Posted inଜାତୀୟ

ସରକାର ଗଠନ ଦାବି ଜଣାଇଲେ ମୋଦି

ନୂଆଦିଲ୍ଲୀ,୨୬ା୫(ପି.ଟି.): କେନ୍ଦ୍ର କ୍ୟାବିନେଟର ସୁପାରିସ କ୍ରମେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଶନିବାର ଷୋଡ଼ଶ ଲୋକ ସଭାକୁ ଭଙ୍ଗ କରିଛନ୍ତି। ଏଥିସହିତ ସପ୍ତଦଶ ଲୋକ ସଭା ଗଠନ ଲାଗି ପ୍ରକ୍ରିୟା ଆରମ୍ଭ ହୋଇଛି। ନିର୍ବାଚନ କମିଶନ ଶନିବାର ରାଷ୍ଟ୍ରପତିଙ୍କୁ ଭେଟି ନବନିର୍ବାଚିତ ଏମ୍‌ପିମାନଙ୍କ ତାଲିକା ପ୍ରଦାନ କରିଛନ୍ତି। ନରେନ୍ଦ୍ର ମୋଦି ଏନ୍‌ଡିଏ ସଂସଦୀୟ ଦଳ ନେତା ନିର୍ବାଚିତ ହେବା ପରେ ରାଷ୍ଟ୍ରପତିଙ୍କୁ ଭେଟି ସରକାର ଗଠନ ନେଇ ଦାବି ଜଣାଇଛନ୍ତି। ମୋଦି ୩୫୩ ସଦସ୍ୟଙ୍କ ସମର୍ଥନ ଥିବା ଦାବିପତ୍ର ପ୍ରଦାନ କରିବା ପରେ ରାଷ୍ଟ୍ରପତି ତାଙ୍କୁ ସରକାର ଗଠନ ଲାଗି ଆମନ୍ତ୍ରଣ କରିଛନ୍ତି।
ନିର୍ବାଚନ ଫଳ ପ୍ରକାଶ ପାଇବା ପରେ ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ ବୈଠକ ବସି ଷୋଡ଼ଶ ଲୋକ ସଭା ଭଙ୍ଗ ଲାଗି ସୁପାରିସ କରାଯାଇଥିଲା। ରାଷ୍ଟ୍ରପତି ଏହାକୁ ଗ୍ରହଣ କରିବା ସହ ଲୋକ ସଭା ଭଙ୍ଗ ନିର୍ଦ୍ଦେଶନାମାରେ ସ୍ବାକ୍ଷର କରିଥିବା ରାଷ୍ଟ୍ରପତି ଭବନ ପକ୍ଷରୁ କୁହାଯାଇଛି। ଏହା ପୂର୍ବରୁ ଶୁକ୍ରବାର ପ୍ରଧାନମନ୍ତ୍ରୀ ମୋଦି ଓ ତାଙ୍କ ମନ୍ତ୍ରୀ ପରିଷଦ ରାଷ୍ଟ୍ରପତିଙ୍କୁ ସମୂହ ଇସ୍ତଫା ପ୍ରଦାନ କରିଥିଲେ। ରାଷ୍ଟ୍ରପତି ଉକ୍ତ ଇସ୍ତଫାପତ୍ରକୁ ଗ୍ରହଣ କରିବା ସହ ନୂଆ ସରକାର ଗଠନ ହେବା ପର୍ଯ୍ୟନ୍ତ କାର୍ଯ୍ୟ ତୁଲାଇବାକୁ ସେମାନଙ୍କୁ ଅନୁରୋଧ କରିଥିଲେ।
୨୩ ତାରିଖ ଭୋଟଗଣତି ପରେ ମୁଖ୍ୟ ନିର୍ବାଚନ କମିଶନର ସୁନୀଲ ଆରୋରାଙ୍କ ସହ ଦୁଇ ନିର୍ବାଚନ କମିଶନର ଅଶୋକ ଲାଭାସା ଏବଂ ସୁଶୀଲ ଚନ୍ଦ୍ରା ରାଷ୍ଟ୍ରପତିଙ୍କୁ ଭେଟି ନୂଆ ଲୋକ ସଭା ସଦସ୍ୟମାନଙ୍କ ତାଲିକା ଥିବା ଇସିଙ୍କ ବିଜ୍ଞପ୍ତିର ଏକ ନକଲ ପ୍ରଦାନ କରିଥିଲେ। ୫୪୩ ଆସନ ବିଶିଷ୍ଟ ଲୋକ ସଭାରେ ୫୪୨ ଆସନ ଲାଗି ଭୋଟଗ୍ରହଣ ହୋଇଥିଲା। ଭାଜପା ୩୦୩ ଆସନରେ ବିଜୟୀ ହୋଇଥିବାବେଳେ ଏହାର ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ କଂଗ୍ରେସ ମାତ୍ର ୫୨ ଆସନରେ ସୀମିତ ରହିଛି। ନିର୍ବାଚନର ସଫଳ ପରିଚାଳନା ଲାଗି ରାଷ୍ଟ୍ରପତି ତିନି ନିର୍ବାଚନ କମିଶନରଙ୍କୁ ଅଭିନନ୍ଦନ ଜଣାଇବା ସହ ନିର୍ବାଚନ ପ୍ରକ୍ରିୟାରେ ସାମିଲ ହୋଇଥିବା ଭୋଟରମାନଙ୍କୁ ପ୍ରଶଂସା କରିଛନ୍ତି।
ଏନ୍‌ଡିଏ ନେତା ନିର୍ବାଚିତ ହେବା ପରେ ପ୍ରଧାନମନ୍ତ୍ରୀ ମୋଦି ଶନିବାର ରାତି ୮ଟାରେ ରାଷ୍ଟ୍ରପତିଙ୍କୁ ଭେଟି ପରବର୍ତ୍ତୀ ସରକାର ଗଠନ ନେଇ ଦାବି ଉପସ୍ଥାପନ କରିଛନ୍ତି। ଅପରାହ୍ନରେ ପାର୍ଲାମେଣ୍ଟର ସେଣ୍ଟ୍ରାଲ ହଲ୍‌ରେ ନବନିର୍ବାଚିତ ଏନ୍‌ଡିଏ ଏମ୍‌ପିମାନଙ୍କ ବୈଠକ ବସି ମୋଦିଙ୍କୁ ସର୍ବସମ୍ମତ କ୍ରମେ ସଂସଦୀୟ ଦଳ ନେତା ନିର୍ବାଚନ କରାଯାଇଥିଲା। ଆସନ୍ତା ୩୦ ତାରିଖରେ ମୋଦି ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ ବୋଲି ଆଶା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ପରଦା ପଛରେ ଚାଇନା ସହ କଥାବାର୍ତ୍ତା କରୁଛି ତିବ୍ବତ: ଭାରତକୁ କଲା ଏମିତି ଅପିଲ୍‌

ଧର୍ମଶାଳା,୨୫।୪: ତିବ୍ଦତ ସରକାର ପରଦା ପଛରେ ଚାଇନା ସରକାରଙ୍କ ସହ କଥାବାର୍ତ୍ତା କରୁଛନ୍ତି। ଉଭୟ ପକ୍ଷ ଦୀର୍ଘ ବିଚାରାଧୀନ ଦ୍ୱିପାକ୍ଷିକ ଆଲୋଚନାକୁ ପୁଣି ଆରମ୍ଭ କରିବାକୁ...

ମୋଦି, ରାହୁଲଙ୍କୁ ନୋଟିସ ଜାରି କଲେ ନିର୍ବାଚନ ଆୟୋଗ

ନୂଆଦିଲ୍ଲୀ,୨୫ା୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ବିରୋଧରେ ନିର୍ବାଚନ ଆୟୋଗ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ମୋଦି ଏବଂ ରାହୁଲଙ୍କ ଭାଷଣକୁ...

ଅରୁଣାଚଳ-ଚାଇନା ସୀମାରେ ପ୍ରବଳ ବର୍ଷା, ଭୂସ୍ଖଳନରେ ଧୋଇଗଲା ରାଜପଥ

ଇଟାନଗର,୨୫ା୪: ଦେଶର ଅଧିକାଂଶ ଅଞ୍ଚଳରେ ପ୍ରବଳ ଖରାଗରମ ହେଉଥିବା ବେଳେ ଅରୁଣାଚଳ ପ୍ରଦେଶରେ ପ୍ରବଳ ବର୍ଷା ହୋଇଛି। ଚାଇନା ସୀମାନ୍ତ ଅରୁଣାଚଳ ପ୍ରଦେଶରେ ଲଗାତର ବର୍ଷା...

କ୍ରାସ୍‌ ହେଲା ବାୟୁସେନା ବିମାନ: ଉଡିଗଲା ପଙ୍ଖା

ନୂଆଦିଲ୍ଲୀ,୨୫।୪: ରାଜସ୍ଥାନର ଜୈସଲମେର ନିକଟରେ ବିମାନ ଉଡ଼ାଣ ସମୟରେ ଏକ ଭାରତୀୟ ବାୟୁସେନା ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ସୌଭାଗ୍ୟର ବିଷୟ ହେଉଛି ଏହି ଦୁର୍ଘଟଣାରେ ଜୀବନହାନୀ...

ଭୋଟ ଦେଇଥିବା ପ୍ରମାଣ କଲେ ରେଷ୍ଟୁରାଣ୍ଟରେ ମିଳିବ ଡିସକାଉଣ୍ଟ, ଫ୍ରିରେ ମିଳିବ ବିଅର

ନୂଆଦିଲ୍ଲୀ,୨୫।୪: ଆରମ୍ଭ ହୋଇଯାଇଛି ଗଣତନ୍ତ୍ରର ମହାପର୍ବ ନିର୍ବାଚନ। ଏପ୍ରିଲ ୧୯ରେ ପ୍ରଥମ ପର୍ଯ୍ୟାୟ ମତଦାନ ସରିଥିବାବେଳେ ଶୁକ୍ରବାର ଦ୍ୱିତୀୟ ପର୍ଯ୍ୟାୟ ମତଦାନ ହେବାକୁ ଯାଉଛି। ତେବେ...

କଂଗ୍ରେସ ନାଁରେ ସାଂଘାତିକ ଅଭିଯୋଗ ଆଣିଲେ ପ୍ରଧାନମନ୍ତ୍ରୀ ମୋଦି

ଭୋପାଳ,୨୫।୪: ଲୋକ ସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୋରେନାରେ ଏକ ସାଧାରଣ ସଭାରେ ସମ୍ବୋଧିତ କରିଥିଲେ। ଏହି ସମୟରେ ସେ...

କାହିଁକି କେଜ୍‌ରିୱାଲଙ୍କୁ କରାଗଲା ଗିରଫ: ସୁପ୍ରିମକୋର୍ଟରେ କହିଲା ଇଡି

ନୂଆଦିଲ୍ଲୀ,୨୫।୪: ଦିଲ୍ଲୀ ସିଏମ ଅରବିନ୍ଦ କେଜ୍‌ରିୱାଲଙ୍କ ଆବେଦନକୁ ବିରୋଧ କରି ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ସୁପ୍ରିମକୋର୍ଟରେ ଏକ ଆଫିଡେଭିଟ ଦାଖଲ କରିଛି। ଦାଖଲ ହୋଇଥିବା ଆଫିଡେଭଟ୍‌ରେ...

ମୋଦିଙ୍କୁ ନିର୍ବାଚନ କମିଶନରଙ୍କ ପକ୍ଷରୁ କ୍ଲିନଚିଟ୍‌, ହିନ୍ଦୁ ଦେବୀଦେବତାଙ୍କ ନାମରେ ମାଗି ନାହାନ୍ତି ଭୋଟ୍‌

ନୂଆଦିଲ୍ଲୀ,୨୫।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନିର୍ବାଚନ କମିଶନରଙ୍କ ଦ୍ୱାରା କ୍ଲିନଚିଟ୍‌। ମୋଦିଙ୍କ ନାମରେ ହିନ୍ଦୁ ଦେବୀଦେବତାଙ୍କ ନାଁରେ ଭୋଟ ମାଗୁଥିବା ଅଭିଯୋଗ ହୋଇଥିଲା। ଯାହାକୁ ଗୁରୁବାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri