Posted inଫୁରସତ

ସମୁଦ୍ରରେ ଗାଁ : ୧୩ଶହ ବର୍ଷ ହେଲା ଭୂପୃଷ୍ଠରେ ପାଦ ରଖିନାହାନ୍ତି ଏଠାକାର ଲୋକେ

ସାଧାରଣତଃ ଭୂପୃଷ୍ଠରେ ଲୋକମାନେ ଘର କରି ବସବାସ କରିଥା’ନ୍ତି। ହେଲେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ, ଦୁନିଆରେ ଏଭଳି ବି ଜନଜାତି ଅଛନ୍ତି, ଯେଉଁମାନେ ୧୩ଶହ ବର୍ଷରୁ ଊର୍ଦ୍ଧ୍ୱ ହେବ ଭୂପୃଷ୍ଠରେ ପାଦ ରଖିନାହାନ୍ତି। ତେବେ ଏହା ପଛରେ ଏକ ବଡ଼ ଧରଣର କାରଣ ନିହିତ ଅଛି। ଚାଇନାରେ ବସବାସ କରୁଥିବା ଏହି ଜନଜାତି ସମ୍ପ୍ରଦାୟର ନାଁ ହେଉଛି ଟାଙ୍କା। ସେଠାକାର ଲୋକେ ଭୂପୃଷ୍ଠରେ ନୁହେଁ, ବରଂ ସମୁଦ୍ରରେ ରହିବା ପାଇଁ ବେଶ୍‌ ପସନ୍ଦ କରନ୍ତି। ପାଣି ହିଁ ତାଙ୍କ ସଂସାର। ଟାଙ୍କା ଜନଜାତିର ପ୍ରାୟ ୭ହଜାର ଲୋକ ସମୁଦ୍ରରେ ଭାସୁଥିବାର ଏକ ଗାଁ ତିଆରି କରିିଛନ୍ତି। ଚାଇନାର ଦକ୍ଷିଣ-ପୂର୍ବାଞ୍ଚଳରେ ପ୍ରାୟ ୭ହଜାର ମତ୍ସ୍ୟଜୀବୀଙ୍କ ପରିବାର ନିଜ ପରମ୍ପରାଗତ ଡଙ୍ଗାରେ ଘର କରି ରହୁଥିବା ବେଳେ ଏହି ଘରସବୁ ସମୁଦ୍ରରେ ଭାସୁଥିବା ଦେଖାଯାଏ। ସେଠାରେ ଏହି ବିଚିତ୍ର ଘରଗୁଡ଼ିକର ଏକ ବସ୍ତି ସୃଷ୍ଟି ହୋଇଯାଇଛି। ମତ୍ସ୍ୟଜୀବୀଙ୍କ ଏହି ବସ୍ତି ଫୁଜିଆନ ରାଜ୍ୟର ଦକ୍ଷିଣ-ପୂର୍ବର ନିନ୍‌ଗଡେ ସହର ନିକଟରେ ଥିବା ସମୁଦ୍ରରେ ଦେଖାଯାଏ। ଏଭଳି ଘରଗୁଡ଼ିକୁ ‘ଜିପସିଜ୍‌ ଅଫ୍‌ ଦ ସି’ କୁହାଯାଏ। ସୂଚନାଯୋଗ୍ୟ, ୭ଶହ ଶତାବ୍ଦୀ ତଳେ ଚାଇନାରେ ତାଙ୍ଗ ରାଜବଂଶର ଶାସନ ଚାଲିଥିଲା। ସେହି ସମୟରେ ଟାଙ୍କା ସମ୍ପ୍ରଦାୟର ଲୋକେ ଯୁଦ୍ଧରୁ ରକ୍ଷା ପାଇବା ପାଇଁ ସମୁଦ୍ରରେ ନିଜ ଡଙ୍ଗାରେ ରହୁଥିଲେ। ବୋଧହୁଏ ଏମାନେ କ୍ୱଚିତ୍‌ ଭୂପୃଷ୍ଠରେ ପାଦ ରଖୁଥିବା ବେଳେ ସେହି ଦିନଠାରୁ ସେମାନଙ୍କୁ ‘ଜିପସିଜ୍‌ ଅଫ୍‌ ଦ ସି’ ବୋଲି କୁହାଯାଏ।

 


Enter your email to get our daily news in your inbox.

All Right Reserved By Dharitri.Com

୪ ବିଧାୟକଙ୍କ କଟିଲା ଟିକେଟ୍‌: ୬ରୁ ୫ ନୂଆମୁହଁ

ଭୁବନେଶ୍ୱର,୨୨।୪: ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ କରିଛି। ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଘୋଷଣା ହୋଇଥିବା...

ଶିବେଇ ସାମନ୍ତରାଙ୍କ ଚତୁରତା ଲୋକମୁଖରେ ଭିନ୍ନ ରୂପ ନେଲା

ଚୁମ୍ବକଶିଳା ବସାଯିବା ପରେ ତିନିଥର ବିଫଳ ହୋଇଥିବା କାର୍ଯ୍ୟ ସଫଳ ହୋଇଥିଲା। ସହସ୍ର ମଲ୍ଲ ସେଇ ଖୁସିରେ ପୁରସ୍କାର ଘୋଷଣା କରିଥିଲେ। ଧର୍ମପଦ ମନ୍ଦିର ଶିଖରରୁ...

ଜାଣନ୍ତୁ ବିଶ୍ୱ ପୁସ୍ତକ, କପିରାଇଟ୍‌ ଦିବସର ଇତିହାସ…

ପ୍ରତିବର୍ଷ ଏପ୍ରିଲ ୨୩ରେ ବିଶ୍ୱ ପୁସ୍ତକ ଏବଂ କପିରାଇଟ୍‌ ଦିବସ ପାଳନ କରାଯାଇଥାଏ। ସମୟ ବଦଳିବା ସହିତ କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍‌ ବର୍ତ୍ତମାନ ପୁସ୍ତକ ବି...

୨୪ ଘଣ୍ଟାରେ ୨୬୦୦୦ ବସ୍‌ ଉଠ୍‌ ହୋଇ ଗିନିଜ ଓ୍ବାର୍ଲଡ ରେକର୍ଡ

ପିଲାଦିନେ ସ୍କୁଲରେ ପାଠ ପଢି ନ ଥିଲେ ଦଣ୍ଡ ଆକାରରେ ସାର୍‌ କହୁଥିଲେ ବସ୍‌ ଉଠ୍‌ ହେବା ପାଇଁ। ୩୦ ଥର ବସ୍‌ ଉଠ୍‌ ହେଲା...

ଉଛୁଳା ଭକ୍ତିର ଅନ୍ତରାଳେ….

ମା’ଛେଉଣ୍ଡ ମାଧବ ବାବୁ ଭଦ୍ରଲୋକରେ ଗଣାହେଲେ, ଯେବେଠୁଁ କଷ୍ଟକରି ଉଚ୍ଚଶିକ୍ଷା ଲାଭ କଲା ପରେ ଉଚ୍ଚ ପଦବୀଯୁକ୍ତ ଚାକିରି ପାଇଲେ। ତାଙ୍କର ସବୁଗୁଣ ଭଲ l...

ନିମାପଡ଼ାର ‘ମାଇପି ମେଳା’

ଗୁହାରିଆ ପଡ଼ିଲେ ମାନସିକ ପୂରଣ ହୋଇଥାଏ l ଅନ୍ଧବିଶ୍ୱାସ ହେଉ କି ବିଶ୍ୱାସ, ଏଭଳି ଏକ ପ୍ରଥା କିନ୍ତୁ ପ୍ରଚଳିତ ହୋଇଆସୁଅଛି କାହିଁ କେବେଠୁ। ପୁରାଣ...

ପ୍ରଥମ ରୋଜଗାର ବୋଉକୁ ଦେଇଥିଲି: ଲଳିତ କୁମାର

ମୋର ଜନ୍ମ ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ଅନ୍ତର୍ଗତ ନନ୍ଦଳା ଗ୍ରାମରେ। ମାତା ପାର୍ବତୀ ସ୍ବାଇଁ ଓ ପିତା ଭିକାରୀ ସ୍ବାଇଁଙ୍କର ତିନିପୁଅଙ୍କ ଭିତରେ ମୁଁ...

‘ଆଉ ଥରେ ଜନ୍ମ ହେଲେ କବିଟିଏ ହୋଇ ଜନ୍ମ ହେବି’

ଏକାଧାରରେ ସେ ଜଣେ କବି, ଗାଳ୍ପିକ ଓ ନାଟ୍ୟକାର। ଦୀର୍ଘ ୪ଦଶନ୍ଧି ଧରି ତାଙ୍କ ଲେଖନୀ ମୁନରେ ଫୁଟେଇଛନ୍ତି ଏକାଧିକ ଗଳ୍ପ, କବିତା ଓ ନାଟକ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri