ସରକାରୀ ସ୍କୁଲ, ଅଙ୍ଗନଓ୍ବାଡି ଗୃହ ମରାମତି କରିବ ପଞ୍ଚାୟତ

ଭୁବନେଶ୍ୱର,୬-୯(ବ୍ୟୁରୋ):ଗ୍ରାମାଞ୍ଚଳରେ ଥିବା ସରକାରୀ ପ୍ରାଥମିକ, ଉଚ୍ଚ ପ୍ରାଥମିକ ସ୍କୁଲ ଏବଂ ଅଙ୍ଗନଓ୍ବାଡି ଗୃହ ମରାମତି ଓ ରକ୍ଷଣାବେକ୍ଷଣ କରିବ ଗ୍ରାମପଞ୍ଚାୟତ। ଏ ନେଇ ଏକ ନିର୍ଦ୍ଦେଶନାମା ପ୍ରତ୍ୟେକ ଜିଲାପାଳଙ୍କୁ ଦିଆଯାଇଛି। ଚତୁର୍ଦ୍ଦଶ ଏବଂ ଚତୁର୍ଥ ଅର୍ଥ କମିଶନରେ ଯୋଗାଇ ଦିଆଯାଇଥିବା ଅର୍ଥରେ ପଞ୍ଚାୟତ ଏହାକୁ ମରାମତି କରିବ। ଏଥିସହିତ ପାନୀୟ ଜଳ, ପାଚେରି, ରୋଷେଇ ଶାଳ, ପାଇଖାନା ଆଦି ମଧ୍ୟ ପଞ୍ଚାୟତ ନିର୍ମାଣ କରିବ। ସ୍କୁଲ କମିଟିର ସୁପାରିସ ଆଧାରରେ ପଞ୍ଚାୟତ ସ୍ତରରେ ଥିବା ସୁରକ୍ଷା କମିଟି ଏହାକୁ ଅନୁମୋଦନ କରିବ। ଖର୍ଚ୍ଚ ନେଇ ଯନ୍ତ୍ରୀ ଏକ ଆକଳନ ରିପୋର୍ଟ ଦେବେ। ବହୁ ପୁରୁଣା ସ୍କୁଲ ଗୃହଗୁଡ଼ିକ ଦୀର୍ଘବର୍ଷ ଧରି ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ି ରହୁଥିଲେ ମଧ୍ୟ ସେଗୁଡ଼ିକୁ ମରାମତି କରାଯାଉ ନ ଥିଲା। ସ୍କୁଲ ଓ ଗଣଶିକ୍ଷା ବିଭାଗ ଏହି ଦାୟିତ୍ୱ ପଞ୍ଚାୟତିରାଜ ବିଭାଗକୁ ହସ୍ତାନ୍ତର କରିଛି। ବାତ୍ୟା ଫନୀରେ କ୍ଷତିଗ୍ରସ୍ତ ହୋଇଥିବା ସ୍କୁଲ ଓ ଅଙ୍ଗନଓ୍ବାଡି ଘରଗୁଡ଼ିକ ମଧ୍ୟ ପଞ୍ଚାୟତ ଦ୍ୱାରା ମରାମତି ହେବ।
ପଞ୍ଚାୟତଗୁଡ଼ିକୁ ଅଧିକ କ୍ରିୟାଶୀଳ କରିବାକୁ ସମ୍ବିଧାନର ଅନୁଚ୍ଛେଦ ଏକାଦଶ ଅନୁଯାୟୀ ୨୯ଟି କ୍ଷମତା ଦିଆଯାଇଛି। ଚତୁର୍ଦ୍ଦଶ ଅର୍ଥକମିଶନ ସୁପାରିସ କ୍ରମେ ପଞ୍ଚାୟତଗୁଡ଼ିକୁ ଜନସଂଖ୍ୟା ଆଧାରରେ ୪୦ ଲକ୍ଷରୁ ୮୦ ଲକ୍ଷ ଟଙ୍କା ଯୋଗାଇ ଦିଆଯାଉଛି। ଗ୍ରାମାଞ୍ଚଳର ପରିମଳଠାରୁ ଆରମ୍ଭ କରି ଆଲୋକୀକରଣ, ପାନୀୟ ଜଳ, ରାସ୍ତାଘାଟ ନିର୍ମାଣ, ଶ୍ମଶାନଘାଟ, ଖେଳପଡ଼ିଆ, ଗ୍ରାମାଞ୍ଚଳ ପୋଖରୀ ସୁରକ୍ଷା ଆଦି ପଞ୍ଚାୟତ ତୁଲାଇବ। ସରପଞ୍ଚ, ଗ୍ରାମସେବକ ଏବଂ ବ୍ଲକ ଉନ୍ନୟନ ଅଧିକାରୀଙ୍କ ମାର୍ଫତ୍‌ରେ ଏହି ଅର୍ଥ ଖର୍ଚ୍ଚ କରାଯିବ। ୫୨ ହଜାର ସରକାରୀ ସ୍କୁଲ ଏବଂ ୭୨ ହଜାର ଅଙ୍ଗନଓ୍ବାଡି କେନ୍ଦ୍ରର ରକ୍ଷଣାବେକ୍ଷଣ ଦାୟିତ୍ୱ ପଞ୍ଚାୟତ ହାତରେ ନ୍ୟସ୍ତ କରାଯାଇଛି।
ଏହାଛଡ଼ା ଚଳିତ ବର୍ଷ ୧୭ଟି ଜିଲାର ପ୍ରତି ପଞ୍ଚାୟତରେ ରାସ୍ତା ପାର୍ଶ୍ୱ ଆଲୋକୀକରଣ କରାଯିବ। ପ୍ରଥମ ପର୍ଯ୍ୟାୟରେ ପ୍ରତି ପଞ୍ଚାୟତର ଅଧିକ ଜନସଂଖ୍ୟା ଥିବା ଗ୍ରାମକୁ ବିଦ୍ୟୁତୀକରଣ କରାଯିବ। ପର୍ଯ୍ୟାୟକ୍ରମେ ସମସ୍ତ ଗ୍ରାମକୁ ଅନ୍ତର୍ଭୁକ୍ତ କରାଯିବ। ଏଥିପାଇଁ ଜିଲାପାଳମାନଙ୍କୁ ୮୦ କୋଟି ଟଙ୍କା ଯୋଗାଇ ଦିଆଯାଇଛି। ଜଣେ ଠିକାଦାରଙ୍କୁ ୪ରୁ ୫ଟି ଜିଲା ଦାୟିତ୍ୱ ଦିଆଯାଇଛି। ଶକ୍ତି ବିଭାଗ ଜରିଆରେ ରାସ୍ତାପାର୍ଶ୍ୱ ଆଲୋକୀକରଣ ହେବ। ସହରାଞ୍ଚଳ ଭଳି ଗ୍ରାମାଞ୍ଚଳ ମଧ୍ୟ ଏଲଇଡି ଲାଇଟରେ ଝଲସିବ ବୋଲି ପଞ୍ଚାୟତିରାଜ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ୧୩ଟି ଜିଲାରେ ଗ୍ରାମାଞ୍ଚଳ ଆଲୋକୀକରଣ କାର୍ଯ୍ୟ ଚାଲୁ ରହିଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଣଚାଷୀଙ୍କୁ ପ୍ରାଧାନ୍ୟ ଦେଉଛି କୃଷି ବିଭାଗ

ନୟାଗଡ଼,୨୦।୪(ଲୋକନାଥ ମିଶ୍ର)ନୟାଗଡ଼ ଜିଲା ସଦର ବ୍ଲକର ବାଲୁଗଁା ପଞ୍ଚାୟତ ଅଞ୍ଚଳରେ ଚାଷୀ ଓ ଚାଷକୁ କୃଷି ବିଭାଗ ଅଣଦେଖା କରୁଥିବା ଅଭିଯୋଗ ହୋଇଆସୁଛି। ଚାଷୀ ଓ...

ପକାରି ବନାଞ୍ଚଳରେ ନିଆଁ

ଦାରିଙ୍ଗବାଡି, ୨୦ା୪ (ଅରୁଣ ସାହୁ):ଏବେ ସାରା ରାଜ୍ୟରେ ତାପମାତ୍ରା ବିଭିନ୍ନ ଜିଲାରେ ୪୪ ଡିଗ୍ରୀ ଛୁଇଁଲାଣି। କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଦାରିଙ୍ଗବାଡିରେ ମଧ୍ୟ ତାପମାତ୍ରା...

ପୁରୁଣାଙ୍କ ସହ ଲଢ଼ିବେ ନୂଆ

ସୁନାବେଡ଼ା/ସେମିଳିଗୁଡ଼ା,୨୦ା୪(କୃତ୍ତିବାସ ପ୍ରଧାନ/ବାସୁଦେବ ବରାଡ଼): କୋରାପୁଟ ଜିଲା ପଟ୍ଟାଙ୍ଗି ବିଧାନସଭା ନିର୍ବାଚନମଣ୍ଡଳୀରେ ମେ’ ୧୩ରେ ନିର୍ବାଚନ ହେବ। କଂଗ୍ରେସ ଓ ଶାସକ ବିଜେଡି ନିଜର ପ୍ରାର୍ଥୀ ପରିବର୍ତ୍ତନ...

ବାହାର ଅଞ୍ଚଳ ପ୍ରାର୍ଥୀ ବନାମ ମାଟିର ପୁଅ

ଯାଜପୁର,୨୦ା୪(ହର୍ଷବର୍ଦ୍ଧନ ବେହେରା): ସମ୍ପ୍ରତି ଜିଲା ତଥା ନିର୍ବାଚନମଣ୍ଡଳୀ ବାହାର ପ୍ରାର୍ଥୀଙ୍କୁ ନେଇ ବହୁ ଚର୍ଚ୍ଚା ହେଉଛି। ହେଲେ ନେତାମାନେ ନିଜ ଅଞ୍ଚଳଠାରୁ ଦୂର ଅନ୍ୟ ଏକ...

ପର୍ଯ୍ୟବେକ୍ଷକଙ୍କ ଆଗରେ ଅସନ୍ତୋଷ ଝାଡ଼ିଲେ ଛାମୁଆ ନେତା

ବାଲେଶ୍ୱର, ୨୦୪(ମାନସ ବିଶ୍ୱାଳ):  ବାଲେଶ୍ୱର ଜିଲା ବାମପଦାସ୍ଥିତ ନୋସି ବିଜିନେସ ପାର୍କରେ ଶୁକ୍ରବାର ବିଜେଡିର ବାଲେଶ୍ୱର ସଂସଦୀୟ କ୍ଷେତ୍ରର ନିର୍ବାଚନୀ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା।...

ବଢ଼ିଲା ମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ଅଡ଼ୁଆ

ଗୁଣପୁର,୨୦ା୪(ପ୍ରଦୀପ କୁମାର ପାଢ଼ୀ): ରାୟଗଡ଼ା ଜିଲା ମୁନିଗୁଡ଼ା ବ୍ଲକ୍‌ ରଘୁବାରିଠାରେ ବିଜେଡି ନେତା ଗ୍ରାମବାସୀଙ୍କୁ ମାରପିଟ କରିବା ନେଇ ଆଇନ ମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ନାଁରେ...

ଏକହୋଇ ଲଢ଼ିବାକୁ ପ୍ରଣବଙ୍କ ପରାମର୍ଶ

ଚଣ୍ଡିଖୋଲ,୨୦ା୪(ପ୍ରଦୀପ୍ତ କୁମାର ପୃଷ୍ଟି): ଯାଜପୁର ଜିଲାର ବଡ଼ଚଣା ଏକ ପ୍ରମୁଖ ବିଧାନସଭା ନିର୍ବାଚନମଣ୍ଡଳୀ। ହେଲେ ଏ ପର୍ଯ୍ୟନ୍ତ ବିଜେଡି ଏଠାରେ ପ୍ରାର୍ଥୀ ଘୋଷଣା କରିନାହିଁ। ଶୁକ୍ରବାର...

୩ ଜିଲା ଲକ୍ଷ୍ମୀ ବସ୍‌ ସେବାରେ ବାଧକ ସାଜିଛନ୍ତି ଧର୍ମେନ୍ଦ୍ର: ବିଜେଡି

ଭୁବନେଶ୍ୱର,୨୦ା୪(ଅନିଲ ଦାସ): ଓଡ଼ିଶାର ଲକ୍ଷ୍ମୀ ବସ୍‌ ସେବା ଭାରତର ଏକନମ୍ବର ଗ୍ରାମୀଣ ଯୋଗାଯୋଗ କାର୍ଯ୍ୟକ୍ରମ, ଯାହା ରାଜ୍ୟର ୧୦୦% ଜିଲାକୁ ସଂଯୋଗ କରୁଛି। ଯେଉଁଥିରେ ବ୍ଲକ୍‌...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri