ସମୟ ଆଧାରିତ ହେଉ ପାଠ୍ୟକ୍ରମରେ ପରୀକ୍ଷା ନିରୀକ୍ଷା

ସୋନପୁର,୨୧।୧(ନି.ପ୍ର.)
ସମୟ ସହିତ ନୂତନ ଆହ୍ବାନକୁ ଦୃଷ୍ଟିରେ ରଖି ପାଠ୍ୟକ୍ରମରେ ପରୀକ୍ଷା ନିରୀକ୍ଷା ଜରୁରି। କିନ୍ତୁ ଏହା ସମୟ ଆଧାରିତ ହେବା ଆବଶ୍ୟକ। ପରିଚାଳନାଗତ ପରିବର୍ତ୍ତନ ସହ ଶିକ୍ଷକଙ୍କୁ ସ୍ବାଧୀନତା ଓ ପ୍ରୋତ୍ସାହନ ମିଳୁ। ସେହିପରି ଶିକ୍ଷା କ୍ଷେତ୍ରରେ ଆହ୍ବାନ ଓ ସୁଯୋଗର ସଦ୍‌ଉପଯୋଗ ହେବା କଥା ବୋଲି ବିଶିଷ୍ଟ ବ୍ୟକ୍ତିମାନେ ମତପ୍ରକାଶ କରିଛନ୍ତି। ସୁବର୍ଣ୍ଣପୁର ଜିଲାର ଚତୁର୍ଥ ବାର୍ଷିକ ପୁସ୍ତକ ଓ ସାରସ୍ବତ ମେଳା ଇଙ୍କ୍‌ଫେଷ୍ଟ୍‌ର ସୋମବାର ଚତୁର୍ଥ ସନ୍ଧ୍ୟାରେ ପାଠ୍ୟକ୍ରମରେ ପରୀକ୍ଷା : ଆହ୍ବାନ ଓ ସୁଯୋଗ ଶୀର୍ଷକ ତୃତୀୟ କଥାଚକ୍ର ଅନୁଷ୍ଠିତ ହୋଇଥିଲା। ସମ୍ବଲପୁର ଶିକ୍ଷକ ଶିକ୍ଷା ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ଡ. ମୀନକେତନ ପାଠୀ ଅତିଥି ଆଲୋଚକଭାବେ ଯୋଗଦେଇ କହିଥିଲେ ପାଠ୍ୟକ୍ରମରେ ପରିବର୍ତ୍ତନ ହେବା ଉଚିତ। ନୂତନ ବ୍ୟବସ୍ଥାରେ ସଫଳତା ମିଳିଲେ ତାହା ପାଠ୍ୟକ୍ରମରେ ସାମିଲ ହେବା କଥା। କିନ୍ତୁ ଏବେ ଓଲଟା ହେଉଛି। ଆନ୍ତର୍ଜାତିକ ପାଣ୍ଠି ପାଇବା ପାଇଁ ସେମାନଙ୍କ ନିର୍ଦ୍ଦେଶରେ କେନ୍ଦ୍ର ଓ ରାଜ୍ୟ ଯୋଜନା କରୁଛନ୍ତି। ଉପରୁ ଏହାକୁ ଲଦି ଦିଆଯାଉଛି। ପାଣ୍ଠି ବନ୍ଦ ହେଲେ ଯୋଜନା ଅଧାରୁ ବନ୍ଦ ହେଉଛି। ସେହିପରି ଶିକ୍ଷାକେନ୍ଦ୍ରର ଭିତ୍ତିଭୂମି ପରିବର୍ତ୍ତନ ସହ ଶିକ୍ଷୟିତ୍ରୀ ଶିକ୍ଷକଙ୍କୁ ତାଲିମ ମିଳିବା ଆବଶ୍ୟକ। ସର୍ବଶିକ୍ଷା ଯୋଜନାରେ ଅନେକାଂଶରେ ଭିତ୍ତିଭୂମି ସୁଦୃଢ ହୋଇ ପାରିଲା କିନ୍ତୁ ଗୁଣାତ୍ମକ ଶିକ୍ଷା ସମ୍ଭବ ହେଲାନି ବୋଲି ଡ. ପାଠୀ କହିଥିଲେ। ଅବସରପ୍ରାପ୍ତ ଅଧ୍ୟାପକ ଡ. ଜ୍ୟୋତିରଞ୍ଜନ ବହିଦାର ଅନ୍ୟତମ ଆଲୋଚକ ଭାବେ ଯୋଗଦେଇ ମାକେଲଙ୍କ ଶିକ୍ଷା ପଦ୍ଧତି ପ୍ରଚଳନ ଯୋଗୁଁ ଦେଶରେ ଶିକ୍ଷାର ଆଶାନୂରୁପ ବିକାଶ ହୋଇ ପାରି ନଥିବା କହିଥିଲେ। ସ୍ବାଧିନତା ପୂର୍ବରୁ ଭାରତରେ ପ୍ରଶାସକ ଶିକ୍ଷକଙ୍କ ନିକଟକୁ ଯାଉଥିଲେ। ମାତ୍ର ପରେ ଶିକ୍ଷକ ପ୍ରଶାସକଙ୍କ ନିକଟକୁ ଗଲେ। ଶିକ୍ଷା ପରିବେଶ, ଶୃଙ୍ଖଳା ରହିଲାନି। ସରକାର ଶିକ୍ଷାକୁ ଗୁରୁତ୍ୱ ନ ଦେଇ ଏବେ ମଧ୍ୟାହ୍ନଭୋଜନର ରେକର୍ଡ ପ୍ରସ୍ତୁତିକୁ ଗୁରୁତ୍ୱ ଦେଉଥିବା ଡ. ବହିଦାର ଅଭିଯୋଗ କରିଥିଲେ। ସୋନପୁର କଲେଜର ପ୍ରାକ୍ତନ ଅଧ୍ୟକ୍ଷ ଡ. କେଦାରନାଥ ମିଶ୍ର କଥାଚକ୍ରରେ ଅଧ୍ୟକ୍ଷତା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୧୭ ବର୍ଷରେ ୧୭ଶହରୁ ଅଧିକ ମଞ୍ଚରେ ଦଣ୍ଡନୃତ୍ୟ: ଚର୍ଚ୍ଚାରେ ଦେବେନ୍ଦ୍ର ନାଏକ

ଅମରପାଲି,୮ା୯(ପୀତାମ୍ବର ସାହୁ):ଦଣ୍ଡ ନୃତ୍ୟ, ଷୋଳ ସୁଆଙ୍ଗ ଓଡ଼ିଶାର ପ୍ରାଚୀନ ଲୋକକଳା ଓ ସଂସ୍କୃତିର ଏକ ଅନନ୍ୟ ପରିଚୟ। ଆଧୁନିକତାର ପ୍ରଭାବରେ ଏହି ପାରମ୍ପରିକ କଳା ଧୀରେ ଧୀରେ…

କଫ୍‌ ସିରଫ ଚାଲାଣ ବେଳେ ମାଡ଼ି ବସିଲା ପୋଲିସ

ଡୁଙ୍ଗୁରିପାଲି,୫।୯(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ଥାନା ପୋଲିସ ଶନିବାର ବେଆଇନ କଫ୍‌ ସିରଫ ଜବତ କରି ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri