ସର୍ବ ଭାରତୀୟ ପ୍ରଧାନପାଟ୍‌ କପ୍‌ ଫୁଟବଲ ଟୁର୍ନାମେଣ୍ଟ: ଦେବଗଡ଼କୁ ହରାଇଲା ହୁଗୁଳି ଫୁଟବଲ ଏକାଡେମୀ

ଦେବଗଡ଼, ୧୦।୧(ଡି.ଏନ.ଏ.)-ପ୍ରଧାନପାଟ ଫୁଟବଲ କ୍ଲବ ଆନୁକୂଲ୍ୟରେ ସ୍ଥାନୀୟ ଇନ୍ଦିରାଗାନ୍ଧୀ ଷ୍ଟାଡିୟମଠାରେ ଗତ ସୋମବାର ଠାରୁ ଆରମ୍ଭ ହୋଇଥିବା ସର୍ବଭାରତୀୟ ପ୍ରଧାନପାଟ କପ ଫୁଟବଲ ଟୁର୍ନାମେଣ୍ଟ ପୁଲ ‘ବି’ର ପ୍ରଥମ ମ୍ୟାଚରେ ଗୁରୁବାର ଦେବଗଡ ଫୁଟବଲ କ୍ଲବକୁ ୧-୦ ଗୋଲରେ ପରସ୍ତ କରି କୋଲକାତାର ହୁଗୁଳି ଫୁଟବଲ ଏକାଡେମୀ ବିଜୟୀ ହୋଇଛି। ମ୍ୟାଚକୁ ରେଫରୀ ଭାବେ ଅଶ୍ୱିନୀ କୁମାର ବେରିହା, ଅରୁଣ କୁମାର ଭୋଇ, ନୀଳ ନାୟକ ଓ ଦେବରାଜ ନାଗ, ରାଜନ ଝାଙ୍କର ପରିଚାଳନା କରିଥିଲେ। ମ୍ୟାଚ କମିଶନର ଭାବେ ହେମନ୍ତ କୁମାର ମହାପାତ୍ର ଦାୟିତ୍ୱ ତୁଲାଇଥିଲେ। କ୍ଲବର ସଭାପତି ସୁବାସ ଚନ୍ଦ୍ର ଭୋଇଙ୍କ ଅଧ୍ୟକ୍ଷତାରେ ପୁରସ୍କାର ବିତରଣୀ ଉତ୍ସବ ଆୟୋଜିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ସମ୍ବଲପୁର ଏମ୍‌ପି ନିତେଶ ଗଙ୍ଗଦେବ, ସମ୍ମାନିତ ଅତିଥି ଭାବେ ଦେବଗଡ ଜିଲା ପରିଷଦ ଅଧ୍ୟକ୍ଷା ସୁଧାମୟୀ ପଟେଲ, ପୂର୍ବତନ ଜିଲା ପରିଷଦ ଅଧ୍ୟକ୍ଷ ରଞ୍ଜିିତ କୁମାର ପଟେଲ, ଡେପୁଟି କମାଣ୍ଡେଣ୍ଟ ଭବାନୀ ଶଙ୍କର ସେଠ, ଜିଲା କ୍ରୀଡା ସଂସଦର ସମ୍ପାଦକ ଧିରେନ୍ଦ୍ର କୁମାର ନାୟକ, ଆଇନଜୀବୀ ସଚ୍ଚିକାନ୍ତ ଦାଶ ଓ ଶବ୍ୟସାଚୀ କପରଦାର ପ୍ରମୁଖ ମଞ୍ଚାସୀନ ରହିଥିଲେ। ସୁଜୟ ସୋରେନଙ୍କୁ ମ୍ୟାନ ଅଫ୍‌ ଦି ମ୍ୟାଚ ପୁରସ୍କାର ପ୍ରଦାନ କରିବା ସହ ଆୟୋଜକ ଏବଂ ଉପସ୍ଥିତ ଦର୍ଶକମାନଙ୍କୁ ଉତ୍ସାହିତ କରିଥିଲେ। ବେଣୁଧର ଗଡନାୟକ ମ୍ୟାଚର ଧାରାବିବରଣୀ ପ୍ରଦାନ କରିଥିଲେ। ଟୁର୍ନାମେଣ୍ଟ ଆୟୋଜନରେ ଅଲେଖ ନାଏକ, କିଶୋର ରାୟ, ପୁରୁଷୋତମ ସ୍ବାଇଁ, ସୁଧିର ଦାସ, ଡିଲେଶ୍ୱର ସ୍ବାଇଁ, ରାଘବ ମହାରଣା, ପ୍ରଦୀପ ସାହୁ, ବିକାଶ କୁମାର ଅଗ୍ରୱାଲ, ରୂପକ ମାଝି, ମଛିନ୍ଦ୍ର ନାୟକ, ସଞ୍ଜିବ ନାୟକ, ଯୋଗେଶ ନାୟକ, ଅନନ୍ତ ମେହେର ଓ ଜୟକୃଷ୍ଣ ସାମଲଙ୍କ ସମେତ କ୍ଲବର ସମସ୍ତ ସଦସ୍ୟ ସକ୍ରୀୟ ସହଯୋଗ କରୁଛନ୍ତି। ଶୁକ୍ରବାର ପୁଲ ‘ବି’ର ଦ୍ୱିତୀୟ ମ୍ୟାଚ ଝାଡ଼ଖଣ୍ଡର ଧାନବାଦ ଫୁଟବଲ ଏକାଡେମୀ ଓ ଅନୁଗୋଳ ଜିଲାର ନାଲକୋ ଜେଆରଏଫ୍‌ସି ମଧ୍ୟରେ ଅନୁଷ୍ଠିତ ହେବ ବୋଲି ଆୟୋଜକ ପ୍ରଧାନପାଟ କ୍ଲବ ସମ୍ପାଦକ ବିକାଶ କୁମାର ପ୍ରଧାନ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗ୍ରୀଷ୍ମପ୍ରବାହଠୁ ବଳିଯାଉଛି ଇଟାଭାଟି ତାତି

ଧାମନଗର,୨୬।୪ (ସନ୍ତୋଷ କୁମାର ମହାପାତ୍ର): କିଛିଦିନ ହେଲା ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଜାରି ରହିଛି। ସକାଳ ୮ଟା ପରେ ଲୋକେ ଘରୁ ବାହାରିବା କଷ୍ଟକର ହୋଇପଡ଼ୁଛି। ଖରା...

ଯେତିକି ଲିଭୁଛି, ସେତିକି ଜଳୁଛି

ବାରିପଦା,୨୬ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ିଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ କରି...

୨ ନବାଗତଙ୍କ ସହ ଅଭିଜ୍ଞଙ୍କ ମୁକାବିଲା

ଅନୁଗୋଳ,୨୬।୪(ଅମିତ କୁମାର ସାମଲ):ଆସନ୍ତା ମେ ୨୫ରେ ହେବ ଅନୁଗୋଳ ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭୋଟଗ୍ରହଣ। ଏଥର ବିଜେଡି ଅନୁଗୋଳରେ ନୂଆ ରଣନୀତି ଆପଣାଇଛି। ଦଳ ଦୀର୍ଘ...

ସମ୍ବଲପୁର କଂଗ୍ରେସ ଯୁବନେତା ବିଜେଡି ମୁହାଁ

ସମ୍ବଲପୁର,୨୬ା୪(ଭବାନୀ ଶଙ୍କର ଭୋଇ):ରାଜ୍ୟରେ କଂଗ୍ରେସ ଦଳର ଗୋଟିଏ ପରେ ଗୋଟିଏ ନେତା ଦଳ ଛାଡୁଛନ୍ତି। ରାଜ୍ୟ କିମ୍ବା କେନ୍ଦ୍ରୀୟ ନେତୃତ୍ୱ ନିଜର କର୍ମୀମାନଙ୍କ ଭିତରେ ଉତ୍ସାହ...

ବାପାଙ୍କ ବଦଳରେ ଲଢିବେ ଝିଅ: ୨୭ରେ ଘୋଷଣା କରିପାରେ କଂଗ୍ରେସ

କଟକ,୨୬।୪(ଶିଳ୍ପା ପ୍ରିୟଦର୍ଶିନୀ):କଂଗ୍ରେସ ପକ୍ଷରୁ ଆସନ୍ତା ୨୭ ତାରିଖରେ ବାଲିଯାତ୍ରା ଉପର ପଡ଼ିଆରେ ଏକ ବଡ଼ ସଭା ହେବ ଏବଂ ସେଥିରେ ଦଳ ମହମ୍ମଦ ମୋକିମଙ୍କ ବଡ଼...

ନୟାଗଡ଼ ଡବଲ ମର୍ଡର: ଦୋଷୀଙ୍କୁ ଫାଶୀ

ନୟାଗଡ଼,୨୬ା୪(ଲୋକନାଥ ମିଶ୍ର): ନୟାଗଡ଼ ଜିଲାରେ ହୋଇଥିବା ଡବଲ ମର୍ଡର ଘଟଣାରେ ଶୁକ୍ରବାର ଓଡ଼ଗାଁ ଏଡିଜେ କୋର୍ଟ ଦୋଷୀଙ୍କୁ ଫାଶୀ ଦଣ୍ଡାଦେଶ ଦେଇଛନ୍ତି। ଦୋଷୀ ନିରଞ୍ଜନ ମଲ୍ଲିକଙ୍କୁ...

୫୫ନଂ. ରାଜପଥ କାର୍ଯ୍ୟ ସମ୍ପୂର୍ଣ୍ଣ ନେଇ ଅନିଶ୍ଚିତତା

ଢେଙ୍କାନାଳ,୨୬ା୪(ରତନ ନାୟାର): କଟକର ମଙ୍ଗୁଳି ଛକରୁ ଢେଙ୍କାନାଳ ଓ ଅନୁଗୋଳ ଜିଲା ଦେଇ ସମ୍ବଲପୁରକୁ ଯାଇଥିବା ୫୫ନଂ. ଜାତୀୟ ରାଜପଥର ଉନ୍ନତୀକରଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେବା...

ଗ୍ରୀଷ୍ମଛୁଟି ସତ୍ତ୍ୱେ ଚାଲିଲା ସ୍କୁଲ

ମଙ୍ଗୁଳି-ଜଗତପୁର,୨୬।୪(ମାନସ ସାମଲ): ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଯୋଗୁ ରାଜ୍ୟ ସରକାର ଏପ୍ରିଲ ୨୫ରୁ ସମସ୍ତ ସରକାରୀ ଓ ବେସରକାରୀ ବିଦ୍ୟାଳୟଗୁଡ଼ିକୁ ଗ୍ରୀଷ୍ମଛୁଟି ଘୋଷଣା କରିଛନ୍ତି। ତେବେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri