ସନ୍ତାନଙ୍କ ଦୀର୍ଘଜୀବନ କାମନାରେ ଷଠିଓଷା: ମନେପଡେ ମା’ର ବଜ୍ରମୂଳି ମାଡ଼

ଖଣ୍ଡପଡ଼ା,୫ା୯(ସ୍ବ.ପ୍ର.): ଓଡିଶାର ପୁରପଲ୍ଲୀରେ ଷଠିଓଷା ଧୁମ୍‌ଧାମରେ ପାଳନ କରାଯାଏ ା ସନ୍ତାନଙ୍କ ଦୀର୍ଘଜୀବନ କାମନା କରି ମା’ମାନେ ଏହି ଓଷା ପାଳନ କରିଥାନ୍ତି। ବୁଧବାର ପବିତ୍ର ଷଠିଓଷା ତିଥିରେ ଖଣ୍ଡପଡା ବ୍ଲକର ଖଣ୍ଡପଡା, ଜଗନ୍ନାଥ ପ୍ରସାଦ, କୋସକା, ଢୋଲମରା, କୁମ୍ଭାରପଡା, କଣ୍ଟିଲୋ, ବାଣପୁର, ବଳରାମପ୍ରସାଦ, ସିଧାମୂଳା, ବେଣାଗାଡିଆ, ଧାନଚେଙ୍ଗଡା, ଖଳିସାହି ଆଦି ଅଞ୍ଚଳରେ ଓଷା ପାଳନ କରାଯାଇଛି । ଏହି ପୂଜାର ବିଶେଷତ୍ୱ ହେଉଛି ଷଠିଓଷା ଉଦ୍‌ଯାପନ ପରେ ମା’ମାନେ ସେମାନଙ୍କ ପିଲାଙ୍କୁ ବଜ୍ରମୂଳି ଗଛରେ ବାଡେଇବା । ମା’ର ବଜ୍ରମୂଳି ମାଡ଼କୁ ମନେ ପକାଇ ଏହାର ରହସ୍ୟ ଅବତାରଣା କରିଛନ୍ତି ଖଣ୍ଡପଡା ଓ କଣ୍ଟିଲୋ ଅଞ୍ଚଳର କେତେକ ବୁଦ୍ଧିଜୀବୀ । ଏମାନଙ୍କ ମଧ୍ୟରେ ଅଛନ୍ତି ଡାକ୍ତର ଏଲୋରା ମହାନ୍ତି, ଶିକ୍ଷୟିତ୍ରୀ ବିଜୟଲକ୍ଷ୍ମୀ ସାହୁ, ଗୃହିଣୀ ଜୟପ୍ରଭା ସାହୁ, ଇଂ. ସୁଦିପ୍ତା ପଣ୍ଡା ପ୍ରମୁଖ । ଏମାନେ ମା’ର ସ୍ନେହକୁ ସୁରକ୍ଷା ପ୍ରାଚୀର ସଦୃଶ ବର୍ଣ୍ଣନା କରିବା ସହ ବଜ୍ରମୂଳିର ବ୍ୟବହାର ଉପରେ ଅବଗତ କରାଇଥିଲେ । ଏହି ଓଷା ସମୟରେ ମା’ମାନେ ବଜ୍ରମୂଳି ଧରି ପିଲାମାନଙ୍କ ଫେରିବା ବାଟକୁ ଚାହିଁ ବସୁଥିଲେ । ସନ୍ଧ୍ୟାରେ ପିଲାମାନେ ଘରେ ପହଞ୍ଚତ୍ବା ମାତ୍ରେ ମା’ମାନେ ବଜ୍ରମୂଳି ଗଛରେ ୭ଥର ପିଟିବା ପରେ ଷଠି ମା’ଙ୍କୁ ପିନ୍ଧାଯାଇଥିବା ହଳଦୀ ଭିଜା କନାକୁ ଚିରି ସେମାନଙ୍କ ବେକରେ ବାନ୍ଧି ଦେଇଥାନ୍ତି । ବଜ୍ରମୂଳିରେ ପିଲାଙ୍କୁ ମାରିଲେ ସେମାନଙ୍କ ଦେହ ସୁସ୍ଥ ରହିବା ସହ ବଜ୍ର ଭଳି କଠିନ ହେବ । ଏହାଛଡା କୌଣସି ଅଶୁଭ ଶକ୍ତି ସେମାନଙ୍କ ଦେହରେ ପ୍ରବେଶ କରିପାରିବ ନାହିଁ ବୋଲି ଷଠିଓଷା କରୁଥିବା କେତେକ ମହିଳା ପ୍ରକାଶ କରିଥିଲେ । ସକାଳୁ ଗୃହିଣୀମାନେ ବିଭିନ୍ନ ସ୍ଥାନରୁ ବଣ ସାରୁ ଓ ବଜ୍ରମୂଳି ଗଛ, ଦୁବ ବରକୋଳି ପତ୍ର, ଫୁଲ ଆଦି ସଂଗ୍ରହ କରିବା ପରେ ଘରେ ଥିବା ଶିଳ, ଶିଳପୁଆକୁ ଧୋଇ ସଫା କରିଥିଲେ । ଶିଳପୁଆରେ ହଳଦୀ ଲେପି ୬ ଖଣ୍ଡ ହଳଦୀ କନା ଗୁଡାଇ କଉଡିରେ ମଥା ଚିତା, ଦୁଇ ଆଖି ଓ ପାଟି ପ୍ରସ୍ତୁତ କରି ଷଠୀ ଦେବୀ ଭାବରେ ପୂଜା ବେଦୀରେ ସ୍ଥାପନା କରିଥିଲେ । ବେଦୀରେ ଚିତା ପକାଇବା ପରେ ଷଠୀ ବୁଢୀ ମା’ଙ୍କ ପାଖରେ ବଜ୍ରମୂଳି ଓ ବଣ ସାରୁ ଗଛ ରଖିଥିଲେ । ଘରେ ପ୍ରସ୍ତୁତ ହୋଇଥିବା ୬ ତରକାରି, ୬ ପିଠାକୁ ମା’ଙ୍କୁ ସମର୍ପଣ କରି ପୂଜା କରିଥିଲେ । ସନ୍ଧ୍ୟାରେ ମା’ଙ୍କୁ ବନ୍ଦାପନା କରଯାଇ ଓଷା ଉଦ୍‌ଯାପନ କରାଯାଇଥିଲା ।


Enter your email to get our daily news in your inbox.

All Right Reserved By Dharitri.Com

କାଲିଠୁ ପ୍ରଚାର ଆରମ୍ଭ କରିବେ ନବୀନ

ହିଞ୍ଜିଳିକାଟୁ,୨୩।୪(ଦ୍ବିତୀକୃଷ୍ଣ ପଣ୍ଡା): ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ବୁଧବାର ନିଜ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିରୁ ନିର୍ବାଚନ ପ୍ରଚାର ଆରମ୍ଭ କରିବେ। ମୁଖ୍ୟମନ୍ତ୍ରୀ ଏହି...

ଚାପ ଖେଳିବେ ମହାପ୍ରଭୁ, ଚନ୍ଦନଯାତ୍ରା ପାଇଁ ପୁରୀରେ ପ୍ରସ୍ତୁତି ଆରମ୍ଭ

ପୁରୀ,୨୩।୪: ଶ୍ରୀକ୍ଷେତ୍ରରେ ଆରମ୍ଭ ହେବାକୁ ଯାଉଛି ମହାପ୍ରଭୁ ଜଗନ୍ନାଥଙ୍କ ବିଶ୍ବପ୍ରସିଦ୍ଧ ଚନ୍ଦନଯାତ୍ରା। ଅକ୍ଷୟ ତୃତୀୟାରେ ଆରମ୍ଭ ହେବାକୁ ଥିବା ଏହି ଯାତ୍ରାରେ ୨୧ ଦିନବ୍ୟାପୀ ନରେନ୍ଦ୍ର...

ନାମାଙ୍କନ ପତ୍ର ଦାଖଲ କଲେ କୋରାପୁଟ ଲୋକ ସଭା ପ୍ରାର୍ଥୀ କୌଶଲ୍ୟା ହିକକା

କୋରାପୁଟ,୨୩।୪(ଅମିତାଭ ବେହେରା): କୋରାପୁଟ ଲୋକସଭା ବିଜେଡି ପ୍ରାର୍ଥୀ କୌଶଲ୍ୟା ହିକକା ମଙ୍ଗଳବାର ନାମାଙ୍କନ ଦାଖଲ କରିଛନ୍ତି। ଜିଲାପାଳ ଭି କୀର୍ତି ଭାସନଙ୍କ ଠାରେ ସେ ନାମାଙ୍କନ...

ନାମାଙ୍କନ ପତ୍ର ଦାଖଲ କଲେ ରଘୁରାମ ପଡାଲ

କୋରାପୁଟ,୨୩।୪(ଅମିତାଭ ବେହେରା): କୋରାପୁଟ ବିଧାନସଭା ଆସନ ନିମନ୍ତେ ବିଜେଡି ପାର୍ଥି ରଘୁରାମ ପଡାଲ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। କୋରାପୁଟ ଉପଜିଲାପାଳ ବେଣୁଧର ଶବରଙ୍କୁ ମଙ୍ଗଳବାର...

କାହିଁକି କଟିଲା ସମୀର ଦାଶଙ୍କ ଟିକେଟ୍‌, ରାଜା ସ୍ବାଇଁଙ୍କ ଭିଡିଓ ଭାଇରାଲ

ପୁରୀ,୨୩।୪: ନିମାପଡାରେ ଦିଲ୍ଲୀପ ନାୟକଙ୍କୁ ବିଜେଡି ଟିକେଟ ଦେବା ପରେ ବିଧାୟକ ସମୀର ଦାଶ ସମର୍ଥକଙ୍କ ଭିତରେ ଅସନ୍ତୋଷ ବଢିବାରେ ଲାଗିଛି । ଏହାରି ଭିତରେ...

ଆତଙ୍କ ଖେଳାଇଛି ଗୋଠଛଡ଼ା ଦନ୍ତା, ୩ ଦିନରେ ଭାଙ୍ଗିଲାଣି ୯ ଘର

ପାଟଣା,୨୩।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜରେ ୩ ଦିନ ହେବ ଏକ ଗୋଠଛଡ଼ା ଦନ୍ତା ଆତଙ୍କ ଖେଳାଇଛି। ୯ରୁ ଉଦ୍ଧର୍‌ବ ଘର ଭାଙ୍ଗି...

ଆଦିଶକ୍ତି ବେଶରେ ଦର୍ଶନ ଦେଲେ ତାରାତାରିଣୀ

ପୁରୁଷୋତ୍ତମପୁର,୨୩/୪(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ଆରାଧ୍ୟ ଇଷ୍ଟଦେବୀ ମା ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରାର ଉଦ୍‌ଯାପନ ହୋଇଛି। ମଙ୍ଗଳବାର ସାଙ୍ଗକୁ ପୂର୍ଣ୍ଣିମା ପଡିଥିବାରୁୁ ମା’ଙ୍କ...

ଆଗାମୀ ନିର୍ବାଚନରେ ଡବଲ ଇଞ୍ଜିନ ସରକାର ହେବ ଗଠନ:ସୀତାଂଶୁ

ଭଦ୍ରକ,୨୩।୪(ସନାତନ ରାଉତ)- ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ଭଦ୍ରକ ନିର୍ବାଚନ ମଣ୍ଡଳୀରେ ଭାଜପା ତାର ସ୍ଥିତି ମଜଭୁତ କରୁଛି। ଯୁବ ଚେହରା ସୀତାଂଶୁ ଭାଜପା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri