ସାତକୋଶିଆରେ ଏନ୍‌ଟିସିଏର ୩ ଜଣିଆ ଟିମ୍‌:୨୫ ହେକ୍ଟରରେ ସୁନ୍ଦରୀ ଏନକ୍ଲୋଜର ଯୋଜନା

ବନ୍ତଳା, ୨୨ା୧୦(ଡି.ଏନ.ଏ.)

ଶିଥିଳ ପଡ଼ିଥିବା ଅନୁଗୋଳ ଜିଲା ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପର ସ୍ଥିତି ସହ ଏନ୍‌କ୍ଲୋଜର ମଧ୍ୟରେ ବର୍ଷେ ହେଲା ବନ୍ଦୀ ଜୀବନ କାଟୁଥିବା ବାଘୁଣୀ ସୁନ୍ଦରୀରର ଗତିବିଧି ଅନୁଧ୍ୟାନ ପାଇଁ ଜାତୀୟ ବ୍ୟାଘ୍ର ପ୍ରଧୀକରଣ କର୍ତ୍ତୃପକ୍ଷ (ଏନ୍‌ଟିସିଏ)ର ଏକ ୩ ଜଣିଆ ଟିମ୍‌ ସାତକୋଶିଆ ଆସିଛନ୍ତି। ମଙ୍ଗଳବାର ଓ ବୁଧବାର ଦୁଇ ଦିନ ଧରି ସେମାନେ ସାତକୋଶିଆରେ ରହିବା ସହ ବାଘୁଣୀ ସୁନ୍ଦରୀର ବ୍ୟାଘ୍ର ପ୍ରକୃତି ପରିବର୍ତ୍ତନ ହୋଇଛି କି ନାହିଁ ଓ ଏନ୍‌କ୍ଲୋଜର ପରିସୀମା ୨୫ ହେକ୍ଟର ବୃଦ୍ଧି ସମ୍ପର୍କିତ ଯୋଜନା ଉପରେ କାର୍ଯ୍ୟ କରିବେ। ଏଥିସହ ଅଭୟାରଣ୍ୟରେ ଥିବା ୭୨ ହେକ୍ଟର ଚାରଣ ଭୂମି ଓ ନୂତନ କୁମ୍ଭୀର ପ୍ରଜନନ କେନ୍ଦ୍ର ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି।
ସୋମବାର ସାତକୋଶିଆରେ ପହଞ୍ଚିଥିବା ଏହି ଟିମ୍‌ରେ ଅବସରପ୍ରାପ୍ତ କାହ୍ନା ଟାଇଗର ରିଜର୍ଭର କ୍ଷେତ୍ର ନିର୍ଦ୍ଦେଶକ ଡା. ଖଗେଶ୍ବର ନାଏକ, ଆସିଷ୍ଟାଣ୍ଟ ଇନ୍ସପେକ୍ଟର ଜେନେରାଲ ଏନ୍‌ଟିସିଏ କମଡି ହେମନ୍ତ ଭାସ୍କର, ଡେପୁଟି ଡାଇରେକ୍ଟର ଏନ୍‌ଟିସିଏ ଭି. କେ. ଶର୍ମା ରହିଛନ୍ତି। ମଙ୍ଗଳବାର ଓ ବୁଧବାର ଏହି ପ୍ରତିନିଧିମାନେ ସାତକୋଶିଆ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ଥିବାବେଳେ ତାଙ୍କ ସହିତ ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ ତଥା ସାତକୋଶିଆ କ୍ଷେତ୍ର ନିର୍ଦ୍ଦେଶକ ଡ. ପ୍ରଦୀପ ରାଜ କରାଟେ, ସାତକୋଶିଆ ଡିଏଫଓ ରାମସ୍ବାମୀ ପି, ଅନୁଗୋଳ ଡିଏଫଓ ଭି. କାର୍ତ୍ତିକ, ମହାନଦୀ ଡିଏଫଓ ଅଂଶୁପ୍ରଜ୍ଞା ଦାସ,ଏସିଏଫ୍‌ ଶୁଭେନ୍ଦୁ ବେହେରା, ଆର୍‌. କେ. ସାଇଁ, ସରୋଜ ପଣ୍ଡା, ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ କାର୍ଯ୍ୟାଳୟର ପ୍ରାଣୀ ବିଶେଷଜ୍ଞ ରୁଦ୍ର ନାରାୟଣ ପ୍ରଧାନ, ସାତକୋଶିଆ ଡାକ୍ତର କିଶୋର ସାହୁ ପ୍ରମୁଖ ଉପସ୍ଥିତ ରହିବେ। ଏହା ପୂର୍ବରୁ ସୋମବାର ସକାଳେ ସାତକୋଶିଆ ଡିଏଫଓଙ୍କ କାର୍ଯ୍ୟାଳୟରେ ଡିଏଫଓ, ସମସ୍ତ ଏସିଏଫ ଓ ୫ଟି ରେଞ୍ଜ୍‌ ଅଧିକାରୀମାନଙ୍କୁ ନେଇ ଏକ ଜରୁରୀ ବୈଠକ ବସିଥିଲା। ଏନ୍‌ଟିସିଏର ତିନି ଜଣିଆ ପ୍ରତିନିଧି ଦଳ ପ୍ରଥମେ ରାଇଗୁଡା ଯାଇ ସୁନ୍ଦରୀର ଚଳଣି, ପ୍ରକୃତି, ଖାଦ୍ୟ, ଗତିବିଧି ସହିତ ଏନ୍‌କ୍ଲୋଜରର ପରିସୀମା ୨୫ ହେକ୍ଟରକୁ ବୃଦ୍ଧି ନିମନ୍ତେ ଅଞ୍ଚଳ ବୁଲି ଦେଖିବେ। ପରେ ରାଇଗୁଡା ରେଞ୍ଜ କାର୍ଯ୍ୟାଳୟ ସମ୍ମୁଖ, ପୁରୁଣା ରାଇଗୁଡା, କୁଆଦୁଳି, ରସଣ୍ଡା ଅଞ୍ଚଳର ୨୮ ହେକ୍ଟରରେ ପରୀକ୍ଷା ମୂଳକ ଭାବେ ତିଆରି କରାଯାଇଥିବା ଚାରଣ ଭୂମିକୁ ପ୍ରତିନିଧି ଦଳ ପରିଦର୍ଶନ କରିବେ। ସେଠାରୁ ପମ୍ପାସର ରେଞ୍ଜର କନ୍ତାରିସିଙ୍ଗା ଗେମ୍‌ ଟ୍ୟାଙ୍କରେ ନିର୍ମାଣ ହୋଇଥିବା ୫ ହେକ୍ଟର ଓ କୁମୁରିରେ ୩ ହେକ୍ଟରରେ ହୋଇଥିବା ଚାରଣ ଭୂମି ସହ ବାଘମୁଣ୍ଡା ନେଚେର କ୍ୟାମ୍ପ ଅନୁଧ୍ୟାନ କାର୍ଯ୍ୟକ୍ରମ ରହିଛି। ସେଠାରୁ ପୁରୁଣାକୋଟର ବଡ଼ ଦୁମୁକରେ ୧୦ ହେକ୍ଟର ଓ ଚୁଆଁରୀରେ ୬ ହେକ୍ଟର ଚାରଣ ଭୂମି ଦେଖି ଉକ୍ତ ଟିମ୍‌ ସଦସ୍ୟ ଛୁଟକେଇ ନେଚର କ୍ୟାମ୍ପକୁ ଯିବେ। ଟିକରପଡା ବନ ବିଭାଗ ବଙ୍ଗଳାରେ ରହି କନ୍ଧ ଅଏଡା ଓ କଦଳୀ ଖୋଲାରେ ହୋଇଥିବା ୧୦ ହେକ୍ଟର ଚାରଣ ଭୂମି ସହିତ ଜିଲିଣ୍ଡା ରେଞ୍ଜ ଚୂନ ପଥରରେ ୧୦ ହେକ୍ଟରରେ ହୋଇଥିବା ଚାରଣ ଭୂମିକୁ ଦେଖିବେ। ଏଥିସହ ଶମ୍ବର, ହରିଣ, ଗୟଳ ଆଦି ତୃଣଭୋଜି ପ୍ରାଣୀଙ୍କ ସଂଖ୍ୟା ବିଷୟରେ ତଥ୍ୟ ସଂଗ୍ରହ କରିବେ। ପରେ କୁମ୍ଭୀର ପ୍ରଜନନ ପାଇଁ ଟିକରପଡା ପୁରୁଣା ବଙ୍ଗଳା ପାହାଡ଼ ଉପରେ ନିର୍ମିତ ଏନ୍‌କ୍ଲୋଜର ମଧ୍ୟରେ ଦୁଇଟି ବଡ଼ ପୋଲ ଓ ଗାଡ଼ ଘରକୁ ଏନ୍‌ଟିସିଏ ଟିମ୍‌ ଦେଖିବେ। ପରେ ମହାନଦୀ ବନ୍ୟପ୍ରାଣୀ ବନଖଣ୍ଡକୁ ଏହି ଟିମ୍‌ ଯିବାର ଯୋଜନା ରହିଥିବା ସୂଚନା ମିଳିଛି। ଏ ବିଷୟରେ ରାମସ୍ବାମୀ ପି କୁହନ୍ତି ଏନ୍‌ଟିସିଏ କର୍ତ୍ତୃପକ୍ଷଙ୍କ ୨ ଦିନିଆ କାର୍ଯ୍ୟକ୍ରମ ରହିଛି। ସେମାନେ ମଙ୍ଗଳବାର ସାତକୋଶିଆ ଯାଇ ୬ରୁ ୭ ଟି ଚାରଣ ଭୂମିର ତଦାରଖ କରିବେ।


Enter your email to get our daily news in your inbox.

All Right Reserved By Dharitri.Com

ବ୍ରାଜିଲକୁ ବଞ୍ଚାଇଲେ ଭିନିସିଅସ

ଇଷ୍ଟ ରଦରଫୋର୍ଡ,୧୪ା୬- ଭିନିସିଅସ ଜୁନିୟରଙ୍କ ଗୋଲ ବଳରେ ମରକୋ ବିପକ୍ଷ ମ୍ୟାଚ୍‌କୁ ବ୍ରାଜିଲ ୧-୧ ଗୋଲ୍‌ରେ ଡ୍ର’ ରଖିଛି। ଏହି ମ୍ୟାଚ୍‌ରେ ମରକୋ ବିଶ୍ୱକପ୍‌ ଇତିହାସର ପ୍ରଥମ…

ଅଡବା ପୋଲିସର ଚଢ଼ାଉ, ୧୫୦ ଲିଟର ଦେଶୀ ମଦ…

ମୋହନା,୧୪।୬( ମନ୍ମଥ ମିଶ୍ର ): ଗଜପତି ଜିଲା ଅଡବା ପୋଲିସର ଚଢ଼ାଉ କରି ୧୫୦ ଲିଟର ଦେଶୀ ମଦ ନଷ୍ଟ କରିଛି । ଏଭଳି ଘଟଣା ଦେଖିବାକୁ…

ଟି୨୦ ବିଶ୍ୱକପ୍‌ରେ ପାକିସ୍ତାନକୁ ହରାଇଲା ଭାରତ

ବର୍ମିଂହାମ, ୧୪ା୬: ସ୍ମୃତି ମନ୍ଧାନାଙ୍କ ବିସ୍ଫୋରକ ଅର୍ଦ୍ଧଶତକ ଏବଂ ପରେ ଦୀପ୍ତି ଶର୍ମାଙ୍କ ୫ ଉଇକେଟ ସଫଳତା ବଳରେ ରବିବାର ଖେଳାଯାଇଥିବା ମହିଳା ଟି୨୦ କ୍ରିକେଟ ବିଶ୍ୱକପ୍‌ରେ…

ଗ୍ୟାରେଜ୍‌ରେ ପଶି ମାଲିକଙ୍କୁ ଗୁଳିକରି ହତ୍ୟା

ନୟାଗଡ଼,୧୪।୬(ଲୋକନାଥ ମିଶ୍ର): ନୟାଗଡ଼ ଜିଲା ଗଣିଆ ଥାନା ଅଧୀନ ପାଣ୍ଡରାସିଂହା ଛକରେ ରବିବାର ସନ୍ଧ୍ୟାରେ ଏକ ଗୁଳିକାଣ୍ଡ ଘଟିଛି। ଦୁର୍ବୃତ୍ତମାନେ ଗ୍ୟାରେଜ୍‌ରେ ପଶି ଅତର୍କିତ ଫାୟାରିଂ କରିଥିଲେ।…

ଇରାନ ସହିତ ଚୁକ୍ତି ପୂର୍ବରୁ ଇସ୍ରାଏଲର ବଡ଼ ଆକ୍ରମଣ, ରାଗିଯାଇ ଟ୍ରମ୍ପ କହିଲେ ଏହା ଉଚିତ…

ଓ୍ବାଶିଂଟନ,୧୪।୬: ରବିବାର ଦିନ ଇସ୍ରାଏଲ ଲେବାନନର ରାଜଧାନୀ ବେରୁଟ ଉପରେ ଆକ୍ରମଣ କରିଛି । ଏହି ଆକ୍ରମଣ ଏପରି ସମୟରେ ଘଟିଛି ଯେତେବେଳେ ଆମେରିକା ଏବଂ ଇରାନ…

ମହିଳା ବିଶ୍ୱକପ୍‌ରେ ପାକିସ୍ତାନ ସହ ହାତ ମିଳାଇଲା ନାହିଁ ଭାରତ

ବର୍ମିଂହାମ, ୧୪ା୬: ପଡ଼ୋଶୀ ପାକିସ୍ତାନ ସହ ହାତ ନ ମିଳାଇବା ନୀତି ଭାରତ ଜାରି ରଖିଛି। ରବିବାର ମହିଳା ବିଶ୍ୱକପ୍‌ ମ୍ୟାଚ୍‌ରେ ଭାରତର ଅଧିନାୟିକା ହରମନପ୍ରୀତ କୌର…

ଏନ୍‌ଇଇଟି-ୟୁଜି ସାନି ପରୀକ୍ଷା ଆଡମିଟ୍‌ କାର୍ଡ ଜାରି, ଜୁନ୍‌ ୨୧ରେ…

ନୂଆଦିଲ୍ଲୀ,୧୪ା୬ : ଏନ୍‌ଇଇଟି-ୟୁଜି ସାନି ପରୀକ୍ଷା ଆସନ୍ତା ୨୧ରେ ଅନୁଷ୍ଠିତ ହେବାକୁ ଯାଉଥିବାବେଳେ ଏଥିପାଇଁ ପରୀକ୍ଷା ପରିଚାଳନାକାରୀ ସଂସ୍ଥା ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି (ଏନ୍‌ଟିଏ) ଆଡମିଟ୍‌ କାର୍ଡ…

ବରଗଡ଼ରେ ଆତଙ୍କ ମଚାଉଛନ୍ତି ଲୁଟେରା, ଦିବା ଆଲୋକରେ ଲୁଟପାଟ୍

ବରଗଡ଼,୧୪।୬(ପ୍ରେମାନନ୍ଦ ଖମାରୀ): ବରଗଡ଼ରେ ଲୁଟେରାମାନଙ୍କ ଦୌରାତ୍ମ୍ୟ ବଢ଼ି ଯାଇଛି । ଗତ ୩ଦିନତଳେ କଲାପାଣି ଛକ ନିକଟରେ ବିଚ୍‌ରାସ୍ତା ଉପରୁ ଜଣେ ମହିଳାଙ୍କ ସୁନାଚେନ୍‌ ଲୁଟ୍‌ ହୋଇଥିବାବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri