ସରିଲା ଡଗ୍‌ ଶୋ’:‘ଜାମ୍ପି’କୁ ବେଷ୍ଟ ଇନ୍‌ ଶୋ’ ପୁରସ୍କାର

ଭୁବନେଶ୍ୱର, ୯ା୧୨(ବ୍ୟୁରୋ): କୁକୁର ହୋଇ ମଧ୍ୟ ମାଲିକ ପ୍ରତି ଥିବା ବିଶ୍ୱସନୀୟତା ପ୍ରତିପାଦିତ କରୁଥିଲେ। ମାଲିକଙ୍କ ଆଜ୍ଞାଧୀନ ହୋଇ ବିଚାରକଙ୍କ ସବୁ କଥାକୁ ମାନୁଥିଲେ ସେମାନେ। ଏଭଳି ଦେଖିବାକୁ ମିଳିଥିଲା ଡଗ୍‌ ଶୋ’ରେ। ରବିବାର ଶେଷ ହୋଇଯାଇଛି ଡଗ୍‌ ଶୋ’। ଓଡ଼ିଶା କେନେଲ କ୍ଲବ୍‌ ପକ୍ଷରୁ ଚାଲୁଥିବା ଏହି ଶୋ’ର ଉଦ୍‌ଯାପନୀ ଦିବସରେ ଥିଲା ଜାତୀୟସ୍ତରୀୟ ଅଲ୍‌ ବ୍ରିଡ୍‌ସ ଚମ୍ପିୟନ୍‌ଶିପ୍‌ ଡଗ୍‌ ଶୋ’। ବିଭିନ୍ନ ପ୍ରଜାତିର କୁକୁର ଭିନ୍ନ ଭିନ୍ନ ପୋଷାକରେ ସାଜସଜା ହୋଇ ପଡ଼ିଆରେ ଦର୍ଶକଙ୍କୁ ବିମୋହିତ କରିଥିଲେ। ବିଚାରକଙ୍କ କଥା ମାନି ନିଜ ପାରଦର୍ଶିତା ଦେଖାଇଥିଲେ। କୁକୁରଙ୍କ ଏଭଳି ଚମତ୍କାର ଖେଳ ଦେଖି ଉପସ୍ଥିତ ଦର୍ଶକ ଭରପୂର ମଜା ନେଇଥିଲେ। ଏଥିରେ ଜର୍ମାନ ସେଫର୍ଡ, ପଗ୍‌, ଲାବ୍ରାଡର, ଗୋଲ୍ଡେନ୍‌ ରେଟ୍ରିଭର, ବେଲଜିଆନ ମାଲିନଏସ୍‌, ବକ୍ସର, ଆମେରିକାନ କକର ସ୍ପାନିଏଲ, ଡୋବରମ୍ୟାନ, ଡାଲମାସିଆନ, ଗ୍ରେଟ୍‌ ଡେନ୍‌, ଅକିତା, କାନ୍‌ କର୍ସୋ, ବୁଲ୍‌ମାସ୍ତିଫ, ପୋମେରିଆନ୍‌, ସାଇବେରିଆନ ହସ୍କି, ସେଣ୍ଟ ବର୍ନାଡ, ଶି ଜୁ, ବିଗଲ୍‌, ହ୍ବିପେଟ୍‌, ମିନ୍‌ ପିନ୍‌, ଚିଓ୍ବାଓ୍ବା, ଚାଓ ଚାଓ, ଲାସା ଆପ୍ସୋ, ପଶ୍ମି, କାରାଭାନ୍‌ ହାଉଣ୍ଡ ସମେତ ୩୮ ପ୍ରଜାତିର ୨୮୦ କୁକୁର ଭାଗ ନେଇଥିଲେ। ଚଳିତ ବର୍ଷ ପ୍ରଥମ ଥର ପାଇଁ ଶୋ’ରେ ‘ସିପର୍କି’ ପ୍ରଜାତିର ଏକ କୁକୁର ଭାଗ ନେଇଥିଲା। ଏହି ପ୍ରଜାତିର କୁକୁର ପ୍ରଥମ ଥର ପାଇଁ ଏହି ଶୋ’ରେ ନୁହେଁ ବରଂ ଭାରତରେ ପ୍ରଥମ ଥର ପାଇଁ ଅଂଶଗ୍ରହଣ କରିଥିବାରୁ ଏହା ଉପରେ ସମସ୍ତଙ୍କ ନଜର ରହିଥିଲା। କୋଲକାତା, ବାଙ୍ଗାଲୁରୁ, ଉଟି, ତାମିଲନାଡ଼ୁ, ଛତିଶଗଡ଼, ଆନ୍ଧ୍ରପ୍ରଦେଶ, ଗୁଜୁରାଟ, ମହାରାଷ୍ଟ୍ର ସମେତ ଓଡ଼ିଶାର ଭୁବନେଶ୍ୱର, କଟକ, ବ୍ରହ୍ମପୁର, ରାଉରକେଲା, ବାଲେଶ୍ୱର, ସମ୍ବଲପୁରରୁ କୁକୁରମାନେ ଆସିଥିଲେ। ଭିନ୍ନ ଭିନ୍ନ ପ୍ରଜାତିର ବିଭିନ୍ନ ବର୍ଗରେ ପ୍ରତିଯୋଗିତା ହୋଇଥିଲା। ଚଳିତ ବର୍ଷ କ୍ଲବ୍‌ ତା’ର ୫୯ ଓ ୬୦ ତମ ଜାତୀୟସ୍ତରୀୟ ଅଲ୍‌ ବ୍ରିଡ୍‌ସ ଚମ୍ପିଆନଶିପ୍‌ ଶୋ’ କରିଥିଲା। ଏଥିରେ ସ୍ବେଡେନ୍‌ରୁ ଇଭା ଲିଲ୍‌ଜେକ୍‌ଭିସ୍ତ ଓ ଲାଟଭିଆରୁ ରିତା ଖଡିକେ ସ୍କାଡିନା ବିଚାରକ ଭାବେ କାର୍ଯ୍ୟ ତୁଲାଇଥିଲେ। ବାଙ୍ଗାଲୋରର ରିତେଶ ମିତ୍ତଲଙ୍କ ଜର୍ମାନ ସେଫର୍ଡ ‘ଜାମ୍ପି’ ଉଭୟ ୫୯ତମ ଓ ୬୦ତମ ଜାତୀୟସ୍ତରୀୟ ଅଲ୍‌ ବ୍ରିଡ୍‌ସ ଚାମ୍ପିୟନଶିପ୍‌ ଶୋ’ରେ ବେଷ୍ଟ ଇନ୍‌ ଶୋ’ ଭାବେ ପୁରସ୍କୃତ ହୋଇଥିଲା। କୋଲକାତାର ଦୀପଶିଖା ଆଦିତ୍ୟଙ୍କ ଡୋବରମ୍ୟାନ ‘ଜାଇଲା’ ୫୯ତମ ଜାତୀୟସ୍ତରୀୟ ଅଲ୍‌ ବ୍ରିଡ୍‌ସ ଚାମ୍ପିୟନଶିପ୍‌ ଶୋ’ ଏବଂ କୋଲକାତାର ସୌରଭ ଚୌଧୁରୀଙ୍କ ଲାବ୍ରାଡର ‘ଲାବ୍ରାମାରିନ’ ଦ୍ୱିତୀୟ ସ୍ଥାନ ଅଧିକାର କରିଥିଲା। ଶୋ’ ସମ୍ପର୍କରେ କ୍ଲବ୍‌ର ଅବୈତନିକ ସମ୍ପାଦକ ସୁବ୍ରତ ପୃଷ୍ଟି କୁହନ୍ତି, ପ୍ରତିବର୍ଷ ପରି ଏଥର ମଧ୍ୟ ଶୋ’ ଭଲରେ ସମ୍ପାଦିତ ହୋଇଛି। ଆମେ ଯାହ ଆଶା କରିଥିଲୁ ତାହା ହୋଇଛି। ଗତବର୍ଷଠାରୁ ଏଥର ଅଧିକ ପ୍ରଜାତିର ସଂଖ୍ୟକ କୁକୁର ଭାଗ ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ଓଡ଼ିଶାରେ ଭାଜପା ସରକାରକୁ ଆସିଲେ ଲୋକେ ରୋଜଗାର ପାଇଁ ବାହାର ରାଜ୍ୟକୁ ଯିବେ ନାହିଁ: ଅମିତ ଶାହା

ସୋନପୁର,୨୫।୪: କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଗଢିବାକୁ ଲୋକ ମାନଙ୍କୁ ଆହ୍ୱାନ ଦେଇଛନ୍ତି। ନବୀନ ସରକାରକୁ ଓପାଡ଼ି ଏଠାରେ ଭାଜପା...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ଅଂଶୁଘାତ ରୋଗୀଙ୍କ ଚିକିତ୍ସା ପାଇଁ ଏମ୍ସରେ ସ୍ବତନ୍ତ୍ର ୟୁନିଟ୍‌

ଭୁବନେଶ୍ୱର,୨୫ା୪(ଅସମାପିକା ସାହୁ): ରାଜ୍ୟରେ ପ୍ରଚଣ୍ଡ ରୌଦ୍ରତାପ ଯୋଗୁ ଦିନକୁ ଦିନ ବୃଦ୍ଧି ଘଟୁଥିବା ଅଂଶୁଘାତ ରୋଗୀଙ୍କ ଚିକିତ୍ସା ନିମନ୍ତେ ଏମ୍ସ ଭୁବନେଶ୍ୱରରେ ଏକ ସ୍ବତନ୍ତ୍ର ହିଟ୍‌...

କାହିଁକି ଅମିତ ଶାହା ପଚାରିଲେ ‘୨୦ ଲୋକସଭା ସିଟ୍‌ ଜିତିବା କି ନାହିଁ’ ?

ସୋନପୁର,୨୫।୪: ଓଡ଼ିଶାରୁ ସର୍ବାଧିକ ଲୋକ ସଭା ଆସନ ବିଜୟ ଲକ୍ଷ୍ୟରେ କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ସୋନପୁରରୁ ପ୍ରଚାର ଆରମ୍ଭ କରିଛନ୍ତି। ଜୟ ଜଗନ୍ନାଥ, ଜୟ...

ନବୀନ ସରକାରକୁ ଉପାଡ଼ି ଭାଜପା ସରକାର ବନାନ୍ତୁ: ଶାହା

ସୋନପୁର,୨୫।୪: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଗୁରୁବାର ଝାରସୁଗୁଡ଼ା ବିମାନବନ୍ଦରରେ ପହଞ୍ଚିବା ପରେ ସୋନପୁର ଗସ୍ତ କରିଛନ୍ତି। ସେଠରେ ଆୟୋଜିତ ବିଶାଳ ଜନସଭାକୁ ସମ୍ବୋଧିତ...

ଭାଜପାରେ ସାମିଲ ହେଲେ ପୂର୍ବତନ ହକି ଟିମ ଅଧିନାୟକ ପ୍ରବୋଧ ତିର୍କୀ

ଭୁବନେଶ୍ୱର,୨୫।୪: ଭାଜପାରେ ସାମିଲ ହେଲେ ପୂର୍ବତନ ହକି ଟିମ ଅଧିନାୟକ ପ୍ରବୋଧ ତିର୍କୀ। ସୋନପୁର ସମାବେଶକୁ ଆସି ଗୁରୁବାର ବିଧିବଦ୍ଧ ଭାବେ ସେ ପଦ୍ମ ଧରିଛନ୍ତି।...

ଝାରସୁଗୁଡ଼ାରେ ପହଞ୍ଚିଲେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା

ଭୁବନେଶ୍ୱର,୨୫।୪: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଗୁରୁବାର ଝାରସୁଗୁଡ଼ାରେ ପହଞ୍ଚିଛନ୍ତି। ଝାରସୁଗୁଡ଼ାରୁ ହେଲିକପ୍ଟର ଯୋଗେ ସୋନପୁର ଯିବେ। ଏହା ପରେ ସେ ସୋନପୁରରେ ବିଶାଳ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri