ସଚେତନତାର ବାର୍ତ୍ତା ବାଣ୍ଟୁଥିବା ୨ ଯୁବ ରୋଟାରିଆନଙ୍କୁ ସମ୍ବର୍ଦ୍ଧନା

ବାଲେଶ୍ୱର ଅଫିସ, ୩୧।୮-ପୃଥିବୀରେ ସେଭ୍‌ ୱାଟର, ସେଭ୍‌ ଫୁଏଲ୍‌, ସେଭ୍‌ ଆର୍ଥ ଆଣ୍ଡ ଫିଟ୍‌ ଫର୍‌ ଇଣ୍ଡିଆ ସଚେତନତା ବାର୍ତ୍ତା ନେଇ କେରଳର କାଲିକଟରୁ ବାହାରିଥିବା ୨ ଯୁବ ରୋଟାରିଆନ କେ. କେ. ରାଜିତ ଓ ପ୍ଲାଇସ୍‌ କେ.ଭି. ଶୁକ୍ରବାର ବାଲେଶ୍ୱର ପହଞ୍ଚିଛନ୍ତି। ରୋଟାରୀ ଜିଲା ୩୨୬୨, ରୋଟାରୀ କ୍ଲବ ବାଲେଶ୍ୱର, ବାଲେଶ୍ୱର ଶାଶ୍ୱତ, ଅନସି ଓ ରୋଟାରୀ କ୍ଲବ ସେଣ୍ଟ୍ରାଲ ମିଳିତ ସହଯୋଗରେ ଉଭୟଙ୍କୁ ବାଲେଶ୍ୱର କ୍ଲବ ପରିସରରେ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା।
କେରଳର କାଲିକଟଠାରୁ ଟ୍ରାନସ୍‌ ଏସିଆନ ବାଇସାଇକେଲ ଯାତ୍ରାରେ ପ୍ରାୟ ୮ହଜାର କି.ମି. ଓ ୭ଟି ଦେଶ ଦେଇ ଯାତ୍ରା କରୁଥିବା ଏହି ୨ ଯୁବ ରୋଟାରିଆନଙ୍କୁ ସମସ୍ତ ବାଲେଶ୍ୱର ରୋଟାରୀ କ୍ଲବ ସଭାପତି ଓ ସଭ୍ୟମାନେ ଉପସ୍ଥିତ ରହି ସମ୍ବର୍ଦ୍ଧନା ଦେଇଥିଲେ। ସମ୍ବର୍ଦ୍ଧନା ସଭାରେ ଉପଜିଲାପାଳ ନୀଲୁ ମହାପାତ୍ର, କ୍ରୀଡ଼ା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ଜେନା ଓ ରୋଟାରୀ କ୍ଲବ ସଭାପତି ଡ. ମାତୃଦତ୍ତ ଦାସ, ଅନ୍‌ସି ସଭାପତି ସଞ୍ଜିବ ବିଦ୍‌ୱାନିଆ ଉପସ୍ଥିତ ରହି ସାଇକେଲ ଯାତ୍ରୀଙ୍କୁ ଉତ୍ସାହିତ କରିଥିଲେ। ବରିଷ୍ଠ ସଦସ୍ୟ ସୁବ୍ରତ କର, ଉମାକାନ୍ତ ମିଶ୍ର, ନିକୁଞ୍ଜ ମହାନ୍ତି, ସୌରଭ ବେହେରା, ବିକ୍ରମଜିତ କର, ଯଶୋଦା ନନ୍ଦନ ଆଶ୍‌, ବିଶ୍ୱଦୀପ ପଣ୍ଡା, ପରେଶ ଗାଏନ, ସୁଖମୟ ଦାସ, ଭି. ଉଦୟ କୁମାର, ବିକାଶ କର, ଭାବଗ୍ରାହୀ ମହାନ୍ତି, ସାହିଲ ହୋଦା, ସତ୍ୟନାରାୟଣ ନନ୍ଦ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୨୦୧୯ରେ ପୁରୀ ବିଧାନସଭାରେ କାହିଁକି ହାରିଥିଲା ବିଜେଡି, କାରଣ କହିଲେ ସଭାପତି…

ପୁରୀ,୧୯।୪: ୨୦୧୯ରେ ପୁରୀ ବିଧାନସଭା ଆସନରେ କାହିଁକି ହାରିଲା ବିଜେଡି । ଏନେଇ କାରଣ କହିଛନ୍ତି ଖୋଦ ଜିଲା ବିଜେଡି ସଭାପତି । ସଭାପତି ଦିବାକର...

ପିକ୍‌ଅପ୍‌ରୁ ଜବତ ହେଲା ପୁଳାପୁଳା ଟଙ୍କା

ପଦ୍ମପୁର,୧୯ା୪(ପ୍ରଦୀପ୍ତ ଦାଶ): ବରଗଡ଼ ଜିଲା ପଦ୍ମପୁର ଥାନା ପୋଲିସ ଶୁକ୍ରବାର ଏକ ପିକ୍‌ଅପ୍‌ରୁ ପୁଳାପୁଳା ଟଙ୍କା ଜବତ କରିଛି। ଗାଇସିଲେଟ -ପଦ୍ମପୁର ରାସ୍ତାର ଗଡ଼ଭାଟି ଛକରୁ...

ଅଶୁଂଘାତ ନେଲା ଜଣଙ୍କ ଜୀବନ

ଭୁବନେଶ୍ୱର,୧୯।୪: ଅଂଶୁଘାତରେ ରାଜ୍ୟରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜଣଙ୍କ ବାଲେଶ୍ୱରର ବୋଲି ଜଣାପଡିଛି। ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ଆଜି ଏହି...

ମହାନଦୀରେ ବୁଡିଲା ଡଙ୍ଗା: ଜଣେ ମୃତ, ୬ ନିଖୋଜ

ଝାରସୁଗୁଡା,୧୯।୪: ମହାନଦୀରେ ବୁଡିଲା ଡଙ୍ଗା। ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୬ ଜଣଙ୍କର ପତ୍ତା ମିଳୁନି। ଝାରସୁଗୁଡା ଜିଲା ଲଖନପୁର ବ୍ଲକ ଶରଧା ନିକଟ...

ବୃଦ୍ଧଙ୍କୁ ପଥରରେ ଛେଚି ହତ୍ୟା

ପାଇକମାଳ,୧୯ା୪(ବଡ଼ ଶତପଥୀ): ବରଗଡ଼ ଜିଲା ପାଇକମାଳ ବ୍ଲକ ଅନ୍ତର୍ଗତ ଭୁବନେଶ୍ୱରପୁର(ଚେରିମୁଣ୍ଡା) ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ୬୫ ବର୍ଷର ବୃଦ୍ଧଙ୍କୁ ପଥରରେ ଛେଚି...

ଗଞ୍ଜେଇ ଚାଲାଣକାରୀଙ୍କୁ ୧୦ ବର୍ଷ ଜେଲ

ବ୍ରହ୍ମପୁର,୧୯।୪(ସୁବାସ ଚନ୍ଦ୍ର ପାଢ଼ୀ): ଅତିରିକ୍ତ ଜିଲା ଦୌରା ଜଜ୍‌(ଏଡିଜେ)-୩ ଡ. ଇନ୍ଦୁ ଶର୍ମା ଶୁକ୍ରବାର ଦୁଇ ଗଞ୍ଜେଇ ଚାଲାଣକାରୀଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ସେମାନେ ହେଲେ...

ପୋଲିସ ପରିଚୟ ଦେଇ ଲକ୍ଷାଧିକ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

କଟକ,୧୯ା୪(କାର୍ତ୍ତିକ ସାହୁ): ପୋଲିସ ପରିଚୟ ଦେଇ ଦୁଇ ଜଣଙ୍କଠାରୁ ଲକ୍ଷାଧିକ ଟଙ୍କା ଲୁଟିନେଇଛନ୍ତି ଦୁର୍ବୃତ୍ତ। ଦୁଇଜଣଙ୍କଠାରୁ ଦୁର୍ବୃତ୍ତମାନେ ସାଢ଼େ ୩ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି।...

ଭିଜିଲାନ୍ସ ଜାଲରେ କିରାଣି

ବୌଦ୍ଧ,୧୯ା୪(ଅଜିତ ବାରିକ): ବୌଦ୍ଧ ଜିଲା ହରଭଙ୍ଗା ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟର ବରିଷ୍ଠ କିରାଣି ରବୀନ୍ଦ୍ର ନାଥ ପାଢ଼ୀ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ବୌଦ୍ଧ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri