ସାତକୋଶିଆରେ ଏନ୍‌ଟିସିଏର ୩ ଜଣିଆ ଟିମ୍‌:୨୫ ହେକ୍ଟରରେ ସୁନ୍ଦରୀ ଏନକ୍ଲୋଜର ଯୋଜନା

ବନ୍ତଳା, ୨୨ା୧୦(ଡି.ଏନ.ଏ.)

ଶିଥିଳ ପଡ଼ିଥିବା ଅନୁଗୋଳ ଜିଲା ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପର ସ୍ଥିତି ସହ ଏନ୍‌କ୍ଲୋଜର ମଧ୍ୟରେ ବର୍ଷେ ହେଲା ବନ୍ଦୀ ଜୀବନ କାଟୁଥିବା ବାଘୁଣୀ ସୁନ୍ଦରୀରର ଗତିବିଧି ଅନୁଧ୍ୟାନ ପାଇଁ ଜାତୀୟ ବ୍ୟାଘ୍ର ପ୍ରଧୀକରଣ କର୍ତ୍ତୃପକ୍ଷ (ଏନ୍‌ଟିସିଏ)ର ଏକ ୩ ଜଣିଆ ଟିମ୍‌ ସାତକୋଶିଆ ଆସିଛନ୍ତି। ମଙ୍ଗଳବାର ଓ ବୁଧବାର ଦୁଇ ଦିନ ଧରି ସେମାନେ ସାତକୋଶିଆରେ ରହିବା ସହ ବାଘୁଣୀ ସୁନ୍ଦରୀର ବ୍ୟାଘ୍ର ପ୍ରକୃତି ପରିବର୍ତ୍ତନ ହୋଇଛି କି ନାହିଁ ଓ ଏନ୍‌କ୍ଲୋଜର ପରିସୀମା ୨୫ ହେକ୍ଟର ବୃଦ୍ଧି ସମ୍ପର୍କିତ ଯୋଜନା ଉପରେ କାର୍ଯ୍ୟ କରିବେ। ଏଥିସହ ଅଭୟାରଣ୍ୟରେ ଥିବା ୭୨ ହେକ୍ଟର ଚାରଣ ଭୂମି ଓ ନୂତନ କୁମ୍ଭୀର ପ୍ରଜନନ କେନ୍ଦ୍ର ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି।
ସୋମବାର ସାତକୋଶିଆରେ ପହଞ୍ଚିଥିବା ଏହି ଟିମ୍‌ରେ ଅବସରପ୍ରାପ୍ତ କାହ୍ନା ଟାଇଗର ରିଜର୍ଭର କ୍ଷେତ୍ର ନିର୍ଦ୍ଦେଶକ ଡା. ଖଗେଶ୍ବର ନାଏକ, ଆସିଷ୍ଟାଣ୍ଟ ଇନ୍ସପେକ୍ଟର ଜେନେରାଲ ଏନ୍‌ଟିସିଏ କମଡି ହେମନ୍ତ ଭାସ୍କର, ଡେପୁଟି ଡାଇରେକ୍ଟର ଏନ୍‌ଟିସିଏ ଭି. କେ. ଶର୍ମା ରହିଛନ୍ତି। ମଙ୍ଗଳବାର ଓ ବୁଧବାର ଏହି ପ୍ରତିନିଧିମାନେ ସାତକୋଶିଆ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ଥିବାବେଳେ ତାଙ୍କ ସହିତ ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ ତଥା ସାତକୋଶିଆ କ୍ଷେତ୍ର ନିର୍ଦ୍ଦେଶକ ଡ. ପ୍ରଦୀପ ରାଜ କରାଟେ, ସାତକୋଶିଆ ଡିଏଫଓ ରାମସ୍ବାମୀ ପି, ଅନୁଗୋଳ ଡିଏଫଓ ଭି. କାର୍ତ୍ତିକ, ମହାନଦୀ ଡିଏଫଓ ଅଂଶୁପ୍ରଜ୍ଞା ଦାସ,ଏସିଏଫ୍‌ ଶୁଭେନ୍ଦୁ ବେହେରା, ଆର୍‌. କେ. ସାଇଁ, ସରୋଜ ପଣ୍ଡା, ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ କାର୍ଯ୍ୟାଳୟର ପ୍ରାଣୀ ବିଶେଷଜ୍ଞ ରୁଦ୍ର ନାରାୟଣ ପ୍ରଧାନ, ସାତକୋଶିଆ ଡାକ୍ତର କିଶୋର ସାହୁ ପ୍ରମୁଖ ଉପସ୍ଥିତ ରହିବେ। ଏହା ପୂର୍ବରୁ ସୋମବାର ସକାଳେ ସାତକୋଶିଆ ଡିଏଫଓଙ୍କ କାର୍ଯ୍ୟାଳୟରେ ଡିଏଫଓ, ସମସ୍ତ ଏସିଏଫ ଓ ୫ଟି ରେଞ୍ଜ୍‌ ଅଧିକାରୀମାନଙ୍କୁ ନେଇ ଏକ ଜରୁରୀ ବୈଠକ ବସିଥିଲା। ଏନ୍‌ଟିସିଏର ତିନି ଜଣିଆ ପ୍ରତିନିଧି ଦଳ ପ୍ରଥମେ ରାଇଗୁଡା ଯାଇ ସୁନ୍ଦରୀର ଚଳଣି, ପ୍ରକୃତି, ଖାଦ୍ୟ, ଗତିବିଧି ସହିତ ଏନ୍‌କ୍ଲୋଜରର ପରିସୀମା ୨୫ ହେକ୍ଟରକୁ ବୃଦ୍ଧି ନିମନ୍ତେ ଅଞ୍ଚଳ ବୁଲି ଦେଖିବେ। ପରେ ରାଇଗୁଡା ରେଞ୍ଜ କାର୍ଯ୍ୟାଳୟ ସମ୍ମୁଖ, ପୁରୁଣା ରାଇଗୁଡା, କୁଆଦୁଳି, ରସଣ୍ଡା ଅଞ୍ଚଳର ୨୮ ହେକ୍ଟରରେ ପରୀକ୍ଷା ମୂଳକ ଭାବେ ତିଆରି କରାଯାଇଥିବା ଚାରଣ ଭୂମିକୁ ପ୍ରତିନିଧି ଦଳ ପରିଦର୍ଶନ କରିବେ। ସେଠାରୁ ପମ୍ପାସର ରେଞ୍ଜର କନ୍ତାରିସିଙ୍ଗା ଗେମ୍‌ ଟ୍ୟାଙ୍କରେ ନିର୍ମାଣ ହୋଇଥିବା ୫ ହେକ୍ଟର ଓ କୁମୁରିରେ ୩ ହେକ୍ଟରରେ ହୋଇଥିବା ଚାରଣ ଭୂମି ସହ ବାଘମୁଣ୍ଡା ନେଚେର କ୍ୟାମ୍ପ ଅନୁଧ୍ୟାନ କାର୍ଯ୍ୟକ୍ରମ ରହିଛି। ସେଠାରୁ ପୁରୁଣାକୋଟର ବଡ଼ ଦୁମୁକରେ ୧୦ ହେକ୍ଟର ଓ ଚୁଆଁରୀରେ ୬ ହେକ୍ଟର ଚାରଣ ଭୂମି ଦେଖି ଉକ୍ତ ଟିମ୍‌ ସଦସ୍ୟ ଛୁଟକେଇ ନେଚର କ୍ୟାମ୍ପକୁ ଯିବେ। ଟିକରପଡା ବନ ବିଭାଗ ବଙ୍ଗଳାରେ ରହି କନ୍ଧ ଅଏଡା ଓ କଦଳୀ ଖୋଲାରେ ହୋଇଥିବା ୧୦ ହେକ୍ଟର ଚାରଣ ଭୂମି ସହିତ ଜିଲିଣ୍ଡା ରେଞ୍ଜ ଚୂନ ପଥରରେ ୧୦ ହେକ୍ଟରରେ ହୋଇଥିବା ଚାରଣ ଭୂମିକୁ ଦେଖିବେ। ଏଥିସହ ଶମ୍ବର, ହରିଣ, ଗୟଳ ଆଦି ତୃଣଭୋଜି ପ୍ରାଣୀଙ୍କ ସଂଖ୍ୟା ବିଷୟରେ ତଥ୍ୟ ସଂଗ୍ରହ କରିବେ। ପରେ କୁମ୍ଭୀର ପ୍ରଜନନ ପାଇଁ ଟିକରପଡା ପୁରୁଣା ବଙ୍ଗଳା ପାହାଡ଼ ଉପରେ ନିର୍ମିତ ଏନ୍‌କ୍ଲୋଜର ମଧ୍ୟରେ ଦୁଇଟି ବଡ଼ ପୋଲ ଓ ଗାଡ଼ ଘରକୁ ଏନ୍‌ଟିସିଏ ଟିମ୍‌ ଦେଖିବେ। ପରେ ମହାନଦୀ ବନ୍ୟପ୍ରାଣୀ ବନଖଣ୍ଡକୁ ଏହି ଟିମ୍‌ ଯିବାର ଯୋଜନା ରହିଥିବା ସୂଚନା ମିଳିଛି। ଏ ବିଷୟରେ ରାମସ୍ବାମୀ ପି କୁହନ୍ତି ଏନ୍‌ଟିସିଏ କର୍ତ୍ତୃପକ୍ଷଙ୍କ ୨ ଦିନିଆ କାର୍ଯ୍ୟକ୍ରମ ରହିଛି। ସେମାନେ ମଙ୍ଗଳବାର ସାତକୋଶିଆ ଯାଇ ୬ରୁ ୭ ଟି ଚାରଣ ଭୂମିର ତଦାରଖ କରିବେ।


Enter your email to get our daily news in your inbox.

All Right Reserved By Dharitri.Com

ବିଳମ୍ବିତ ରାତିରେ ଖବରଦାତାଙ୍କୁ ଆକ୍ରମଣ

ଭୁବନେଶ୍ୱର,୧୯।୪(ସତ୍ୟଜିତ ରାଉତ):ବିଳମ୍ବିତ ରାତିରେ ଅସୁରକ୍ଷିତ ହୋଇପଡ଼ିଛି ରାଜଧାନୀ। ଅସାମାଜିକ ଯୁବକମାନେ ପଥଚାରୀଙ୍କୁ ଆକ୍ରମଣ କରିବାକୁ ପଛାଉ ନାହାନ୍ତି। ଗୁରୁବାର ରାତି ପ୍ରାୟ ୧୨ଟା ୫୫ ବେଳେ...

‘କ୍ରୁଜ୍‌’ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ବାଲେଶ୍ୱର, ୧୯।୪(ମାନସ ବିଶ୍ୱାଳ):ବାଲେଶ୍ୱର ଚାନ୍ଦିପୁରସ୍ଥିତ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଙ୍ଗଠନ (ଡିଆରଡିଓ) ପକ୍ଷରୁ ଇଣ୍ଟିଗ୍ରେଟେଡ୍‌ ଟେଷ୍ଟ ରେଞ୍ଜ (ଆଇଟିଆର୍‌)ରୁ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ‘କ୍ରୁଜ୍‌’...

ନବୀନ ନିବାସରେ ବିଜେଡି ପ୍ରାର୍ଥୀଙ୍କ ଭିଡ଼

ଭୁବନେଶ୍ୱର,୧୯ା୪(ଅନିଲ ଦାସ):ପଞ୍ଚମ ପର୍ଯ୍ୟାୟ ବିଧାନସଭା ଟିକେଟ ଘୋଷଣା ପରେ ଗୁରୁବାର ନବୀନ ନିବାସରେ ବିଜେଡି ଲୋକ ସଭା ଓ ବିଧାନସଭା ପ୍ରାର୍ଥୀଙ୍କ ଭିଡ଼ ଦେଖିବାକୁ ମିଳିଛି।...

ରାଜ୍ୟବାସୀଙ୍କ ମତାମତ ଲୋଡ଼ିଲେ ପାଣ୍ଡିଆନ

ଭୁବନେଶ୍ୱର,୧୯ା୪(ଅନିଲ ଦାସ):୫-ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ବିଜେଡି ଇସ୍ତାହାର ପାଇଁ ରାଜ୍ୟବାସୀଙ୍କ ମତାମତ ଲୋଡ଼ିଛନ୍ତି। ଗୁରୁବାର ସାମାଜିକ ଗଣମାଧ୍ୟମ ଜରିଆରେ ସେ...

ଭୋଟ ଭିକ୍ଷା କଲେ ପ୍ରଣବ ଦାସ: ମୁଖ୍ୟମନ୍ତ୍ରୀଙ୍କୁ ସଶକ୍ତ କରିବାବୁ ଆଶୀର୍ବାଦ ଦିଅ

ଅନୁଗୋଳ,୧୯।୪ (ଅମିତ କୁମାର ସାମଲ):ସମ୍ବଲପୁର ଲୋକ ସଭା କ୍ଷେତ୍ରର ବିଜେଡି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ (ବବି) ଏହି...

୪ ସଂସଦୀୟ କ୍ଷେତ୍ରରେ ମହିଳା ଭୋଟର ଅଧିକ

ଭୁବନେଶ୍ୱର,୧୯ା୪(ଅନିଲ ଦାସ):ଆସନ୍ତା ମେ’ ୧୩ ତାରିଖରେ ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ହେବ। ଏହି ପର୍ଯ୍ୟାୟରେ କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ ଏବଂ ବ୍ରହ୍ମପୁର ସଂସଦୀୟ...

ଜଙ୍ଗଲ ନିଆଁ: ୯୯ ପ୍ରତିଶତ ମନୁଷ୍ୟକୃତ

ଭୁବନେଶ୍ୱର, ୧୯।୪(ଅସମାପିକା ସାହୁ):ରାଜ୍ୟରେ ତାତି ସାଙ୍ଗକୁ ବଢୁଛି ଜଙ୍ଗଲ ନିଆଁ ବିପଦ। ଚଳିତବର୍ଷ ଜଙ୍ଗଲରେ ଲାଗିଥିବା ନିଆଁ ବର୍ତ୍ତମାନ ଚିନ୍ତାଜନକ ରହିଛି। ଗତବର୍ଷ ତୁଳନାରେ ଚଳିତବର୍ଷ...

ଜଳୁଛି ଓଡ଼ିଶା:୪୦ ଡିଗ୍ରୀ ଉପରେ ୩୨ ସହର ତାପମାତ୍ରା

ଭୁବନେଶ୍ୱର, ୧୯ା୪(ଅସମାପିକା ସାହୁ):ଡହ ଡହ ଖରାରେ ସିଝୁଛି ସାରା ଓଡ଼ିଶା। ଉପକୂଳରୁ ଆଭ୍ୟନ୍ତରୀଣ, ଉତ୍ତରରୁ ଦକ୍ଷିଣ ଓଡ଼ିଶା ସବୁଠି ପାରଦ ଉପରମୁହାଁ ହୋଇଯାଇଛି। ଗୁରୁବାର ରାଜ୍ୟର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri