ସରପଞ୍ଚଙ୍କୁ ଆକ୍ରମଣ, ଗଁ। ପୁଣି ଅଶାନ୍ତ

ଦିଗପହଣ୍ଡି,୧୬ା୨(ଡି.ଏନ୍‌.ଏ.) – ଦିଗପହଣ୍ଡି ବ୍ଲକ କରପଡା ସରପଞ୍ଚ ଗାୟତ୍ରୀ ପ୍ରଧାନଙ୍କୁ ବିପକ୍ଷ ଗୋଷ୍ଠୀର ରାମେଶ୍ୱର ପ୍ରଧାନ ଓ ପ୍ରଶାନ୍ତ ପ୍ରଧାନ ଶନିବାର ଅପରାହ୍ନରେ ଗାଳିଗୁଲଜ କରିଥିଲେ। ଏହାର ପ୍ରତିବାଦରେ ସରପଞ୍ଚଙ୍କ ଗୋଷ୍ଠୀ ପକ୍ଷରୁ ରାମେଶ୍ୱର ଓ ପ୍ରଶାନ୍ତଙ୍କୁ ଠେଙ୍ଗା ଓ ଖଣ୍ଡାରେ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି। ଆହତ ଦ୍ୱୟଙ୍କୁ ପ୍ରଥମେ ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଓ ପରେ ବ୍ରହ୍ମପୁର ବଡ ଡାକ୍ତରଖାନା ସ୍ଥାନାନ୍ତରିତ କରାଯାଇଛି। ଘଟଣା ପରେ କରପଡା ଗାଁ ଅଶାନ୍ତ ହୋଇପଡିଛି। ଦିଗପହଣ୍ଡି ଆଇଆଇସି ବସନ୍ତ କୁମାର ସେଠୀ ସଦଳବଳ ଗଁ।ରେ ପହଞ୍ଚତ୍ ତଦନ୍ତ ଚଳାଇଛନ୍ତି। ସରପଞ୍ଚଙ୍କ ସ୍ବାମୀ, ଦିଅର ଫେରାର ଥିବା ପୋଲିସ କହିଛି। ଗଁ।ରେ ଚାପା ଉତ୍ତେଜନା ଲାଗି ରହିଥିଲେ ମଧ୍ୟ ପରିସ୍ଥିତି ନିୟନ୍ତ୍ରଣାଧୀନ ଥିବା ଚିକିଟି ଏସ୍‌ଡିପିଓ ସୁରେନ୍ଦ୍ରନାଥ ମୁର୍ମୁ କହିଛନ୍ତି।
ପ୍ରକାଶ ଯେ, ଗ୍ରାମର ଅଭିମନ୍ୟୁ ପ୍ରଧାନ ଓ ତାଙ୍କ ଭାଇ ଜଗନ୍ନାଥଙ୍କ ମଧ୍ୟରେ ପୈତୃକ ସମ୍ପତ୍ତିକୁ ନେଇ ବିବାଦ ଲାଗି ରହିଥିଲା। ଶନିବାର ଅପରାହ୍ନରେ ଜଗନ୍ନାଥ ତାଙ୍କ ସାନ ଭାଇ ଅଭିମନ୍ୟୁଙ୍କ ଘର ପୁନାଦିକୁ ଜବରଦସ୍ତ ଖୋଳିବାରୁ ସେ ପ୍ରତିବାଦ କରିଥିଲେ। ଜଗନ୍ନାଥ ଓ ତାଙ୍କ ପୁଅ ରାମେଶ୍ୱର ଏବଂ ସାଙ୍ଗ ପ୍ରଶାନ୍ତ ମିଶି ଅଭିମନ୍ୟୁଙ୍କୁ ଆକ୍ରମଣ ପାଇଁ ଉଦ୍ୟମ କରିଥିଲେ। ତାଙ୍କ ସମ୍ପର୍କୀୟ ସରପଞ୍ଚ ଗାୟତ୍ରୀ ଏହାର ପ୍ରତିବାଦ କରିବାରୁ ତାଙ୍କୁ ଗାଳିଗୁଲଜ କରିଥିଲେ। ଖବର ପାଇ ଗାୟତ୍ରୀଙ୍କ ଗୋଷ୍ଠୀ ପହଞ୍ଚତ୍ ସେମାନଙ୍କୁ ଆକ୍ରମଣ କରିଥିଲେ।
ଏନେଇ ସରପଞ୍ଚ ପ୍ରଧାନଙ୍କୁ ପଚାରିବାରୁ, ଶନିବାର ପଞ୍ଚାୟତ କାର୍ଯ୍ୟାଳୟରେ ଭତ୍ତା ବଣ୍ଟନ କାର୍ଯ୍ୟକ୍ରମ ଥିଲା। ସେଠାରୁ ଘରକୁ ଫେରି ବିଶ୍ରାମ ନେଉଥିବା ବେଳେ ଘର ସମ୍ମୁଖରେ ପାଟିତୁଣ୍ଡ ଶୁଣିଥିଲି। ବାହାରକୁ ଆସି ଅଭିମନ୍ୟୁ ଓ ଜଗନ୍ନାଥଙ୍କୁ ପାଟିତୁଣ୍ଡ ବନ୍ଦ କରିବାକୁ କହିବା ସହ ୨୦ ତାରିଖରେ ଥାନାରେ ସମାଧାନ ପାଇଁ ସ୍ଥିର ହୋଇଛି। ତା ପୂର୍ବରୁ କାହିଁକି ପୁନାଦି ଖୋଳୁଛ ବୋଲି କହିବାରୁ ତାଙ୍କୁ ରାମେଶ୍ୱର ଓ ପ୍ରଶାନ୍ତ ଗାଳିଗୁଲଜ କରିଥିଲେ। ତାଙ୍କ ଶାଶୁ ପହଞ୍ଚତ୍ବାରୁ ତାଙ୍କୁ ମଧ୍ୟ ଠେଲାପେଲା କରିଥିଲେ। ପରେ ସ୍ବାମୀ ଓ ଦିଅର ପହଞ୍ଚତ୍ବା ପରେ ଉଭୟ ଗୋଷ୍ଠୀ ମୁହଁାମୁହିଁ ହୋଇଥିଲେ ବୋଲି କହିଛନ୍ତି। ଖବର ଲେଖାହେବା ସୁଦ୍ଧା ଥାନାରେ ମାମଲା ହୋଇନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଛତ୍ରପୁରରେ ମା’ ରାମାୟାଣାମ୍ମା ଠାକୁରାଣୀ ଯାତ୍ରା: ଆକର୍ଷଣ ସାଜିଛି ପାରମ୍ପରିକ ବାଘ ବେଶ

ଛତ୍ରପୁର (ଦିଲୀପ ସାମଲ), ୨୩।୫: ଗଞ୍ଜାମ ଜିଲା ଛତ୍ରପୁରର ଆରାଧ୍ୟ ଦେବୀ ମା’ ରାମାୟାଣାମ୍ମା ଠାକୁରାଣୀଙ୍କ ବାର୍ଷିକ ଯାତ୍ରା ଅବସରରେ ଏବେ ସାରା ସହର ଉତ୍ସବମୁଖର ହୋଇଉଠିଛି।…

ଭଞ୍ଜନଗର ଯାତ୍ରାରେ ଆତଙ୍କ ମାମଲାରେ ୪ ଗିରଫ, ମ୍ୟୁନିସିପାଲଟି ଅଧ୍ୟକ୍ଷଙ୍କ ଘରକୁ ବୋମା ମାଡ଼ ଘଟଣାରେ ଅଭିଯୁକ୍ତ…

ଭଞ୍ଜନଗର,୨୩।୫(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ସହରରେ ଠାକୁରାଣୀ ଯାତ୍ରା ଚାଲିଥିବା ସମୟରେ ଗତ ୧୭ ତାରିଖ ରାତିରେ ସହରର ଦୁଇ ଯୁବ ଗୋଷ୍ଠୀ ମଧ୍ୟରେ ହୋଇଥିବା ଗଣ୍ତଗୋଳ…

ବିଦ୍ୟୁତ କାର୍ଯ୍ୟାଳୟରେ ତାଲା ପକାଇଲେ ତାଳପଡା ଗ୍ରାମବାସୀ: ଅଘୋଷିତ ବିଦ୍ୟୁତ କାଟ …

ପାତ୍ରପୁର, ୨୩/୦୫ (ଉମା ଚରଣ ନେପାକ): ଅଘୋଷିତ ବିଦ୍ୟୁତ କାଟ ଓ ଏସ୍‌ ନୁଆଗାଁ ଗ୍ରାମ ଉପର ପଟରୁ ଯାଇଥିବା ୧୧ କେଭି ତାର ସ୍ଥାନାନ୍ତର ଦାବିକୁ…

ଶିଶୁକୁ ଝୁଣି ପକାଇଲେ କୁକୁରପଲ, ମୁଣ୍ଡରେ ଲାଗିଛି ଆଘାତ, ଡାକ୍ତର କହିଲେ…

ଦିଗପହଣ୍ଡି,୨୩ା୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ମହାନଳା ଗ୍ରାମ ସାରଙ୍ଗ ବିହାର ଛକ ନିକଟରେ ଏକ ଭଡ଼ାଘରେ ରହୁଥିବା ଦିଗପହଣ୍ଡି ବ୍ଲକ ସହଦେବ ଟିକରପଡ଼ା…

ମହାଯଜ୍ଞ ନିମନ୍ତେ ପ୍ରସ୍ତୁତି ଶେଷ: ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମକୁ ଦୃଷ୍ଟିରେ ରଖି ମହାଯଜ୍ଞ ପରିଚାଳନା କମିଟି ପକ୍ଷରୁ…

ଦିଗପହଣ୍ଡି,୨୩।୫(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ଦିଗପହଣ୍ଡି ସହର ଉପକଣ୍ଠ କୁଶପଡ଼ା ଗ୍ରାମ ନିକଟ କମାପଡିଆ ସ୍ଥିତ ଶ୍ରୀ ନୀଳକଣ୍ଠେଶର ଶୈବପୀଠ ଜିର୍ଣ୍ଣୋଦ୍ଧାର ମହୋତ୍ସବ ଓ…

ପାରିବାରିକ କଳହର ଉଗ୍ରରୂପ: ଶଳାଙ୍କୁ ବସ୍‌ଷ୍ଟାଣ୍ଡରେ ଛୁରାମାଡ଼ କଲେ ଭିଣୋଇ

ଆସିକା,୨୩ା୫(ସୁରେନ୍ଦ୍ର ନାଥ ସାହୁ): ଗଞ୍ଜାମ ଜିଲା ଆସିକା ବସ୍‌ଷ୍ଟାଣ୍ଡଠାରେ ଶନିବାର ପୂର୍ବାହ୍ନରେ ଭିଣୋଇଙ୍କ ଛୁରାମାଡ଼ରେ ଶଳା ଗୁରୁତର ହୋଇଛନ୍ତି। ଆହତ ଶଳା ହେଉଛନ୍ତି କଂସ ଡାକୁଆ (୨୫)…

ପୋତାଗଡ଼ ଗଡଖାଇରୁ ଆହତ ହରିଣ ଉଦ୍ଧାର, ବନ ବିଭାଗକୁ ହସ୍ତାନ୍ତର କଲେ ସ୍ଥାନୀୟ ଯୁବକ

ଗଞ୍ଜାମ,୨୩।୫(ଅନାଥ ତରାଇ ): ଗଞ୍ଜାମ ସହର ସ୍ଥିତ ଐତିହାସିକ ପୋତାଗଡ଼ ଦୁର୍ଗ ନିକଟରୁ ଏକ ଅସହାୟ ହରିଣକୁ ଆହତ ଅବସ୍ଥାରେ ଉଦ୍ଧାର କରାଯାଇଛି। ସୂଚନା ଅନୁଯାୟୀ, ପୋତାଗଡ଼…

ହଠାତ୍‌ ଚଳନ୍ତା କାର୍‌ରେ ଲାଗିଲା ନିଆଁ: ଆଉ ତା’ପରେ ଘଟିଲା…

ଗଞ୍ଜାମ,୨୨।୫(ଅନାଥ ତରାଇ/ଦିଲ୍ଲୀପ ସାମଲ)ଜାତୀୟ ରାଜପଥ ହୁମା ହାଟ ପଡ଼ିଆ ନିକଟରେ ଏକ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଅଧରାତିରେ ଏକ ଚଳନ୍ତା କାର୍‌ରେ ହଠାତ ନିଆଁ ଲାଗିଯିବାରୁ ତାହା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri