ସରିଲା ଖନ୍ତାପଡା ମହୋତ୍ସବ

ବାହାନଗା,୭ା୧୧(ଡି.ଏନ.ଏ.)- ଗତ ବୁଧବାର ଉଦଘାଟିତ ହୋଇଥିବା ୬ଷ୍ଠ ଖନ୍ତାପଡା ମହୋତ୍ସବ ମଙ୍ଗଳବାର ରାତିରେ ଉଦ୍‌ଯାପିତ ହୋଇଛି। ମହୋତ୍ସବ ଦ୍ୱାରା ମାନବ ସମାଜ ମଧ୍ୟରେ ଭାଇଚାରା ସୃଷ୍ଟି ହେବା ସହିତ କଳାକାର ଓ ବ୍ୟବସାୟୀଙ୍କ ମଧ୍ୟରେ ସର୍ମ୍ପକର ସେତୁ ଯୋଡିଥାଏ ବୋଲି ଉତ୍ସବର ମୁଖ୍ୟ ଅତିଥି ଜାତିସଂଘର ଶାନ୍ତିଦୂତ କମିଟିର ସଦସ୍ୟ ଜ୍ୟୋତିଷ୍କର ମହାପାତ୍ର ପ୍ରକାଶ କରିଛନ୍ତ।
ଏହି ମହୋତ୍ସବ ଖନ୍ତାପଡା ଆଞ୍ଚଳିକ ଯୁବ ପରିଷଦ ଆନୁକୂଲ୍ୟରେ ଆୟୋଜିତ ହୋଇଥିଲା। ଉଦଯାପନୀ ଉତ୍ସବରେ କମିଟିର ସଭାପତି ଚନ୍ଦନେଶ୍ୱର ବେହେରା ସଭାପତିତ୍ୱ କରିଥିଲେ। ଏଥିରେ ମୁଖ୍ୟବକ୍ତା ଭାବେ ଚେତନା ସାହିତ୍ୟ ସଂସଦର ସମ୍ପାଦକ ଶରତ ଚନ୍ଦ୍ର ମହାପାତ୍ର ଯୋଗ ଦେଇ ଥିଲେ ଦୀର୍ଘ ୮ ଦିନ ଧରି ଆଞ୍ଚଳିକ ଯୁବ ପରିଷଦ ଏଭଳି ଏକ ମହୋତ୍ସବ ଆୟୋଜନ କରିଥିବାରୁ ସେମାନଙ୍କୁ ଧନ୍ୟବାଦ ଦେବା ସହିତ ମହୋତ୍ସବ ସାଂସ୍କୃତିକ ଚେତନା ବୃଦ୍ଧିରେ ସହାୟକ ହୋଇଥାଏ ବୋଲି କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପ୍ରଦୀପ୍ତ ମିଶ୍ର, ସମ୍ପାଦକ ସଂଞ୍ଜୟ କୁମାର ବେହେରା ପ୍ରମୁଖ ସଭାରେ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ସୁବ୍ରତ କର। ପରେ ବିଭିନ୍ନ ଅଞ୍ଚଳରୁ ଆସିଥିବା କଳାକାରଙ୍କ ଦ୍ୱାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ଆତସବାଜି ପ୍ରଦର୍ଶନ କରାଯାଇଥିଲା। ଆଖପାଖ ଅଞ୍ଚଳରୁ ଆସିଥିବା ବହୁ ମହିଳା ପୁରଷ ଉତ୍ସବର କାର୍ଯ୍ୟକ୍ରମକୁ ଉପଭୋଗ କରିଥିଲେ। ଆଞ୍ଚଳିକ ଯୁବ ପରିଷଦ କମିଟିର କୋଷାଧ୍ୟକ୍ଷ ଡମ୍ବୁର ବାରିକ୍‌, ଭାଷ୍କର ଚନ୍ଦ୍ର ଦାସ, ସହ ସମ୍ପାଦକ ଦୀପକ କୁମାର ରଣା, ଉମାକାନ୍ତ ଘଡେଇ,ଗଣ ସାହୁ, ରୋହିତ ମଲ୍ଲିକ୍‌, ସୌମ୍ୟରଞ୍ଜନ ଦାସ, ବନମାଳି ବେହେରା, ବିଶ୍ୱରଞ୍ଜନ ବାରିକ୍‌, ସୁରେନ୍ଦ୍ର ସିଂ ବିମୁଗ୍ଧ ଦାସ, ଗଣେଶ ମହାରଣା,ତାରାକାନ୍ତ ଦାସ, କିରଣ କୁମାର ମଲ୍ଲିକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ସମ୍ପାଦକ ସଂଞ୍ଜୟ କୁମାର ବେହେରା।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ମାଡ଼ିଆସୁଛି ବଡ଼ ବର୍ଷା: ୯ରୁ ଅତିପ୍ରବଳ ବର୍ଷା

ଭୁବନେଶ୍ୱର, ୭ା୯: ରାଜ୍ୟକୁ ପୁଣି ମାଡ଼ିଆସୁଛି ବଡ଼ ବର୍ଷା। ଆଜି ଓ ଆସନ୍ତାକାଲି ବିଭିନ୍ନ ଜିଲାରେ ଘଡ଼ଘଡ଼ି, ବିଜୁଳି ସହ ବର୍ଷା ହେବ। ଏହାପରେ ୯ ତାରିଖରୁ…

ଖଣି ନିଲାମକୁ ନେଇ ତେଜୁଛି ବିରୋଧ, ଆନ୍ଦୋଳନ ଚେତାବନୀ ଦେଇ ଅଞ୍ଚଳବାସୀ କହିଲେ…

ଥୁଆମୂଳ ରାମପୁର,୭।୯ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା କର୍ଲାପାଟ ବନ୍ୟପ୍ରାଣୀ ଅଭୟାରଣ୍ୟ ଅନ୍ତର୍ଗତ ଖଣ୍ଡୁଆଳମାଳି ପାହାଡ଼ କର୍ଲାପାଟ ବକ୍ସାଇଟ ବ୍ଲକକୁ ନେଇ ବିରୋଧ ତେଜୁଛି। ଆନୁମାନିକ ୨୪.୮…

PCB ଛାଡିବା ପରେ ପାକିସ୍ତାନ କ୍ରିକେଟର ଚିଠା ଖୋଲିଲେ ମିସବା, ହେଲାଣି ଚର୍ଚ୍ଚା

ଇସଲାମାବାଦ,୭।୯: ପାକିସ୍ତାନ କ୍ରିକେଟରେ କ’ଣ ଘଟୁଛି? ଦଳ ଏବଂ ଚୟନ କମିଟି ପରିବର୍ତ୍ତନ କରିବା ଦ୍ୱାରା ପାକିସ୍ତାନ କ୍ରିକେଟ ଦଳର ବର୍ତ୍ତମାନ ଏବଂ ଭବିଷ୍ୟତ ପରିବର୍ତ୍ତନ ହେବ…

ଓଜନ କମାଇବାର ସହଜ ଉପାୟ

ଆମ ଶରୀରର ଓଜନ ସନ୍ତୁଳିତ ରହିବା ନିହାତି ଦରକାର। ହେଲେ ଏହାର ଏକ ସରଳ ଉପାୟ ରହିଛି। ଏହାକୁ ଜଣେ ଅତି ସହଜରେ ଆପଣେଇ ପାରିବ। ତାହା…

ଆଜି ରାଜ୍ୟ କ୍ୟାବିନେଟ୍‌: ୯ ପ୍ରସ୍ତାବ ଉପରେ ବାଜିପାରେ ମୋହର

ଭୁବନେଶ୍ୱର,୭ା୯(ରବିନାରାୟଣ ଜେନା): ରାଜ୍ୟ ସରକାରଙ୍କ ପକ୍ଷରୁ ସୋମବାର ଅପରାହ୍ନ ୫ଟାରେ ରାଜ୍ୟ କ୍ୟାବିନେଟ ବୈଠକ ବସିବ। ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଏହି…

ଗୋ’ ଚାଲାଣବେଳେ ଫାଟିଲା ପିକ୍‌ଅପ୍‌ ଟାୟାର, ୩ ବଳଦ ମୃତ

ଜଗନ୍ନାଥପ୍ରସାଦ,୭ା୯(ବିଭୁ ପ୍ରସାଦ ପଟ୍ଟନାୟକ): ଗଞ୍ଜାମ ଜିଲା ଜଗନ୍ନାଥପ୍ରସାଦ ଥାନା ଅଞ୍ଚଳରେ ରବିବାର ମଧ୍ୟରାତ୍ରିରେ ବେଆଇନ ଗୋ-ଚାଲାଣ ବେଳେ ଏକ ବଡ଼ ଦୁର୍ଘଟଣା ଘଟିଛି। ଜିରାବାଡ଼ି ଗ୍ରାମ ନିକଟରେ…

ପୁଣି ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ! ICC ଏକ ଯୋଜନା ପ୍ରସ୍ତୁତ କରିଛି

ନୂଆଦିଲ୍ଲୀ,୭।୯: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଦୀର୍ଘ ସମୟ ଧରି କୌଣସି ଦ୍ୱିପାକ୍ଷିକ କିମ୍ବା ତ୍ରି-ସିରିଜ ଖେଳାଯାଇ ନାହିଁ। ଭାରତ ଏପରି କାର୍ଯ୍ୟକ୍ରମକୁ ନିରନ୍ତର ମନା କରିଆସିଛି,…

୭ ଦିନରେ ସାଇନ୍‌ବୋର୍ଡ ବନାନ ସଂଶୋଧନ କରିବାକୁ କଡ଼ା ନିର୍ଦ୍ଦେଶ

ଭୁବନେଶ୍ୱର,୭ା୯(ରବିନାରାୟଣ ଜେନା): ଓଡ଼ିଆ ଉଚ୍ଚାରଣ ସହ ସମନ୍ବୟ ରଖି ସଂଶୋଧିତ ହୋଇଥିବା ବିଭିନ୍ନ ସ୍ଥାନ ନାମର ଇଂଲିଶ ବନାନକୁ ସମସ୍ତ ସରକାରୀ କାର୍ଯ୍ୟାଳୟ ଓ ପ୍ରତିଷ୍ଠାନରେ ସମାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri