ସରକାରୀ ବିଭାଗ-ନିର୍ଦ୍ଦେଶାଳୟ ମିଶ୍ରଣ ପ୍ରସଙ୍ଗ: କର୍ମଚାରୀ ମହଲ ପ୍ରତିକ୍ରିୟା ଉପରେ ସରକାରଙ୍କ ନଜର

ଭୁବନେଶ୍ୱର,୩୧ା୮(ବ୍ୟୁରୋ): ରାଜ୍ୟ ସରକାରଙ୍କ ଅଧୀନରେ ଥିବା ବିଭାଗଗୁଡିକ ସହ ସଂପୃକ୍ତ ନିର୍ଦ୍ଦେଶାଳୟ ମିଶ୍ରଣ ନେଇ ଗତ ୨୧ତାରିଖରେ ଜିଏ ଏଣ୍ଡ ପିଜି ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଏହା ପରେ ଓଡ଼ିଶା ସଚିବାଳୟ ସେବା ସଂଘ(ଓଏସ୍‌ଏସ୍‌) କ୍ୟାଡରଙ୍କ ମଧ୍ୟରେ ମିଶ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ବିଶେଷ କରି ନବାଗତ ଆସିଷ୍ଟାଣ୍ଟ ସେକ୍ସନ ଅଫିସର(ଏଏସ୍‌ଓ)ଭାବେ ନିଯୁକ୍ତ ହୋଇଥିବା କର୍ମଚାରୀ ମହଲରେ ବିଭିନ୍ନ ଆଶଙ୍କା ପ୍ରକାଶ ପାଇଛି। ତେଣୁ ସେମାନେ ସଂଘ ଦ୍ୱାରା ଏହି ଦାବି ସରକାରଙ୍କ ନିକଟରେ ଉପସ୍ଥାପନ କରିବାକୁ ଚାହଁୁଛନ୍ତି। ହେଲେ ସଂଘର ନିର୍ବାଚିତ କୌଣସି କର୍ମକର୍ତ୍ତା ଏଥିପାଇଁ ଡକାଯାଉଥିବା ବୈଠକରେ ଯୋଗ ଦେଉନାହାନ୍ତି। ତେଣୁ କେତେକ କର୍ମଚାରୀ ଏକ ସ୍ବତନ୍ତ୍ର ଷ୍ଟିଅରିଂ କମିଟି ଗଠନ କରିବାକୁ ମତ ରଖିଛନ୍ତି। ସଂଘର କେତେକ ସଦସ୍ୟ ସଚିବାଳୟରେ କାର୍ଯ୍ୟରତ ଅନ୍ୟ ସଂଘ ଯଥା-ଟାଇପିଷ୍ଟ, ଡାଏରିଷ୍ଟ, ଡାଟା ଏଣ୍ଟ୍ରି ଅପରେଟର, ଗାଡି ଚାଳକ ଏବଂ ଚତୁର୍ଥ ଶ୍ରେଣୀଙ୍କୁ ସାମିଲ କରିବା ପାଇଁ ଚିନ୍ତା କରୁଛନ୍ତି। ପୂର୍ବରୁ ନିର୍ବାଚିତ କମିଟି ଥିବାରୁ ଷ୍ଟିଅରିଂ କମିଟିର ଆବଶ୍ୟକତା ନେଇ ମଧ୍ୟ କେତେକ ପ୍ରଶ୍ନ ଉଠାଇଛନ୍ତି।
ବିଭାଗ-ନିର୍ଦ୍ଦେଶାଳୟ ମିଶ୍ରଣ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ସଚିବାଳୟ ସେବା ସଂଘ ସଭାପତି କୃଷ୍ଣ ମହାପାତ୍ର ଏବଂ ସମ୍ପାଦକ ବିବେକାନନ୍ଦ ସାମଲ ଭିନ୍ନ ପ୍ରତିକ୍ରିୟା ପ୍ରକାଶ କରିଥିଲେ। ହେଲେ ଏ ସମ୍ପର୍କିତ ବୈଠକରୁ ଉଭୟେ ନିଜକୁ ଦୂରେଇ ରଖିଥିବା ଜଣାପଡିଛି। ସୂଚନାନୁଯାୟୀ ରାଜ୍ୟ ଗୋଇନ୍ଦା ବିଭାଗଠାରୁ ଖବର ପାଇବା ପରେ ସଚିବାଳୟରେ କାର୍ଯ୍ୟରତ ପୋଲିସ ଅଧିକାରୀ ସଂଘର ଶୀର୍ଷ ନିର୍ବାଚିତ ଅଧିକାରୀଙ୍କୁ ୪ ଦିନ ପୂର୍ବେ ଜେରା କରିଥିଲେ। ସେହିପରି ସରକାରୀ ନିଷ୍ପତ୍ତିକୁ ବିରୋଧ କରି ଆନ୍ଦୋଳନକୁ ଉତ୍ସାହିତ କରୁଥିବା ବ୍ୟକ୍ତିବିଶେଷଙ୍କ ଉପରେ ପ୍ରଶାସନ ନଜର ରଖିଥିବା ଜଣାପଡିଛି। ତେଣୁ ଭବିଷ୍ୟତରେ ଯଦି ଆନ୍ଦୋଳନକୁ ଆଳ କରି ପ୍ରଶାସନିକ କାର୍ଯ୍ୟରେ କୌଣସି ବାଧା ଉପୁଜେ, ତେବେ କାର୍ଯ୍ୟାନୁଷ୍ଠାନ ନିଆଯାଇପାରେ ବୋଲି ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ହଠାତ୍‌ ଅବସର ନେଇ ସମସ୍ତଙ୍କୁ ଚମକାଇଦେଲେ ଏହି ଖେଳାଳି: କ୍ରିକେଟ୍‌ ଜଗତ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୨୨।୯: ଦକ୍ଷିଣ ଆଫ୍ରିକା ପାଇଁ ପ୍ରାୟ ଏକ ଦଶନ୍ଧି ପୂର୍ବେ ନିଜର ଶେଷ ଅନ୍ତର୍ଜାତୀୟ ମ୍ୟାଚ ଖେଳିଥିବା ବ୍ୟାଟର କୋଲିନ ଇଙ୍ଗ୍ରାମ ୪୧ ବର୍ଷ ବୟସରେ ବୃତ୍ତିଗତ…

ରାହୁ-କେତୁଙ୍କ କୃପାରୁ ସିଂହ ସମେତ ୪ ରାଶିଙ୍କୁ ଫାଇଦା ହିଁ ଫାଇଦା: ବର୍ଷ ଶେଷ ସୁଦ୍ଧା ଧନଲାଭର ଯୋଗ! ହେବ ଏକ୍ସଟ୍ରା ରୋଜଗାର

ଭୁବନେଶ୍ୱର: ବର୍ଷ ଶେଷରେ ରାହୁ-କେତୁଙ୍କ ରାଶି ପରିବର୍ତ୍ତନ ହେବାକୁ ଯାଉଛି। ଜ୍ୟୋତିଷୀୟ ଗଣନା ଅନୁସାରେ, ୫ ଡିସେମ୍ବର ୨୦୨୬ରେ ରାହୁ କୁମ୍ଭ ରାଶିରୁ ବାହାରି ମକର ରାଶିରେ…

ପ୍ଲେଇଂ ଇଲେଭେନ୍‌ରେ ବୈଭବଙ୍କୁ ଦେଖିବାକୁ ନ ପାଇ ଆଶ୍ଚର୍ଯ୍ୟ ହୋଇଗଲେ ଜାପାନ ଅଧିନାୟକ; କହିଲେ ଏମିତି…

ନୂଆଦିଲ୍ଲୀ,୨୨।୯: ମଙ୍ଗଳବାର ଭାରତ ଓ ଜାପାନ ମଧ୍ୟରେ ଖେଳାଯାଇଥିବା ଏକମାତ୍ର ଟି-୨୦ ମ୍ୟାଚ ବେଶ ରୋମାଞ୍ଚକର ରହିଥିଲା। ବର୍ଷା ଯୋଗୁ ମ୍ୟାଚକୁ ୫-୫ ଓଭରରେ ସୀମିତ କରାଯାଇଥିଲା।…

ହାରୁ ହାରୁ ମ୍ୟାଚ ଜିତିଗଲା ଭାରତ, ଦୀର୍ଘ ନିଃଶ୍ୱାସ ମାରି ଶ୍ରେୟସ ଆୟର କହିଲେ…

ନୂଆଦିଲ୍ଲୀ,୨୨।୯: ମଙ୍ଗଳବାର (୨୨ ସେପ୍ଟେମ୍ବର) ଭାରତ ଓ ଜାପାନ ମଧ୍ୟରେ ଖେଳାଯାଇଥିବା ଐତିହାସିକ ଟି-୨୦ ମ୍ୟାଚ ବେଶ ରୋମାଞ୍ଚକର ରହିଥିଲା। ହାରୁଥିବା ମ୍ୟାଚକୁ ଶେଷରେ ମାତ୍ର ୨…

ଭାରତ ପୁଣି ହେଲା ବିଶ୍ୱର ନମ୍ବର-୧ ଟିମ୍‌: ଇଂଲଣ୍ଡକୁ ହଟାଇ…

ନୂଆଦିଲ୍ଲୀ,୨୨।୯: ଶ୍ରେୟସ ଆୟରଙ୍କ ଅଧିନାୟକତ୍ୱରେ ଭାରତୀୟ କ୍ରିକେଟ ଦଳ ପୁଣିଥରେ ICC T20 ମାନ୍ୟତାରେ ପ୍ରଥମ ସ୍ଥାନ ହାସଲ କରିଛି। ନିକଟରେ ଇଂଲଣ୍ଡ ଏହି ସ୍ଥାନ ଅକ୍ତିଆର…

ବାତ୍ୟା ଆଶଙ୍କାରେ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ: ୨୪ ତାରିଖ ପରୀକ୍ଷା ସ୍ଥଗିତ

ଭଞ୍ଜନଗର,୨୨।୯ (ବାବୁଲା ପ୍ରଧାନ): ସମ୍ଭାବ୍ୟ ବାତ୍ୟା ଓ ପ୍ରବଳ ବର୍ଷାକୁ ନେଇ ଭଞ୍ଜନଗର ଉପଖଣ୍ଡ ପ୍ରଶାସନ ପକ୍ଷରୁ ସତର୍କତାମୂଳକ ପଦକ୍ଷେପ ଆରମ୍ଭ ହୋଇଛି। ଉପଜିଲାପାଳ ଉମାଶଙ୍କର ବେହେରା…

ବଳାତ୍କାର ମାମଲାରେ କେଉଁ ରାଜ୍ୟ ଆଗରେ? ଓଡ଼ିଶାର ସ୍ଥିତି ଜାଣି ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୨୨।୯: ବିହାରର ଜମୁଇ ଜିଲାରୁ ସାମ୍ନାକୁ ଆସିଥିବା ଏକ ଘଟଣାକୁ ନେଇ ଚର୍ଚ୍ଚା ଜୋର ଧରିଛି। ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଏକ ଭିଡିଓରେ ଜଣେ ନାବାଳିକା…

ରାଣୀ ମୁଖାର୍ଜୀଙ୍କ ଉପରେ ଭାଙ୍ଗିପଡିଲା ଦୁଃଖର ପାହାଡ଼, ଏମିତି କେବେ ଘଟିବ ବୋଲି…

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ରାଣୀ ମୁଖାର୍ଜୀଙ୍କ ଉପରେ ଦୁଃଖର ପାହାଡ଼ ଭାଙ୍ଗିପଡ଼ିଛି। ତାଙ୍କ ମାଆ କୃଷ୍ଣା ମୁଖାର୍ଜୀଙ୍କର ୭୫ ବର୍ଷ ବୟସରେ ପରଲୋକ ଘଟିଛି। ମଙ୍ଗଳବାର, ସେପ୍ଟେମ୍ବର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?