ସମ୍ପାଦକୀୟ/ଠକ ମାଷ୍ଟର

ଓଡ଼ିଶାରେ ସ୍କୁଲ ଶିକ୍ଷା ଅତି ଦୟନୀୟ ଥିବା ଦୃଷ୍ଟାନ୍ତ ନିକଟରେ ଦେଖିବାକୁ ମିଳିଛି। ପ୍ରଥମରୁ ଅଷ୍ଟମ ଶ୍ରେଣୀ ପିଲାଙ୍କ ପାଇଁ ଏକକ ପରୀକ୍ଷା କରାଯିବା ବିଷୟ ଘୋଷଣା କରାଯାଇଥିଲା। ସେହି ଅନୁଯାୟୀ ଏବେ ପରୀକ୍ଷା ଚାଲିଛି। କିନ୍ତୁ ଦେଖିବାକୁ ମିଳିଛି ଯେ ଗଣଶିକ୍ଷା ବିଭାଗ ଠିକ୍‌ ଭାବେ ପିଲାମାନଙ୍କ ପରୀକ୍ଷା ପରିଚାଳନା କରିବାରେ ସକ୍ଷମ ହୋଇନାହିଁ। କେତେକ ବିଦ୍ୟାଳୟରେ ପ୍ରଶ୍ନପତ୍ର ନ ପହଞ୍ଚିବାରୁ ଶିକ୍ଷକମାନେ ଶିକ୍ଷା କର୍ତ୍ତୃପକ୍ଷଙ୍କଠାରୁ ହ୍ବାଟ୍ସଆପ୍‌ରେ ମିଳିଥିବା ପ୍ରଶ୍ନକୁ କଳାପଟାରେ ଲେଖିଦେଇଥିଲେ। ଏହି ଘଟଣା ବର୍ତ୍ତମାନ ଚର୍ଚ୍ଚାର ବିଷୟ ହୋଇଛି। ଏଥିସହିତ ଗଞ୍ଜାମ ଜିଲାରେ ନକଲି ସାର୍ଟିଫିକେଟ ଜରିଆରେ ୪ ଜଣ ଶିକ୍ଷକ ନିଯୁକ୍ତି ପାଇଥିବା ବିଷୟ ୩ ନଭେମ୍ବର ୨୦୧୯ରେ ଲୋକଲୋଚନକୁ ଆସିଛି। ଜଣାପଡ଼ିଛି ଯେ, ଗଞ୍ଜାମ ଜିଲା ଧରାକୋଟ ବ୍ଲକରେ ଜଣେ ମହିଳାଙ୍କ ସହ ୪ ଜଣ ମାର୍କ ଓ ବୟସ ଜାଲିଆତି କରି ମାଷ୍ଟର ହୋଇଛନ୍ତି। ସବୁଠାରୁ କୌତୂହଳ କଥା ହେଲା, ଅଷ୍ଟମ ଫେଲ୍‌ ଜଣେ ବ୍ୟକ୍ତି ସରକାରୀ ଶିକ୍ଷକ ହୋଇପାରିଥିଲେ। ଧରାକୋଟ ବ୍ଲକ ଶିକ୍ଷା ଅଧିକାରୀ (ବିଇଓ) ଏବଂ ଜିଲା ଶିକ୍ଷା ଅଧିକାରୀ (ଡିଇଓ)ଙ୍କ ମିଳିତ ଯାଞ୍ଚ ବେଳେ ଏହି ବିଷୟ ପଦାକୁ ଆସିଛି। ପରିଣତି ସ୍ବରୂପ ୩ ଜଣଙ୍କୁ ବହିଷ୍କାର କରାଯାଇଥିବା ବେଳେ ଜଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କୁହାଯାଇଛି।
ଏଠାରେ ମନେପଡ଼େ ମଧ୍ୟପ୍ରଦେଶରେ କିଛିବର୍ଷ ତଳେ ହୋଇଥିବା ଭ୍ୟାପମ୍‌ ଦୁର୍ନୀତି କଥା। ଶିକ୍ଷାନୁଷ୍ଠାନରେ ନାମଲେଖାଠାରୁ ଆରମ୍ଭ କରି ଚାକିରି କ୍ଷେତ୍ରରେ ବ୍ୟାପକ ଲାଞ୍ଚ କାରବାର ବିଷୟ ସେତେବେଳେ ପଦାକୁ ଆସିଥିଲା। ସେହିଭଳି ଦେଶରେ ଓଡ଼ିଶା ସମେତ ଅନ୍ୟାନ୍ୟ ରାଜ୍ୟରେ କ୍ରମାଗତ ଶିକ୍ଷକ ନିଯୁକ୍ତିରେ ଅନିୟମିତତା ହେଉଥିବା ଲକ୍ଷ୍ୟ କରାଯାଉଛି। ଆମ ରାଜ୍ୟରେ ବିଧିବଦ୍ଧ ଭାବେ ଶିକ୍ଷକ ପ୍ରଶିକ୍ଷଣ ଅନୁଷ୍ଠାନରୁ ଉତ୍ତୀର୍ଣ୍ଣ କେତେକ ବିଦ୍ୟାର୍ଥୀ ଅଭିଯୋଗ କରିଛନ୍ତି ଯେ, ବାହାର ରାଜ୍ୟରୁ ଅଧିକ ନମ୍ବର ଥିବା ମାର୍କଶିଟ୍‌ ଧରି ଆସୁଥିବା ଡିଗ୍ରୀଧାରୀ ସେମାନଙ୍କୁ ପଛରେ ପକାଇ ଦେଉଛନ୍ତି। ଆନ୍ଧ୍ରପ୍ରଦେଶ, କର୍ନାଟକ, ଉତ୍ତରପ୍ରଦେଶ, ଛତିଶଗଡ଼ ଆଦି ରାଜ୍ୟରେ ଥିବା ଶିକ୍ଷକ ପ୍ରଶିକ୍ଷଣ ଅନୁଷ୍ଠାନରେ ଓଡ଼ିଶାର କେତେକ ଛାତ୍ରୀଛାତ୍ର ନାମଲେଖାଇ କେବଳ ପରୀକ୍ଷା ସମୟରେ ସେଠାକୁ ଯାଇଥାଆନ୍ତି। ଅପର୍ଯ୍ୟାପ୍ତ ଅର୍ଥ ଦେଇଦେଉଥିବାରୁ ସେଠାରେ କପି କରି ପାସ୍‌ କରିବା ସମ୍ଭବ ହୋଇଯାଉଛି। ସ୍ଥଳବିଶେଷରେ ବିନା ପରୀକ୍ଷାରେ ସାର୍ଟିଫିକେଟ ମିଳିଯାଉଥିବାର ଅଭିଯୋଗ ବାରମ୍ବାର ଶୁଣିବାକୁ ମିଳୁଛି। ଏପରି କି ରାଜ୍ୟର କେତେକ ସ୍ଥାନରେ ମେଧାବୀ ଛାତ୍ରମାନେ ବିକ୍ଷୋଭ ପ୍ରଦର୍ଶନ କରିଥିବାର ଖବର ନଜରକୁ ଆସିଛି। ଏବେ ଗଞ୍ଜାମରେ ତା’ର ପ୍ରମାଣ ମିଳିବା ପରେ ରାଜ୍ୟର ଅନ୍ୟାନ୍ୟ ସ୍ଥାନରେ ଏହିପରି ଏକାଧିକ ଘଟଣା ଲୁଚିଥାଇପାରେ। ଉପଯୁକ୍ତ ଯାଞ୍ଚ ହେଲେ ଠକ ମାଷ୍ଟରମାନଙ୍କୁ ଶିକ୍ଷା ବ୍ୟବସ୍ଥାରୁ ହଟାଇ ଦିଆଯାଇପାରନ୍ତା। ପ୍ରଶ୍ନ ଉଠୁଛି ଯାଞ୍ଚ କରିବ କିଏ? ଅଧିକାଂଶ ସ୍ଥାନରେ ଦେଖାଯାଉଛି, ଏହି ଶିକ୍ଷୟିତ୍ରୀ ଶିକ୍ଷକମାନଙ୍କ ଯାଞ୍ଚ ଦାୟିତ୍ୱରେ ଥିବା ଅଧିକାରୀମାନେ ପ୍ରାରମ୍ଭିକ ଅନିୟମିତତା ସମ୍ପର୍କରେ ସୂଚନା ପାଇଛନ୍ତି କିମ୍ବା ସମ୍ପୃକ୍ତ ମଧ୍ୟ ରହିଥାଇପାରନ୍ତି। ଏଭଳି ପରିସ୍ଥିତିରେ ଅଯୋଗ୍ୟ ଶିକ୍ଷକଙ୍କୁ ଠାବ କରିବା କଷ୍ଟକର କାର୍ଯ୍ୟ। ଧରାକୋଟ ଘଟଣାକୁ ଦେଖିଲେ ଜଣାପଡ଼ୁଛି ଯେ, ନକଲି ସାର୍ଟିଫିକେଟ ଯାଞ୍ଚ କରିଥିବା ଅଧିକାରୀ ନିଜେ ଅଯୋଗ୍ୟ ବୋଲି ସତ୍ୟାସତ୍ୟ ଜାଣିପାରିଲେ ନାହିଁ। ଏଭଳି ପରିସ୍ଥିତିରେ ସରକାରୀ ଶିକ୍ଷା ବ୍ୟବସ୍ଥା ଉପରେ ଅଭିଭାବକମାନେ ବିଶ୍ୱାସ ରଖିବା ସମ୍ଭବପର ହେଉନାହିଁ। ଭବିଷ୍ୟତରେ ଠକ ମାଷ୍ଟରଙ୍କ ସଂଖ୍ୟା ବୃଦ୍ଧି ପାଇବା ଅଧିକ ସହଜ ହୋଇଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଖରାଦିନ ଆରମ୍ଭରୁ ବେଙ୍ଗାଲୁରୁ ଜଳ ସଙ୍କଟ ଏବେ ଚିନ୍ତାର ବିଷୟ ହୋଇଛି। ପରିସ୍ଥିତି ଏମିତି ଯେ ସେଠାରେ ଲୋକେ ସହର ଛାଡ଼ିବାକୁ ବାଧ୍ୟ ହେଉଛନ୍ତି। ଏହି...

ଅଦୃଶ୍ୟ ଶତ୍ରୁ

ମାୟାଧର ନାୟକ   ସତ୍ୟ, ତ୍ରେତୟା, ଦ୍ୱାପର, କଳିକାଳରେ ଯେତେ ଯୁଦ୍ଧ ହୋଇଯାଇଛି- ଶତ୍ରୁକୁ ଜାଣି ହେଉଥିଲା- କିନ୍ତୁ ଏ ମହାକଳିକାଳରେ ଅଜଣା ରୋଗ ଓ...

ଚୋରକୁ ବୁଦ୍ଧି

ଅଲେଖ ଚନ୍ଦ୍ର ମିଶ୍ର   ‘ଚୋରକୁ ବୁଦ୍ଧି ଶିଖେଇବା’ ଆପ୍ତବାଣୀଟି ଯେଉଁ ପୃଷ୍ଠଭୂମି ଉପରେ ଆଧାରିତ ତାହା ଥିଲା ଏକ ବାସ୍ତବଧର୍ମୀ କାହାଣୀ, ଯାହାର ମର୍ମ...

ଅପ୍ରକାଶ୍ୟ ଋଣ ସମସ୍ୟା

ଗତ କିଛି ବର୍ଷ ମଧ୍ୟରେ କୋଭିଡ୍‌-୧୯ ମହାମାରୀଠାରୁ ଆରମ୍ଭକରି ଉନ୍ନତ-ଅର୍ଥ ବ୍ୟବସ୍ଥାର ସୁଧ ହାର ବୃଦ୍ଧି ଭଳି ଘଟଣା ଭିନ୍ନ ସ୍ଥିତି ସୃଷ୍ଟି କରିଛି। ଏଥିରେ...

ଏଇ ଭାରତରେ

ଦେଶ ଗଠନରେ ଯୁବ ପ୍ରଶାସକଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ଅନୁଭବ କରିଛନ୍ତି ୨୦୧୧ ବ୍ୟାଚ୍‌ ଭାରତୀୟ ରାଜସ୍ବ ସେବା(ଆଇଆର୍‌ଏସ୍‌) ଅଧିକାରୀ ରବି କପୁର। ସେ...

ରାମ ରାଜ୍ୟ ସମ୍ଭବ କି

ବୈକୁଣ୍ଠନାଥ ମିଶ୍ର   ଆଜିକାଲି ‘ଜୟ ଶ୍ରୀରାମ’ ଉଚ୍ଚାରଣ କରି ବନ୍ଧୁଙ୍କୁ ପ୍ରଥମ ସାକ୍ଷାତରେ ସମ୍ଭାଷିତ କରିବାର ଅଭିନବ ପରମ୍ପରା ସର୍ବତ୍ର ପରିଦୃଷ୍ଟ। ବନ୍ଧୁଙ୍କୁ ସମ୍ଭାଷଣ...

ମତଦାତାଙ୍କ ବୁଦ୍ଧି ବିମୂଢ଼ତା

ଡ.ଛାୟାକାନ୍ତ ଷଡ଼ଙ୍ଗୀ   ସମ୍ପ୍ରତି ଭାରତ ତଥା ବିଭିନ୍ନ ପ୍ରଦେଶରେ ରାଜନୀତିର ବିଚିତ୍ର ଗତି ଦେଖି ମତଦାତାମାନେ ଉଇଲିଅମ ଜେମ୍‌ସଙ୍କ ଭଳି ସମସ୍ୟାର ସମ୍ମୁଖୀନ ହେଲେଣି।...

ବୁଝିହେଉଛି

ଆମ୍‌ ଆଦ୍‌ମୀ ପାର୍ଟି (ଆପ୍‌) ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ୍‌ କେଜ୍‌ରିଓ୍ବାଲଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଗିରଫ କରି ଆସନ୍ତା ୨୮ ତାରିଖ ପର୍ଯ୍ୟନ୍ତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri