ସବୁ ଜାଣି ନୀରବ ଦ୍ରଷ୍ଟା ସାଜିଛି ପ୍ରଶାସନ

ରସୁଲପୁର,୩୦-୧୦(ଡି.ଏନ୍‌.ଏ.)- ବିଭିନ୍ନ କ୍ଷେତ୍ରରେ ପ୍ରଶାସନିକ ଅଧିକାରୀଙ୍କ ଟାଳଟୁଳ ନୀତି ଯୋଗୁ ଦିନକୁ ଦିନ କଳାବଜାରୀଙ୍କ ସାମ୍ରାଜ୍ୟ ବଢିବାରେ ଲାଗିଛି। ଯାହାକି ପ୍ରତ୍ୟେକ୍ଷ ଭାବେ ରାଜ୍ୟ ରାଜକୋଷକୁ ପ୍ରଭାବିତ କରୁଛି। ଏପରି କି ଦିନକୁ ଦିନ ବେଆଇନ କାରବାର ବଢୁଉଛି। ଯାଜପୁର ଜିଲା ରସୁଲପୁର ବ୍ଲକ ଅନ୍ତର୍ଗତ ମୁଖ୍ୟ ବ୍ୟବସାୟିକ ପେଣ୍ଠସ୍ଥଳି କୁଆଖିଆ ବଜାରରୁ ଯାତ୍ରୀବାହୀ ବସ୍‌ ଯୋଗେ ବେଆଇନ ମାଲ୍‌ ପରିବହନ ଏହାର ଏକ ମାତ୍ର ଉଦାହରଣ ଭାବରେ ନିଆଯାଇ ପାରେ। ଏହି ବଜାରର ଅଘୋଷିତ ବସ୍‌ ରହଣୀ ସ୍ଥାନରୁ ଦୈନିକ ଟନ୍‌ ଟନ୍‌ ସାମଗ୍ରୀ ବାହାର ରାଜ୍ୟକୁ ବେଆଇନ ପରିବହନ ହେଉଛି। ଟିକସ ଫାଙ୍କିବା ଆଳରେ ବ୍ୟବସାୟୀମାନେ ଏଭଳି କରୁଛନ୍ତି। ଫଳରେ ଏବାବଦରେ ଲକ୍ଷ ଲକ୍ଷ ଟଙ୍କା ରାଜସ୍ବହାନୀ ହେଉଛି ା ଏସବୁକୁ ପ୍ରଶାସନ ଜାଣି ନୀରବ ରହିବା ଘଟଣା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି।
ଅନୁସନ୍ଧାନରୁ ଜାଣିବାକୁ ମିଳିଛି ଯେ, ଯାଜପୁର ଜିଲାରୁ କଲିକତା, ଟାଟା, ରାଞ୍ଚତ୍, ଝାଡ଼ଖଣ୍ଡ, ବିହାର ଆଦି ସ୍ଥାନକୁ ବ୍ୟାପକ ବେଆଇନ ମାଲ୍‌ ପରିବହନ ହେଉଛି। ଆଉ କୁଆଖିଆ ବଜାରକୁ ମାଲ୍‌ ପରିବହନର ମୁଖ ଦ୍ୱାର ବୋଲି କୁହାଯାଉଛି ା ଏହି ବଜାରରୁ ବରୀ, ଯାଜପୁର, ଧର୍ମଶାଳା, ରସୁଲପୁର, ସୁକିନ୍ଦା, ଦାନଗଦୀ ଆଦି ବ୍ଲକ ଅଞ୍ଚଳର ବ୍ୟବସାୟୀମାନେ ମାଲ୍‌ ପରିବହନ ପାଇଁ ଯାତ୍ରୀବାହୀ ବସ୍‌କୁ ମାଧ୍ୟମ ସଜାଉଛନ୍ତି ା ଏହି ସବୁ ଅଞ୍ଚଳକୁ ଯାତାୟତ କରୁଥିବା ବସ୍‌ଗୁଡିକୁ ଦେଖିଲେ ମାଲ ପରିବହନ ଗାଡ଼ି ଭଳି ମନେ ହେଉଛି ା ବସ୍‌ରେ ଯାତ୍ରୀଙ୍କ ଲଗେଜ ବ୍ୟତିତ୍‌ ଅନ୍ୟମାଲ ପରିବହନ ପାଇଁ ଅନୁମତି ନ ଥିବା ବେଳେ ବସ୍‌ କର୍ମଚାରୀ ଓ ମାଲିକମାନେ ଅର୍ଥ ରୋଜଗାର ଲୋଭରେ ଏଭଳି କରୁଛନ୍ତି। ଯାହାକି ଯାତ୍ରୀମାନଙ୍କ ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି। ବିଶେଷକରି ବାଦାମ ବ୍ୟବସାୟୀମାନେ ବସ୍‌ ମାଧ୍ୟମରେ ମାଲ ପରିବହନ ଅଧିକ କରୁଥିବା ଦେଖିବାକୁ ମିଳୁଛି। ବ୍ୟବସାୟୀମାନେ ଦୈନିକ ଶହଶହ ଟନ୍‌ ବାଦାମ ମଞ୍ଜି ବସ୍‌ ଉପରେ ଲଦି କଲିକତା, ଟାଟା ଓ ରାଞ୍ଚତ୍ ଆଦି ଅଞ୍ଚଳକୁ ପରିବହନ କରୁଛନ୍ତି। ଏହାଛଡ଼ା ବସ୍‌ ଉପରେ ବିରି, ମୁଗ, ତମ୍ବା, ପିତଳ, ରସ, ଆଲମୁନିୟମରେ ତିଆରି ବାସନକୁସନ, ପ୍ଲାଷ୍ଟିକ ଓ ଲୁହାଲତା ସାମଗ୍ରୀ, ପାଣି ମୋଟର, ପାଇପ୍‌, ଲୁଗାପଟା ଆଦି ସାମଗ୍ରୀ ପରିବହନ ହେଉଛି ା ଦୈନିକ ଶହ ଶହ ବ୍ୟବସାୟୀ ବସ୍‌ ଜରିଆରେ ଏହି ମାଲ୍‌ ସବୁ ପରିବହନ କରୁଛନ୍ତି । ଏଥିପାଇଁ ଗେଟ୍‌ରେ ସେମାନଙ୍କୁ ଟିକସ ଦେବାକୁ ପଡୁ ନାହିଁ। ଫଳରେ ସରକାରୀ ରାଜସ୍ବ ହାନୀ ହେଉଛି। ଉକ୍ତ ମାଲ୍‌ଗୁଡିକ ଅସଲି ବିଲ୍‌ରେ ଖରଦି କରାଯାଉ ନ ଥିବାରୁ ବ୍ୟବସାୟୀମାନେ ସ୍ବତନ୍ତ୍ର ଗାଡ଼ି ଜରିଆରେ ପରିବହନ କରିବାକୁ ଭୟ କରୁଛନ୍ତି। ଏହି ସବୁ ଅଞ୍ଚଳକୁ ଯାତାୟତ କରୁଥିବା ଯାତ୍ରୀବାହୀ ବସ୍‌ଗୁଡ଼ିକ ବେଆଇନ ମାଲ ପରିବହନର ଏକ ବଳିଷ୍ଠ ମାଧ୍ୟମ ସାଜିଛି ା ଏହି ବେଆଇନ କାର୍ଯ୍ୟ ପୁରା ଖୋଲା ମେଲାରେ ଚାଲୁଛି ା ଏହି ବଜାର ଉପରେ ପୋଲିସ ପ୍ରଶାସନ ପକ୍ଷରୁ ଦୈନିକ ପାଟ୍ରୋଲିଂ କରାଯାଉଛି। ପରିବହନ ଓ ମୋଟର ଯାନ ଯାଞ୍ଚ ବିଭାଗର ଅଧିକାରୀ, ବିକ୍ରି ଓ ଆୟକର ଅଧିକାରୀ ପ୍ରମୁଖ ଏହି ବାଟଦେଇ ଯାତାୟତ କରୁଛନ୍ତି। ଦୈନିକ ଏହିଭଳି ବଡ଼ ଧରଣର ବେଆଇନ କାର୍ଯ୍ୟ ସନ୍ଧ୍ୟାଠାରୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ଚାଲୁଥିଲେ ସୁଦ୍ଧା କେହି ବି ଏ ଦିଗରେ କୌଣସି ପଦକ୍ଷେପ ନେଉ ନାହାନ୍ତି । କାହିଁକି ଏଭଳି ବେଆଇନ ଚାଲାଣ ବିରୋଧରେ କୌଣସି ଅଧିକାରୀ ପଦକ୍ଷେପ ନେଉନାହାନ୍ତି, ତାକୁ ନେଇ ସାଧାରଣରେ ସନ୍ଦେହ ଉପୁଜୁଛି ା ଏହିଭଳି କାରବାର କେବେ ବନ୍ଦ ହେବ ଓ ବବସାୟୀଙ୍କ କଳା କାରବାର ଉପରେ କେବେ ରୋକ ଲାଗିବ ତାକୁ ନେଇ ଜନସାଧାରଣଙ୍କ ମନରେ ଉତ୍ସୁକତା ଲାଗିରହିଛି ା ଏନେଇ ସହକାରୀ ବାଣିଜ୍ୟ କର ଅଧିକାରୀ ପୂର୍ଣ୍ଣଚନ୍ଦ୍ର ଜେନାଙ୍କୁ ପଚାରିବାରେ ବେଆଇନ ଚାଲାଣ ରୋକିବାକୁ ଜିଲାରେ ଏକ ଏନ୍‌ଫୋର୍ସମେଣ୍ଟ ୟୁନିଟ କାର୍ଯ୍ୟ କରୁଛି। ଏସମ୍ପର୍କରେ ୟୁନିଟର ମୁଖ୍ୟ ମନ୍ମଥ ପ୍ରଧାନଙ୍କୁ ଜଣାଇବା ପରେ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜେନା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବରଗଡ଼ ଆସିବେ ଅମିତ୍ ଶାହା: ୨ଜି ଇଥାନଲ ପ୍ଲାଣ୍ଟର କରିବେ ଉଦଘାଟନ, ଗସ୍ତ ପୂର୍ବରୁ ପ୍ରଶାସନ ତତ୍ପର

ବରଗଡ଼,୩୦।୬(ପ୍ରେମାନନ୍ଦ ଖମାରୀ)- ସ୍ଵରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହା ଆସନ୍ତା ଜୁଲାଇ ମାସ ୪ତାରିଖ ବରଗଡ଼ ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି। ଏହି ଗସ୍ତରେ ଆସି ସେ ଭଟଲି…

ବିଦ୍ୟୁତ୍ ବିଭାଗର ଚରମ ଅବହେଳା ପ୍ରତିବାଦରେ ଉତ୍ତେଜନା: ସବଷ୍ଟେସନରେ ତାଲା ପକାଇ ଗ୍ରାମବାସୀଙ୍କ ଧାରଣା

ଦିଗପହଣ୍ଡି, ୩୦।୬(ଅଶେଷ ନାଥ ମିଶ୍ର): ବିଦ୍ୟୁତ୍ ବିଭାଗର ଚରମ ଅବହେଳାକୁ ନେଇ ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଆଡ଼ପଡା ଗ୍ରାମରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଗତ…

ଦିଗପହଣ୍ଡି ବିଧାୟକ ସିଦ୍ଧାନ୍ତଙ୍କ ଉଦ୍ୟମରେ ମେଗା ରକ୍ତଦାନ ଶିବିର: ୪୦ ୟୁନିଟ୍ ରକ୍ତ ସଂଗ୍ରହ

ଦିଗପହଣ୍ଡି, ୩୦।୬(ଅଶେଷ ନାଥ ମିଶ୍ର): ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଯୋଗୁ ବ୍ରହ୍ମପୁର ବଡ଼ ଡାକ୍ତରଖାନା ରକ୍ତ ଭଣ୍ଡାରରେ ଦେଖାଦେଇଥିବା ରକ୍ତ ଅଭାବକୁ ଦୂର କରିବା ପାଇଁ ଏକ…

ଥୁଆମୂଳ ରାମପୁରରେ ଦୁର୍ଘଟଣା: ଗୁରୁତରଙ୍କୁ ମିଳିଲାନି ଆମ୍ବୁଲାନ୍ସ, ବେସରକାରୀ ଗାଡ଼ିରେ ମେଡିକାଲ ସ୍ଥାନାନ୍ତର, ବଢ଼ିଲା ଅସନ୍ତୋଷ

ଥୁଆମୂଳ ରାମପୁର, ୩୦।୬ (ଦୁର୍ଗା କୀର୍ତ୍ତି): ଥୁଆମୂଳ ରାମପୁର ଥାନା ସଦର ସ୍ଥିତ ତାଳବନ୍ଧ ପଡ଼ା ଓ କାଲି ମନ୍ଦିର ପଡ଼ା ମଝିରେ ଥିବା ଦୁଇଟି ବନ୍ଧ…

ଅଧ୍ୟକ୍ଷା ସ୍ମିତାରାଣୀଙ୍କ ଅବସର ପରେ ସୁଶାନ୍ତ ନେଲେ ଅଧ୍ୟକ୍ଷ ଦାୟିତ୍ୱ

ଭଞ୍ଜନଗର,୩୦।୬(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ସାବିତ୍ରୀ ମହିଳା ମହାବିଦ୍ୟାଳୟ ଅଧ୍ୟକ୍ଷା ଡ. ସ୍ମିତାରାଣୀ ପଣ୍ଡା ମଙ୍ଗଳବାର ଚାକିରିରୁ ଅବସର ନେଇଛନ୍ତି। ଏହି ଅବସରରେ ନୂତନ ଭାରପ୍ରାପ୍ତ…

ବରଗଡ଼ କେନାଲରେ ଆସିବ ପାଣି, ଏହି ମୁହୂର୍ତ୍ତରେ ଖୋଲିବ ଗେଟ…

ବରଗଡ଼,୩୦।୬(ପ୍ରେମାନନ୍ଦ ଖମାରୀ): ବରଗଡ଼ ମୁଖ୍ୟ କେନାଲକୁ ଆସନ୍ତା ଜୁଲାଇ ମାସ ୨ତାରିଖ ସକାଳ ୯ଟାରୁ ପାଣି ଛଡାଯିବ । ଏହାକୁ ଦୃଷ୍ଟିରେ ରଖି ଏହି କେନାଲ ଉପରେ…

୨୩ OAS ଅଧିକାରୀଙ୍କୁ ରଥଯାତ୍ରା ଦାୟିତ୍ୱ

ଭୁବନେଶ୍ୱର,୩୦।୬: ଆଗକୁ ବିଶ୍ୱ ପ୍ରସିଦ୍ଧ ପୁରୀରଥଯାତ୍ରା। ରଥଯାତ୍ରା ସୁପରିଚାଳନା ପାଇଁ ୨୩ OAS ଅଫିସରଙ୍କୁ ଦାୟିତ୍ୱ ଦିଆଯାଇଛି। ଏନେଇ ସାଧାରଣ ପ୍ରଶାସନ ପକ୍ଷରୁ ମଙ୍ଗଳବାର ଏକ ବିଜ୍ଞପ୍ତି…

ଚୁକ୍ତିର ଅବଧି ସରିବା ୬ ଦିନ ପୂର୍ୱରୁ ଠିପିବନ୍ଦ ବିଦେଶୀ ମଦ ଦୋକାନ ବନ୍ଦ, ଅବକାରୀ ଅଧିକ୍ଷକ କହିଲେ ତଦନ୍ତ କରାଯିବ…

ଦାରିଙ୍ଗବାଡି, ୩୦ ।୬ (ଅରୁଣ ସାହୁ ): ସରକାରଙ୍କ ଠାରୁ ଅନୁମୋଦନ ପାଇ ସରକାରଙ୍କ ସହ ଚୁକ୍ତି କରି ଖୋଲାଯାଇଥିବା ଠିପିବନ୍ଦ ବିଦେଶୀ ମଦ ଦୋକାନର ଅବଧି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri