ସାନ ଭାଇର ଠେଙ୍ଗା ମାଡ଼ରେ ବଡ଼ ଗୁରୁତର

କୋରେଇ,୧୮ା୯(ସ୍ବ:ପ୍ର.): ପାଣିକୋଇଲି ଥାନା ଅନ୍ତର୍ଗତ ମୂଳାପାଳ ପଞ୍ଚାୟତ ଧନତ୍ରୀ ଗ୍ରାମରେ ମଙ୍ଗଳବାର ପାରିବାରିକ ଗଣ୍ଡଗୋଳ ଘଟିଛି। ଏଥିରେ ସାନଭାଇର ଠେଙ୍ଗା ମାଡ଼ରେ ବଡ଼ଭାଇ ଗୁରୁତର ହୋଇଛନ୍ତି। ଗୁରୁତର ଅବସ୍ଥାରେ ବଡ଼ଭାଇ ପଦ ମଲିକ ଥାନାରେ ପହଞ୍ଚତ୍ ଅଭିଯୋଗ କରିଥିଲେ। ଏ ନେଇ ପୋଲିସ ଏକ ମାମଲା (ନଂ. ୧୭୪/୧୯) ରୁଜୁ କରି ତଦନ୍ତ ଚଳାଇଛି। ଅଭିଯୋଗ ମୁତାବକ ବିଶ୍ୱକର୍ମା ପୂଜାକୁ କେନ୍ଦ୍ରକରି ସାନ ଭାଇ ସହଦେବ ତାର ଭାଉଜଙ୍କୁ ଗାଳିଗୁଲଜ କରିଥିଲେ। ଏହି ସମୟରେ ପଦ ପ୍ରତିବାଦ କରିବାରୁ ସହଦେବ ରାଗିଯାଇ ଜୀବନରୁ ମାରିଦେବାକୁ ଧମକ ଦେଇ ଏକ ଠେଙ୍ଗାରେ ପଦଙ୍କୁ ପିଟିଥିଲେ। ଫଳରେ ତାଙ୍କ ବାମ କାନ୍ଧ ଓ ଦୁଇ ଆଙ୍ଗୁଠି ଡାହାଣ ହାତ କହୁଣି ଫାଟି ଯାଇଥିଲା। ରକ୍ତାକ୍ତ ଅବସ୍ଥାରେ ପଦ ନିଜ ଜୀବନକୁ ବଞ୍ଚାଇବାକୁ ଥାନାକୁ ଆସି ଅଭିଯୋଗ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଅଭାବନୀୟ! ପିଲା ଚୋର ସନ୍ଦେହରେ ଫେଲୋଶିପ୍ କରିଥିବା ଯୁବତୀ-ସହଯୋଗୀଙ୍କୁ ଦୁର୍ବ୍ୟବହାର ସହ ଆକ୍ରମଣ,

କଲ୍ୟାଣସିଂହପୁର, ୧୬।୬(ଦୀପକ କୁମାର ପରିଡା ): ରାୟଗଡ଼ାରୁ ଏକ ଅଭାବନୀୟ ଖବର ସାମ୍ନାକୁ ଆସିଛି, ଯେଉଁଠି ପିଲା ଚୋର ସନ୍ଦେହରେ ଫେଲୋଶିପ୍ ଜଣେ ଯୁବତୀ ଓ ତାଙ୍କ…

ମମତାଙ୍କ ପରେ ଉଦ୍ଧବଙ୍କ ପାଳି, ଦଳ ଛାଡିବେ ୧୬ ବିଧାୟକ ୭ ଏମପି…

ମୁମ୍ୱାଇ,୧୬।୬: ମହାରାଷ୍ଟ୍ରର ପୂର୍ୱତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କ ନେତୃତ୍ୱାଧୀନ ଶିବସେନା(ୟୁବିଟି) ପୁଣିଥରେ ଭାଙ୍ଗିପାରେ ବୋଲି ଚର୍ଚ୍ଚା ହେଉଛି। ୧୪ରୁ ୧୬ ଜଣ ବିଧାୟକ ଏବଂ ୭ ଜଣ…

ଥୁଆମୂଳ ରାମପୁରରେ ରଜ ଉତ୍ସବ, ଦୋଳି ଖେଳିଲେ ଲାଞ୍ଜିଗଡ଼ ବିଧାୟକ; ଦଳୀୟ ଆଭିମୁଖ୍ୟ ଭୁଲି…

ଥୁଆମୂଳ ରାମପୁର, ୧୬।୬(ଦୁର୍ଗା କୀର୍ତ୍ତି): ଓଡ଼ିଶାର ଗଣପର୍ବ ‘ରଜ’ ଏବେ ଆଦିବାସୀ ଅଧ୍ୟୁଷିତ ଦୁର୍ଗମ ଅଞ୍ଚଳରେ ମଧ୍ୟ ବେଶ୍ ଲୋକପ୍ରିୟତା ହାସଲ କରିଛି। କଳାହାଣ୍ଡି ଜିଲା ଥୁଆମୂଳ…

ରମ୍ଭାକୁ ହରାଇ ଛତ୍ରପୁର ଚମ୍ପିୟାନ

ଛତ୍ରପୁର, ୧୬।୬(ବିଦ୍ୟାଧର ସାହୁ): ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ପବିତ୍ର ରଜ ପର୍ବ ଉପଲକ୍ଷେ ବାବା ବାଲୀ ଲୋକନାଥ କ୍ରିକେଟ କ୍ଳବ ପକ୍ଷରୁ ଏକ ୬-ଓଭର…

ରକ୍ତଦାନରେ ଉଲ୍ଲେଖନୀୟ ଅବଦାନ: ଜାତୀୟ ସ୍ତରରେ ସମ୍ମାନିତ ହେଲା ବରଗଡ଼ର ‘ନିଷ୍ଠା ପରିବାର’

ବରଗଡ଼, ୧୬ ଜୁନ୍ (ପ୍ରେମାନନ୍ଦ ଖମାରୀ): ବରଗଡ଼ର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ‘ନିଷ୍ଠା ପରିବାର’ ପାଇଁ ଏକ ଗର୍ବର ବିଷୟ । ମଙ୍ଗଳବାର ଦିନ ଗୁଜରାଟର ଅହମଦାବାଦଠାରେ…

ଜୁନ୍ ୧୯ରୁ ଖଣ୍ଡୁଆଳ ମାଳି ପାହାଡ଼ ଉପରେ ପ୍ରସିଦ୍ଧ ଯାତ୍ରା: ଖଣି ଖନନ ବିରୋଧରେ ବଜ୍ର ଶପଥ ନେବେ ହଜାର ହଜାର…

ଥୁଆମୂଳ ରାମପୁର,  ୧୬।୬(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ୍‌ ଅନ୍ତର୍ଗତ କର୍ଲାପାଟ ଅଭୟାରଣ୍ୟ ପାର୍ଶ୍ୱ ଖଣ୍ଡୁଆଳ ମାଳି ପାହାଡ଼ ଉପରେ ଆସନ୍ତା ଜୁନ୍ ୧୯…

ମହେନ୍ଦ୍ରତନୟାରେ ବୁଡ଼ି ଚାଲିଗଲା ଜୀବନ, ଶବାଗାରର ଅଚଳ ଆଇସ୍ ବକ୍ସକୁ ନେଇ ପ୍ରବଳ ଅସନ୍ତୋଷ

ପାରଳାଖେମୁଣ୍ଡି,  ୧୬।୬(ଗିରିଧାରୀ ପରିଛା): ଗଜପତି ଜିଲା କେରାଣ୍ଡି ଗ୍ରାମର ମହେନ୍ଦ୍ରତନୟା ନଦୀରେ ବୁଡ଼ି ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। ମୃତକ ଜଣକ ହେଉଛନ୍ତି କେରାଣ୍ଡି ଗ୍ରାମର ସୁବାସ…

ରାତି ପାହିଲେ ଖୋଲିବ ସ୍କୁଲ, କାଳବୈଶାଖୀ ଯୋଗୁ ଉଡିଯାଇଛି ୩ ଶ୍ରେଣୀ ଗୃହ ଛପର; ଚିନ୍ତାରେ ବିଦ୍ୟାର୍ଥୀ

ତୁମୁଡିବନ୍ଧ, ୧୬।୬ (ଦିପକ କୁମାର ପରାସେଠ): କାଳବୈଶାଖୀର ସାଙ୍ଘାତିକ ପ୍ରଭାବ ଯୋଗୁ କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକ ମାଲିପଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ (ୟୁପି ସ୍କୁଲ)ର ଶିକ୍ଷାଦାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri