ସଚେତନତାରେ ପୋଲିସ, ଓକିଲ ସଂଘ କର୍ମକର୍ତ୍ତା ସାମିଲ; ହେଲମେଟ ପିନ୍ଧିବା ପାଇଁ ଏସ୍‌ପି ପରାମର୍ଶ ଦେଲେ

ନୂଆପଡା ଅଫିସ,୧୬ା୯ : ପରିବର୍ତ୍ତିତ ପରିବହନ ଅଧିନିୟମକୁ କଡାକଡି କାର୍ଯ୍ୟାନ୍ବୟନ କରିବା ପୂର୍ବରୁ ଲୋକଙ୍କ ମଧ୍ୟରେ ବ୍ୟାପକ ସଚେତନତା ଆଣିବାକୁ ଜିଲା ପୋଲିସ ଉଦ୍ୟମ ଆରମ୍ଭ କରିଛି। ବିଭିନ୍ନ ମାଧ୍ୟମରେ ସଚେତନତା ସୃଷ୍ଟି କରିବାକୁ ପ୍ରତିଦିନ ବିକଳ୍ପ ଖୋଜି ଲୋକଙ୍କ ମଧ୍ୟରେ ତପତ୍ରତା ଅଣାଯାଉଛି। ରବିବାର ଏସପି ବିନୀତ ଅଗ୍ରୱାଲ ନିଜେ ଏକତା ଛକକୁ ଆସି ଲୋକଙ୍କୁ ପରାମର୍ଶ ଦେଇଥିଲେ। ଏଥିରେ ଜିଲା ଓକିଲ ସଂଘ ମଧ୍ୟ ଗୋଟିଏ ପାଦ ଆଗକୁ ଆସି ସାମିଲ ହୋଇଥିଲେ।
ରବିବାର ଅପରାହ୍ନ ସାଢେ ୫ଟାରେ ନୂଆପଡାର ପ୍ରମୁଖ ଏକତା ଛକ ନିକଟରେ ପ୍ରତିଦିନ ଭଳି ପୋଲିସ ଚେକିଂ ହୋଇଥିଲା । ଏଥିରେ ଜିଲା ଓକିଲ ସଂଘ ସଭାପତି ପ୍ରସନ୍ନ କୁମାର ପାଢୀ, ଥାନାଧିକାରୀ ଆଦିତ୍ୟ କୁମାର ମହାକୁଡଙ୍କ ନେତୃତ୍ୱରେ ବହୁ ପୋଲିସ ଅଧିକାରୀ ଏବଂ ଆଇନଜୀବୀମାନେ ସାମିଲ ହୋଇଥିଲେ। ସମସ୍ତ ଗାଡି ଚାଳକମାନଙ୍କୁ ଅଟକାଇ ହେଲମେଟ ସହ ଅନ୍ୟାନ୍ୟ ନିୟମକୁ ମାନିବାକୁ ପରାମର୍ଶ ଦେଇଥିଲେ। କିଛି ସମୟ ପରେ ଏସପି ଅଗ୍ରୱାଲ ମଧ୍ୟ ଆସି ଯୋଗଦେଇଥିଲେ । ଓକିଲ ସଂଘ କର୍ମକର୍ତ୍ତା, ପୋଲିସ ଅଧିକାରୀମାନଙ୍କୁ ଉତ୍ସାହିତ କରିବା ସହ ଗାଡି ଚାଳକମାନଙ୍କୁ ଡାକି ଟ୍ରାଫିକ ନିୟମ ମାନିବାକୁ ପରାମର୍ଶ ଦେଇଥିଲେ। ଏହା ଦ୍ୱାରା ନିଜେ ବଞ୍ଚତ୍ବା ସହ ଅନ୍ୟକୁ ବଞ୍ଚାଇ ହେବ ବୋଲି କହିଥିଲେ । ଏହି ଅବସରରେ ଓକିଲ ସଂଘ କର୍ମକର୍ତ୍ତାଙ୍କ ସହ ଗାଡି ଚାଳକମାନେ ମଧ୍ୟ ଏକ ଫଟୋ ସେସନରେ ପୋଜ ଦେଇଥିଲେ । ଫଳରେ ଏହି ଛକରେ ପ୍ରବଳ ଭିଡ ଦେଖିବାକୁ ମିଳିଥିଲା । ଏହାକୁ ବିଭିନ୍ନ ମହଲରେ ସ୍ବାଗତ କରାଯାଇଥିବାବେଳେ ଏହି ଚେକିଂ ବ୍ୟବସ୍ଥାକୁ କେବଳ ଏହି ଛକରେ ସୀମିତ ନ ରଖି ଅନ୍ୟଠାରେ ବ୍ୟାପକ କରିବା ଜରୁରୀ ବୋଲି ଲୋକେ ଚର୍ଚ୍ଚା କରୁଛନ୍ତି । ସୂଚନାଯୋଗ୍ୟ ଯେ, ଆଜକୁ ସପ୍ତାହେ ହେବ ଏହି ଛକରେ ପୋଲିସ ଚେକିଂ ହେଉଥିବାରୁ ଲୋକେ ସନ୍ଧ୍ୟା ହେଲେ ଏହି ରାସ୍ତା ଦେଇ ଯିବା ଆସିବା କରିବାକୁ ଚିନ୍ତା କରୁଛନ୍ତି । ଏହା ମୁଖ୍ୟ ଛକ ହୋଇଥିବାରୁ ଏଠିକାର ଦୋକାନ ବଜାର ଉପରେ ଏହାର ପ୍ରଭାବ ପଡୁଥିବା ଦୋକାନୀମାନେ ଅଭିଯୋଗ କରିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

କଳାହାଣ୍ଡି ପୋଲିସର ବଡ଼ ଧରଣର ଚଢ଼ାଉ: ୨୦ କୁଇଣ୍ଟାଲ ଗଞ୍ଜେଇ ଜବତ,୪ ଗିରଫ

ଭବାନୀପାଟଣା,୫।୯(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଏମ୍. ରାମପୁର ଥାନା ମୋହନଗିରି ଫାଣ୍ଡି ଅନ୍ତର୍ଗତ ଜାମୁଲି ଗ୍ରାମ ନିକଟସ୍ଥ ଜଙ୍ଗଲରେ ବେଆଇନ ଗଞ୍ଜେଇ ରଖାଯାଇଥିବା ଖବର ପାଇ…

ବ୍ଲକସ୍ତରୀୟ ଗୁରୁଦିବସ,ଗୁରୁ ସମ୍ବର୍ଦ୍ଧନା ଉତ୍ସବ: ସୁନ୍ଦର ସମାଜ ଗଠନ ରେ ଶିକ୍ଷକଙ୍କ …

ଦାରିଙ୍ଗବାଡ଼ି, ୫।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିସ୍ଥିତ ରାଣୀଦୁର୍ଗା ରେସିଡେନ୍ସି ପରିସରରେ ଶନିବାର ବ୍ଲକସ୍ତରୀୟ ଗୁରୁଦିବସ ଓ ଗୁରୁ ସମ୍ବର୍ଦ୍ଧନା ଉତ୍ସବ ପାଳିତ ହୋଇଯାଇଛି। ଏଥିରେ…

ସତ୍‌ସଙ୍ଗ ଚାଲିଥିବା ବେଳେ ଖଣ୍ଡାରେ ମରଣାନ୍ତକ ଆକ୍ରମଣ

ବାଙ୍କୀ, ୫।୯ (ଶୁଭେନ୍ଦୁ ମହାପାତ୍ର): ବାଙ୍କୀ ଥାନା ଅନ୍ତର୍ଗତ ବେଦପୁର ଗାଁରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମଧ୍ୟରେ ବଚସା ଓ ଗଣ୍ଡଗୋଳ ତୀବ୍ରତର…

୧୦୦ ଫୁଟ ଘେରିବନ୍ଧ ଭୁଶୁଡ଼ିବା ପରେ ତରବରିଆ କାମ, ଯନ୍ତ୍ରୀଙ୍କ ଦେଖାନାହିଁ, ଯନ୍ତ୍ର କରୁଛି…

ମହାକାଳପଡ଼ା,୫ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ରଡ଼ିଆ-କଂସାର-ବଡ଼ ଦାଣ୍ଡୁଆ ଲୁଣା ଘେରିବନ୍ଧ ନିର୍ମାଣ କାର୍ଯ୍ୟରେ ବହୁ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି।…

କେସିଙ୍ଗା ଅବକାରୀ ଥାନାରେ ନୂଆ ଓଆଇସିଙ୍କ ଯୋଗଦାନ

କେସିଙ୍ଗା,୫ା୯(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଅବକାରୀ ଥାନାରେ ନୂତନ ଭାବେ ମଳୟ ପ୍ରଧାନ ଓଆଇସି ଭାବେ ଯୋଗଦାନ କରିଛନ୍ତି। ସେ ଏହା ପୂର୍ବରୁ ବରଗଡ଼ରେ ଏଆଇସି…

ସ୍ତ୍ରୀ ପଛେ ପଛେ ସ୍ବାମୀଙ୍କ ମୃତ୍ୟୁ, ବ୍ୟବଚ୍ଛେଦ ପାଇଁ ମାଟି ତଳୁ ଖୋଳି ଆଣିଲେ ୨ ମୃତଦେହ, ସନ୍ଦେହରେ…

ଭଦ୍ରକ,୫ା୯(ସନାତନ ରାଉତ): ମୃତ୍ୟୁର ୨ ଦିନ ପରେ ବ୍ୟବଚ୍ଛେଦ ପାଇଁ ମାଟି ତଳୁ ଖୋଳା ହେଲା ଶବ। ସାପ କାମୁଡ଼ାରେ ମୃତ୍ୟୁ ହୋଇଥିବା ସନ୍ଦେହ କରି ପରିବାର…

‘ଯୁଗେ ଯୁଗେ ଗୁରୁ ହିଁ ଶ୍ରେଷ୍ଠ, ଗୁରୁ ହେଉଛନ୍ତି ସମାଜ ସଂସ୍କାରକ’

ଅମରପାଲି,୫ା୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଅମରପାଲି ହାଇସ୍କୁଲରେ ଗୁରୁଦିବସ ପାଳନ ଅବସରରେ ଛାତ୍ରୀମାନଙ୍କ ଦ୍ୱାରା ନାଟକ ତସ୍ମୈ ଶ୍ରୀ ଗୁରବେ ନମଃ ପରିବେଷଣ…

ଶିକ୍ଷକ ସମ୍ମାନ ସମାରୋହ: ଆଦର୍ଶ ଶିକ୍ଷୟିତ୍ରୀ-ଶିକ୍ଷକ ସମ୍ବର୍ଦ୍ଧିତ

କଟକସଦର,୫ା୯(ସୁଶାନ୍ତ କୁମାର ଜେନା): ପବିତ୍ର ଗୁରୁଦିବସ ଉପଲକ୍ଷେ କଟକ ସଦର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବ୍ରହ୍ମପୁରଠାରେ ଶନିବାର ଶିକ୍ଷକ ସମ୍ମାନ ସମାରୋହ- ୨୦୨୬ର ଆୟୋଜନ କରାଯାଇଥିଲା। ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri