ସମର୍ଥନ ଜୁଟାଇବାରେ ପାକ୍‌ ବିଫଳ

ଜାତିସଂଘ,୧୫।୯: କଶ୍ମୀର ପ୍ରସଙ୍ଗରେ ଅନ୍ତର୍ଜାତୀୟ ହସ୍ତକ୍ଷେପ ପାଇଁ ଜୋରଦାର ଉଦ୍ୟମ ଚଳାଇଥିବା ପାକିସ୍ତାନ ଗୋଟିଏ ପରେ ଗୋଟିଏ ଫୋରମରେ ବିଫଳ ହେବାରେ ଲାଗିଛି। ଏହାକୁ ନେଇ ଭାରତ ଇସ୍‌ଲାମାବାଦକୁ ତୀବ୍ର ସମାଲୋଚନା କରିଛି। ଜାତିସଂଘ ସୁରକ୍ଷା ପରିଷଦ ଓ ମାନବାଧିକାର ପରିଷଦରେ ବିଫଳ ହେବା ପରେ ପାକିସ୍ତାନ କଶ୍ମୀର ପ୍ରସଙ୍ଗକୁ ଜାତିସଂଘ ସାଧାରଣ ପରିଷଦରେ ଉଠାଇବା ପାଇଁ ଉଦ୍ୟମ କରୁଛି। ଆତଙ୍କବାଦର କେନ୍ଦ୍ର ସାଜିଥିବା ପାକିସ୍ତାନ ଭିତ୍ତିହୀନ ଓ ଛଳନାପୂର୍ଣ୍ଣ ବିବରଣୀର ପ୍ରସାର ପାଇଁ ଜାତିସଂଘ ଫୋରମ୍‌ର ଅପବ୍ୟବହାର କରୁଥିବା ଭାରତ ଅଭିଯୋଗ କରିଛି।
ଜାତିସଂଘରେ ପାକିସ୍ତାନ ପ୍ରତିନିଧି ମଲିହା ଲୋଧି ଶୁକ୍ରବାର ସାଧାରଣ ପରିଷଦ ଅଧିବେଶନରେ କଶ୍ମୀର ପ୍ରସଙ୍ଗ ଉଠାଇଥିଲେ। ଜମ୍ମୁ-କଶ୍ମୀରକୁ ସ୍ବତନ୍ତ୍ର ମାନ୍ୟତା ପ୍ରଦାନକାରୀ ସମ୍ବିଧାନର ଅନୁଚ୍ଛେଦ ୩୭୦କୁ ଭାରତ ସରକାର ଅଗଷ୍ଟ ୫ରେ ଉଚ୍ଛେଦ କରିବା ଫଳରେ ସେଠାରେ ଉତ୍ତେଜନା ପ୍ରକାଶ ପାଇଛି। ଭାରତର ଏହି କାର୍ଯ୍ୟ ଜାତିସଂଘ ସୁରକ୍ଷା ପରିଷଦ ଏକାଧିକ ସଂକଳ୍ପର ଖୋଲା ଉଲ୍ଲଂଘନ ବୋଲି ଲୋଧି କହିଥିଲେ। ଉପତ୍ୟକାରୁ ତୁରନ୍ତ କଟକଣା ହଟାଇବା ସହ ଯୋଗାଯୋଗ ବ୍ୟବସ୍ଥା ପୁନଃସଂସ୍ଥାପିତ କରିବା ଓ ଗୃହବନ୍ଦୀ ଥିବା ନେତାମାନଙ୍କୁ ମୁକ୍ତ କରିବା ପାଇଁ ଜାତିସଂଘ ସୁରକ୍ଷା ପରିଷଦ ଭାରତ ଉପରେ ଚାପ ପକାଉ ବୋଲି ସେ ଦାବି କରିଥିଲେ। ଅନ୍ୟପକ୍ଷରେ ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟ ସନ୍ଦୀପ୍‌ କୁମାର ବାୟାପୁ ପାକିସ୍ତାନକୁ କଡ଼ା ସମାଲୋଚନା କରିଥିଲେ। ଇସ୍‌ଲାମାବାଦ ଭାରତ ବିରୋଧରେ ମିଥ୍ୟା ଓ ଭିତ୍ତିହୀନ ପ୍ରଚାର ଚଳାଇଥିବା ସେ କହିଥିଲେ। ପାକିସ୍ତାନ ଆତଙ୍କବାଦର କେନ୍ଦ୍ର ଏହା ପ୍ରକୃତ ସତ୍ୟ ଯାହା ସାରା ବିଶ୍ୱ ଜାଣେ। ସେମାନଙ୍କ ଭିତ୍ତିହୀନ ଭାଷଣ ଉପରେ କୌଣସି ମନ୍ତବ୍ୟ ଦେଇ ତାହାର ମର୍ଯ୍ୟାଦା ବଢ଼ାଇବାକୁ ଚାହୁଁନୁ ବୋଲି ସନ୍ଦୀପ୍‌ କହିଥିଲେ।
ଜମ୍ମୁ-କଶ୍ମୀରର ଅତ୍ୟାଚାରିତ ଜନସାଧାରଣଙ୍କ ପାଇଁ ଆଗାମୀ ଜାତିସଂଘ ସାଧାରଣ ପରିଷଦ ସମେତ ସମସ୍ତ ଅନ୍ତର୍ଜାତୀୟ ଫୋରମରେ ଲଢ଼େଇ କରିବେ ବୋଲି ପାକ୍‌ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ଶୁକ୍ରବାର ପ୍ରତିଜ୍ଞା କରିଥିଲେ। ଏଥିସହିତ ସେ ଆକ୍ରମଣ ଧମକ ମଧ୍ୟ ଦେଇଥିଲେ। ଆସନ୍ତା ସପ୍ତାହରେ ଜାତିସଂଘ ସାଧାରଣ ପରିଷଦର ୭୪ତମ ଅଧିବେଶନ ଅନୁଷ୍ଠିତ ହେବାକୁ ଯାଉଛି। ପୂର୍ବରୁ ଜାତିସଂଘ ସୁରକ୍ଷା ପରିଷଦରେ ସମର୍ଥନ ହାସଲ କରିବାରେ ପାକ୍‌ ବିଫଳ ହୋଇଥିଲା। ଏପରିକି ପାକିସ୍ତାନର ସବୁଦିନିଆ ବନ୍ଧୁ ଚାଇନା ମଧ୍ୟ କଶ୍ମୀରକୁ ଦ୍ୱିପାକ୍ଷିକ ପ୍ରସଙ୍ଗ କହିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବୁଧଙ୍କ ଓଲଟା ଚାଲି: ଅକ୍ଟୋବରରେ ଏହି ୩ ରାଶିଙ୍କ ବଢ଼ିବ ଟେନସନ, ପାଖରୁ ପଳେଇବ ସବୁ ଟଙ୍କା!

ବୁଧଙ୍କ ରାଶି ପରିବର୍ତ୍ତନ ସହିତ ତାଙ୍କର ମାର୍ଗୀ ଏବଂ ବକ୍ରୀ ହେବା ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିକୋଣରୁ ବିଶେଷ ମହତ୍ତ୍ୱ ବହନ କରେ। ଜ୍ୟୋତିଷୀୟ ମାନ୍ୟତା ଅନୁଯାୟୀ, ବୁଧଙ୍କ…

କ୍ରେନ ତଳେ ଚାପି ହୋଇ ଗଞ୍ଜାମର ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ

ଗଞ୍ଜାମ,୨୯।୯(ଅନାଥ ତରାଇ): ପେଟ ପାଇଁ ଆନ୍ଧ୍ରପ୍ରଦେଶର ତିରୁପତି ଯାଇଥିବା ଗଞ୍ଜାମ ଜିଲାର ଜଣେ ପ୍ରବାସୀ ଶ୍ରମିକଙ୍କର ଏକ ଅଭାବନୀୟ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ଗଞ୍ଜାମ ବ୍ଲକ ପାଳିବନ୍ଧ…

ହଜିଗଲା ମାନବିକତା: ଗଞ୍ଜାମରେ ଘଣ୍ଟା ଘଣ୍ଟା ଧରି ପଡ଼ିରହିଲା ନିରାଶ୍ରୟା ବୃଦ୍ଧାଙ୍କ ମୃତଦେହ

ଗଞ୍ଜାମ,୨୯।୯(ଅନାଥ ତରାଇ ): ଗଞ୍ଜାମ ସହରରୁ ଆସିଥିବା ଏକ ହୃଦୟବିଦାରକ ଦୃଶ୍ୟ ଆଜି ସମାଜର ମୁଖା ଖୋଲିଦେଇଛି। ବଜାରର ଭିଡ଼ ମଝିରେ ଘଣ୍ଟା ଘଣ୍ଟା ଧରି ପଡ଼ିରହିଥିଲା…

ମୋହନାରୁ ବ୍ରହ୍ମପୁର ଚୋରା ଚାଲାଣ ବେଳେ ଧରାପଡ଼ିଲେ ୨ ଗଞ୍ଜେଇ ବେପାରୀ: ୨୩ କେଜି ଗଞ୍ଜେଇ ସହ…

ଦିଗପହଣ୍ଡି ,୨୯।୯ ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ପୋଲିସ ଟିମ୍ ମଙ୍ଗଳବାର ଅପରାହ୍ନରେ ଗଞ୍ଜେଇ ଚୋରା ଚାଲାଣ ପଣ୍ଡ କରିବା ସହ ଏକ ଗଞ୍ଜେଇ…

ଦିଗପହଣ୍ଡି ବିଧାୟକ ସିଦ୍ଧାନ୍ତ ମହାପାତ୍ରଙ୍କ ବିରୋଧରେ ମହାମେଳି: ଅସନ୍ତୋଷ ଝାଡ଼ିଲେ ବରିଷ୍ଠ ନେତା, ପଞ୍ଚାୟତ ନିର୍ବାଚନ ପୂର୍ବରୁ…

ଦିଗପହଣ୍ଡି,୨୯।୯ ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀର ବରିଷ୍ଠ ଭାଜପା କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ବିଧାୟକ ଡ. ସିଦ୍ଧାନ୍ତ ମହାପାତ୍ର ବରିଷ୍ଠ…

ରାଜନଗରରେ ସୁଜାତାଙ୍କ ସନ୍ଦେହଜନକ ମୃତ୍ୟୁ: ଶାଶୂଘର ଲୋକଙ୍କ ବିରୋଧରେ ହତ୍ୟା ଅଭିଯୋଗ, ସ୍ୱାମୀଙ୍କୁ ଅଟକ ରଖିଲା…

ରାଜନଗର,୨୯।୯(ଭାସ୍କର ରାଉତରାୟ): ରାଜନଗର ଥାନା ଅନ୍ତର୍ଗତ ସାନବଡ଼ ଗୋପାଳପୁର ପଞ୍ଚାୟତ ଗୋସିଗାଁର ଇନ୍ଦ୍ରମଣି ରାଉତଙ୍କ ବୋହୂ ସୁଜାତା ପ୍ରଧାନଙ୍କର ସନ୍ଦେହଜନକ ମୃତ୍ୟୁ ଘଟିଛି। ଏହି ଘଟଣାରେ ଶାଶୂଘର…

୫ ରାଶି ଉପରେ କୃପା କରିବେ ଶନି; ଟଙ୍କାରେ ପୁରିଯିବ ଘର, କ୍ୟାରିୟରରେ ମିଳିବ ବଡ଼ ସଫଳତା

ଜ୍ୟୋତିଷ ଶାସ୍ତ୍ରରେ ଶନିଙ୍କୁ କର୍ମଫଳଦାତା ଏବଂ ନ୍ୟାୟର କାରକ ଗ୍ରହ ବୋଲି ବିବେଚନା କରାଯାଏ। ଶନି ପ୍ରତ୍ୟେକ ବ୍ୟକ୍ତିଙ୍କୁ ତାଙ୍କ କର୍ମ ଅନୁସାରେ ଶୁଭ ତଥା ଅଶୁଭ…

ଛାଡ଼ିଲା ବନ୍ୟା, ବଢ଼ିଲା ଚାଷୀଙ୍କ ଦୁର୍ଦ୍ଦଶା

ଭବାନୀପାଟଣା,୨୯ା୯(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାରେ ଗତ ସପ୍ତାହରେ ହାତୀ ଓ ତେଲ ନଦୀରେ ବନ୍ୟା ଆସିବାରୁ ନଦୀ କୂଳରେ ଥିବା ଶତାଧିକ ଏକର ଧାନଚାଷ ନଷ୍ଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?