ସମୁଦ୍ରରେ ଡଙ୍ଗା ବୁଡ଼ି ଜଣେ ମତ୍ସ୍ୟଜୀବୀ ନିଖୋଜ, ୩ ଉଦ୍ଧାର

ରୂପ୍‌ସା/ବସ୍ତା,୨୫।୭(ଡି.ଏନ.ଏ./ସ୍ବ.ପ୍ର.)- – ବାଲେଶ୍ୱର ଜିଲା ସଦର ବ୍ଲକ ଅନ୍ତର୍ଗତ ବାହାବଳପୁର ନିକଟ ସମୁଦ୍ରରେ ବୁଧବାର ଏକ ଦେଶୀଡଙ୍ଗା ବୁଡ଼ି ଯିବାରୁ ଜଣେ ମତ୍ସ୍ୟଜୀବୀ ନିଖୋଜ ଥିବା ଜଣାପଡ଼ିଛି। ଅନ୍ୟ ୩ ଜଣ ମତ୍ସ୍ୟଜୀବୀଙ୍କୁ ଉଦ୍ଧାର କରାଯାଇଛି। ଏକ ଦେଶୀ ଡଙ୍ଗାରେ ମାଛ ଧରିବା ପାଇଁ ୪ଜଣ ମତ୍ସ୍ୟଜୀବୀ ସମୁଦ୍ର ଭିତରକୁ ଯାଇଥିଲେ। ଲହଢି ମାଡରେ ଭାରସାମ୍ୟ ହରାଇ ଡଙ୍ଗାଟି ସମୁଦ୍ରରେ ଓଲଟି ପଡି ବୁଡି ଯାଇଥିଲା। ୪ ଜଣ ମତ୍ସ୍ୟଜୀବୀ ପହଁରି ପହଁରି ଜୀବନ ବଞ୍ଚାଇବାକୁ ଚେଷ୍ଟା କରିଥିଲେ। ଖବର ପାଇ ସାମୁଦ୍ରିକ ଥାନା ପୋଲିସ ସଙ୍ଗେ ସଙ୍ଗେ ସ୍ପିଡ୍‌ବୋଟ୍‌ ଯୋଗେ ୩ ଜଣଙ୍କୁ ଉଦ୍ଧାର କରିବାରେ ସମର୍ଥ ହୋଇଥିଲା। ତେବେ କଷାଫଳ ଗ୍ରାମର ପଞ୍ଚାନନ ଦଳେଇଙ୍କର କୌଣସି ସନ୍ଧାନ ମିଳି ନ ଥିବା ଆଇଆଇସି ରୋଜାଲିନ ବେହେରା ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଘରୁ ବଡ଼ ଧରଣର ଲୁଟ୍, ଶୋଇଥିବା ବେଳେ ଲୁଟିନେଲେ ୨୦ଲକ୍ଷ….

ଖଇରା,୨୩।୭(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ଥାନା ଅନ୍ତର୍ଗତ କୁରୁଣ୍ଟା ପଞ୍ଚାୟତ ଅଧୀନ ବାରିଙ୍ଗିଆ ଗ୍ରାମରେ ବଡ଼ ଧରଣର ଲୁଟ ହୋଇଥିବା ନେଇ ଅଭିଯୋଗ ହୋଇଛି ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri