Posted inଫୁରସତ

ସନ୍ତାନ ପାଇଁ ନୁଡଲ୍ସରେ ଘର ତିଆରିକଲେ ବାପା

ଆମେ ସମସ୍ତେ ନୁଡଲ୍ସକୁ କେବଳ ଖାଦ୍ୟ ରୂପେ ବ୍ୟବହାର କରିଥାଉ। ମାତ୍ର ଚାଇନାର ଜଣେ ବ୍ୟକ୍ତି ଏହାର ବ୍ୟବହାର କରି କିଛି ଭିନ୍ନ ଦେଖାଇଛନ୍ତି। ଖୁବ୍‌ଶୀଘ୍ର ବାପା ହେବାକୁ ଯାଉଥିବା ଝାଙ୍ଗ ନାମକ ଜଣେ ବ୍ୟକ୍ତି ନୁଡଲ୍ସ ସାହାଯ୍ୟରେ ନିଜର ଆଗାମୀ ପିଲା ପାଇଁ ଏକ ଛୋଟ ଘର ତିଆରି କରିଛନ୍ତି। ଏହି ପ୍ଲେ ହାଉସ୍‌ ତିଆରି କରିବା ପରେ ଝାଙ୍ଗ ଏହାର ଫଟୋ ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ଏହାକୁ ନେଇ ଚର୍ଚ୍ଚା ମଧ୍ୟ ଜୋର୍‌ ଧରିଛି।
ଝାଙ୍ଗଙ୍କ କହିବା ଅନୁଯାୟୀ, ତାଙ୍କର ଜଣେ ବନ୍ଧୁ ନୁଡଲ୍ସ ହୋଲ୍‌ସେଲର। ଅବଧି ଶେଷ ହୋଇଯାଇଥିବା ବହୁ ନୁଡଲ୍ସ ତାଙ୍କ ପାଖରେ ଥିଲା। ଖରାପ ହୋଇଯାଇଥିବା ଏହି ନୁଡଲ୍ସକୁ ତାଙ୍କ ବନ୍ଧୁ ଫୋପାଡ଼ିବାକୁ ଚାହୁଁଥିଲେ। ମାତ୍ର ଝାଙ୍ଗ ତାହାକୁ ଫୋପାଡ଼ିବାକୁ ନ ଦେଇ ଘରକୁ ଆଣି ଏପରି ଆକୃତି ଦେଇଛନ୍ତି। ପ୍ରାୟ ୨ ହଜାର ନୁଡଲ୍ସ ପ୍ୟାକେଟ ସାହାଯ୍ୟରେ ସେ ଏହି ଘର ନିର୍ମାଣ କରିଛନ୍ତି। ଘରେ ଏକ ଖଟ ପଡ଼ିଛି। ଉକ୍ତ ଖଟରେ ଜଣେ ବୟସ୍କ ବ୍ୟକ୍ତି ମଧ୍ୟ ଶୋଇପାରିବେ। ଏହି ଘରେ ଝରକା ଥିବା ବେଳେ ଲାଇଟ୍‌ ମଧ୍ୟ ଲଗାଯାଇଛି।

ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଝାଙ୍ଗଙ୍କ ଏପରି କାମକୁ ନେଇ କେତେଜଣ ପ୍ରଶଂସା କରୁଥିବା ବେଳେ ଆଉ କେତେକେ ନାନା କଥା କହୁଛନ୍ତି। ତେବେ କେତେଜଣ ଲୋକଙ୍କ କହିବା କଥା ହେଲା, ଅବଧି ଶେଷ ହୋଇଥିବା ଏହି ନୁଡଲ୍ସକୁ ଛୋଟ ପିଲା ଭୁଲ୍‌ରେ ଖାଇଦେଲେ ବିଭିନ୍ନ ପ୍ରକାର ସମସ୍ୟା ହେବ। ଖରାପ ହୋଇଯାଇଥିବା ନୁଡଲ୍ସରୁ ବିଭିନ୍ନ ପ୍ରକାର ପୋକ ଏବଂ ରୋଗ ମଧ୍ୟ ଜାତ ହେବ। ତେଣୁ ଶିଶୁର ସ୍ବାସ୍ଥ୍ୟ ଦୃଷ୍ଟିରୁ ଏପରି ଘର ତିଆରି କରିବା ଠିକ୍‌ ନୁହେଁ।


Enter your email to get our daily news in your inbox.

All Right Reserved By Dharitri.Com

ଇଣ୍ଡିଆନ୍ ଆଇଡଲ୍ ସିଜନ୍-୧୬ର ବିଜେତା ହେଲେ ଓଡ଼ିଶାର ଜ୍ୟୋତିର୍ମୟୀ ନାୟକ

ମୁମ୍ବାଇ / ଭୁବନେଶ୍ୱର: ଦେଶର ଅନ୍ୟତମ ଲୋକପ୍ରିୟ ସଙ୍ଗୀତ ଭିତ୍ତିକ ରିଆଲିଟି ସୋ’ ‘ଇଣ୍ଡିଆନ୍ ଆଇଡଲ୍ ସିଜନ୍-୧୬’ (Indian Idol Season 16) ର ମୁକୁଟ ଜିତି…

ଭାରତୀୟ ମୁଦ୍ରା କଟକଣା କୋହଳ କଲା ନେପାଳ

ନୂଆଦିଲ୍ଲୀ, ୨୬।୭ : ଭାରତୀୟ ମୁଦ୍ରା ଉପରେ ଥିବା କଟକଣାକୁ କୋହଳ କରି ନେପାଳ ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛି । ବର୍ତ୍ତମାନ ଭାରତୀୟ ଏବଂ…

ଅଙ୍ଗନୱାଡି କେନ୍ଦ୍ରରେ ତାଲା, ସରକାରୀ ସୁବିଧାରୁ ବଞ୍ଚିତ ହେଲେ ଶିଶୁ

ବରଗଡ଼,୨୬।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ବ୍ଲକ ଅଧୀନ ହାଲୁପାଲି ପଞ୍ଚାୟତ ଅଧୀନ ନିଲଜି ଗ୍ରାମରେ ଭୋଟର ତାଲିକା ସଘନ ସଂଶୋଧନ ବେଳେ ଉପୁଜିଥିବା ଏକ କଥାକୁ…

ଅଧରପଣା ଲାଗି, ମହାପ୍ରଭୁ ଦଧିବାମନଙ୍କ ନୀଳାଦ୍ରି ବିଜେ

ବରଗଡ଼,୨୬।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ଶ୍ରୀ ଶ୍ରୀ ଦଧିବାମନ ପୀଠରେ ଶ୍ରୀଶ୍ରୀ ଦଧିବାମନ ମହାପ୍ରଭୁଙ୍କ ଅଧରପଣା ନୀତି ରବିବାର ଅନୁଷ୍ଠିତ ହୋଇଯାଇଛି । ପରମ୍ପରା ଆଧାରରେ…

ବରଗଡ଼ ଏମ୍‌ପି ରଖିଲେ ବଡ଼ ଦାବି: ‘ବହ୍ନିକନ୍ୟା ପାର୍ବତୀ ଗିରିଙ୍କୁ ଜାତୀୟ ସମ୍ମାନ ଦିଆଯାଉ’

ବରଗଡ,୨୬।୭(ପ୍ରେମାନନ୍ଦ ଖମାରୀ): ଓଡ଼ିଶାର ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ବୀରାଙ୍ଗନା ବହ୍ନିକନ୍ୟା ପାର୍ବତୀ ଗିରିଙ୍କୁ ଯଥୋଚିତ ଜାତୀୟ ସମ୍ମାନ ପ୍ରଦାନ ପାଇଁ ଲୋକ ସଭାରେ ବରଗଡ଼ ସାଂସଦ(ଏମ୍‌ପି) ପ୍ରଦୀପ…

ଦାଦନ ସାଜିଲା କାଳ: ବର୍ଷେ ବିତିବାକୁ ବସିଲା, ମିଳୁନି ନିଖୋଜ ଯୁବକଙ୍କ ସନ୍ଧାନ

ଥୁଆମୂଳ ରାମପୁର,୨୬।୭ (ଦୁର୍ଗା କୀର୍ତ୍ତି): ପେଟର ଭୋକ ଓ ପରିବାର ପ୍ରତିପୋଷଣ ପାଇଁ କେରଳକୁ ଦାଦନ ଖଟିବାକୁ ଯାଇଥିବା ଜଣେ ନିରୀହ ଯୁବକ ନିଖୋଜ ହେବାର ବର୍ଷେ…

ଗଞ୍ଜେଇ ପରିବହନ କରିବା ପାଇଁ ବସ୍‌କୁ କରିଥିଲେ ଅପେକ୍ଷା: ମାଡିବସିଲା ପୋଲିସ, ଜଣେ ଯୁବତୀଙ୍କ ସମେତ…

ମୋହନା, ୨୬।୭( ମନ୍ମଥ ମିଶ୍ର ) : ରବିବାର ମୋହନା ଥାନା ପୋଲିସ ସ୍ଥାନୀୟ ଅଞ୍ଚଳରେ ପାଟ୍ରୋଲିଂ କରୁଥିବାବେଳେ ରାଇସିଂ ଛକ ନିକଟରେ ଦୁଇଟି ବ୍ୟାଗରେ ବେଆଇନ…

ଦୀର୍ଘ ୯ ବର୍ଷ ପରେ ପୁଣି ଗ୍ରାମରେ ପହଞ୍ଚିଲା ଖୁସି, କନ୍ଧକୂଳ ସମାଜର ପାରମ୍ପରିକ ରୀତିନୀତିରେ ଫେରିଲେ ୩ ପରିବାର

କଲ୍ୟାଣସିଂହପୁର, ୨୬।୭(ଦୀପକ କୁମାର ପରିଡା ): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ସେରିଗୁମା ପଞ୍ଚାୟତର କଣାଗାଁରେ ଦେଖିବାକୁ ମିଳିଛି ଏକ ସାମାଜିକ ଓ ସାଂସ୍କୃତିକ ପୁର୍ନମିଳନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri