Posted inରାଜ୍ୟ

ସରକାରୀ ସ୍କୁଲରେ ପଡୁଛି ତାଲା, ଘରୋଇ ସ୍କୁଲକୁ ପ୍ରୋତ୍ସାହନ

ଜଗତ୍‌ସିଂହପୁର ଅଫିସ,୨୦ା୭: ଶିକ୍ଷାନୁଷ୍ଠାନଗୁଡିକ ପାଇଁ ରାଜ୍ୟ ସରକାରଙ୍କ ଅଜବ ନୀତିକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ଗୋଟିଏ ପଟେ ସରକାର ଆବଶ୍ୟକ ସଂଖ୍ୟକ ଛାତ୍ରୀଛାତ୍ର ନ ଥିବା ସରକାରୀ ବିଦ୍ୟାଳୟ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଉଥିବାବେଳେ ଅନ୍ୟପଟେ ଏହି ବିଦ୍ୟାଳୟଗୁଡିକରେ ଉପସ୍ଥାନ ବଢାଇବା ବ୍ୟବସ୍ଥା ନ କରି ଘରୋଇ ସ୍କୁଲଗୁଡିକୁ ପ୍ରୋତ୍ସାହନ ଦେଉଛନ୍ତି। ଘରୋଇ ସ୍କୁଲଗୁଡିକ ଆବଶ୍ୟକ ସର୍ତ୍ତାବଳୀ ପୂରଣ କରି ନ ପାରିଲେ ସିଓଆର୍‌ (ସାର୍ଟିଫିକେଟ୍‌ ଅଫ ରେକଗ୍‌ନାଇଜେଶନ୍‌) ଦିଆଯିବ ନାହିଁ ବୋଲି ନିୟମ ଥିବାବେଳେ ସରକାର ଏଥିପ୍ରତି କୋହଳ ମନୋଭାବ ପୋଷଣ କରୁଛନ୍ତି।
ଫଳରେ ବେଆଇନ୍‌ ଭାବେ ଛତୁ ଫୁଟିଲା ଭଳି ଘରୋଇ ସ୍କୁଲ ଖୋଲିଚାଲିଛି। ଏଭଳି ନୀତି ଯୋଗୁ ବିଭିନ୍ନ ସରକାରୀ ସ୍କୁଲ କର୍ତ୍ତୃପକ୍ଷ, ଶିକ୍ଷୟିତ୍ରୀ ଶିକ୍ଷକ, କର୍ମଚାରୀ ଓ ଅଭିଭାବକମାନେ ଚିନ୍ତାରେ ପଡୁଛନ୍ତି। କାରଣ ସ୍କୁଲ ବନ୍ଦ ନ କରିବାକୁ କିପରି ଅଧିକ ସଂଖ୍ୟକ ଛାତ୍ରୀଛାତ୍ର ପଢିବେ ସେଥିପାଇଁ ସେମାନେ ଉଦ୍ୟମ ଚଳାଇଥିବାବେଳେ ସରକାର ପିଲାଙ୍କୁ ଘରୋଇ ସ୍କୁଲ ମୁହଁା ହେବାକୁ ବାଟ ଖୋଲୁଛନ୍ତି।
ଜଗତ୍‌ସିଂହପୁର ଜିଲାରେ ପ୍ରାୟ ୨୬୦ଟି ବେସରକାରୀ ପ୍ରାଥମିକ ବିଦ୍ୟାଳୟ ରହିଛି। ସେଥିରୁ ପ୍ରାଥମିକ ପର୍ଯ୍ୟାୟରେ ୮ ବିଦ୍ୟାଳୟକୁ ସିଓଆର୍‌ ମିଳିଥିଲା। ନିକଟରେ ଆଉ ୨୭ ବିଦ୍ୟାଳୟକୁ ସିଓଆର୍‌ ଦିଆଯାଇଛି। ଏହି ୨୭ ମଧ୍ୟରୁ ୧୫ଟି ବିଦ୍ୟାଳୟ ପୂର୍ଣ୍ଣ ସର୍ତ୍ତାବଳୀ ପୂରଣ କରିଥିବା ଦର୍ଶାଯାଇ ୫ ବର୍ଷିଆ ସିଓଆର୍‌ ଦିଆଯାଇଛି। ଅବଶିଷ୍ଟ ୧୨ ପୂର୍ଣ୍ଣ ସର୍ତ୍ତାବଳୀ ପୂରଣ କରିପାରି ନ ଥିଲେ ମଧ୍ୟ ସେଗୁଡିକୁ ୧ ବର୍ଷିଆ ସର୍ତ୍ତମୂଳକ ସିଓଆର୍‌ ଦିଆଯାଇଛି। ଏ ସମ୍ପର୍କରେ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକ ଉଲ୍ଲେଖ କରିଛନ୍ତି ଯେ, ତାଲିମପ୍ରାପ୍ତ ଶିକ୍ଷକ ଅଭାବ ଥିବା ଉପରୋକ୍ତ ୧୨ ବିଦ୍ୟାଳୟକୁ ୧ ବର୍ଷ ସମୟ ଦିଆଯାଇଛି। ଚଳିତବର୍ଷ ଏହି ବିଦ୍ୟାଳୟଗୁଡିକର ଶିକ୍ଷୟିତ୍ରୀ ଶିକ୍ଷକ ଓଟିଇଟିରେ ଯୋଗ୍ୟ ବିବେଚିତ ହୋଇଥିବା ପ୍ରମାଣପତ୍ର ଦେଲେ ଶିକ୍ଷାନୁଷ୍ଠାନଗୁଡିକୁ ୫ ବର୍ଷିଆ ସିଓଆର୍‌ ପ୍ରଦାନ କରାଯିବ। ସୂଚନାଯୋଗ୍ୟ, ବେସରକାରୀ ବିଦ୍ୟାଳୟଗୁଡିକୁ ପୂର୍ବରୁ ଏନ୍‌ଓସି (ଏନ୍‌ଓସି) ଦିଆଯାଉଥିଲା। ପରବର୍ତ୍ତୀ ସମୟରେ ରାଜ୍ୟ ସରକାର ୫ ବର୍ଷିଆ ସିଓଆର୍‌ ଦେବା ପାଇଁ ନିଷ୍ପତ୍ତି ନେଲେ। ଏହି ନିଷ୍ପତ୍ତି ଅନୁଯାୟୀ ଯେଉଁ ଶିକ୍ଷାନୁଷ୍ଠାନଗୁଡିକ ସରକାରଙ୍କ ସମସ୍ତ ସର୍ତ୍ତାବଳୀ ପୂରଣ କରିବେ ସେଗୁଡିକୁ ୫ ବର୍ଷିଆ ସିଓଆର୍‌ ଦିଆଯିବ। ପ୍ରଥମ ବର୍ଷ ଏହି ନିର୍ଦ୍ଦେଶନାମା କୋହଳ କରାଯାଇଥିଲା। କୁହାଯାଇଥିଲା ୧ ବର୍ଷ ଭିତରେ ବେସରକାରୀ ବିଦ୍ୟାଳୟଗୁଡିକ ସର୍ତ୍ତାବଳୀ ପୂରଣ କରିବାକୁ ପଡିବ। କିନ୍ତୁ ଇତିମଧ୍ୟରେ ୩ ବର୍ଷ ଅତିକ୍ରାନ୍ତ ହୋଇଥିଲେ ସୁଦ୍ଧା ଯଥା ପୂର୍ବ ତଥା ପର। ଅର୍ଥାତ୍‌ ବେସରକାରୀ ବିଦ୍ୟାଳୟ ପ୍ରତି ସରକାର କୋହଳ ମନୋଭାବ ପୋଷଣ କରି ଚାଲିଛନ୍ତି। ଗତବର୍ଷ ଜିଲାରେ ସିଓଆର୍‌ ଦିଆଯିବା ଉପରେ ସରକାରୀ ନିର୍ଦ୍ଦେଶନାମା କଡାକଡି ପାଳନ କରାଯାଇଥିଲା। ଏଥିପାଇଁ ମାତ୍ର ୮ ବିଦ୍ୟାଳୟ ସିଓଆର୍‌ ପାଇବାକୁ ଯୋଗ୍ୟ ହୋଇଥିଲେ। କିନ୍ତୁ ଚଳିତବର୍ଷ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକ ଓଟିଇଟି ଯୋଗ୍ୟତା ସମ୍ପନ୍ନ ଶିକ୍ଷୟିତ୍ରୀ ଶିକ୍ଷକଙ୍କ ଅଭାବ ଥିବା ଘରୋଇ ଶିକ୍ଷାନୁଷ୍ଠାନକୁ ୧ବର୍ଷିଆ ସିଓଆର ଦେଇ କୋହଳ ନୀତି ଆପଣାଇଛନ୍ତି। ଅନ୍ୟପକ୍ଷରେ ସରକାରୀ ବିଦ୍ୟାଳୟରେ ପ୍ରି ନର୍ସରୀ ଖୋଲିବାକୁ ୫ ବର୍ଷ ପୂର୍ବରୁ ଚିନ୍ତା କରାଯାଇଥିଲେ ସୁଦ୍ଧା ଏଯାଏ କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଇନାହିଁ। ତେଣୁ ଅଭିଭାବକମାନେ ପିଲାଙ୍କୁ ଘରୋଇ ସ୍କୁଲରେ ପ୍ରି-ନର୍ସରୀ ପଢାଇବାକୁ ବାଧ୍ୟହେଉଛନ୍ତି। ଫଳରେ ଛାତ୍ରୀଛାତ୍ର ଘରୋଇ ସ୍କୁଲ ପରିବେଶ ସହ ଜଡିତ ହୋଇଯାଉଛନ୍ତି ଓ ପ୍ରଥମ ଶ୍ରେଣୀ ବେଳକୁ ଅଭିଭାବକମାନେ ବିଦ୍ୟାଳୟ ବଦଳାଇବାକୁ ଆଗ୍ରହ ପ୍ରକାଶ କରୁନାହାନ୍ତି। ଏଣେ ସରକାରୀ ବିଦ୍ୟାଳୟରେ ଛାତ୍ରୀଛାତ୍ର ସଂଖ୍ୟା ବୃଦ୍ଧି କରିବାକୁ ସରକାର ଉପରଠାଉରିଆ ଚାପ ପକାଇ ଚାଲିଛନ୍ତି। ସରକାରୀ ବିଦ୍ୟାଳୟରେ ତାଲିମପ୍ରାପ୍ତ ଶିକ୍ଷକ ଅଛନ୍ତି। ସେମାନେ ବେତନ ସହ ଅନ୍ୟ ସୁବିଧା ପାଉଛନ୍ତି। କିନ୍ତୁ ସେମାନଙ୍କୁ କେବଳ ଶିକ୍ଷାଦାନରେ ନିୟୋଜିତ ନ କରି ମଧ୍ୟାହ୍ନଭୋଜନ ଓ ଅନ୍ୟାନ୍ୟ କାର୍ଯ୍ୟରେ ସାମିଲ କରାଯାଉଛି। ସେହିପରି ଅନେକ ଶିକ୍ଷକ ବିଭିନ୍ନ ବାହାନା ନେଇ ପାଠପଢାରେ ଠକୁଛନ୍ତି। ଏଭଳି ବିଭିନ୍ନ କାରଣରୁ ସରକାରୀ ବିଦ୍ୟାଳୟରେ ଉପସ୍ଥାନ କମିବାରେ ଲାଗିଛି। ଏ ସମ୍ପର୍କରେ ଜିଲା ଶିକ୍ଷା ଅଧିକାରୀ (ଡିଇଓ) ପ୍ରତିଭା ମଞ୍ଜରୀ ଦାସ କହିଛନ୍ତି ଯେ, ବିଇଓ (ବ୍ଲକ ଶିକ୍ଷା ଅଧିକାରୀ)ଙ୍କ ରିପୋର୍ଟକୁ ଆଧାର କରି ୧୫ଟି ବେସରକାରୀ ଶିକ୍ଷାନୁଷ୍ଠାନକୁ ୫ ବର୍ଷିଆ ସିଓଆର୍‌, ୧୨ଟି ଶିକ୍ଷାନୁଷ୍ଠାନକୁ ୧ ବର୍ଷିଆ ସର୍ତ୍ତମୂଳକ ସିଓଆର୍‌ ପ୍ରଦାନ କରାଯାଇଛି। ଏହି ଶିକ୍ଷାନୁଷ୍ଠାନଗୁଡିକ ଉପରେ ଯଦି ଅଭିଯୋଗ ଆସିବ, ତେବେ ପୁନଃ ଅନୁଧ୍ୟାନ କରାଯାଇ ନିଷ୍ପତ୍ତି ବଦଳାଯାଇପାରେ। ଅର୍ଥାତ୍‌ ସେମାନଙ୍କୁ ଦିଆଯାଇଥିବା ସିଓଆର୍‌ ବାତିଲ କରାଯିବ। ଅବଶିଷ୍ଟ ଶିକ୍ଷାନୁଷ୍ଠାନ ସର୍ତ୍ତାବଳୀ ପୂରଣ କଲେ ସିଓଆର୍‌ ଦିଆଯିବ। ସୂଚନା ଅନୁଯାୟୀ, ଜିଲାର ୧୯ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଉପସ୍ଥାନ କମ୍‌ ଥିବାରୁ ସେଗୁଡିକ ବନ୍ଦ କରିବାକୁ ନିର୍ଦ୍ଦେଶ ହୋଇଛି। ୨୦୧୭-୧୮ରେ ମଧ୍ୟ ୩୯ଟି ବନ୍ଦ ହୋଇଥିଲା। ଅନୁରୂପ ଭାବେ ୨୦୧୮ରେ ଜିଲାରେ ୧୬୨ ବିଦ୍ୟାଳୟ ଅନ୍ୟ ଶିକ୍ଷାନୁଷ୍ଠାନରେ ମିଶାଇବାକୁ ନିଷ୍ପତ୍ତି ନିଆଯାଇଥିଲା। ସେତେବେଳେ ୬୨ଟି ମିଶି ଯାଇଥିଲା। ଅବଶିଷ୍ଟ ବିଦ୍ୟାଳୟ ମଧ୍ୟରୁ ୬୦ଟି ଯଥାଶୀଘ୍ର ମିଶାଯିବ ବୋଲି ବିଇଓ କହିଥିଲେ। ଏହା ଭିତରେ ୩୦ଟି ଅନ୍ୟ ଶିକ୍ଷାନୁଷ୍ଠାନରେ ମିଶି ସାରିଲାଣି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଦୀପ ପାଣିଗ୍ରାହୀଙ୍କୁ ଝଟକା

କଟକ,୨୩ା୪ (କାର୍ତ୍ତିକ ସାହୁ) ଟାଟା ମୋଟର୍ସରେ ଚାକିରି କରାଇଦେବାକୁ କହି ଲକ୍ଷ ଲକ୍ଷ ଟଙ୍କା ଠକିବା ଅଭିଯୋଗ ମାମଲାରେ ପ୍ରଦୀପ ପାଣିଗ୍ରାହୀଙ୍କୁ ବଡ଼ ଝଟକା ଲାଗିଛି।...

୪ ନେତାଙ୍କୁ ବଡ଼ ଦାୟିତ୍ୱ ଦେଲା ବିଜେଡି, ଅମର-ଶ୍ରୀମୟୀଙ୍କୁ ମିଳିଲା…

ଭୁବନେଶ୍ୱର,୨୩।୪: ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଦଳର ୪ ନେତାଙ୍କୁ ବଡ଼ ଦାୟିତ୍ୱ ଦେଇଛନ୍ତି। ଅମର ପ୍ରସାଦ ଶତପଥୀଙ୍କୁ ବିଜେଡିର ବରିଷ୍ଠ ଉପ-ସଭାପତି ଦାୟିତ୍ୱ ଦିଆଯାଇଛି।...

ପାରଳାଖେମୁଣ୍ଡି ରାଜ୍ୟର ଉତ୍ତପ୍ତ ସହର

ଭୁବନେଶ୍ୱର,୨୩।୪: ଆଜି ପାରଳାଖେମୁଣ୍ଡି ପାଲଟିଛି ରାଜ୍ୟର ଉତ୍ତପ୍ତ ସହର। ସହରରେ ତାପମାତ୍ରା ୪୨.୮ ଡିଗ୍ରୀ ରେକର୍ଡ କରାଯାଇଛି। ଏଥିସହ ୧୭ଟି ସହର ତାପମାତ୍ରା ୪୦ ଡିଗ୍ରୀ...

ବରଗଡ଼ ଜିଲା ଭେଡେନ୍‌ ଥାନା ହାଜତ ମୃତ୍ୟୁ ମାମଲା: ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କା କ୍ଷତିପୂରଣ ନିର୍ଦ୍ଦେଶ

କଟକ,୨୩ା୪ (କାର୍ତ୍ତିକ ସାହୁ): ବରଗଡ଼ ଜିଲା ଭେଡେନ୍‌ ଥାନା ହାଜତ ମୃତ୍ୟୁ ମାମଲାର ସିବିଆଇ ତଦନ୍ତ ପାଇଁ ରୁଜୁ ମାମଲାରେ ହାଇକୋର୍ଟ ମୃତକ ମାଖୁନ୍‌ ବାଗ୍‌ଙ୍କ...

ଜାତୀୟ ଧାନ ଗବେଷଣା ଅନୁଷ୍ଠାନର ୭୯ତମ ପ୍ରତିଷ୍ଠା ଦିବସ: ପ୍ରଯୁକ୍ତି ବିଦ୍ୟାର ବିକାଶ ଉତ୍ପାଦନ ବୃଦ୍ଧିରେ ସାହାଯ୍ୟ କରିଛି’

କଟକ,୨୩ା୪ (କାର୍ତ୍ତିକ ସାହୁ) ବିଦ୍ୟାଧରପୁରସ୍ଥିତ ଜାତୀୟ ଧାନ ଗବେଷଣା ଅନୁଷ୍ଠାନ(ଏନ୍‌ଆର୍‌ଆର୍‌ଆଇ)ର ୭୯ତମ ପ୍ରତିଷ୍ଠା ଦିବସ ଏବଂ ଧାନ ଦିବସ ପ୍ଲାଟିନମ୍‌ ଜୁବୁଲି ସମ୍ମିଳନୀ କକ୍ଷରେ ମଙ୍ଗଳବାର...

ଅଡୁଆରେ ପୁରୀ ଏମପି ପିନାକୀ ମିଶ୍ର, ପହଞ୍ଚିଲେ ହାଇକୋର୍ଟ

ପୁରୀ/ନୂଆଦିଲ୍ଲୀ,୨୩।୪: ଅଡୁଆରେ ପୁରୀ ଏମପି ପିନାକୀ ମିଶ୍ର । ପିନାକୀଙ୍କ ପିଛା ଛାଡୁନି ମହୁଆ ମୋଇତ୍ରା ବିବାଦ । ଦିଲ୍ଲୀ ହାଇକୋର୍ଟ ଦ୍ୱାରସ୍ଥ ହୋଇଛନ୍ତି ବିଜେଡି...

ଷ୍ଟାର ପ୍ରଚାରକ ଲିଷ୍ଟରେ ନାହିଁ ୩ ତାରକାଙ୍କ ନାମ

ଭୁବନେଶ୍ୱର,୨୩।୪: ଭାଜପା ଷ୍ଟାର ପ୍ରଚାରକ ତାଲିକାରେ ସ୍ଥାନ ପାଇଲେନି ୩ ଓଲିଉଡ ଷ୍ଟାର । ନିକଟରେ ବିଜେଡି ଛାଡି ଭାଜପାରେ ସାମିଲ ହୋଇଥିବା ଓଲିଉଡ ଷ୍ଟାରଙ୍କୁ...

ଭାଜପାରେ ଯୋଗ ଦେଲେ ହିନ୍ଦୋଳ ବିଧାୟିକା ସୀମା ନାୟକ

ଭୁବନେଶ୍ୱର,୨୩।୪: ଭାଜପାରେ ସାମିଲ ହେଲେ ହିନ୍ଦୋଳ ବିଧାୟକ ସୀମା ନାୟକ। ଗତକାଲି ରାତିରେ ସେ ବିଜେଡିରୁ ଇସ୍ତଫା ଦେଇଥିଲେ। ଭାଜପା ରାଜ୍ୟ କାର୍ଯ୍ୟାଳୟକୁ ଆସି ଆନୁଷ୍ଠାନିକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri