ସମ୍ମାନ ମିଳିଛି, ସାମ୍ବିଧାନିକ ସ୍ବୀକୃତି ନାହିଁ

ବଲାଙ୍ଗୀର ଅଫିସ, ୨୨ା୨:କୋସଲୀ ଭାଷା, ସାହିତ୍ୟ ଓ ସଂସ୍କୃତିକୁ ନେଇ ବିଶ୍ୱସ୍ତରରେ ସମ୍ମାନ ଓ ଆଦର ମିଳୁଛି। ବିଭିନ୍ନ ଭାଷାରେ ଅନୁବାଦ କରାଯାଉଛି। ଖୋଦ୍‌ କେନ୍ଦ୍ର ଓ ରାଜ୍ୟ ସରକାର ଏହି ଭାଷାର କବି, ଲୋକଙ୍କୁ ମର୍ଯ୍ୟାଦାଜନକ ସମ୍ମାନରେ ସମ୍ମାନିତ କରୁଛନ୍ତି। କିନ୍ତୁ କୋସଲାଞ୍ଚଳର ୨ କୋଟି ଲୋକ କହୁଥିବା କୋସଲୀ ଭାଷାକୁ ସାମ୍ବିଧାନିକ ସ୍ବୀକୃତି ଦେଉନାହାନ୍ତି। ଏହା ହିଁ ଚରମ ବିଡ଼ମ୍ବନା। ଏଣୁ ଯଥାଶୀଘ୍ର କୋସଲୀ ଭାଷାକୁ ସାମ୍ବିଧାନିକ ମାନ୍ୟତା ପ୍ରଦାନ କରନ୍ତୁ ବୋଲି ସୋମବାର ବିଶ୍ୱ ମାତୃଭାଷା ଦିବସ ଅବସରରେ ଅନୁଷ୍ଠିତ ସଭାରେ କୋସଲାଞ୍ଚଳର ତିନି ପଦ୍ମଶ୍ରୀ ତଥା ମୃର୍ଦ୍ଧନ୍ୟ କବି, ଲେଖକ, ଗବେଷକ ଓ ଭାଷାକର୍ମୀମାନେ ଦାବି କରିଛନ୍ତି।
ସାହିତ୍ୟ ସଂସ୍କୃତି ଏକାଡେମୀ ଏବଂ କୋସଲ ହେରିଟେଜ ଟ୍ରଷ୍ଟ ପକ୍ଷରୁ ସ୍ଥାନୀୟ ସାମ୍ବାଦିକ ଭବନଠାରେ ଏକାଡେମୀ ସଭାପତି ପଦ୍ମଶ୍ରୀ ବିଦ୍ୟାବାଚସ୍ପତି ଡ. ଶ୍ରୀନିବାସ ଉଦ୍‌ଗାତାଙ୍କ ସଭାପତିତ୍ୱରେ ସଭା ଅନୁଷ୍ଠିତ ହୋଇଥିଲା। ପଦ୍ମଶ୍ରୀ ଲୋକ କବିରତ୍ନ ହଳଧର ନାଗ, ପଦ୍ମଶ୍ରୀ ମନୋନୀତ ଗବେଷକ ନରସିଂହ ପ୍ରସାଦ ଗୁରୁ, ନାଟ୍ୟଭୂଷଣ ଜଗଦାନନ୍ଦ ଛୁରିଆ, ଭାଷାକର୍ମୀ ରାମଭକ୍ତ ଫରିକାର, ସାକେତ ଶ୍ରୀଭୂଷଣ ସାହୁ, ବୀରେନ୍ଦ୍ର କୁମାର ଝାଙ୍କର, ପ୍ରାଧ୍ୟାପିକା ମୀନା କୁମାରୀ ମହାରଣା ମଞ୍ଚାସୀନ ହୋଇଥିଲେ। ଏକାଡେମୀ ମହାସଚିବ ଗୋରେଖନାଥ ସାହୁଙ୍କ ସଂଯୋଜନାକ୍ରମେ ଅନୁଷ୍ଠିତ ସଭାରେ ପଦ୍ମଶ୍ରୀ ନାଗ କହିଥିଲେ ଯେ, କୋସଲୀ ଭାଷାକୁ ରାଜ୍ୟ ବାହାରେ ତଥା ଦେଶ ବିଦେଶରେ ଆଦର କରାଯାଉଛି। ଏହି ଭାଷା, ସାହିତ୍ୟ ଓ ସଂସ୍କୃତି ଉପରେ ଗବେଷଣା କରାଯାଉଛି। ବିଶ୍ୱସ୍ତରୀୟ ସ୍ବୀକୃତି ମିଳିସାରିଥିବାରୁ ସାମ୍ବିଧାନିକ ସ୍ବୀକୃତି ପାଇଁ କାହାକୁ ନମୋ ନମୋ କରିବା ଅନାବଶ୍ୟକ। ପଦ୍ମଶ୍ରୀ ଗୁରୁ କହିଥିଲେ ଯେ, ରାଜ୍ୟ ଓ କେନ୍ଦ୍ର ସରକାର କୋସଲୀ ଭାଷାର ସାହିତି୍ୟକ, କବି ଓ ଗବେଷକଙ୍କୁ ପୁରସ୍କୃତ ଏବଂ ସମ୍ମାନିତ କରୁଛନ୍ତି। ଭାଷାକୁ ସାମ୍ବିଧାନିକ ସ୍ବୀକୃତି ବିନା ଏହାର ଅର୍ଥ କ’ଣ ବୋଲି ସେ କହିଥିଲେ। ନାଟ୍ୟଭୂଷଣ ଛୁରିଆ ତାଙ୍କ ବକ୍ତବ୍ୟରେ କୋସଲୀ ଭାଷାର ନାଟକ କିଭଳି ଯୁଗାନ୍ତକାରୀ ଓ ସାମାଜିକ ସଂସ୍କାରରେ ବିପ୍ଳବ ଆଣିଦେଇଛି ତାହା କହିଥିଲେ। ପଦ୍ମଶ୍ରୀ ଉଦ୍‌ଗାତା ତାଙ୍କ ବକ୍ତବ୍ୟରେ କୋସଲୀ ଭାଷାକୁ ମର୍ଯ୍ୟାଦା ମିଳିଛି, ଏବେ ସାମ୍ବିଧାନିକ ସ୍ବୀକୃତି ଆବଶ୍ୟକ ବୋଲି କହିଥିଲେ। ସାକେତ ସାହୁ ପ୍ରାଥମିକ ବିଦ୍ୟାଳୟରୁ କୋସଲୀ ଭାଷାରେ ପାଠପଢ଼ା ଉପରେ ଜୋର୍‌ ଦେଇଥିଲେ। ପରିସ୍ଥିତି ଏଭଳି ହେବାକୁ ଯାଉଛି ଯେ, କୋସଲୀ ଭାଷାକୁ ସରକାର ସାମ୍ବିଧାନିକ ମାନ୍ୟତା ଦେବାକୁ ବାଧ୍ୟ ହୋଇଯିବେ ବୋଲି ଅନ୍ୟତମ ବକ୍ତା ଫରିକାର ଓ ଝାଙ୍କର କହିଥିଲେ। ଅନ୍ୟତମ ଅତିଥି ମହାରଣା ମାତୃଭାଷାରେ ନାରୀମାନଙ୍କ ଭୂମିକା ଉପରେ କହିଥିଲେ। ଗବେଷିକା ସୀମାରାଣୀ ରଥ ଧନ୍ୟବାଦ ଅର୍ପଣ କରିଥିଲେ। ସଭାରେ ବଲାଙ୍ଗୀର, ସୁବର୍ଣ୍ଣପୁର, ବରଗଡ଼, ବୌଦ୍ଧ, ନୂଆପଡ଼ା, କଳାହାଣ୍ଡି ଜିଲାର ଭାଷାକର୍ମୀ, ସାହିତି୍ୟକ ଓ ଗବେଷକ ଯୋଗଦାନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଅସରପା ଶବ୍ଦକୁ ନେଇ ଏବେବି ରହିଛି ବିବାଦ, ପୁଣି ଉଠିଲାଣି CJIଙ୍କ କଥା? ଅଭିଜିତ ଦୀପକେଙ୍କ ଆଶ୍ଚର୍ଯ୍ୟଜନକ ଦାବି

ନୂଆଦିଲ୍ଲୀ,୨୫।୮: ‘କକ୍ରୋଚ’ ଶବ୍ଦର ବ୍ୟବହାରକୁ ନେଇ ରାଜନୈତିକ ବିବାଦ ଜାରି ରହିଛି। ଏହା ମଧ୍ୟରେ, କକ୍ରୋଚ ଜନତା ପାର୍ଟି (CJP)ର ପ୍ରତିଷ୍ଠାତା ଅଭିଜିତ ଦୀପକେ ଦାବି କରିଛନ୍ତି…

ବର୍ଷର ଶେଷ ଚନ୍ଦ୍ରଗ୍ରହଣ: ଚନ୍ଦ୍ରମାକୁ ଗ୍ରାସ କରିବେ ରାହୁ; ସଙ୍କଟରେ ଏହି ୫ ରାଶି, ହେବ ବଡ଼ କ୍ଷତି!

ଚଳିତ ବର୍ଷର ଶେଷ ଚନ୍ଦ୍ରଗ୍ରହଣ ୨୮ ଅଗଷ୍ଟରେ ଲାଗିବାକୁ ଯାଉଛି। ଜ୍ୟୋତିଷ ଅନୁସାରେ, ଏହି ଚନ୍ଦ୍ରଗ୍ରହଣ କୁମ୍ଭ ରାଶିରେ ଘଟିବ। ଏହି ସମୟରେ କୁମ୍ଭ ରାଶି ଉପରେ…

ଅଙ୍ଗନୱାଡି ସଂଘର ଅନଶନ ଆରମ୍ଭ, ଉପଜିଲାପାଳଙ୍କୁ ଦେଲେ ଦାବିପତ୍ର

ଗୁଣପୁର,୨୫।୮(ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁର ଅଙ୍ଗନୱାଡି କର୍ମୀମାନେ ଅନଶନ ଆରମ୍ଭ କରିଛନ୍ତି । ବିଭିନ୍ନ ଦାବି ନେଇ ମଙ୍ଗଳବାର ଠାରୁ ଏହି ବିକ୍ଷୋଭ ଆରମ୍ଭ କରିଛନ୍ତି…

ଜୀବିତ ଅଛନ୍ତି ମୋଜତାବା ଖାମେନେଇ; ଇରାନ ପ୍ରଥମ ଥର ପାଇଁ କହିଲା…

ତେହରାନ,୨୫।୮: ଇରାନର ମୋଜତାବା ଖାମେନେଇଙ୍କ ସ୍ଥିତି ସମ୍ପର୍କରେ ଥିବା ରହସ୍ୟର ସମାଧାନ ହୋଇଛି। ଆମେରିକା ଏବଂ ଇରାନ ମଧ୍ୟରେ ସଂଘର୍ଷ ସମୟରେ ମୋଜତାବା ଖାମେନେଇ ଆହତ ହୋଇଥିଲେ।…

ଯୁବପିଢ଼ି ପାଇଁ ବଡ଼ ଘୋଷଣା କଲେ ସରକାର: ଆଗାମୀ ୬ ମାସରେ ମିଳିବ ୧ ଲକ୍ଷ ସରକାରୀ ନିଯୁକ୍ତି

ନୂଆଦିଲ୍ଲୀ,୨୫।୮: ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରାଜ୍ୟର ଯୁବପିଢ଼ି ପାଇଁ ବଡ଼ ଘୋଷଣା କରିଛନ୍ତି। ଲକ୍ଷ୍ନୌରେ ୩,୪୪୬ ଜଣ ପ୍ରାବିଧିକ ସହାୟକ ଏବଂ ୧୨୬ ଜଣ…

ଫେସବୁକ୍‌ ଲାଇଭ୍‌ରେ ଆସି ଏମିତି କ’ଣ କହିଦେଲେ ମମତା: ଶୁଣିକି ଛାନିଆ ହେଲା ଭାଜପା!

କୋଲକାତା,୨୫।୮: ପଶ୍ଚିମବଙ୍ଗ ରାଜନୀତିରେ ଜାରି ରହିଥିବା ରାଜନୈତିକ ଟଣାଓଟରା ମଧ୍ୟରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ (ଟିଏମସି) ମୁଖ୍ୟ ମମତା ବାନାର୍ଜୀଙ୍କ ବଡ଼ ବୟାନ ସାମ୍ନାକୁ…

ଜିପିଏଲ୍‌ଏଫ୍‌,ସିଆର୍‌ପି ନିଯୁକ୍ତିରେ ଅନିୟମିତତା ଅଭିଯୋଗ: ଗୋଟିଏ ଏସ୍‌ଏଚ୍‌ଜିର ୨ ସଦସ୍ୟାଙ୍କୁ ନିଯୁକ୍ତି ନେଇ ଉଠିଲା ପ୍ରଶ୍ନ

ଲୋଇସିଂହା,୨୫।୮(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଆଗଲପୁର ବ୍ଲକ ନଅଗାଁ(ଖ) ପଞ୍ଚାୟତରେ ଜିପିଏଲ୍‌ଏଫ୍‌ ଓ ସିଆର୍‌ପି ମେମ୍ବର ନିଯୁକ୍ତିରେ ଅନିୟମିତତା ହୋଇଥିବା ନେଇ ଅଭିଯୋଗ ହୋଇଛି। ଏନେଇ ନଅଗାଁ(ଖ) ଗ୍ରାମର…

ଚିନି ଦର ବଢିବା ପ୍ରଶ୍ନରେ ହସିଲେ କୃଷିମନ୍ତ୍ରୀ ଶିବରାଜ, କହିଲେ ଏମିତି…ଚାରିଆଡେ ଚର୍ଚ୍ଚା

ନୂଆଦିଲ୍ଲୀ,୨୫।୮: ଦେଶର ବିଭିନ୍ନ ସ୍ଥାନରେ ଚିନି ଦର ବଢ଼ିବାକୁ ନେଇ ଚିନ୍ତା ବଢ଼ିଛି। ବିଶେଷକରି ରକ୍ଷାବନ୍ଧନ ପର୍ବ ପୂର୍ବରୁ ଚିନିର ଦର ବୃଦ୍ଧି ଯୋଗୁ ସାଧାରଣ ଲୋକଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri