ସରକାରୀ ଡାକ୍ତରଖାନାରେ ପାଳନ ହେଉନି ସରକାରୀ ନିିୟମ: ରୋଗୀଙ୍କ କାମରେ ଆସୁନି ନିରାମୟ ଯୋଜନା

ରସୁଲପୁର,୯।୬(ଡି.ଏନ୍‌.ଏ.)- ରସୁଲପୁର ବ୍ଲକର ମଧୁବନ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ସମ୍ପ୍ରତି ବିଭିନ୍ନ ସମସ୍ୟା ଦେଇ ଗତି କରୁଛି। ଡାକ୍ତରଖାନାର ଦୁର୍ବଳ ଭିତ୍ତିଭୂମୀ ଏକ ଚିରାଚିତ ସମସ୍ୟା ହୋଇ ରହିଆସିଛି। ଅପରପକ୍ଷରେ ଡାକ୍ତରଙ୍କ ଖାମଖିଆଲ ମନୋଭାବ ଯୋଗୁ ଅନେକ ସମୟରେ ରୋଗୀମାନେ ସରକାରୀ ସୁବିଧାରୁ ବଞ୍ଚତ୍ତ ହେଉଥିବା ଅଭିଯୋଗ ହେଉଛି। ଡାକ୍ତରମାନେ ରୋଗୀ ଚିକିତ୍ସା କରୁଥିବାବେଳେ ସରକାରୀ ନିୟମକୁ ଠିକ୍‌ ଭାବେ ପାଳନ କରୁନାହାନ୍ତି। ଫଳରେ ସାଧାରଣ ରୋଗୀଙ୍କ ପାଇଁ ଉଦ୍ଦିଷ୍ଟ ନିରାମୟ ଯୋଜନା ସେମାନଙ୍କ କାମରେ ଆସୁନାହିଁ। ଏଭଳି ଅଭିଯୋଗ ଖୋଦ୍‌ ରୋଗୀମାନେ ଡାକ୍ତରଙ୍କ ବିରୋଧରେ ଆଣିଛନ୍ତି। ଏହି ବ୍ଲକ ଅଧିନସ୍ଥ ବାହାଦଲାପୁର ପଞ୍ଚାୟତ ମହମ୍ମଦପୁର ଗ୍ରାମର ଚନ୍ଦନ କୁମାର ସାହୁ(୫୦) ନାମକ ଜଣେ ରୋଗୀ ସ୍ତ୍ରୀ ଓ ପସୂତୀ ବିଭାଗର ଡାକ୍ତର ବିଶ୍ୱରଞ୍ଜନ କରଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି।
ପ୍ରକାଶ ଯେ, ଶନିବାର ପୂର୍ବାହ୍ନରେ ଚନ୍ଦନ ବିଲରେ କାମ କରୁଥିବାବେଳେ ଗୋଡ଼ରେ ଆଘାତ ପାଇଥିଲେ। କୋଦାଳରେ ତାଙ୍କ ଗୋଡ଼ରେ ଗଭୀର କ୍ଷତ ସୃଷ୍ଟି ହୋଇଥିଲା। ପରିବାର ଲୋକେ ତାଙ୍କୁ ତୁରନ୍ତ ମଧୁବନ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ। ସେତେବେଳେ ଡାକ୍ତର କର ବର୍ହି ବିଭାଗରେ ଦାୟିତ୍ୱରେ ଥିଲେ। ଚନ୍ଦନ ରକ୍ତସ୍ରାବକୁ ବନ୍ଦ କରିବା ପାଇଁ ଗୋଡ଼ରେ ଏକ କପଡ଼ା ବାନ୍ଧି ଥିଲେ। ଡାକ୍ତର କର କ୍ଷତ ସ୍ଥାନକୁ ନ ଦେଖି ଚିଠା ଲେଖିବା ଆରମ୍ଭ କରିଦେଇ ଥିଲେ। ବର୍ହିବିଭାଗରେ ରୋଗୀ କଲ୍ୟାଣ ସମିତି ପକ୍ଷରୁ ଛପା ଯାଇଥିବା ଚିଠାରେ କେବଳ ରୋଗୀଙ୍କ ନାଁ ଲେଖି ଛାଡ଼ି ଦେଇଥିଲେ। ଚିଠାରେ ଉଲ୍ଲେଖ ଥିବା ଅନ୍ୟସବୁ ସ୍ତମ୍ଭଗୁଡିକ ଖାଲି ଛାଡ଼ି ଦେଇଥିଲେ। ସେଥିରେ ରୋଗୀର ଠିକଣା, ତାରିଖ, ବୟସ, ସମୟ ଆଦି କୌଣସି ବିଷୟ ଉଲ୍ଲେଖ କରାଯାଇ ନଥିଲା ା ରୋଗୀକୁ ଚିକିତ୍ସା କରିବା ସମୟରେ ରୋଗର ପ୍ରକାର ଭେଦ, ଉକ୍ତ ରୋଗର ପାଇଁ କି କି ପରୀକ୍ଷାର ଆବଶ୍ୟକ, ପ୍ରାଥମିକ ଅବସ୍ଥାରେ କ’ଣ ଔଷଧ ପ୍ରଦାନ କରାଯିବ, ସେ ସବୁ ଔଷଧ ନିରାମୟ ଯୋଜନାରେ ଉପଲବ୍ଧ ଅଛି କି ନାହିଁ ଆଦି ସମ୍ପର୍କରେ ସ୍ପଷ୍ଟ ଭାବରେ ଚିଠାରେ ଉଲ୍ଲେଖ କରାଯିବାର ନିୟମ ରହିଛି। ଏପରି କି ଏହାକୁ ଡାକ୍ତରମାନେ ଚିଠା ଉପରେ ଇଂରାଜୀର ବଡ଼ ଅକ୍ଷରରେ ଉଲ୍ଲେଖ କରିବା ନେଇ କଡ଼ା ନିର୍ଦ୍ଦେଶ ବି ରହିଛି। ମାତ୍ର ଡାକ୍ତର କର ଏଥିପ୍ରତି ଆଦୌ ଗୁରୁତ୍ୱ ପ୍ରଦାନ କରି ନ ଥିଲେ। ଏଥିସହ ନିରାମୟ ଯୋଜନାରେ ପ୍ରାୟତଃ ୫୦ରୁ ଉର୍ଦ୍ଧ ପ୍ରକାରର ଗୁରୁତ୍ୱପୂର୍ଣ୍ଣ ଔଷଧ ଡାକ୍ତରଖାନରେ ଉପଲବ୍ଧ ଥିଲେ ସୁଦ୍ଧା ରୋଗୀଙ୍କୁ ତାହା ନେବାକୁ ପରାମର୍ଶ ଦିଆଯାଉ ନାହିଁ। ଫଳରେ ନିରାମୟ ଯୋଜନାରେ ଲକ୍ଷ ଲକ୍ଷ ଟଙ୍କା ମୂଲ୍ୟର ଔଷଧ ଖତ ଖାଉଥିବା ଅଭିଯୋଗ ହେଉଛି। ଏହିଭଳି ଅଭିଯୋଗ ମଧୁବନ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଏକ ନିତିଦିନିଆ ଘଟଣାରେ ପରିଣତ ହୋଇଛି। ଏ ଦିଗରେ ତଦାରଖ ଦାୟିତ୍ୱରେ ଥିବା ଅଧିକାରୀମାନେ ଏସବୁ ଜାଣି ବି ଚୁପ୍‌ ରହୁଛନ୍ତି ା ଶୁକ୍ରବାର ଚନ୍ଦନଙ୍କ ଅଭିଯୋଗ ସମ୍ପର୍କରେ ଡାକ୍ତର କରଙ୍କୁ ପଚାରିବାରୁ ସରକାରୀ ନିୟମ ସମ୍ପର୍କରେ ଅବଗତ ଥିବା କଥାକୁ ସ୍ବୀକାର କରିବା ସହ କାର୍ଯ୍ୟ ବ୍ୟସ୍ତତାବଶତଃ ଏଭଳି ଲେଖି ଦେଇଥାଇ ପାରନ୍ତି ବୋଲି ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପରୀକ୍ଷା ହଲ୍‌ରେ କପି ଦେଲେ ମହିଳା ହୋମଗାର୍ଡ, ସହଯୋଗ କରି ନିଲମ୍ବିତ ହେଲେ ଶିକ୍ଷୟିତ୍ରୀ

କଟକ,୨୬ା୨ (କାର୍ତ୍ତିକ ସାହୁ): ମାଟ୍ରିକ ପରୀକ୍ଷା ହଲ୍‌ରେ ଦାୟିତ୍ୱ ଠିକ ଭାବେ ତୁଲାଇ ନ ଥିବାରୁ ନରସିଂହପୁର ବ୍ଲକ ଅନ୍ତର୍ଗତ ପତଣ୍ଡାସ୍ଥିତ ଶଙ୍କର୍ଷଣ ବିଦ୍ୟାପୀଠର ଶିକ୍ଷୟିତ୍ରୀ...

ମାଟି ତଳେ ପୋତା ଛୁଆକୁ ଜଗିଛି ମା’ ହାତୀ

ଯୋଡ଼ା(ମାନସ ମହାନ୍ତି)/କେନ୍ଦୁଝର(ନରେଶ ଚନ୍ଦ୍ର ପଟ୍ଟନାୟକ),୬ା୨:ଜଙ୍ଗଲରୁ ଜନପଦ, ସ୍ନେହରେ ବନ୍ଧା ଏ ଜଗତ। ମଣିଷ ହେଉ ବା ବନ୍ୟପ୍ରାଣୀ ନିଜ ସନ୍ତାନ ପ୍ରତି ସ୍ନେହ ସମସ୍ତଙ୍କର ରହିଛି।...

ମାଲିକାନା ପରିବର୍ତ୍ତନକୁ ନେଇ ବ୍ୟବସାୟୀଙ୍କ ଗଳା କାଟିଦେଲେ ଅଭିଯୁକ୍ତ

ଉଦଳା,୨୫ା୧୧(ସନ୍ତୋଷ କୁମାର ବାଚ୍ଛିନୀ): ମୟୂରଭଞ୍ଜ ଜିଲା କପ୍ତିପଦା ଥାନା ଅଧୀନ ସମୀବୃକ୍ଷ ପର୍ଯ୍ୟଟନସ୍ଥଳୀ ନିକଟରେ ବ୍ୟବସାୟୀ ଚିତ୍ତରଞ୍ଜନ ବେହେରାଙ୍କ ହତ୍ୟା ଘଟଣାର ପର୍ଦ୍ଦାଫାସ କରିଛି ପୋଲିସ।...

ବାଣ ଫୁଟାଇ ପାପୁଲି ହରାଇଲେ ୨: ୯ ଆହତ

ଭଦ୍ରକ/ତିହିଡ଼ି,୧୩ା୧୧(ସନାତନ ରାଉତ/ସଞ୍ଜିତ ବଳ)-ଦୀପାବଳିରେ ବାଣ ଫୁଟାଇବା ବେଳେ ଭଦ୍ରକ ଜିଲାର ବିଭିନ୍ନ ସ୍ଥାନରେ ବିସ୍ଫୋରଣରେ ୨ଜଣ ପାପୁଲି ହରାଇଥିବା ବେଳେ ୯ଜଣ ଆହତ ହୋଇଛନ୍ତି। ସେହିପରି...

୨୦ ତାରିଖ ବେଳକୁ ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ, ବିଗିଡ଼ିପାରେ ପୂଜା ମାହୋଲ!

ଭୁବନେଶ୍ୱର, ୧୭।୧୦: ଚଳିତ ସପ୍ତାହ ଶେଷ ଆଡକୁ ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ। ଏନେଇ ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଦକ୍ଷିଣ...

ପାଟପୁର ପୋଲିସ ବିରୋଧରେ ଏସ୍‌ପିଙ୍କୁ ଫେରାଦ

ଛତ୍ରପୁର,୮ା୭(ସନ୍ତୋଷ ପାଢ଼ୀ): ପାଟପୁର ଥାନା ପୋଲିସର ମନମୁଖୀ କାର୍ଯ୍ୟ ବିରୋଧରେ ଗଞ୍ଜାମ ଏସ୍‌ପିଙ୍କ ନିକଟରେ ଯୁବକମାନେ ଫେରାଦ ହୋଇଛନ୍ତି । ପାଟପୁର ଥାନା ପୋଲିସ କିଛି...

ଖରିଫ ଚାଷ ପାଇଁ ଇନ୍ଦ୍ରାବତୀରୁ ଆରମ୍ଭ ହେଲା ଜଳ ଯୋଗାଣ: ୪୨୯ଟି ଗାଁର ୧ ଲକ୍ଷ ୧୫ ହଜାର ୬୧୫ ହେକ୍ଟର ଚାଷଜମି ହେବ ଜଳ ସେଚିତ

ଭବାନୀପାଟଣା,୭।୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାରେ ଖରିଫ ଚାଷ ଆରମ୍ଭ ହୋଇଛି । ହେଲେ ସ୍ବଳ୍ପ ବୃଷ୍ଟିପାତ ଯୋଗୁ ଚାଷୀମାନେ ପାଣି ପାଇଁ ହନ୍ତସନ୍ତ ହେଉ...

ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଜାଲରେ ରାଜସୱ ନିରୀକ୍ଷକ

ମାଲକାନଗିରି,୫।୭(ଦୁର୍ଯ୍ୟଧନ ପାତ୍ର):  ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ପଡ଼ିଲେ ରାଜସ୍ବ ନିରୀକ୍ଷକ । ଏଭଳି ଘଟଣା ଘଟିଛି ମାଲକାନଗିରି ଜିଲାରେ।  ସଦର ବ୍ଲକ ଅନ୍ତର୍ଗତ ସିଂଧରିମାଳ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri