Posted inରାଜ୍ୟ

ସରକାରୀ ସ୍କୁଲରେ ପଡୁଛି ତାଲା, ଘରୋଇ ସ୍କୁଲକୁ ପ୍ରୋତ୍ସାହନ

ଜଗତ୍‌ସିଂହପୁର ଅଫିସ,୨୦ା୭: ଶିକ୍ଷାନୁଷ୍ଠାନଗୁଡିକ ପାଇଁ ରାଜ୍ୟ ସରକାରଙ୍କ ଅଜବ ନୀତିକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ଗୋଟିଏ ପଟେ ସରକାର ଆବଶ୍ୟକ ସଂଖ୍ୟକ ଛାତ୍ରୀଛାତ୍ର ନ ଥିବା ସରକାରୀ ବିଦ୍ୟାଳୟ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଉଥିବାବେଳେ ଅନ୍ୟପଟେ ଏହି ବିଦ୍ୟାଳୟଗୁଡିକରେ ଉପସ୍ଥାନ ବଢାଇବା ବ୍ୟବସ୍ଥା ନ କରି ଘରୋଇ ସ୍କୁଲଗୁଡିକୁ ପ୍ରୋତ୍ସାହନ ଦେଉଛନ୍ତି। ଘରୋଇ ସ୍କୁଲଗୁଡିକ ଆବଶ୍ୟକ ସର୍ତ୍ତାବଳୀ ପୂରଣ କରି ନ ପାରିଲେ ସିଓଆର୍‌ (ସାର୍ଟିଫିକେଟ୍‌ ଅଫ ରେକଗ୍‌ନାଇଜେଶନ୍‌) ଦିଆଯିବ ନାହିଁ ବୋଲି ନିୟମ ଥିବାବେଳେ ସରକାର ଏଥିପ୍ରତି କୋହଳ ମନୋଭାବ ପୋଷଣ କରୁଛନ୍ତି।
ଫଳରେ ବେଆଇନ୍‌ ଭାବେ ଛତୁ ଫୁଟିଲା ଭଳି ଘରୋଇ ସ୍କୁଲ ଖୋଲିଚାଲିଛି। ଏଭଳି ନୀତି ଯୋଗୁ ବିଭିନ୍ନ ସରକାରୀ ସ୍କୁଲ କର୍ତ୍ତୃପକ୍ଷ, ଶିକ୍ଷୟିତ୍ରୀ ଶିକ୍ଷକ, କର୍ମଚାରୀ ଓ ଅଭିଭାବକମାନେ ଚିନ୍ତାରେ ପଡୁଛନ୍ତି। କାରଣ ସ୍କୁଲ ବନ୍ଦ ନ କରିବାକୁ କିପରି ଅଧିକ ସଂଖ୍ୟକ ଛାତ୍ରୀଛାତ୍ର ପଢିବେ ସେଥିପାଇଁ ସେମାନେ ଉଦ୍ୟମ ଚଳାଇଥିବାବେଳେ ସରକାର ପିଲାଙ୍କୁ ଘରୋଇ ସ୍କୁଲ ମୁହଁା ହେବାକୁ ବାଟ ଖୋଲୁଛନ୍ତି।
ଜଗତ୍‌ସିଂହପୁର ଜିଲାରେ ପ୍ରାୟ ୨୬୦ଟି ବେସରକାରୀ ପ୍ରାଥମିକ ବିଦ୍ୟାଳୟ ରହିଛି। ସେଥିରୁ ପ୍ରାଥମିକ ପର୍ଯ୍ୟାୟରେ ୮ ବିଦ୍ୟାଳୟକୁ ସିଓଆର୍‌ ମିଳିଥିଲା। ନିକଟରେ ଆଉ ୨୭ ବିଦ୍ୟାଳୟକୁ ସିଓଆର୍‌ ଦିଆଯାଇଛି। ଏହି ୨୭ ମଧ୍ୟରୁ ୧୫ଟି ବିଦ୍ୟାଳୟ ପୂର୍ଣ୍ଣ ସର୍ତ୍ତାବଳୀ ପୂରଣ କରିଥିବା ଦର୍ଶାଯାଇ ୫ ବର୍ଷିଆ ସିଓଆର୍‌ ଦିଆଯାଇଛି। ଅବଶିଷ୍ଟ ୧୨ ପୂର୍ଣ୍ଣ ସର୍ତ୍ତାବଳୀ ପୂରଣ କରିପାରି ନ ଥିଲେ ମଧ୍ୟ ସେଗୁଡିକୁ ୧ ବର୍ଷିଆ ସର୍ତ୍ତମୂଳକ ସିଓଆର୍‌ ଦିଆଯାଇଛି। ଏ ସମ୍ପର୍କରେ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକ ଉଲ୍ଲେଖ କରିଛନ୍ତି ଯେ, ତାଲିମପ୍ରାପ୍ତ ଶିକ୍ଷକ ଅଭାବ ଥିବା ଉପରୋକ୍ତ ୧୨ ବିଦ୍ୟାଳୟକୁ ୧ ବର୍ଷ ସମୟ ଦିଆଯାଇଛି। ଚଳିତବର୍ଷ ଏହି ବିଦ୍ୟାଳୟଗୁଡିକର ଶିକ୍ଷୟିତ୍ରୀ ଶିକ୍ଷକ ଓଟିଇଟିରେ ଯୋଗ୍ୟ ବିବେଚିତ ହୋଇଥିବା ପ୍ରମାଣପତ୍ର ଦେଲେ ଶିକ୍ଷାନୁଷ୍ଠାନଗୁଡିକୁ ୫ ବର୍ଷିଆ ସିଓଆର୍‌ ପ୍ରଦାନ କରାଯିବ। ସୂଚନାଯୋଗ୍ୟ, ବେସରକାରୀ ବିଦ୍ୟାଳୟଗୁଡିକୁ ପୂର୍ବରୁ ଏନ୍‌ଓସି (ଏନ୍‌ଓସି) ଦିଆଯାଉଥିଲା। ପରବର୍ତ୍ତୀ ସମୟରେ ରାଜ୍ୟ ସରକାର ୫ ବର୍ଷିଆ ସିଓଆର୍‌ ଦେବା ପାଇଁ ନିଷ୍ପତ୍ତି ନେଲେ। ଏହି ନିଷ୍ପତ୍ତି ଅନୁଯାୟୀ ଯେଉଁ ଶିକ୍ଷାନୁଷ୍ଠାନଗୁଡିକ ସରକାରଙ୍କ ସମସ୍ତ ସର୍ତ୍ତାବଳୀ ପୂରଣ କରିବେ ସେଗୁଡିକୁ ୫ ବର୍ଷିଆ ସିଓଆର୍‌ ଦିଆଯିବ। ପ୍ରଥମ ବର୍ଷ ଏହି ନିର୍ଦ୍ଦେଶନାମା କୋହଳ କରାଯାଇଥିଲା। କୁହାଯାଇଥିଲା ୧ ବର୍ଷ ଭିତରେ ବେସରକାରୀ ବିଦ୍ୟାଳୟଗୁଡିକ ସର୍ତ୍ତାବଳୀ ପୂରଣ କରିବାକୁ ପଡିବ। କିନ୍ତୁ ଇତିମଧ୍ୟରେ ୩ ବର୍ଷ ଅତିକ୍ରାନ୍ତ ହୋଇଥିଲେ ସୁଦ୍ଧା ଯଥା ପୂର୍ବ ତଥା ପର। ଅର୍ଥାତ୍‌ ବେସରକାରୀ ବିଦ୍ୟାଳୟ ପ୍ରତି ସରକାର କୋହଳ ମନୋଭାବ ପୋଷଣ କରି ଚାଲିଛନ୍ତି। ଗତବର୍ଷ ଜିଲାରେ ସିଓଆର୍‌ ଦିଆଯିବା ଉପରେ ସରକାରୀ ନିର୍ଦ୍ଦେଶନାମା କଡାକଡି ପାଳନ କରାଯାଇଥିଲା। ଏଥିପାଇଁ ମାତ୍ର ୮ ବିଦ୍ୟାଳୟ ସିଓଆର୍‌ ପାଇବାକୁ ଯୋଗ୍ୟ ହୋଇଥିଲେ। କିନ୍ତୁ ଚଳିତବର୍ଷ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକ ଓଟିଇଟି ଯୋଗ୍ୟତା ସମ୍ପନ୍ନ ଶିକ୍ଷୟିତ୍ରୀ ଶିକ୍ଷକଙ୍କ ଅଭାବ ଥିବା ଘରୋଇ ଶିକ୍ଷାନୁଷ୍ଠାନକୁ ୧ବର୍ଷିଆ ସିଓଆର ଦେଇ କୋହଳ ନୀତି ଆପଣାଇଛନ୍ତି। ଅନ୍ୟପକ୍ଷରେ ସରକାରୀ ବିଦ୍ୟାଳୟରେ ପ୍ରି ନର୍ସରୀ ଖୋଲିବାକୁ ୫ ବର୍ଷ ପୂର୍ବରୁ ଚିନ୍ତା କରାଯାଇଥିଲେ ସୁଦ୍ଧା ଏଯାଏ କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଇନାହିଁ। ତେଣୁ ଅଭିଭାବକମାନେ ପିଲାଙ୍କୁ ଘରୋଇ ସ୍କୁଲରେ ପ୍ରି-ନର୍ସରୀ ପଢାଇବାକୁ ବାଧ୍ୟହେଉଛନ୍ତି। ଫଳରେ ଛାତ୍ରୀଛାତ୍ର ଘରୋଇ ସ୍କୁଲ ପରିବେଶ ସହ ଜଡିତ ହୋଇଯାଉଛନ୍ତି ଓ ପ୍ରଥମ ଶ୍ରେଣୀ ବେଳକୁ ଅଭିଭାବକମାନେ ବିଦ୍ୟାଳୟ ବଦଳାଇବାକୁ ଆଗ୍ରହ ପ୍ରକାଶ କରୁନାହାନ୍ତି। ଏଣେ ସରକାରୀ ବିଦ୍ୟାଳୟରେ ଛାତ୍ରୀଛାତ୍ର ସଂଖ୍ୟା ବୃଦ୍ଧି କରିବାକୁ ସରକାର ଉପରଠାଉରିଆ ଚାପ ପକାଇ ଚାଲିଛନ୍ତି। ସରକାରୀ ବିଦ୍ୟାଳୟରେ ତାଲିମପ୍ରାପ୍ତ ଶିକ୍ଷକ ଅଛନ୍ତି। ସେମାନେ ବେତନ ସହ ଅନ୍ୟ ସୁବିଧା ପାଉଛନ୍ତି। କିନ୍ତୁ ସେମାନଙ୍କୁ କେବଳ ଶିକ୍ଷାଦାନରେ ନିୟୋଜିତ ନ କରି ମଧ୍ୟାହ୍ନଭୋଜନ ଓ ଅନ୍ୟାନ୍ୟ କାର୍ଯ୍ୟରେ ସାମିଲ କରାଯାଉଛି। ସେହିପରି ଅନେକ ଶିକ୍ଷକ ବିଭିନ୍ନ ବାହାନା ନେଇ ପାଠପଢାରେ ଠକୁଛନ୍ତି। ଏଭଳି ବିଭିନ୍ନ କାରଣରୁ ସରକାରୀ ବିଦ୍ୟାଳୟରେ ଉପସ୍ଥାନ କମିବାରେ ଲାଗିଛି। ଏ ସମ୍ପର୍କରେ ଜିଲା ଶିକ୍ଷା ଅଧିକାରୀ (ଡିଇଓ) ପ୍ରତିଭା ମଞ୍ଜରୀ ଦାସ କହିଛନ୍ତି ଯେ, ବିଇଓ (ବ୍ଲକ ଶିକ୍ଷା ଅଧିକାରୀ)ଙ୍କ ରିପୋର୍ଟକୁ ଆଧାର କରି ୧୫ଟି ବେସରକାରୀ ଶିକ୍ଷାନୁଷ୍ଠାନକୁ ୫ ବର୍ଷିଆ ସିଓଆର୍‌, ୧୨ଟି ଶିକ୍ଷାନୁଷ୍ଠାନକୁ ୧ ବର୍ଷିଆ ସର୍ତ୍ତମୂଳକ ସିଓଆର୍‌ ପ୍ରଦାନ କରାଯାଇଛି। ଏହି ଶିକ୍ଷାନୁଷ୍ଠାନଗୁଡିକ ଉପରେ ଯଦି ଅଭିଯୋଗ ଆସିବ, ତେବେ ପୁନଃ ଅନୁଧ୍ୟାନ କରାଯାଇ ନିଷ୍ପତ୍ତି ବଦଳାଯାଇପାରେ। ଅର୍ଥାତ୍‌ ସେମାନଙ୍କୁ ଦିଆଯାଇଥିବା ସିଓଆର୍‌ ବାତିଲ କରାଯିବ। ଅବଶିଷ୍ଟ ଶିକ୍ଷାନୁଷ୍ଠାନ ସର୍ତ୍ତାବଳୀ ପୂରଣ କଲେ ସିଓଆର୍‌ ଦିଆଯିବ। ସୂଚନା ଅନୁଯାୟୀ, ଜିଲାର ୧୯ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଉପସ୍ଥାନ କମ୍‌ ଥିବାରୁ ସେଗୁଡିକ ବନ୍ଦ କରିବାକୁ ନିର୍ଦ୍ଦେଶ ହୋଇଛି। ୨୦୧୭-୧୮ରେ ମଧ୍ୟ ୩୯ଟି ବନ୍ଦ ହୋଇଥିଲା। ଅନୁରୂପ ଭାବେ ୨୦୧୮ରେ ଜିଲାରେ ୧୬୨ ବିଦ୍ୟାଳୟ ଅନ୍ୟ ଶିକ୍ଷାନୁଷ୍ଠାନରେ ମିଶାଇବାକୁ ନିଷ୍ପତ୍ତି ନିଆଯାଇଥିଲା। ସେତେବେଳେ ୬୨ଟି ମିଶି ଯାଇଥିଲା। ଅବଶିଷ୍ଟ ବିଦ୍ୟାଳୟ ମଧ୍ୟରୁ ୬୦ଟି ଯଥାଶୀଘ୍ର ମିଶାଯିବ ବୋଲି ବିଇଓ କହିଥିଲେ। ଏହା ଭିତରେ ୩୦ଟି ଅନ୍ୟ ଶିକ୍ଷାନୁଷ୍ଠାନରେ ମିଶି ସାରିଲାଣି।


Enter your email to get our daily news in your inbox.

All Right Reserved By Dharitri.Com

ଭୀଷ୍ମଗିରି ଉଚ୍ଚ ବିଦ୍ୟାଳୟରେ ପାଚିକା ସହାୟିକାମାନଙ୍କୁ ରୋଷେଇ ସମୟରେ ସୁରକ୍ଷା

ଦିଗପହଣ୍ଡି,୩୧|୭(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଭୀଷ୍ମଗିରି ଗ୍ରାମ ସ୍ଥିତ ପିଏମଶ୍ରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଶୁକ୍ରବାର ପ୍ରଧାନମନ୍ତ୍ରୀ ପୋଷଣ ଯୋଜନାରେ କାର୍ଯ୍ଯରତ ପାଚିକା…

ଦୁର୍ଗମ ଗାଁରେ ଉପଜିଲାପାଳଙ୍କ ଗସ୍ତ, ଆଦିବାସୀଙ୍କ ସମସ୍ୟା ଶୁଣିଲେ

ବଞ୍ଚୋ, ୩୧ ଜୁଲାଇ (ପ୍ରଦୋଷ କୁମାର ବିଶ୍ୱାଳ): ଆନନ୍ଦପୁର ଉପଖଣ୍ଡ ଅନ୍ତର୍ଗତ ପନସଡ଼ିହା ପଞ୍ଚାୟତର ଅତି ଦୁର୍ଗମ ଆଦିବାସୀ ଅଧ୍ୟୁଷିତ ଗ୍ରାମଗୁଡ଼ିକୁ ଉପଜିଲାପାଳ ନୀଳମାଧବ ସୁନା, ବିଡିଓ…

CWG 2026: ଜୁଡୋରେ ଭାରତର ଐତିହାସିକ ସଫଳତା, ଅସ୍ମିତାଙ୍କ ପରେ ହର୍ଷ ସିଂହ ଜିତିଲେ ସ୍ୱର୍ଣ୍ଣ

ନୂଆଦିଲ୍ଲୀ,୩୧।୭: କମନୱେଲଥ୍ ଗେମ୍ସ ୨୦୨୬ରେ ଭାରତୀୟ କ୍ରୀଡ଼ା ଜଗତ ପାଇଁ ଆଜିର ଦିନଟି ଏକ ଐତିହାସିକ ଦିନ ହୋଇଛି। ଜୁଡୋରେ ଅସ୍ମିତା ଦେ ସ୍ୱର୍ଣ୍ଣ ପଦକ ଜିତିବାର…

ପିକ୍ଅପ  ଧକ୍କାରେ ସାଇକେଲ ଆରୋହୀ ମୃତ:  ମୃତଦେହ ଜବତ

ଦିଗପହଣ୍ଡି,୩୧|୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି – ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗୋକର୍ଣ୍ଣପୁର ଗ୍ରାମ ଶିବାନନ୍ଦ ଆଶ୍ରମ ନିକଟରେ ଏକ ମହିନ୍ଦ୍ରା ପିକ୍ଅପ…

ସ୍ମାର୍ଟ ସ୍କୁଲରେ ତାଲା, ବାରଣ୍ଡାରେ ପାଠପଢ଼ା

ମୋହନା,୩୦।୭(ମନ୍ମଥ ମିଶ୍ର): ପୂର୍ବ ସରକାରଙ୍କ ୫-ଟି ଯୋଜନାରେ ରୂପାନ୍ତରିତ ସ୍ମାର୍ଟ ସ୍କୁଲ, କିନ୍ତୁ ସ୍ମାର୍ଟ ଶିକ୍ଷା କେବଳ ସରକାରୀ ଦସ୍ତାବିଜରେ ସୀମିତ ରହିଯାଇଛି। ଏଠାରେ ସ୍ମାର୍ଟ କ୍ଲାସରୁମରେ…

କଶ୍ମୀର କୁଲଗାମରେ ଆତଙ୍କବାଦୀ ଆକ୍ରମଣ: ଦୁଇ ଅଣସ୍ଥାନୀୟ ବ୍ୟକ୍ତିଙ୍କୁ ଗୁଳିମାଡ଼, ଜଣଙ୍କ ମୃତ୍ୟୁ

ଶ୍ରୀନଗର,୩୧।୭: କଶ୍ମୀରର କୁଲଗାମ ଜିଲାରେ ଶୁକ୍ରବାର ଏକ ବଡ଼ଧରଣର ଆତଙ୍କବାଦୀ ଆକ୍ରମଣ ହୋଇଛି। ଆତଙ୍କବାଦୀମାନେ ଦୁଇଜଣ ଅଣ-ସ୍ଥାନୀୟ ବା ବାହାର ଶ୍ରମିକଙ୍କୁ ଟାର୍ଗେଟ କରି ଆଖିବୁଜା ଗୁଳିଚାଳନା…

ସୋସିଆଲ ମିଡିଆରେ ମୁଖ୍ୟମନ୍ତ୍ରୀଙ୍କୁ ଅଶାଳୀନ ମନ୍ତବ୍ୟ, ଥାନାରେ ଅଭିଯୋଗ

ହାଟଡିହୀ,୩୧।୭(ଶୁଭକାନ୍ତ ନାୟକ):ରାଜ୍ୟରେ ଭାଜପା ସରକାର ଥିବା ବେଳେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସୋସିଆଲ ମିଡିଆରେ ଅଶାଳୀନ ମନ୍ତବ୍ୟ ନେଇ ଅସନ୍ତୋଷ ପ୍ରକାଶ ପାଇଛି । ଏପରି…

ଶନିବାର ଭଦ୍ରକ ଜିଲାରେ ସମସ୍ତ ସ୍କୁଲ ଛୁଟି

ଭଦ୍ରକ, ୩୧।୭: ଜିଲାରେ ଦେଖାଦେଇଥିବା ବନ୍ୟା ସ୍ଥିତିକୁ ଦୃଷ୍ଟିରେ ରଖି ଜିଲା ପ୍ରଶାସନ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଶନିବାର ଭଦ୍ରକ ଜିଲାର ସମସ୍ତ ସ୍କୁଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri