ସଲମାନ୍‌ଙ୍କ ସହ ସମ୍ପର୍କକୁ ନେଇ ଏମିତି କହିଲେ କ୍ୟାଟ୍ରିନା

ସଲମାନ୍‌ ଖାନ୍‌ – କ୍ୟାଟ୍ରିନା କୈଫ୍‌ଙ୍କ ରିଲେସନ୍‌ଶିପ୍‌କୁ ନେଇ ସବୁବେଳେ ଚର୍ଚ୍ଚା ହୋଇଥାଏ।  ପ୍ରଥମ ଥର ପାଇଁ ଫିଲ୍ମ ‘ମୈନେ ପ୍ୟାର୍‌ କ୍ୟୁଁ କିୟା’ରେ ଏକାଠି ନଜର ଆସିଥିଲେ। ଏହା ପରେ ଦୁଇଜଣ କିଛି ଫିଲ୍ମରେ ମିଶି କାମ କରିଛନ୍ତି। ଫିଲ୍ମ ‘ୟୁବରାଜ୍‌’ରେ ଏମାନଙ୍କ ରିଲେସନ୍‌ଶିପ୍‌କୁ ନେଇ ଚର୍ଚ୍ଚା ଜୋର୍‌ ଧରିଥିଲା। କିନ୍ତୁ କ୍ୟାଟ୍ରିନା କିମ୍ବା ସଲ୍‌ମାନ ଏନେଇ କେହି କେବେ ମୁହଁ ଖୋଲି ନ ଥିଲେ।

କିଛିଦିନ ପରେ ରଣବୀର କପୁରଙ୍କ ସହିତ କ୍ୟାଟି୍ରିନାଙ୍କ ଆଫେୟାର ଚାଲିଥିବା ଖବର ଶୁଣିବାକୁ ମିଳିଲା। ଏହା ପରେ କ୍ୟାଟ୍‌ ସୁଲୁଙ୍କଠାରୁ ଦୂରେଇ ଗଲେ। ଯେତେବେଳେ ସଲମାନ୍‌ ଏବଂ କ୍ୟାଟ୍ରିନା ୫ ବର୍ଷ ପରେ ଫିଲ୍ମ ‘ଟାଇଗର୍‌ ଜିନ୍ଦା ହୈ’ରେ ନଜର ଆସିଲେ, ଫ୍ୟାନ୍‌ଙ୍କୁ ଲାଗିଲା ଆଜି ବି ଏମାନଙ୍କ ମଧ୍ୟରେ ପ୍ରେମସମ୍ପର୍କ ରହିଛି। ଏ ସମ୍ପର୍କରେ କ୍ୟାଟ୍ରିନା କୁହନ୍ତି, ସଲମାନ ତାଙ୍କର ଜଣେ ଭଲ ସାଙ୍ଗ। ଏହାବ୍ୟତୀତ ତାଙ୍କ ସହ ଅନ୍ୟ କୌଣସି ସମ୍ପର୍କ ନାହିଁ। ସେ କୁହନ୍ତି, ସଲମାନଙ୍କ ସହିତ ମୋର ୧୬ ବର୍ଷର ସମ୍ପର୍କ। ଭଲ ବନ୍ଧୁ ବ୍ୟତୀତ ସେ ଆଉ କିଛି ନୁହନ୍ତି। ସଲମାନ୍‌ ଜଣେ ଭଲ ମଣିଷ। ହୋଇପାରେ ଆମେ ଦୁଇଜଣ କଣ୍ଟାକ୍ଟରେ ସବୁବେଳେ ରହି ନ ପାରୁ କିନ୍ତୁ ମୋର ଜରୁରୀ ସମୟରେ ସେ ସାଥ୍‌ ଦେଇଥାନ୍ତି।

ଏହି ଯେମିତି ଆଇଫା ଆଓ୍ବାର୍ଡରେ କ୍ୟାଟ୍ରିନା ଡ୍ୟାନ୍ସ କରୁଥିବା ସମୟରେ ସଲମାନ୍‌ ଠିଆ ହୋଇପଡ଼ି କ୍ୟାଟ୍ରିନା କ୍ୟାଟ୍ରିନା କହି ଚିୟର କରୁଥିଲେ। ଆଓ୍ବାର୍ଡ ଦେବା ପାଇଁ ଯେତେବେଳେ କ୍ୟାଟ୍ରିନାଙ୍କ ନାମ ଘୋଷଣା କରାଗଲା, ସଲମାନ୍‌ ସିଟ୍‌ରୁ ଉଠିପଡ଼ି ସିଟି ବଜାଇଥିଲେ। ଏହାର ଭିଡିଓ ସୋସିଆଲ ମିଡିଆରେ ଏବେ ଭାଇରାଲ ହେବାରେ ଲାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

ବୁଧଙ୍କ ଓଲଟା ଚାଲି: ଅକ୍ଟୋବରରେ ଏହି ୩ ରାଶିଙ୍କ ବଢ଼ିବ ଟେନସନ, ପାଖରୁ ପଳେଇବ ସବୁ ଟଙ୍କା!

ବୁଧଙ୍କ ରାଶି ପରିବର୍ତ୍ତନ ସହିତ ତାଙ୍କର ମାର୍ଗୀ ଏବଂ ବକ୍ରୀ ହେବା ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିକୋଣରୁ ବିଶେଷ ମହତ୍ତ୍ୱ ବହନ କରେ। ଜ୍ୟୋତିଷୀୟ ମାନ୍ୟତା ଅନୁଯାୟୀ, ବୁଧଙ୍କ…

କ୍ରେନ ତଳେ ଚାପି ହୋଇ ଗଞ୍ଜାମର ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ

ଗଞ୍ଜାମ,୨୯।୯(ଅନାଥ ତରାଇ): ପେଟ ପାଇଁ ଆନ୍ଧ୍ରପ୍ରଦେଶର ତିରୁପତି ଯାଇଥିବା ଗଞ୍ଜାମ ଜିଲାର ଜଣେ ପ୍ରବାସୀ ଶ୍ରମିକଙ୍କର ଏକ ଅଭାବନୀୟ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ଗଞ୍ଜାମ ବ୍ଲକ ପାଳିବନ୍ଧ…

ହଜିଗଲା ମାନବିକତା: ଗଞ୍ଜାମରେ ଘଣ୍ଟା ଘଣ୍ଟା ଧରି ପଡ଼ିରହିଲା ନିରାଶ୍ରୟା ବୃଦ୍ଧାଙ୍କ ମୃତଦେହ

ଗଞ୍ଜାମ,୨୯।୯(ଅନାଥ ତରାଇ ): ଗଞ୍ଜାମ ସହରରୁ ଆସିଥିବା ଏକ ହୃଦୟବିଦାରକ ଦୃଶ୍ୟ ଆଜି ସମାଜର ମୁଖା ଖୋଲିଦେଇଛି। ବଜାରର ଭିଡ଼ ମଝିରେ ଘଣ୍ଟା ଘଣ୍ଟା ଧରି ପଡ଼ିରହିଥିଲା…

ମୋହନାରୁ ବ୍ରହ୍ମପୁର ଚୋରା ଚାଲାଣ ବେଳେ ଧରାପଡ଼ିଲେ ୨ ଗଞ୍ଜେଇ ବେପାରୀ: ୨୩ କେଜି ଗଞ୍ଜେଇ ସହ…

ଦିଗପହଣ୍ଡି ,୨୯।୯ ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ପୋଲିସ ଟିମ୍ ମଙ୍ଗଳବାର ଅପରାହ୍ନରେ ଗଞ୍ଜେଇ ଚୋରା ଚାଲାଣ ପଣ୍ଡ କରିବା ସହ ଏକ ଗଞ୍ଜେଇ…

ଦିଗପହଣ୍ଡି ବିଧାୟକ ସିଦ୍ଧାନ୍ତ ମହାପାତ୍ରଙ୍କ ବିରୋଧରେ ମହାମେଳି: ଅସନ୍ତୋଷ ଝାଡ଼ିଲେ ବରିଷ୍ଠ ନେତା, ପଞ୍ଚାୟତ ନିର୍ବାଚନ ପୂର୍ବରୁ…

ଦିଗପହଣ୍ଡି,୨୯।୯ ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀର ବରିଷ୍ଠ ଭାଜପା କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ବିଧାୟକ ଡ. ସିଦ୍ଧାନ୍ତ ମହାପାତ୍ର ବରିଷ୍ଠ…

ରାଜନଗରରେ ସୁଜାତାଙ୍କ ସନ୍ଦେହଜନକ ମୃତ୍ୟୁ: ଶାଶୂଘର ଲୋକଙ୍କ ବିରୋଧରେ ହତ୍ୟା ଅଭିଯୋଗ, ସ୍ୱାମୀଙ୍କୁ ଅଟକ ରଖିଲା…

ରାଜନଗର,୨୯।୯(ଭାସ୍କର ରାଉତରାୟ): ରାଜନଗର ଥାନା ଅନ୍ତର୍ଗତ ସାନବଡ଼ ଗୋପାଳପୁର ପଞ୍ଚାୟତ ଗୋସିଗାଁର ଇନ୍ଦ୍ରମଣି ରାଉତଙ୍କ ବୋହୂ ସୁଜାତା ପ୍ରଧାନଙ୍କର ସନ୍ଦେହଜନକ ମୃତ୍ୟୁ ଘଟିଛି। ଏହି ଘଟଣାରେ ଶାଶୂଘର…

୫ ରାଶି ଉପରେ କୃପା କରିବେ ଶନି; ଟଙ୍କାରେ ପୁରିଯିବ ଘର, କ୍ୟାରିୟରରେ ମିଳିବ ବଡ଼ ସଫଳତା

ଜ୍ୟୋତିଷ ଶାସ୍ତ୍ରରେ ଶନିଙ୍କୁ କର୍ମଫଳଦାତା ଏବଂ ନ୍ୟାୟର କାରକ ଗ୍ରହ ବୋଲି ବିବେଚନା କରାଯାଏ। ଶନି ପ୍ରତ୍ୟେକ ବ୍ୟକ୍ତିଙ୍କୁ ତାଙ୍କ କର୍ମ ଅନୁସାରେ ଶୁଭ ତଥା ଅଶୁଭ…

ଛାଡ଼ିଲା ବନ୍ୟା, ବଢ଼ିଲା ଚାଷୀଙ୍କ ଦୁର୍ଦ୍ଦଶା

ଭବାନୀପାଟଣା,୨୯ା୯(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାରେ ଗତ ସପ୍ତାହରେ ହାତୀ ଓ ତେଲ ନଦୀରେ ବନ୍ୟା ଆସିବାରୁ ନଦୀ କୂଳରେ ଥିବା ଶତାଧିକ ଏକର ଧାନଚାଷ ନଷ୍ଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?