥିରେ ସେ ୨:୩୫.୧୬୧ ସେକେଣ୍ଡ ସମୟ ନେଇ ପୂର୍ବ ଜାତୀୟ ରେକର୍ଡ(୨:୩୭.୦୦)କୁ ମଧ୍ୟ ଭାଙ୍ଗିଥିଲେ। ସେହିବର୍ଷ ଡିସେମ୍ବର ୭ରେ ନେପାଳର କାଠମାଣ୍ଡୁରେ ଅନୁଷ୍ଠିତ ୧୩ତମ ସାଉଥ୍‌ ଏସିଆନ ଗେମ୍ସର ମହିଳା ବ୍ୟକ୍ତିଗତ ରୋଡ ରେସ୍‌ ଇଭେଣ୍ଟରେ ସେ ରୌପ୍ୟ ପଦକ ମଧ୍ୟ ହାସଲ କରିଥିଲେ।
ପିଚ୍‌ ଟ୍ରାକ୍‌ ନିହାତି ଆବଶ୍ୟକ
ଅଭ୍ୟାସ ପାଇଁ ଭିତ୍ତିଭୂମିର ଅଭାବ ସତ୍ତ୍ୱେ ପିଲାମାନେ ଯେପରି ପ୍ରଦର୍ଶନ କରୁଛନ୍ତି ବାସ୍ତବିକ ପ୍ରଶଂସନୀୟ। ଖେଲୋ ଇଣ୍ଡିଆ ୟୁଥ୍‌ ଗେମ୍ସରେ ଉଭୟ ସ୍ବସ୍ତି ସିଂ ଓ ଦୀନେଶ କୁମାର ଚମତ୍କାର ପ୍ରଦର୍ଶନ କରିଛନ୍ତି। ରାଜ୍ୟ ସରକାରଙ୍କ ପକ୍ଷରୁ ଏହି କ୍ରୀଡ଼ା ପ୍ରତି ଦୃଷ୍ଟି ଦେବାର ସମୟ ଆସିଛି। ଆରଏସପିରେ ପିଲାମାନେ ଏକ ପିଚୁ ଟ୍ରାକ୍‌ ଉପରେ ଅଭ୍ୟାସ କରୁଛନ୍ତି। ସରକାରଙ୍କ ପକ୍ଷରୁ ସିମେଣ୍ଟ ଟ୍ରାକ୍‌ ପ୍ରସ୍ତୁତ କରାଗଲେ ବହୁତ୍‌ ଭଲ। ନଚେତ୍‌ ଅତିକମ୍‌ରେ ଯେ କୌଣସି ସ୍ଥାନରେ ଏକ ପିଚ୍‌ ଟ୍ରାକ୍‌ ପ୍ରସ୍ତୁତ କରାଗଲେ ମଧ୍ୟ ପିଲାମାନଙ୍କ ପ୍ରଦର୍ଶନରେ ଅଧିକ ଉନ୍ନତି ଆସିବ ଏବଂ ଅଧିକରୁ ଅଧିକ ପିଲା ମଧ୍ୟ ଓଡ଼ିଶାରୁ ବାହାରି ପାରିବେ ବୋଲି କୋଚ୍‌ ସୁଶୀଲ ଦାସ ପ୍ରକାଶ କରିଛନ୍ତି। ଆରଏସପିରେ ଏବେ ୪୫ ପିଲା ଅଭ୍ୟାସ କରୁଛନ୍ତି। ଆବଶ୍ୟକ ସାଇକେଲ ନ ଥିବାରୁ ପର୍ଯ୍ୟାୟକ୍ରମେ ପିଲାଙ୍କୁ ସୁଯୋଗ ଦିଆଯାଉଛି। ପିଲାମାନେ ପ୍ରତିଦିନ ସକାଳେ ଓ ସନ୍ଧ୍ୟାରେ ଟ୍ରେନିଂ କରିଥାନ୍ତି। ପ୍ରତିଦ୍ୱନ୍ଦ୍ୱିତା ବଢ଼ୁଛି। ତେଣୁ ଭିତ୍ତିଭୂମି ପ୍ରସ୍ତୁତ ନ ହେଲେ ଓଡ଼ିଶା ପିଲାମାନେ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ପ୍ରତିଦ୍ୱନ୍ଦ୍ୱୀଙ୍କୁ ଟକ୍କର ଦେବା କଷ୍ଟକର ହୋଇପଡ଼ିବ ବୋଲି ସୁଶୀଲ କହିଛନ୍ତି।

ସଂକ୍ଷେପରେ ସ୍ବସ୍ତି
ନାମ: ସ୍ବସ୍ତି ସିଂ
ଜନ୍ମ: ୨୦୦୧ ମେ ୧୬, ରାଉରକେଲା
ପରିବାର: ମା-ଉମା ଦେବୀ, ବାପା-ଅମର ସିଂ
କୋଚ୍‌: ସୁଶୀଲ କୁମାର ଦାସ
ଶିକ୍ଷାଗତ ଯୋଗ୍ୟତା: +୨


Enter your email to get our daily news in your inbox.

All Right Reserved By Dharitri.Com

ବଡ଼ ଖବର: କାଲି ନୁହେଁ ଆଜି ଲ୍ୟାଣ୍ଡଫଲ୍‌ କରିବ ବାତ୍ୟା, ହଠାତ୍‌ ବଦଳିଲା ସମୟ

ଭୁବନେଶ୍ୱର, ୨୭।୧୦: କାଲି ନୁହେଁ ଆଜି ରାତିରେ ହିଁ ଲ୍ୟାଣ୍ଡଫଲ କରିବ ବାତ୍ୟା ଅର୍ଣ୍ଣବ । ହଠାତ୍ ବଦଳିଲା ବାତ୍ୟା ଲ୍ୟାଣ୍ଡଫଲର ସମୟ । ଆଜି ରାତି…

କୋଟିଆ ମାଟିରେ ତାତିଲେ ତାରା, ଗର୍ଜିଲେ ଭକ୍ତ: ଆନ୍ଧ୍ର ପୋଲିସ୍ ତୁରନ୍ତ ସ୍ଥାନ ଛାଡ଼, ଏହା କାହାର ପୈତୃକ ସମ୍ପତ୍ତି ନୁହେଁ…

ପଟ୍ଟାଙ୍ଗି, ୨୭।୧୦(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନରୁ ଲାଗିରହିଥିବା ସୀମା ବିବାଦକୁ ନେଇ ସ୍ଥିତି ପୁଣି ସଙ୍ଗୀନ…

ଦ୍ବୀପରେ ଅଟକି ରହିଥିଲେ କଙ୍କଡ଼ା ଧରାଳି, ଉଦ୍ଧାର ହୋଇ ଆସିଲେ

ମହାକାଳପଡ଼ା,୨୭।୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ପେଟଛେଲା ପଞ୍ଚାୟତ ଶବରପଡ଼ାର ୨୦ଜଣ କଙ୍କଡ଼ା ଧରାଳି ଗହୀରମଥା ସାମୁଦ୍ରିକ ଅଭୟରଣ୍ୟ ହୁକିଟୋଲା ଅନତୀ ଦୂରରେ ଥିବା…

ଭୁବନେଶ୍ୱରରୁ ଦକ୍ଷିଣ ଓଡ଼ିଶାକୁ ବସ୍‌ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ, ଗଡ଼ିବନି ୧୫୦ରୁ ଅଧିକ ବସ୍‌

ଭୁବନେଶ୍ୱର, ୨୭।୧୦: ସମ୍ଭାବ୍ୟ ବାତ୍ୟା ‘ଅର୍ଣ୍ଣବ’ର ପ୍ରକୋପକୁ ଦୃଷ୍ଟିରେ ରଖି ରାଜଧାନୀ ଭୁବନେଶ୍ୱରରୁ ଦକ୍ଷିଣ ଓଡ଼ିଶାକୁ ଚଳାଚଳ କରୁଥିବା ସମସ୍ତ ଘରୋଇ ବସ୍‌ ସେବାକୁ ସାମୟିକ ଭାବେ…

Featured Video Play Icon

ଅର୍ଣ୍ଣବ ପ୍ରକୋପ: ଭୟଙ୍କର ଦେଖାଗଲା ସମୁଦ୍ର! ବିଶେଷଜ୍ଞ କହିଲେ…

ଭୁବନେଶ୍ୱର,୨୭।୧୦: ସମୁଦ୍ରରେ ଭୀଷଣ ରୂପ ଧରି ସ୍ଥଳଭାଗକୁ ମାଡ଼ି ଆସୁଛି ସାମୁଦ୍ରିକ ଝଡ଼ ଅର୍ଣ୍ଣବ। ଘଣ୍ଟା ପ୍ରତି ୨୦ କିମି ବେଗରେ ଆଗକୁ ବଢୁଥିବା ବାତ୍ୟା ଅର୍ଣ୍ଣବ…

ମାଡ଼ି ଆସୁଛି ବାତ୍ୟା ‘ଅର୍ଣ୍ଣବ’: କାଲି ବଲାଙ୍ଗୀର, କନ୍ଧମାଳ-କେନ୍ଦ୍ରାପଡ଼ାରେ ସବୁ ସ୍କୁଲ୍ ଛୁଟି; ଶିକ୍ଷକଙ୍କ ପାଇଁ…

ଭୁବନେଶ୍ୱର, ୨୭।୧୦: ସମ୍ଭାବ୍ୟ ବାତ୍ୟା ‘ଅର୍ଣ୍ଣବ’ର ପ୍ରଭାବକୁ ଦୃଷ୍ଟିରେ ରଖି ରାଜ୍ୟର ବିଭିନ୍ନ ଜିଲାରେ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ସୁରକ୍ଷା ଦୃଷ୍ଟିରୁ ବୁଧବାର (କାଲି) ବଲାଙ୍ଗୀର,…

ବଦଳିଗଲା ବାତ୍ୟାର ଲ୍ୟାଣ୍ଡଫଲ୍‌ ସ୍ଥାନ! ରାତି ହେଉ ହେଉ ଏସବୁ ଜିଲାକୁ ହାଇ ଆଲର୍ଟ…

ଭୁବନେଶ୍ୱର,୨୭।୧୦: ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଭୀଷଣ ସାମୁଦ୍ରିକ ଝଡ଼ ଅର୍ଣ୍ଣବ ବିଗତ ୬ ଘଣ୍ଟା ମଧ୍ୟରେ ଘଣ୍ଟାପ୍ରତି ୧୮ କିଲୋମିଟର ବେଗରେ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି…

ଲିଷ୍ଟିଂ ପୂର୍ବରୁ ଶେୟାର ବଜାରରେ କମ୍ପନ: ଦେଶର ୨ୟ ମୂଲ୍ୟବାନ କମ୍ପାନୀ ହେବା ଦିଗରେ ଜିଓ ପ୍ଲାଟଫର୍ମସ! ଟାଟା-ଅଦାନୀଙ୍କୁ…

ନୂଆଦିଲ୍ଲୀ,୨୭।୧୦: ଭାରତୀୟ ପୁଞ୍ଜି ବଜାର (Stock Market) ଇତିହାସରେ ଏକ ନୂଆ ଅଧ୍ୟାୟ ଯୋଡ଼ି ହେବାକୁ ଯାଉଛି। ମୁକେଶ ଅମ୍ବାନୀଙ୍କ ନେତୃତ୍ଵାଧୀନ ‘ଜିଓ ପ୍ଲାଟଫର୍ମସ ଲିମିଟେଡ’ (JPL)…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?