ସମ୍ପାଦକୀୟ/ନୀତି ନୁହେଁ, ବୁଝାମଣା

କର୍ନାଟକରେ କଂଗ୍ରେସ-ଜେଡି(ଏସ୍‌) ମେଣ୍ଟ ସରକାର ରାଜନୈତିକ ସଙ୍କଟ ଦେଇ ଗତି କରୁଛି। ୮ ଜୁଲାଇରେ ୨୧ କଂଗ୍ରେସ ମନ୍ତ୍ରୀ, ଜେଡି(ଏସ୍‌)ର ୯ ମନ୍ତ୍ରୀ ଏବଂ ସ୍ବାଧୀନରୁ ୨ ମନ୍ତ୍ରୀ ଇସ୍ତଫା ଦେଇଛନ୍ତି। ନିକଟରେ କଂଗ୍ରେସ ଓ ଜେଡି(ଏସ୍‌)ର ୧୪ ବିଧାୟକ ଇସ୍ତଫା ଦେବା ପରେ ୨୨୪ ଆସନ ବିଶିଷ୍ଟ ବିଧାନସଭାରେ ସଂଖ୍ୟା ୨୧୦ ହୋଇଯିବା ଆଶଙ୍କା ସୃଷ୍ଟି ହୋଇଛି। ସଂଖ୍ୟାକୁ ଦୃଷ୍ଟି ଦେଲେ ସରକାର ଗଠନ ଲାଗି ମ୍ୟାଜିକ୍‌ ବା କୁହୁକ ନମ୍ବର ୧୦୬ ହେଉଛି। ଭାଜପାର ୧୦୫ ସଦସ୍ୟ ଥିବା ବେଳେ ଦୁଇ ସ୍ବାଧୀନ ବିଧାୟକ ଗୈରିକ ଦଳକୁ ସମର୍ଥନ କରିବା ବିଷୟ ଘୋଷଣା କରିସାରିଛନ୍ତି। ତେବେ ଇସ୍ତଫା ଦେଇଥିବା ସଦସ୍ୟଙ୍କ ପତ୍ରକୁ ବାଚସ୍ପତି ଗ୍ରହଣ କଲେ କର୍ନାଟକରେ ରାଜନୈତିକ ପଟ ପରିବର୍ତ୍ତନ ହେବା ଜଳ ଜଳ ଦିଶୁଛି। ସମୀକ୍ଷକମାନେ କହୁଛନ୍ତି ଯେ, ଏଚ୍‌.ଡି. କୁମାରସ୍ବାମୀଙ୍କ ବଦଳରେ କଂଗ୍ରେସରୁ କାହାରିକୁ ମୁଖ୍ୟମନ୍ତ୍ରୀ କରାଯିବା ଲାଗି ଆଲୋଚନା ଚାଲିଛି। ଇସ୍ତଫା ଦେଇଥିବା ବିଧାୟକଙ୍କୁ ମନ୍ତ୍ରୀ ପଦ ମିଳିଗଲେ କଂଗ୍ରେସ ସେଠାରେ ସରକାର ଗଠନ କରିପାରେ। ହେଲେ ଏବେ କଂଗ୍ରେସ ମୁରବିବିହୀନ ହୋଇଯାଇଥିବାରୁ କେଉଁ ବ୍ୟକ୍ତିଙ୍କୁ ମୁଖ୍ୟମନ୍ତ୍ରୀ କରାଯିବ ତାହା ସ୍ଥିର ହୋଇପାରୁ ନାହିଁ। ଏଭଳି ସ୍ଥଳେ ଭାଜପା ଫାଇଦା ନେବାକୁ ଆଗେଇ ଆସିବା ସ୍ବାଭାବିକ। ତେବେ କର୍ନାଟକ ରାଜନୈତିକ ଦୃଶ୍ୟପଟ କେଉଁ ରୂପ ନେବ, ତାହା ୯ ଜୁଲାଇରେ ଜଣାପଡ଼ିବ। ବାଚସ୍ପତି ରମେଶ କୁମାର ଇସ୍ତଫା ଦେଇଥିବା ବିଧାୟକଙ୍କ ବିଷୟରେ ଏହିଦିନ ନିଷ୍ପତ୍ତି ନେବେ ବୋଲି କହିଛନ୍ତି।
ଲୋକ ସଭା ନିର୍ବାଚନରେ ବିପୁଳ ସମର୍ଥନ ପାଇ କେନ୍ଦ୍ରରେ ନରେନ୍ଦ୍ର ମୋଦି ଦ୍ୱିତୀୟ ଥର ପାଇଁ ସରକାର ଗଠନ କରିବା ପରେ ସାଧାରଣରେ ଆଲୋଚନା ଆରମ୍ଭ ହୋଇଥିଲା ଯେ, କର୍ନାଟକରେ ଯେମିତି ହେଉ ପଛେ କ୍ଷମତା ପରିବର୍ତ୍ତନ ହେବା ଦିଗରେ ଉଦ୍ୟମ କରାଯିବ। କାରଣ ଭାଜପା ୧୦୫ ଆସନ ପାଇଯିବାରୁ ରାଜ୍ୟପାଳଙ୍କ ଆମନ୍ତ୍ରଣ କ୍ରମେ ବି.ଏସ୍‌. ୟେଦୁୁରପ୍ପା ୧୩ ମାସ ତଳେ କର୍ନାଟକ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ନେଇଥିଲେ। ସେ ଗୃହରେ ଶକ୍ତିପରୀକ୍ଷାର ସମ୍ମୁଖୀନ ହେବା ପୂର୍ବରୁ ହାରିଯିବା ଆଶଙ୍କା କରି ଇସ୍ତଫା ଦେବାରୁ କୁମାରସ୍ବାମୀ କଂଗ୍ରେସ ବଳରେ ବଳୀୟାନ୍‌ ହୋଇଥିଲେ। ମାତ୍ର ୩୭ ବିଧାୟକଙ୍କ ସମର୍ଥନ ପାଇ ଆସିଥିବା ଏକ କ୍ଷୁଦ୍ର ନେତୃତ୍ୱକୁ ମୁଖ୍ୟମନ୍ତ୍ରୀ ଆସନ ଟେକି ଦେଇ କର୍ନାଟକ ଶାସନରୁ ଭାଜପାକୁ ଦୂରେଇ ରଖିବା ସକାଶେ କଂଗ୍ରେସ ଏଭଳି ତ୍ୟାଗ କରିଥିଲା। ବିଧାନସଭାରେ ସର୍ବାଧିକ ଆସନ ହାସଲ କରିଥିବା ଭାଜପା କ୍ଷମତାରୁ ହଟିଯିବା ପରେ ୟେଦୁରପ୍ପା ଓ ତାଙ୍କ ଟିମ୍‌ ସେବେଠାରୁ ସେଠାକାର ମେଣ୍ଟ ସରକାରକୁ ଗଡ଼ାଇବା ପାଇଁ ଉଦ୍ୟମ କରୁଥିଲେ ବୋଲି ରାଜନୈତିକ ବିଶ୍ଳେଷକମାନେ କହିଆସିଛନ୍ତି । ଆଜି ଯେତେବେଳେ କଂଗ୍ରେସ ଏବଂ ଜେଡି(ଏସ୍‌)ର ସଦସ୍ୟମାନେ ଇସ୍ତଫା ଦେଇଛନ୍ତି, ତାହା ଭାଜପା ପ୍ରରୋଚନାରେ କରାଯାଇଛି ବୋଲି ଅଭିଯୋଗ ହେଉଛି। ଅବଶ୍ୟ ଅଭିଯୋଗ ଅମୂଳକ ହୋଇ ନ ପାରେ। ଅନ୍ୟପକ୍ଷରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି, କର୍ନାଟକରେ ରାଜନୈତିକ ସଙ୍କଟ ଲାଗି ଭାଜପାର କୌଣସି ଭୂମିକା ନାହିଁ। ସିଂଙ୍କ ଏଭଳି କଥାକୁ ସହଜରେ ବିଶ୍ୱାସ କରିହେଉ ନାହିଁ। କାରଣ ୟେଦୁରପ୍ପା ମୁଖ୍ୟମନ୍ତ୍ରୀ ନ ହୋଇପାରିବା ଏବଂ କୁମାରସ୍ବାମୀ ମୁଖ୍ୟମନ୍ତ୍ରୀ ହେବା ବିଷୟ ଭାଜପା ପାଇଁ ଚ୍ୟାଲେଞ୍ଜ ହୋଇ ରହିଆସିଛି। ତେଣୁ ଭାଜପା ସୁଯୋଗ ଉଣ୍ଡୁଥିଲା କିଭଳି ସେଠାରେ ରାଜନୈତିକ ସଙ୍କଟ ସୃଷ୍ଟି ହେଉ।
୨୦୨୪ ମସିହାରେ ଭାଜପାର ସ୍ଥିତି ଖରାପ ହେବ ବୋଲି ଦଳର ଶୀର୍ଷସ୍ତରୀୟ ନେତୃତ୍ୱ ବୁଝିସାରିଛନ୍ତି। ଆସନ୍ତା ବର୍ଷଗୁଡ଼ିକରେ ଦେଶର ଅର୍ଥନୀତିର ମଙ୍ଗ ଧରିଥିବା ମୋଦି ସରକାର ବିଫଳତାର ସମ୍ମୁଖୀନ ହେବାର ଯଥେଷ୍ଟ ଆଶଙ୍କା ରହିଛି। ସେଥିପାଇଁ ରାଜନୈତିକ ପ୍ରସ୍ତୁତି ନିମନ୍ତେ ରାଜ୍ୟ ସରକାରଗୁଡ଼ିକୁ ସାଥିରେ ଆଣିବା ହୋଇଛି ଭାଜପାର ମୁଖ୍ୟ ଲକ୍ଷ୍ୟ। ୨୦୧୯ ସାଧାରଣ ନିର୍ବାଚନ ପରେ ଏହି କାର୍ଯ୍ୟର ଗୁରୁତ୍ୱ ଅଧିକ ବୃଦ୍ଧି ପାଇଛି। ଓଡ଼ିଶା ଭଳି ରାଜ୍ୟରେ ଭିନ୍ନ ଦଳର ଶାସନ ଥିଲେ ମଧ୍ୟ ରାଜନୈତିକ ଭିତିରି ବୁଝାମଣା ବଳରେ ଭାଜପାର ପ୍ରଭାବ ପ୍ରାୟ ବିସ୍ତାର ହୋଇସାରିଲାଣି। ସେହିଭଳି କର୍ନାଟକ ଓ ପଶ୍ଚିମବଙ୍ଗରେ ବୁଝାମଣାର ସମ୍ଭାବନା ନ ଥିବାରୁ ସେହି ଦୁଇ ରାଜ୍ୟ ସରକାରଙ୍କୁ ଭାଙ୍ଗିବାର ଉଦ୍ୟମ ଆରମ୍ଭ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?