ସମ୍ପାଦକୀୟ/ଆମାଜନ: ବିଶ୍ୱ ବିପତ୍ତି

ବ୍ରାଜିଲର ଆମାଜନ ଜଙ୍ଗଲକୁ ନିଆଁ ଜଳେଇ ଚାଲିଛି। ଏକ ଅଧ୍ୟୟନ ଅନୁଯାୟୀ ବିଶ୍ୱ ଅମ୍ଳଜାନର ୨୦ ପ୍ରତିଶତ ଏହି ଜଙ୍ଗଲରୁ ଉତ୍ପନ୍ନ ହୋଇଥାଏ। କୁହାଯାଉଛି ଦେଶର ସେହି ଅଞ୍ଚଳରେ କୃଷି କ୍ଷେତ ସୃଷ୍ଟି ଲାଗି ଜଙ୍ଗଲକୁ କାଟିବା ପରେ ପୋଡ଼ି ଦିଆଯାଉଛି। ନ୍ୟାଶନାଲ ଇନ୍‌ଷ୍ଟିଚ୍ୟୁଟ ଫର୍‌ ସ୍ପେସ୍‌ ରିସର୍ଚ୍ଚ (ଆଇଏନ୍‌ପିଇ) ଅନୁଧ୍ୟାନରୁ ଜଣାପଡ଼ିଛି ଯେ, ପୂର୍ବବର୍ଷର ଏହି ସମୟ ତୁଳନାରେ ଏବର୍ଷ ୮୫ ପ୍ରତିଶତ ଅଧିକ ଜଙ୍ଗଲରେ ନିଆଁ ଲାଗିଛି। ଗବେଷକଙ୍କ ମତରେ ବ୍ରାଜିଲରେ ଚଳିତବର୍ଷ ୭୫,୦୦୦ ସ୍ଥାନରେ ନିଆଁ ଲାଗିଛି, ତନ୍ମଧ୍ୟରୁ ଅର୍ଦ୍ଧାଧିକ ଆମାଜନ ଜଙ୍ଗଲକୁ ଗ୍ରାସ କରିଛି। ଫଳରେ ପର୍ଯ୍ୟାପ୍ତ ଅଙ୍ଗାରକାମ୍ଳ ଶୋଷଣ କରୁଥିବା ବିଶ୍ୱର ଏହି ଜଙ୍ଗଲ ଏବେ ବିପଦରେ ପଡ଼ିଛି। ଅନ୍ତର୍ଜାତୀୟ ସ୍ତରରେ ଏ ନେଇ ଚିନ୍ତା ବ୍ୟକ୍ତ କରାଯାଉଥିବା ବେଳେ ଜଙ୍ଗଲ ଧ୍ୱଂସ କରି ତାହାକୁ ଚାଷୋପଯୋଗୀ ଜମି କରିବାକୁ କଠୋରପନ୍ଥୀ ନେତା ତଥା ବ୍ରାଜିଲ ରାଷ୍ଟ୍ରପତି ଜେର୍‌ ବୋଲ୍‌ସୋନାରୋ ପ୍ରୋତ୍ସାହନ ଦେଇଚାଲିବା ତାଙ୍କ ଏକଜିଦିଆ ଗୁଣକୁ ଦର୍ଶାଉଛି। ଏପରି କି ସେ ଗୋପାଳନ ଫାର୍ମର ମାଲିକ ଓ କାଠ କଟାଳିଙ୍କୁ ଜଙ୍ଗଲରେ ନିଜର ବ୍ୟବସାୟ ବିସ୍ତାର କରିବାକୁ ସୁଯୋଗ ଦେଉଛନ୍ତି।
ବୋଲ୍‌ସୋନାରୋଙ୍କ ବିରୋଧରେ ଆସୁଥିବା ଅଭିଯୋଗକୁ ସେ ନିଜେ ଖଣ୍ଡନ କରିଛନ୍ତି। ନିଆଁ ଲିଭାଇବା ପାଇଁ ସେ ତାଙ୍କ ଦେଶର ସାମରିକ ବଳକୁ ନିୟୋଜିତ କରିଛନ୍ତି। ହେଲେ ସବୁ ସରିଗଲା ପରେ ତତ୍ପରତା ଦେଖାଇବାର କୌଣସି ମାନେ ନାହିଁ ବୋଲି କୁହାଯାଇପାରେ। ଆମାଜନରେ ନିଅଁା ଲାଗିବା ପ୍ରସଙ୍ଗ ଅନ୍ତର୍ଜାତୀୟ ସ୍ତରର ଦୃଷ୍ଟି ଆକର୍ଷଣ କରୁ ବୋଲି ବୋଲ୍‌ସୋନାରୋ ଚାହାନ୍ତି ନାହିଁ। ଫ୍ରାନ୍ସ ରାଷ୍ଟ୍ରପତି ଇମାନ୍ବଏଲ ମାକ୍‌ରଁ ଜଙ୍ଗଲରେ ଲାଗିଥିବା ନିଆଁର ଧୂଆଁ ବ୍ରାଜିଲର ସାଓ ପାଉଲୋକୁ ବ୍ୟାପିବା ନେଇ ଉଦ୍‌ବେଗ ପ୍ରକାଶ କରିଛନ୍ତି। ଏଥିସହ ବାଇରିଜ୍‌ରେ ଅନୁଷ୍ଠିତ ଜି-୭ ଶିଖର ସମ୍ମିଳନୀ ଫ୍ରାନ୍ସ ଆୟୋଜନ କରିଥିବାରୁ ସେ ଉକ୍ତ ପ୍ରସଙ୍ଗକୁ ଆଲୋଚନା ପରିସରକୁ ଆଣିବାକୁ ଚାହିଁଥିଲେ। ହେଲେ ବୋଲ୍‌ସୋନାରୋ ଏହାକୁ ଦେଶର ଆଭ୍ୟନ୍ତରୀଣ ପ୍ରସଙ୍ଗ କହି ପାଲଟା ଜବାବ ଦେଇଛନ୍ତି। ଏଥିସହିତ ସେ ଜଳବାୟୁ ପରିବର୍ତ୍ତନରେ ବିଶ୍ୱାସ କରନ୍ତି ନାହିଁ ବୋଲି କହିଛନ୍ତି। ତାଙ୍କ ମତରେ ଆମାଜନ ଏକ ଜଙ୍ଗଲ ସମ୍ପଦଭରା ଅଞ୍ଚଳ ହୋଇଥିବାରୁ ତାହାକୁ କୃଷି, ଖଣି ଓ ଭିତ୍ତିଭୂମି ବିକାଶ କ୍ଷେତ୍ରରେ ବ୍ୟବହାର କରାଯିବା ଉଚିତ। ତାଙ୍କ ଚିନ୍ତାଧାରାକୁ ବିରୋଧ କରୁଥିବା ତାଙ୍କ ଦେଶର ପରିବେଶ ସୁରକ୍ଷା ସଂସ୍ଥା ‘ଇବାମା’ର ୨୭ ଅଧିକାରୀଙ୍କ ମଧ୍ୟରୁ ୨୧ ଜଣଙ୍କୁ ବିଦା କରିବା ଲାଗି ବୋଲ୍‌ସୋନାରୋ ପରିବେଶ ମନ୍ତ୍ରୀ ରିକାର୍ଡୋ ସାଲ୍‌ସେଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିରୁ ବ୍ରାଜିଲ ରାଷ୍ଟ୍ରପତି ସତେ ଯେମିତି ନିଜ ଦ୍ୱାରା ସୃଷ୍ଟ ଏକ ସ୍ବର୍ଗରେ ବାସ କରୁଛନ୍ତି ବୋଲି ଭାବୁଛନ୍ତି। ତାଙ୍କର ଏଭଳି ଦୁଃସାହସିକତା ଯୋଗୁ ସମଗ୍ର ପୃଥିବୀକୁ ବହୁମୂଲ୍ୟ ଦେବାକୁ ପଡ଼ିପାରେ । ବୋଲ୍‌ସୋନାରୋଙ୍କ ଚିନ୍ତାଧାରା ଯୋଗୁ ଏହି ସମସ୍ୟା ସୃଷ୍ଟି ହୋଇଛି। କିନ୍ତୁ ବିଶ୍ୱର ଅନେକ ନେତାଙ୍କ ମୁଣ୍ଡରେ ଏହି ଚିନ୍ତାଧାରା ଏବେ ଚେର ଧରିଥିବାର ଦେଖାଯାଉଛି। ବିଶେଷକରି ଗଣତାନ୍ତ୍ରିକ ରାଷ୍ଟ୍ରଗୁଡ଼ିକରେ ଭୋଟ୍‌ ଲୋଭୀ ନେତାମାନେ ସାଧାରଣ ଗରିବ ଭୋଟରଙ୍କୁ ନିଜ ଆଡ଼କୁ ଆକର୍ଷିତ କରିବା ପାଇଁ ଦେଶର ସବୁ ସମ୍ପତ୍ତିକୁ ଛାରଖାର କରିଦେବାରେ ଆଗଭର ହେଉଛନ୍ତି। ଏହାର ଅର୍ଥ ହେଲା, ଯେତେ ଅଧିକ ଗରିବ ଓ ଅଶିକ୍ଷିତ ଭୋଟର ରହିବେ, ସେତେ ଅଧିକ ସହଜ ହେଉଛି ସେମାନଙ୍କୁ ଶାସନ କରିବାର। ବୋଲ୍‌ସୋନାରୋ ମଧ୍ୟ ତାଙ୍କ ଦେଶ ବ୍ରାଜିଲରେ ବିକାଶର ଗୀତ ଗାଉଛନ୍ତି। ତାଙ୍କ କହିବା ଅନୁଯାୟୀ, ପୃଥିବୀର ଅନ୍ୟସବୁ ଦେଶ ପର୍ଯ୍ୟାପ୍ତ ପରିମାଣର ଅଙ୍ଗାରକାମ୍ଳ ନିର୍ଗମନ (କାର୍ବନ ଇମିଶନ) କରୁଛନ୍ତି। ପୃଥିବୀର ବିକଶିତ ରାଷ୍ଟ୍ରଗୁଡ଼ିକ ନିଜର ଜଙ୍ଗଲ ଧ୍ୱଂସ କରିବା ସହିତ ପ୍ରତ୍ୟେକ ନାଗରିକର ଫୁଟ୍‌ପ୍ରିଣ୍ଟ ବୃଦ୍ଧି କରିବାରେ ଲାଗିଛନ୍ତି। ସେଭଳି ସ୍ଥଳେ ବାୟୁମଣ୍ଡଳକୁ ବଞ୍ଚାଇ ରଖିବା ପାଇଁ ଅନୁନ୍ନତ ଦେଶଗୁଡ଼ିକ ଉପରେ ଚାପ ପକାଇବା ଅନେକ ଦୃଷ୍ଟିରୁ ସ୍ପୃହଣୀୟ ନୁହେଁ। ଏକବିଂଶ ଶତାବ୍ଦୀରେ ସବୁ ମଣିଷଙ୍କ ଚାହିଦା ବୃଦ୍ଧି ପାଉଛି। ସେହି ବିପୁଳ ଲୋଭଠାରୁ ଅଳ୍ପ କେତେକ ଦେଶ ଦୂରେଇ ରହନ୍ତୁ ବୋଲି ଆଶା ରଖୁଥିବା ଲୋଭୀମାନେ ସମସ୍ତଙ୍କର କ୍ଷତି କରି ଚାଲିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନରେ ବାବୁ

ପ୍ରତି ଥର ନିର୍ବାଚନ ରଣାଙ୍ଗନରେ ହାକିମ ବାବୁମାନଙ୍କ ଗହଳି ଦେଖାଯାଏ। ରାଜନୀତିରେ ଲୋକମାନଙ୍କ ସହିତ ମିଶିବା ସହ ସାଧାରଣ ଜନତାଙ୍କୁ ପରଖି ସେମାନଙ୍କ ସେବା କରିବାର...

ଭୋଟଦାନ ପ୍ରତି ଅନାଗ୍ରହ

ସାଧାରଣତଃ ପ୍ରତି ପାଞ୍ଚବର୍ଷରେ ଥରେ ଭୋଟଦାନ ଭାରତୀୟ ସମ୍ବିଧାନ ଅନୁଯାୟୀ ସ୍ଥିରୀକୃତ ହୋଇଛି। ବେଳେବେଳେ ବିଭିନ୍ନ କାରଣରୁ ଏହି ସମୟସୀମା ହ୍ରାସ ପାଇଥାଏ। ବିରୋଧୀ ଦଳ...

ପାଶ୍ଚାତ୍ୟର ଅଧୋଗତି

ୟୁକ୍ରେନ୍‌ ଉପରେ ରୁଷିଆର ଆକ୍ରମଣକୁ ୨ବର୍ଷରୁ ଅଧିକ ସମୟ ହୋଇଗଲାଣି। ଏହି ଆକ୍ରମଣ ଆରମ୍ଭହେବା ପରଠାରୁ ପାଶ୍ଚାତ୍ୟ ଯୁଦ୍ଧ ସ୍ଥିତିରେ ନିଜର କୌଣସି କ୍ଷତି ନ...

ଏଇ ଭାରତରେ

ହାଇଦ୍ରାବାଦର ଶ୍ରୀନିବାସ ରାଓ ମାଧବରାମ ପେସାରେ ଜଣେ ଡାକ୍ତର । କିନ୍ତୁ ତାଙ୍କ ନିଶା ହେଉଛି ଡ୍ରାଗନ ଚାଷ। ତେଲଙ୍ଗାନାର ସାଙ୍ଗାରେଡିରେ ଥିବା ତାଙ୍କର ୪୭...

ଏଇ ଭାରତରେ

ମାନଗଙ୍ଗା ନଦୀକୁ ପୁନରୁଦ୍ଧାର କରି ନୂଆ ଜୀବନ ଦେଇଛନ୍ତି ମହାରାଷ୍ଟ୍ର ସୋଲାପୁର ଜିଲାର ଭଜିନାଥ ଘୋଙ୍ଗାଡେ । ଏକ ଦଶନ୍ଧି ମଧ୍ୟରେ ଲୋକମାନଙ୍କୁ ଏକାଠି କରି...

ନିର୍ବାଚନ, ନେତା ଓ ଭୋଟର

ବିଚିତ୍ର ବିଶ୍ୱାଳ     ନିର୍ବାଚନର ଉଷ୍ମତା ସମଗ୍ର ଦେଶ ସମେତ ଆମ ରାଜ୍ୟ ରାଜନୀତିରେ ଅନୁଭବ ହେଉଛି। ସାରା ଦେଶ ଗଣତନ୍ତ୍ରର ମହାପର୍ବ ପାଇଁ...

ଫ୍ୟାଟ୍‌ରୁ ଫିଟ୍‌

ଡା. ଜ୍ୟୋତିରଞ୍ଜନ ଚମ୍ପତିରାୟ   ପିଲାଙ୍କର ମେଦବହୁଳତା ସାଧାରଣତଃ ଦୁଇ ପ୍ରକାରର। ପ୍ରଥମତଃ ଜନ୍ମଜାତ ବା ଆନୁବଂଶିକ, ଦ୍ୱିତୀୟତଃ ଜୀବନଶୈଳୀ ଆଧାରିତ। ଜନ୍ମଜାତ ମେଦବହୁଳତାର କାରଣ...

ଏଆଇର ଭବିଷ୍ୟତ

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଭଲ ଚାକିରି ପ୍ରତି ବିପଦ ସୃଷ୍ଟି କରିଛି, ଯାହା ଏକ ନୂଆ ସମସ୍ୟା ପରି ମନେହୁଏ। ବ୍ରିଟିଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri