ସମୟ ଆଧାରିତ ହେଉ ପାଠ୍ୟକ୍ରମରେ ପରୀକ୍ଷା ନିରୀକ୍ଷା

ସୋନପୁର,୨୧।୧(ନି.ପ୍ର.)
ସମୟ ସହିତ ନୂତନ ଆହ୍ବାନକୁ ଦୃଷ୍ଟିରେ ରଖି ପାଠ୍ୟକ୍ରମରେ ପରୀକ୍ଷା ନିରୀକ୍ଷା ଜରୁରି। କିନ୍ତୁ ଏହା ସମୟ ଆଧାରିତ ହେବା ଆବଶ୍ୟକ। ପରିଚାଳନାଗତ ପରିବର୍ତ୍ତନ ସହ ଶିକ୍ଷକଙ୍କୁ ସ୍ବାଧୀନତା ଓ ପ୍ରୋତ୍ସାହନ ମିଳୁ। ସେହିପରି ଶିକ୍ଷା କ୍ଷେତ୍ରରେ ଆହ୍ବାନ ଓ ସୁଯୋଗର ସଦ୍‌ଉପଯୋଗ ହେବା କଥା ବୋଲି ବିଶିଷ୍ଟ ବ୍ୟକ୍ତିମାନେ ମତପ୍ରକାଶ କରିଛନ୍ତି। ସୁବର୍ଣ୍ଣପୁର ଜିଲାର ଚତୁର୍ଥ ବାର୍ଷିକ ପୁସ୍ତକ ଓ ସାରସ୍ବତ ମେଳା ଇଙ୍କ୍‌ଫେଷ୍ଟ୍‌ର ସୋମବାର ଚତୁର୍ଥ ସନ୍ଧ୍ୟାରେ ପାଠ୍ୟକ୍ରମରେ ପରୀକ୍ଷା : ଆହ୍ବାନ ଓ ସୁଯୋଗ ଶୀର୍ଷକ ତୃତୀୟ କଥାଚକ୍ର ଅନୁଷ୍ଠିତ ହୋଇଥିଲା। ସମ୍ବଲପୁର ଶିକ୍ଷକ ଶିକ୍ଷା ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ଡ. ମୀନକେତନ ପାଠୀ ଅତିଥି ଆଲୋଚକଭାବେ ଯୋଗଦେଇ କହିଥିଲେ ପାଠ୍ୟକ୍ରମରେ ପରିବର୍ତ୍ତନ ହେବା ଉଚିତ। ନୂତନ ବ୍ୟବସ୍ଥାରେ ସଫଳତା ମିଳିଲେ ତାହା ପାଠ୍ୟକ୍ରମରେ ସାମିଲ ହେବା କଥା। କିନ୍ତୁ ଏବେ ଓଲଟା ହେଉଛି। ଆନ୍ତର୍ଜାତିକ ପାଣ୍ଠି ପାଇବା ପାଇଁ ସେମାନଙ୍କ ନିର୍ଦ୍ଦେଶରେ କେନ୍ଦ୍ର ଓ ରାଜ୍ୟ ଯୋଜନା କରୁଛନ୍ତି। ଉପରୁ ଏହାକୁ ଲଦି ଦିଆଯାଉଛି। ପାଣ୍ଠି ବନ୍ଦ ହେଲେ ଯୋଜନା ଅଧାରୁ ବନ୍ଦ ହେଉଛି। ସେହିପରି ଶିକ୍ଷାକେନ୍ଦ୍ରର ଭିତ୍ତିଭୂମି ପରିବର୍ତ୍ତନ ସହ ଶିକ୍ଷୟିତ୍ରୀ ଶିକ୍ଷକଙ୍କୁ ତାଲିମ ମିଳିବା ଆବଶ୍ୟକ। ସର୍ବଶିକ୍ଷା ଯୋଜନାରେ ଅନେକାଂଶରେ ଭିତ୍ତିଭୂମି ସୁଦୃଢ ହୋଇ ପାରିଲା କିନ୍ତୁ ଗୁଣାତ୍ମକ ଶିକ୍ଷା ସମ୍ଭବ ହେଲାନି ବୋଲି ଡ. ପାଠୀ କହିଥିଲେ। ଅବସରପ୍ରାପ୍ତ ଅଧ୍ୟାପକ ଡ. ଜ୍ୟୋତିରଞ୍ଜନ ବହିଦାର ଅନ୍ୟତମ ଆଲୋଚକ ଭାବେ ଯୋଗଦେଇ ମାକେଲଙ୍କ ଶିକ୍ଷା ପଦ୍ଧତି ପ୍ରଚଳନ ଯୋଗୁଁ ଦେଶରେ ଶିକ୍ଷାର ଆଶାନୂରୁପ ବିକାଶ ହୋଇ ପାରି ନଥିବା କହିଥିଲେ। ସ୍ବାଧିନତା ପୂର୍ବରୁ ଭାରତରେ ପ୍ରଶାସକ ଶିକ୍ଷକଙ୍କ ନିକଟକୁ ଯାଉଥିଲେ। ମାତ୍ର ପରେ ଶିକ୍ଷକ ପ୍ରଶାସକଙ୍କ ନିକଟକୁ ଗଲେ। ଶିକ୍ଷା ପରିବେଶ, ଶୃଙ୍ଖଳା ରହିଲାନି। ସରକାର ଶିକ୍ଷାକୁ ଗୁରୁତ୍ୱ ନ ଦେଇ ଏବେ ମଧ୍ୟାହ୍ନଭୋଜନର ରେକର୍ଡ ପ୍ରସ୍ତୁତିକୁ ଗୁରୁତ୍ୱ ଦେଉଥିବା ଡ. ବହିଦାର ଅଭିଯୋଗ କରିଥିଲେ। ସୋନପୁର କଲେଜର ପ୍ରାକ୍ତନ ଅଧ୍ୟକ୍ଷ ଡ. କେଦାରନାଥ ମିଶ୍ର କଥାଚକ୍ରରେ ଅଧ୍ୟକ୍ଷତା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଜିଲାପାଳ ବଦଳିଲା ପରେ ଗୋ ଶ୍ରଦ୍ଧା ଯୋଜନା ଫେଲ୍‌

ସୋନପୁର,୨୧।୪(ମୃତ୍ୟୁଞ୍ଜୟ ଶତପଥୀ)ସୁବର୍ଣ୍ଣପୁର ପୌର ପ୍ରଶାସନ ପକ୍ଷରୁ ୨୦୨୧ ଅଗଷ୍ଟ ୧୬ ତାରିଖ ଠାରୁ ସହରରେ ଆରମ୍ଭ ହୋଇଥିଲା ଗୋ ଶ୍ରଦ୍ଧା ଯୋଜନା। ସହରରେ ଗାଈ ଗୋରୁ...

ଲଢ଼େଇ ଅଭିଜ୍ଞ ବନାମ ନୂଆ ମୁହଁ

ସୋନପୁର,୧୭।୪(ମୃତ୍ୟୁଞ୍ଜୟ ଶତପଥୀ):ସୁବର୍ଣ୍ଣପୁର ଜିଲା ସୋନପୁର ବିଧାନସଭା ଆସନ ପାଇଁ ସର୍ବପ୍ରଥମେ ନବନିର୍ମାଣ କୃଷକ ସଂଗଠନ ସୋନାଲି ବିଶିଙ୍କ ନାମ ଘୋଷଣା କରିଥିଲା। କିଛିଦିନ ପରେ ବିଜେଡି...

ସୋନପୁର ହୋଇନି ସୁବର୍ଣ୍ଣପୁର

ସୋନପୁର,୧୪।୪(ମୃତ୍ୟୁଞ୍ଜୟ ଶତପଥୀ)ସୁବର୍ଣ୍ଣପୁର ଏକ ସ୍ବତନ୍ତ୍ର ଜିଲା ଗଠନ ହେବାର ଇତିମଧ୍ୟରେ ୩୧ ବର୍ଷ ବିତିଯାଇଛି। ୧୯୯୩ ମସିହା ଏପ୍ରିଲ ୧ ତାରିଖରେ ସୋନପୁର ଉପଖଣ୍ଡ ବଲାଙ୍ଗୀର...

ଶିକ୍ଷିତ ବେକାରଙ୍କ ସଂଖ୍ୟା ବଢୁଛି

ସୋନପୁର,୧୨।୪(ମୃତ୍ୟୁଞ୍ଜୟ ଶତପଥୀ): ସୁବର୍ଣ୍ଣପୁର ଜିଲାରେ ଶିକ୍ଷିତ ବେକାରଙ୍କ ସଂଖ୍ୟା ଦିନକୁ ଦିନ ବଢିଚାଲିଛି। ନିଯୁକ୍ତି ସୁଯୋଗ ନ ଥିବାରୁ ଶିକ୍ଷିତ ଯୁବତୀଯୁବକମାନେ ବାହାର ରାଜ୍ୟକୁ କାମ...

ବିଜେଡି ଛାଡ଼ିଲେ ବୀରମହାରାଜପୁର ବ୍ଲକ ଅଧ୍ୟକ୍ଷା, ଉପାଧ୍ୟକ୍ଷ

ଅମରପାଲି,୮ା୪(ପୀତାମ୍ବର ସାହୁ): ସୋମବାର ବିଜେଡିରୁ ଇସ୍ତଫା ଦେଇଛନ୍ତି ବୀରମହାରାଜପୁର ବ୍ଲକ ଅଧ୍ୟକ୍ଷା ଶାନ୍ତି ଲୁହା ଏବଂ ବ୍ଲକ ଉପାଧ୍ୟକ୍ଷ ତଥା ବ୍ଲକ ବିଜେଡି ଯୁବ ସଭାପତି...

ନିରଞ୍ଜନ-ପ୍ରମୋଦ, ପଦ୍ମନାଭ-ରଘୁନାଥ ଲଢ଼େଇ

ସୋନପୁର,୭।୪(ମୃତ୍ୟୁଞ୍ଜୟ ଶତପଥୀ)ଚଳିତ ନିର୍ବାଚନରେ ସୁବର୍ଣ୍ଣପୁର ଜିଲାର ସୋନପୁର ଓ ବୀରମହାରାଜପୁର ବିଧାନସଭା ଆସନରେ ପୁଣି ପରସ୍ପରକୁ ସାମ୍ନା କରିବାକୁ ଯାଉଛନ୍ତି ଶାସକ ଓ ବିପକ୍ଷ ଦଳର...

କାର୍‌ରୁ ମିଳିଲା ୫୫ ଲକ୍ଷ ଟଙ୍କା

ବିନିକା,୬ା୪: କାର୍‌ରୁ ମିଳିଛି ଲକ୍ଷାଧିକ ଟଙ୍କା। ସୁବର୍ଣ୍ଣପୁର ଜିଲା ବିନିକା କଲେଜ ଛକରେ ଗାଡ଼ି ଚେକିଂ ବେଳେ ଏକ କାର୍‌ରୁ ୫୫ ଲକ୍ଷ ଟଙ୍କା ଜବତ...

ନେପାଳରେ ଚମକିଲେ ସୁବର୍ଣ୍ଣପୁରର ୩ କୁନି ମଡେଲ

ସୋନପୁର,୬ା୪(ମୃତ୍ୟୁଞ୍ଜୟ ଶତପଥୀ): ସୁବର୍ଣ୍ଣପୁର ସହରର ୩ ଝିଅ ନେପାଳର ରାଜଧାନୀ କାଠମାଣ୍ଡୁରେ ଆୟୋଜିତ ଅନ୍ତର୍ଜାତୀୟ ମଡେଲିଂ ପ୍ରତିଯୋଗିତାରେ ଭାଗ ନେଇ ନିଜର ଶ୍ରେଷ୍ଠତ୍ୱ ପ୍ରତିପାଦନ କରିଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri