ସରିଲା ନିର୍ବାଚନ : ଚାଲିଛି ଅଙ୍କକଷା

ପାରାଦୀପ,୧ା୫(ସ୍ବ.ପ୍ର.): ଚଳିତ ନିର୍ବାଚନର ଶେଷ ପର୍ଯ୍ୟାୟ ସୋମବାର ଶେଷ ହୋଇଯାଇଛି। ଏବେ ପ୍ରାର୍ଥୀ ଓ ସେମାନଙ୍କ ସମର୍ଥକମାନେ ଅଙ୍କ କଷୁଛନ୍ତି। ହାରିବା ଜିତିବାକୁ ନେଇ ଆକଳନ ଚାଲିଛି। କେଉଁ ଓ୍ବାର୍ଡରୁ କେତେ ପ୍ରତିଶତ ମତଦାନ ହୋଇଛି, ସେଥିରେ କେତେଜଣ ତାଙ୍କ ସମର୍ଥକ ଥିଲେ, କେତେ ଭୋଟ୍‌ ତାଙ୍କ ସପକ୍ଷରେ ଯାଇଥିବ, ମତଦାନ କରିଥିବା ଭୋଟରଙ୍କ ମନୋଭାବ, ପୋଲିଂ ବୁଥ୍‌ରେ ବସିଥିବା ଏଜେଣ୍ଟମାନଙ୍କ ରିପୋର୍ଟ ଆଦି ତର୍ଜମା କରାଯାଉଛି। ପାରାଦୀପ ନିର୍ବାଚନମଣ୍ଡଳୀରେ ଏବେ ଏଭଳି ସ୍ଥିତି ଦେଖିବାକୁ ମିଳୁଛି। ତେବେ ବିଜେଡି, କଂଗ୍ରେସ ଓ ଭାଜପା ମଧ୍ୟରେ ହୋଇଥିବା ତ୍ରିମୁଖୀ ଲଢେଇରେ କିଏ ବାଜି ମାରୁଛି, ତାହା ମେ ୨୩ରେ ସ୍ପଷ୍ଟ ହେବ। ସେପଟେ ସୋସିଆଲ ମିଡିଆରେ ପ୍ରାର୍ଥୀଙ୍କ ହାରଜିତକୁ ନେଇ ଚାଲିଛି ବିତର୍କ। ଏପରିକି କେତେଜଣ ଦଳୀୟ ପ୍ରାର୍ଥୀ ଖୋଲାଖୋଲି କହିଲେଣି ଆମେ ନିର୍ଦ୍ଧିଷ୍ଟ ଭୋଟ୍‌ ବ୍ୟବଧାନରେ ଜିତି ସାରିଛୁ। ଏମିତିରେ ଦେଖିବାକୁ ଗଲେ ମତଦାନ ହୋଇଥିବା ପରିସଂଖ୍ୟାନ ଗୋଳମାଳିଆ ରହିଛି। ଅର୍ଥାତ ପାରାଦୀପ ନିର୍ବାଚନମଣ୍ଡଳୀର ମୋଟ ୨,୧୧,୬୦୦ ଭୋଟରଙ୍କ ମଧ୍ୟରୁ ସୋମବାର ସନ୍ଧ୍ୟା ୭ଟା ସୁଦ୍ଧା ୭୩.୪୬ ପ୍ରତିଶତ ମତଦାନ ହୋଇଛି। ଅର୍ଥାତ ୧,୫୫,୦୦୦ ଭୋଟର ମତଦାନ କରିଛନ୍ତି। ୨୦୦୯ ଓ ୨୦୧୪ ନିର୍ବାଚନରେ କଂଗ୍ରେସ ୪୫ରୁ ୪୭ ହଜାର ମଧ୍ୟରେ ଭୋଟ୍‌ ପାଇଥିଲା। ଗତ ପଞ୍ଚାୟତ ନିର୍ବାଚନରେ ଯଦିଓ ଦଳ କିଛି ଭୋଟ ହରାଇଥିଲା, ତେବେ ବିଧାନ ସଭା ନିର୍ବାଚନରେ ସେପରି ହୋଇ ନ ଥିବ ବୋଲି ଦଳୀୟ କର୍ମୀମାନେ ଆଶାବ୍ୟକ୍ତ କରୁଛନ୍ତି। ତେଣୁ କଂଗ୍ରେସ ପ୍ରାର୍ଥୀ ୪୫ରୁ ୫୦ହଜାର ଭିତରେ ଭୋଟ୍‌ ପାଇଥିବେ ବୋଲି ଚର୍ଚ୍ଚା ହେଉଛି। ସେହିପରି ଭାଜପା ଗତ ପଞ୍ଚାୟତ ନିର୍ବାଚନରେ ୪୫ ହଜାରରୁ ଊର୍ଦ୍ଧ୍ୱ ଭୋଟ ପାଇଥିଲା। ସେହି ଅନୁଯାୟୀ ଚଳିତ ନିର୍ବାଚନରେ ଦଳ ସେତିକି କିମ୍ବା ତା’ଠାରୁ ଅଧିକ ଭୋଟ୍‌ ପାଇଥାଇପାରେ। ଅବଶିଷ୍ଟ ଭୋଟ୍‌ ମଧ୍ୟରୁ ଯଦି ସ୍ବାଧୀନ ପ୍ରାର୍ଥୀମାନେ ୫ ହଜାର ଭୋଟ୍‌ ହାତେଇଥିବେ ତେବେ ବିଜେଡି ଭୋଟ୍‌ ମଧ୍ୟ ସେହି ୫୦ ହଜାର ପାଖାପାଖି ରହିବ। ଏହି ହିସାବରେ ୩ ପ୍ରାର୍ଥୀଙ୍କ ଭୋଟ୍‌ ପ୍ରାୟତଃ ପାଖାପାଖି ରହୁଥିବା କୁହାଯାଉଛି। ଯଦି ଏହି ଧାରାରେ ମତଦାନ ହୋଇଥାଏ, ତେବେ ହାରଜିତ ବ୍ୟବଧାନ ଖୁବ୍‌ କମ୍‌ ରହିପାରେ।


Enter your email to get our daily news in your inbox.

All Right Reserved By Dharitri.Com

ଘର ତିଆରି ନାଁରେ ୧୬ ଲକ୍ଷ ଟଙ୍କା ନେଇ ଫେରାର , ବାଉନ୍ସ ହେଲା ଚେକ୍‌: ଅଭିଯୁକ୍ତ ଯୁବକ ଗିରଫ

ପାରଳାଖେମୁଣ୍ଡି,୮ା୯(ଗିରିଧାରୀ ପରିଛା): ୧୬ ଲକ୍ଷ ଟଙ୍କା ଠକେଇ ଓ ଜୀବନରୁ ମାରିଦେବାକୁ ଧମକ ଦେବା ଅଭିଯୋଗରେ ପାରଳାଖେମୁଣ୍ଡି ଥାନା ପୋଲିସ ଆନ୍ଧ୍ରପ୍ରଦେଶର ଜଣେ ଯୁବକଙ୍କୁ ଗିରଫ କରି…

ଗଣେଶପୂଜା କମିଟିକୁ ପୋଲିସର କଡ଼ା ନିର୍ଦ୍ଦେଶ, ଡିଜେ ସାଉଣ୍ଡ, ଅଶ୍ଳୀଳ ନୃତ୍ୟ ସମ୍ପୂର୍ଣ୍ଣ ମନା

ପୁରୁଷୋତ୍ତମପୁର,୮।୯(ସବିତା ମିଶ୍ର): ଆସନ୍ତା ୧୪ ତାରିଖରେ ହେବାକୁ ଥିବା ଗଣେଷପୂଜାକୁ ଶାନ୍ତିଶୃଙ୍ଖଳାର ସହ ପାଳନ କରିବାକୁ ପୁରୁଷୋତ୍ତମପୁର ପୋଲିସ ଏବଂ ପ୍ରଶାସନ ପକ୍ଷରୁ କଡ଼ା ପଦକ୍ଷେପ ନିଆଯାଇଛି।…

ଋଷିକୁଲ୍ୟା ପାଇଁ ବିପଦ ସାଜିଛି କାଶତଣ୍ଡୀ

ଧରାକୋଟ,୮ା୯ (ବିଷ୍ଣୁ କେଶରୀ ଆଚାର୍ଯ୍ୟ): କନ୍ଧମାଳ ଜିଲାର ଋଷୀମାଳ ପର୍ବତରୁ ଋଷିକୁଲ୍ୟା ନଦୀ ଜନ୍ମନେଇ ଗଞ୍ଜାମ ଜିଲାର ସୋରଡା, ଧାକୋଟ, ଆସିକା, ହିଞ୍ଜିଳି, ପୁରୁଷୋତ୍ତମପୁର ବ୍ଲକ୍‌ ପରେ…

ବାଲୁଙ୍କେଶ୍ୱର ହାଇସ୍କୁଲ ସହକାରୀ ଶିକ୍ଷକଙ୍କୁ ମରଣାନ୍ତକ ଆକ୍ରମଣ

ଖଲ୍ଲିକୋଟ, ୮/୯/୨୦୨୬ (ପ୍ରଶାନ୍ତ କୁମାର ମିଶ୍ର): ଖଲ୍ଲିକୋଟ ଏନ୍‌ଏସି ଅନ୍ତର୍ଗତ ବାଲୁଙ୍କେଶ୍ୱର ହାଇସ୍କୁଲର ଜଣେ ସହକାରୀ ଶିକ୍ଷକଙ୍କୁ ସ୍କୁଲ ଗେଟ୍‌ ନିକଟରେ ମଙ୍ଗଳବାର ମରଣାନ୍ତକ ଆକ୍ରମଣ କରାଯାଇଛି।…

ଦୁର୍ଗମ ଜଙ୍ଗଲରେ ଚଢାଉ: ମଦ କାରଖାନା ଭାଙ୍ଗିଲା ଅବକାରୀ ବିଭାଗ, ୧୯ ହଜାର ଲିଟର ମଦ ପୋଚ * ୧୧ ଶହ ଲିଟର ଦେଶୀ ମଦ ଜବତ

ଦିଗପହଣ୍ଡି,୮।୯(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଟି.ଗୋବିନ୍ଦପୁର ପଞ୍ଚାୟତ ଜନଜାତି ବହୁଳ ଦାମପୁର ଗାଁ ନିକଟ ଦୁର୍ଗମ ଜଙ୍ଗଲରେ ମଙ୍ଗଳବାର ସକାଳେ ସାନଖେମୁଣ୍ଡି…

ଭ୍ରମରପୁର ସ୍କୁଲରେ ଶିକ୍ଷକ ବଦଳି ବାତିଲ ଦାବିରେ ଜେନ୍ ଆଲଫାଙ୍କ ଆନ୍ଦୋଳନ, ସ୍କୁଲ ସମ୍ମୁଖରେ ଉତ୍ତେଜନା            

ଦିଗପହଣ୍ଡି,୮|୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଭ୍ରମରପୁର ଗ୍ରାମ ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ଭାଗବତ ପ୍ରସାଦ ନାୟକଙ୍କୁ ଚୌଧୁରୀ ଟିକରପଡ଼ା ଗ୍ରାମ ବିଦ୍ୟାଳୟକୁ…

ଘରେ କରୁଥିଲେ କାମ: ବିଦ୍ୟୁତ୍‌ ଆଘାତରେ ଚାଲିଗଲା ଦିନ ମଜୁରିଆଙ୍କ ଜୀବନ

କୁଆଁରମୁଣ୍ଡା,୮।୯(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜଲା ବୀରମିତ୍ରପୁର ଥାନା କୁଆଁରମୁଣ୍ଡା ଫାଣ୍ଡି ଅନ୍ତର୍ଗତ ଚୁଟିଆଟୋଲି ଗ୍ରାମ ରୀତା ତିର୍କୀଙ୍କ ଘର ସେଣ୍ଟ୍ରିଂ କାମ କରୁଥିବା ବେଳେ ମଙ୍ଗଳବାର…

ବାଘ ଛାଲ ଡିଲ୍‌ ବେଳେ ମାଡ଼ି ବସିଲା ଗୁଜରାଟ ଟିମ୍‌

ଜୟପୁର,୮।୯: ଗୁଜରାଟର ସ୍ବତନ୍ତ୍ର ଡିଆର୍‌ଆଇ ଟିମ୍‌କୁ ଓଡ଼ିଶାରେ ଏକ ବଡ଼ ସଫଳତା ମିଳିଛି। ଡିଆର୍‌ଆଇ ଟିମ୍‌ ଜୟପୁରରେ ଚଢ଼ାଉ କରି ଏକ କଲରା ପତରିଆ ବାଘ ଛାଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri