ସତ୍ତା ହରାଇବାକୁ ବସିଲାଣି ସୁନାନଦୀ-ଜଳ ପ୍ରଦୂଷଣ କରୁଛି ଖଣିର ବର୍ଜ୍ୟବସ୍ତୁ, ଆବର୍ଜନା

ଯୋଡ଼ା,୧୨।୮(ମାନସ ରଞ୍ଜନ ମହାନ୍ତି)- କେନ୍ଦୁଝର ଜିଲା ଯୋଡା ଖଣିମଣ୍ଡଳରେ ଥିବା ବିଭିନ୍ନ ଖଣି ଦ୍ୱାରା ନଦୀନାଳ ପ୍ରଭାବିତ ହେଉଛି। ଯୋଡା ଅଞ୍ଚଳର ଜୀବନରେଖା କୁହାଯାଉଥିବା ସୁନା ନଦୀ ସମେତ ଅନ୍ୟ କେତେକ ନଦୀ ନାଳ ଧୀରେ ଧୀରେ ସତ୍ତା ହରାଇବାକୁ ବସିଲାଣି। ଗୋଟିଏ ପଟେ ଖଣି ଖନନ କରି ସରକାର ରାଜ୍ୟକୁ ସମୃଦ୍ଧ କରିବାକୁ ଲାଗିପଡିଥିବା ବେଳେ ଯୋଡା ଅଞ୍ଚଳର ପରିବେଶ ଉପରେ କି ପ୍ରଭାବ ପକାଉଛି ତାକୁ ଅନୁଧ୍ୟାନ କରିବାକୁ କେହି ଚେଷ୍ଟା କରୁନାହାନ୍ତି। ଖଣିଖନନ କାର୍ଯ୍ୟ ଯୋଗୁ ଏହି ଅଞ୍ଚଳର ଜଳ,ବାୟୁ, ମୃତ୍ତିକା ପ୍ରଦୂଷିତ ହେବାରୁ ସ୍ବାସ୍ଥ୍ୟ ସମସ୍ୟା ମୁଣ୍ଡ ଟେକିବାକୁ ବସିଲାଣି । ଯୋଡା ଅଞ୍ଚଳଦେଇ ପ୍ରବାହିତ ସୁନାନଦୀ ଅଧିକ ପରିମାଣରେ ପ୍ରଦୂଷିତ ହୋଇ କ୍ରମେ ସଙ୍କୁଚିତ ହୋଇଗଲାଣି । ଏହାର ଜଳ କିଛିଦିନ ପରେ ଆଉ ବ୍ୟବହାର ଉପଯୋଗୀ ହୋଇ ରହିବ ନାହିଁ ବୋଲି ମତପ୍ରକାଶ ପାଉଛି ା ନଦୀ ଅବବାହିକାରେ ଥିବା ବିଭିନ୍ନ ଖଣିରୁ ବାହାରୁଥିବା ବର୍ଜ୍ୟବସ୍ତୁ ସକାଶେ ଡମ୍ପିଂୟାର୍ଡ ନିର୍ମାଣ କରାଯାଉଥିବାରୁ ନଦୀ ଶଯ୍ୟା ଅଧିକ ସଙ୍କୁଚିତ ହେଉଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି।
ସୁନାନଦୀ ସୁନ୍ଦରଗଡ ଜିଲାର କୋଇଡା ବ୍ଲକ ପାଟୁରୀ ପାଟମୁଣ୍ଡାଠାରୁ ବାହାରି ଯୋଡା ସହରର ବିଚାକୁଣ୍ଡି, କେମ୍ପ ହଟିଂ, ବାରୋ ହଟିଂ ପ୍ରଭୃତି ଜନବସତି ଅଞ୍ଚଳ ଅତିକ୍ରମ କରି ଯୋଡା ସହର ଦେଇ ପ୍ରବାହିତ ହେଉଛି ା ମାଲଦା ଅଞ୍ଚଳରେ ଥିବା ଟାଟା କମ୍ପାନୀର ୯ ଓ ୧୦ ନମ୍ବର ମାଙ୍ଗାନିଜ ଖଣିର ବଜର୍‌ୟବସ୍ତୁ ନଦୀରେ ମିଶୁଥିବା ଅଞ୍ଚଳବାସୀ ବହୁ ଦିନରୁ ଅଭିଯୋଗ କରି ଆସୁଛନ୍ତି। ଏଥିସହ ନଦୀ ଅବବାହିକାରେ ଥିବା ରୋଇଡାସ୍ଥିତ ଓଏମଡିସି ଖଣି ଅଞ୍ଚଳରୁ ଖଣିଜ ଖନନ ଯୋଗୁ ସୁନାନଦୀ ବହୁମାତ୍ରାରେ ପ୍ରଭାବିିତ ହେଉଛି। ନଦୀ ଅବବାହିକାରେ ଥିବା ଖଣିଗୁଡିକ ନଦୀର ସୁରକ୍ଷା ପ୍ରତି ଦୃଷ୍ଟି ଦେଉ ନ ଥିବାରୁ ଅଞ୍ଚଳବାସୀ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି।
ଏ ସମ୍ପର୍କରେ ଯୋଡା ବିକାଶ ପରିଷଦର ସଭାପତି ନିରଞ୍ଜନ ବହିଦାର କହିଛନ୍ତି, ଟାଟାଷ୍ଟିଲ କମ୍ପାନୀର ଡ୍ରେନ ଗୁଡିକରୁ ଦୂଷିତ ଜଳ ସିଧାସଳଖ ସୁନାନଦୀରେ ମିଶି ଏହାର ଜଳକୁ ପ୍ରଦୂଷିତ କରୁଛି ା ଦିନଥିଲା ସୁନାନଦୀ ଚିରସ୍ରୋତା ଥିଲା । ବର୍ତ୍ତମାନ ଏହା ଏକ ସଙ୍କୁଚିତ ନାଳରେ ପରିଣତ ହେଲାଣି। ପ୍ରତିକାର ନ ହେଲେ ଆଗାମୀ ଦିନରେ ସୁନାନଦୀ ସୁରକ୍ଷା ଆନ୍ଦୋଳନ ଜୋର ଧରିବ । ସୁନାନଦୀ ସୁରକ୍ଷା ପ୍ରଶ୍ନ ନେଇ ପୂର୍ବତନ ଚମ୍ପୁଆ ବିଧାୟକ ଜିତୁ ପଟ୍ଟନାୟକ କହିଛନ୍ତି, ଯୋଡାବାସୀ ଆଉ କିଛି ବର୍ଷ ପରେ ଜଳ ସଙ୍କଟର ସମ୍ମୁଖୀନ ହେବେ। ସେ ବିଧାୟକ ଥିବାବେଳେ ନଦୀର ପୁନରୁଦ୍ଧାର ଲାଗି ୪ କୋଟି ଟଙ୍କା ବ୍ୟୟ ଅଟକଳର ଏକ ପ୍ରସ୍ତାବ ଦେଇଥିଲେ। ଉକ୍ତ ପ୍ରସ୍ତାବ କାର୍ଯ୍ୟକାରୀ ହେଲା ନାହିଁ ା ଜଳସମ୍ପଦ ବିଭାଗ ପକ୍ଷରୁ ଯୋଡାର ବିଭିନ୍ନ ନଦୀଶଯ୍ୟାରେ ଚେକ୍‌ ଡ୍ୟାମ୍‌ ତିଆରି କରି ପାଣି ଛଡାଗଲେ ପାଣିର ଅସୁବିଧା ରହନ୍ତା ନାହିଁ । ଏ ଦିଗରେ କୌଣସି ପଦକ୍ଷେପ ନିଆଯାଉ ନ ଥିବା ବେଳେ ବିଭିନ୍ନ ଖଣିର ମାଟି ଓ ବର୍ଜ୍ୟବସ୍ତୁ ପଡି ସୁନାନଦୀର ଗଭୀରତା ପ୍ରାୟ ୫ରୁ ୧୦ ଫୁଟ୍‌ ପୋତି ହୋଇଗଲାଣି। ଏହାର ଶଯ୍ୟାକୁ ୧୦ ଫୁଟ୍‌ ଗଭୀରତା ଯାଏ ଖୋଳା ନ ଗଲେ, ଭବିଷ୍ୟତରେ ଜଳସଙ୍କଟ ବଢିବ ଓ ସୁନାନଦୀ ସତ୍ତା ହରାଇ ବସିବ ବୋଲି କହିଥିଲେ। ଉଲ୍ଲେଖନୀୟ ଯେ, ଯୋଡା ବ୍ଲକ ଭୂୟାଁରୋଇଡା ପଞ୍ଚାୟତର ଖଣ୍ଡବନ୍ଧ ନିକଟରେ ଥିବା ଟାଟା କମ୍ପାନୀର ଚୋରମାଲଦା ୧୦ନଂ. ଖଣି ନିକଟସ୍ଥ ସୁନାନଦୀ ଶଯ୍ୟାରେ କମ୍ପାନୀ ପକ୍ଷରୁ ବେଆଇନ୍‌ ଭାବେ ବନ୍ଧ ନିର୍ମାଣ କରାଯିବାରୁ ସ୍ଥାନୀୟ ଲୋକେ ଏହାକୁ ବିରୋଧ କରିଥିଲେ ା ସୁନାନଦୀ ଜଳକୁ ଖଣି ପାଇଁ ବ୍ୟବହାର କରାଗଲେ ଅଞ୍ଚଳବାସୀ ଜଳସଙ୍କଟର ସମୁଖୀନ ହେବା ସହ ନଦୀ ତଳମୁଣ୍ଡର ଲୋକେ ଅଧିକ ପ୍ରଭାବିତ ହେବେ ବୋଲି ଆଶଙ୍କା ବ୍ୟକ୍ତ କରିଥିଲେ। ସ୍ଥାନୀୟ ଲୋକଙ୍କ ପ୍ରବଳ ବିରୋଧ ଯୋଗୁ ଟାଟା ଷ୍ଟିଲ କମ୍ପାନୀ ଉକ୍ତ ବନ୍ଧକୁ ଭାଙ୍ଗି ଦେଇ ପରବର୍ତ୍ତୀ ସମୟରେ ବଡ ଇନ୍‌ଟେକ ଓ୍ବାଲ ମାଧ୍ୟମରେ ଜଳ ଶୋଷଣ ଯୋଜନା କରୁଥିବା କୁହାଯାଉଛି। ଏହି ପରିପ୍ରେକ୍ଷୀରେ ଅଞ୍ଚଳବାସୀ ମହାନଦୀ ବଞ୍ଚାଅ ଆନ୍ଦୋଳନର ସହଯୋଗ ଲୋଡିବାରୁ ଗତ ଜୁଲାଇ ୭ ତାରିଖରେ ଅନ୍ତର୍ଜାତୀୟ ରମଣ ମ୍ୟାଗେସେସ୍‌ ପୁରସ୍କାରପ୍ରାପ୍ତ ତଥା ଦେଶରେ ଜଳମାନବ କୁହାଯାଉଥିବା ଡ. ରାଜେନ୍ଦ୍ର ସିଂ ଓ ସୁଦର୍ଶନ ଦାସ ବଡବିଲର ଅଶୋକ ଠକରଙ୍କ ନେତୃତ୍ୱରେ ଆସି ସୁନାନଦୀର ସ୍ଥିତି ବୁଲି ଦେଖିଥିଲେ। ନଦୀର ଏଭଳି ଅବସ୍ଥା ଜାରି ରହିଲେ, ଆଗାମୀ ୧୦ବର୍ଷ ମଧ୍ୟରେ ଏହା ଶୁଖି ସତ୍ତା ହରାଇବ ବୋଲି ଜଳମାନବ ରାଜେନ୍ଦ୍ର କହିଥିଲେ। ସୁନାନଦୀ ସମତ ବୈତରଣୀର ଜଳ ଶୋଷଣ ଲାଗି କମ୍ପାନୀଗୁଡିକର ଲାଳାୟିତ ଦୃଷ୍ଟି ଅଞ୍ଚଳକୁ ବିନାଶ ଆଡକୁ ନେଇଯିବ ବୋଲି ଜଳମାନବଙ୍କ ସମେତ ପ୍ରତିନିଧିଦଳ ଆଶଙ୍କା ବ୍ୟକ୍ତ କରିଥିଲେ। ଯୋଡାରେ ଏକ ସର୍ଭିସିଂ ଷ୍ଟେଶନ ସୁନାନଦୀର ଜଳକୁ ପ୍ରଦୂଷିତ କରୁଥିବା ଅଭିଯୋଗ ହେଉଥିଲେ ମଧ୍ୟ ସ୍ଥାନୀୟ ପୌରପାଳିକା ନୀରବଦ୍ରଷ୍ଟା ସାଜିବା ନେଇ ଅଞ୍ଚଳବାସୀ ଉଦ୍‌ବେଗ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ପୁନର୍ବିଚାର କରିବେ ବୋଲି ବିଶ୍ୱାସ: ସମୀର

ଗୋପ, ୧୯ା୪(ଭାରତୀ ଭୂଷଣ ଉପାଧ୍ୟାୟ): ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶଙ୍କୁ ବିଜେଡି ପକ୍ଷରୁ ଟିକେଟ ନ ମିଳିବା ନେଇ ଏବେ ତାଙ୍କ ସମର୍ଥକଙ୍କ ମଧ୍ୟରେ...

ନିମାପଡ଼ା ଆସନରେ ମାଷ୍ଟରଷ୍ଟ୍ରୋକ୍‌ ଖେଳିପାରେ କଂଗ୍ରେସ

ନିମାପଡ଼ା,୧୯ା୪(ରଞ୍ଜନ ପଟ୍ଟନାୟକ): ନିମାପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭାଜପା ଏବଂ ବିଜେଡି ପ୍ରାର୍ଥୀ ଘୋଷଣା କରିସାରିଥିବା କଂଗ୍ରେସ ପଡ଼ିଛି ପଛରେ। ୨୦୧୯ ନିର୍ବାଚନରେ ଦିଲ୍ଲୀପ ନାୟକକଂଗ୍ରେସରୁ...

ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଅ: ହାଇକୋର୍ଟ

କଟକ,୧୯ା୪ (କାର୍ତ୍ତିକ ସାହୁ) ଜଣେ ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବାକୁ ହାଇକୋର୍ଟ ସିବିଆଇକୁ ଆଦେଶ ଦେଇଛନ୍ତି। ଏଥିସହ ସମ୍ପୃକ୍ତ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବା ବିରୋଧରେ ସିବିଆଇ...

କୋରାପୁଟରେ ଶକ୍ତି ପ୍ରଦର୍ଶନ କଲେ ମାମୁଁ ଭଣଜା

କୋରାପୁଟ,୧୯।୪(ଅମିତାଭ ବେହେରା) କୋରାପୁଟ ସଂସଦୀୟ କ୍ଷେତ୍ରରେ ଆସନ୍ତା ମେ ୧୩ରେ ପ୍ରଥମ ପର୍ଯ୍ୟାୟ ମତଦାନ ହେବ। ଗତକାଲି ଅର୍ଥାତ ୧୮ରୁ ପାର୍ଥୀପତ୍ର ଦାଖଲ ଆରମ୍ଭ ହୋଇଥିବାବେକେ...

ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ

ସମ୍ବଲପୁର,୧୯ା୪(ପ୍ରମୋଦ ବହିଦାର): ରେଳବାଇ ସୁରକ୍ଷା ଜନିତ ରକ୍ଷଣାବେକ୍ଷଣ କାର୍ଯ୍ୟ ପାଇଁ ସମ୍ବଲପୁର ରେଳମଣ୍ଡଳ ଅଧୀନସ୍ଥ କେତେକ ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ କରାଯାଇଥିବା ନେଇ ସମ୍ବଲପୁର ରେଳ...

ତାପମାତ୍ରାରେ ଭୁବନେଶ୍ୱକୁ ଟପିଲା କଟକ

ଭୁବନେଶ୍ୱର,୧୯।୪: ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ତାତି। ସକାଳ ୮ଟା ପରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ରାଜ୍ୟରେ ଏ ବର୍ଷ ପ୍ରଥମ ଥର ପାଇଁ...

୨୦୧୯ରେ ପୁରୀ ବିଧାନସଭାରେ କାହିଁକି ହାରିଥିଲା ବିଜେଡି, କାରଣ କହିଲେ ସଭାପତି…

ପୁରୀ,୧୯।୪: ୨୦୧୯ରେ ପୁରୀ ବିଧାନସଭା ଆସନରେ କାହିଁକି ହାରିଲା ବିଜେଡି । ଏନେଇ କାରଣ କହିଛନ୍ତି ଖୋଦ ଜିଲା ବିଜେଡି ସଭାପତି । ସଭାପତି ଦିବାକର...

ପିକ୍‌ଅପ୍‌ରୁ ଜବତ ହେଲା ପୁଳାପୁଳା ଟଙ୍କା

ପଦ୍ମପୁର,୧୯ା୪(ପ୍ରଦୀପ୍ତ ଦାଶ): ବରଗଡ଼ ଜିଲା ପଦ୍ମପୁର ଥାନା ପୋଲିସ ଶୁକ୍ରବାର ଏକ ପିକ୍‌ଅପ୍‌ରୁ ପୁଳାପୁଳା ଟଙ୍କା ଜବତ କରିଛି। ଗାଇସିଲେଟ -ପଦ୍ମପୁର ରାସ୍ତାର ଗଡ଼ଭାଟି ଛକରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri