Posted inପୁରୀ

ସଂଯୋଗ ସତ୍ତ୍ୱେ ଅଘୋଷିତ ବିଦ୍ୟୁତ୍‌ କାଟ ଜାରି: ପର୍ଯ୍ୟଟନ ଶିଳ୍ପ ପାଇଁ ଦିଲ୍ଲୀ, କୋଲକାତାରେ ହେବ ପ୍ରେସ୍‌ ମିଟ୍‌

ପୁରୀ ଅଫିସ, ୩।୮: ବାତ୍ୟାରେ ଛାରଖାର ହୋଇଯାଇଥିଲା ପର୍ଯ୍ୟଟନ ସହର ପୁରୀ। ହୋଟେଲ ଶିଳ୍ପ ମଧ୍ୟ ବିଶେଷ କ୍ଷତିଗ୍ରସ୍ତ ହୋଇଥିଲା। ଶନିବାର ବାତ୍ୟା ଫନୀକୁ ୩ମାସ ପୂରୁଛି। ବାତ୍ୟା ପରେ ବିଦ୍ୟୁତ୍‌ ସେବା ସ୍ବାଭାବିକ ନେଇ ବହୁବାର ଆନ୍ଦୋଳନ ହୋଇଥିଲା। ଇତିମଧ୍ୟରେ ପୁରୀ ଜିଲାର ପ୍ରାୟ ସବୁ ଗ୍ରାହକଙ୍କୁ ସଂଯୋଗ ଦିଆଯାଇଥିଲେ ମଧ୍ୟ ଅଘୋଷିତ ବିଦ୍ୟୁତ୍‌କାଟ ବନ୍ଦ ହୋଇନାହିଁ। ସେହିପରି ଏ ପର୍ଯ୍ୟନ୍ତ ପୁରୀ ପର୍ଯ୍ୟଟନ ଶିଳ୍ପ ଜୋର୍‌ ଧରିନାହିଁ। ତେଣୁ ହୋଟେଲ ଆସୋସିଏଶନ ପକ୍ଷରୁ ଦିଲ୍ଲୀ ଓ କୋଲକାତାରେ ପ୍ରେସ୍‌ ମିଟ୍‌ କରାଯାଇ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରାଯିବାକୁ ଯୋଜନା ହେଉଛି।
ସେସୁ ପୁରୀ ଡିଭିଜନର ନିର୍ବାହୀଯନ୍ତ୍ରୀ ଶିବପ୍ରସାଦ ସ୍ବାଇଁ କହିଛନ୍ତି, ବାତ୍ୟାରେ ପୁରୀ ଜିଲା ବିଦ୍ୟୁତ୍‌ ବିଭାଗର ବ୍ୟାପକ କ୍ଷତି ହୋଇଥିଲା। ରାଜ୍ୟ ବାହାରୁ ଶ୍ରମିକଙ୍କୁ ଅଣାଯାଇ ଯୁଦ୍ଧକାଳୀନ ଭିତ୍ତିରେ କାମ କରାଯାଇଥିଲା। ପୁରୀ ଡିଭିଜନର ୧,୬୩,୦୦୦ ଗ୍ରାହକଙ୍କୁ ସଂଯୋଗ ଦିଆସରିଛି। କେବଳ କୃଷ୍ଣପ୍ରସାଦ ବ୍ଲକର ସିପକୁଦା ଗଁ।କୁ ସଂଯୋଗ ଦିଆଯାଇ ପାରିନାହିଁ। ଏହି ଗଁାରେ ପ୍ରାୟ ୧୭୫ ଉପଭୋକ୍ତା ଅଛନ୍ତି। ଏଥିଲାଗି ଦ୍ରୁତଗତିରେ କାମ ଚାଲିଛି। ସେହିପରି ନିମାପଡ଼ା ସବ୍‌ଡିଭିଜନରେ ୫୮,୦୦୦ ଉପଭୋକ୍ତା ଥିବାବେଳେ ସବୁ ଗଁ।କୁ ବିଦ୍ୟୁତ୍‌ ସଂଯୋଗ ଦିଆଯାଇଛି ବୋଲି ଏସ୍‌ଡିଓ ଡ. ଜୟକୁମାର କହିଛନ୍ତି। ୩ଟି ସେକ୍ସନ (କାକଟପୁର-୧, କାକଟପୁର-୨ ଓ ଅସ୍ତରଙ୍ଗ)କୁ ନେଇ ଗଠିତ କାକଟପୁର ବିଦ୍ୟୁତ୍‌ ଉପଖଣ୍ଡ ଅଧୀନରେ ୩୮,୨୯୫ ଗ୍ରାହକ ଅଛନ୍ତି। ବର୍ତ୍ତମାନ ସୁଦ୍ଧା ସମସ୍ତଙ୍କୁ ସଂଯୋଗ ଦିଆଯାଇଥିବା ସହକାରୀ ଯନ୍ତ୍ରୀ ଦୀପକ ମହାନ୍ତି କହିଛନ୍ତି। ଅନ୍ୟପକ୍ଷେ ଅଘୋଷିତ ବିଦ୍ୟୁତ୍‌ କାଟ ଜାରି ରହିଛି। କାକଟପୁର ବିଦ୍ୟୁତ୍‌ ସେକ୍ସନ-୨ ଅନ୍ତର୍ଗତ ତୁଳସୀପୁର ଗ୍ରାମର ହରିହର ସାହୁ କହିଛନ୍ତି, ଏପର୍ଯ୍ୟନ୍ତ ବିଦ୍ୟୁତ୍‌ ସରବରାହ ୨୪ଘଣ୍ଟିଆ ହୋଇପାରିନାହିଁ। ପ୍ରତିଦିନ ଅଘୋଷିତ ବିଦ୍ୟୁତ୍‌ କାଟ ହେଉଛି। ବାତ୍ୟା କ୍ଷତିଗ୍ରସ୍ତ ଗଁ।ରେ ବିଦ୍ୟୁତ୍‌ ସମସ୍ୟା ଦୂର ପାଇଁ ସୋଲାର ଲଣ୍ଠନ ବଣ୍ଟାଯାଉଛି। ଶୁକ୍ରବାର ପୁରୀ ସଦର ବ୍ଲକ ଆଳିକିଆ ଗଁ।ରେ ମିଶନ ଓଡ଼ିଶା ପକ୍ଷରୁ ୧୫ ପରିବାରକୁ ସୌର ଲଣ୍ଠନ ଦିଆଯାଇଛି।
ସେହିପରି ଅନେକଙ୍କ ପାଖରେ ଘରଭଙ୍ଗା ସହାୟତା ପହଞ୍ଚତ୍ନାହିଁ। ଏ ନେଇ ଆସିଥିବା ଆପତ୍ତି ଅଭିଯୋଗଗୁଡ଼ିକର ତଦନ୍ତ ଚାଲିଛି। ବଳିଆପଣ୍ଡା ବସ୍ତିର ୨,୨୦୦ କ୍ଷତିଗ୍ରସ୍ତଙ୍କ ଫଟୋ ଉଠାଯାଇ ତଥ୍ୟ ନିଆଯାଇଥିବାବେଳେ ବର୍ତ୍ତମାନ ସୁଦ୍ଧା ୧୫୦ ଜଣଙ୍କୁ ସହାୟତା ରାଶି ଦିଆଯାଇଛି ବୋଲି ମନୋଜ ମଣ୍ଡଳ କହିଛନ୍ତି। ଅନ୍ୟପକ୍ଷରେ ପୁରୀ ପର୍ଯ୍ୟଟନ ଶିଳ୍ପ ଏ ପର୍ଯ୍ୟନ୍ତ ଜୋର୍‌ ଧରିନାହିଁ। ପ୍ରାୟ ୮୦ ପ୍ରତିଶତ ହୋଟେଲ ପ୍ରସ୍ତୁତ ହୋଇଯାଇଥିବା ପୁରୀ ହୋଟେଲ ଆସୋସିଏଶନ ସମ୍ପାଦକ ରାଜକିଶୋର ପାତ୍ର କହିଛନ୍ତି। ସେହିପରି ସଭାପତି ରାମକୃଷ୍ଣ ଦାସମହାପାତ୍ର କହିଛନ୍ତି, ବାତ୍ୟାରେ ବହୁ ହୋଟେଲ କ୍ଷତିଗ୍ରସ୍ତ ହୋଇଥିଲା। ପୁନରୁଦ୍ଧାର ପାଇଁ ସରକାଙ୍କ ପାଖରେ କେତେକ ଦାବି ରଖିଥିଲୁ। ମାତ୍ର କୌଣସି ପ୍ରକାର ସାହାଯ୍ୟ, ସହଯୋଗ ମିଳିନାହିଁ। ପୁରୀ ସହରକୁ କେମିତି ଆଗଭଳି ପର୍ଯ୍ୟଟକ ଆସିବେ ସେଥିଲାଗି କୋଲକାତା ଓ ଦିଲ୍ଲୀରେ ପ୍ରେସ୍‌ କରିବା ଲାଗି ଯୋଜନା ହୋଇଛି। ପର୍ଯ୍ୟଟକ ଆସିଲେ କେବଳ ହୋଟେଲ ମାଲିକ ନୁହଁନ୍ତି, ଅନ୍ୟମାନେ ବି ଉପକୃତ ହୋଇପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଥୁଆମୂଳ ରାମପୁରରେ ସ୍ବାଧୀନତା ଦିବସ: କୋର୍ଟରେ ପତାକା ଉତ୍ତୋଳନ କଲେ ବିଚାରପତି

ଥୁଆମୂଳ ରାମପୁର,୧୫।୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ବିଭିନ୍ନ ସରକାରୀ ଏବଂ ବେସରକାରୀ ଅନୁଷ୍ଠାନଗୁଡ଼ିକରେ ୮୦ତମ ସ୍ବାଧୀନତା ଦିବସ ଉତ୍ସାହ ଏବଂ ଆନନ୍ଦର ସହିତ…

କଲ୍ୟାଣସିଂହପୁର ଭିଡ଼ ହିଂସାରୁ ଯୁବତୀଙ୍କୁ ଉଦ୍ଧାର କରିଥିବା ୩ ସାହସୀ ଯୁବକଙ୍କୁ ଜିଲାସ୍ତରୀୟ ସମ୍ମାନ

​କଲ୍ୟାଣସିଂହପୁର, ୧୫/୮(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲାରେ ଉତ୍ସାହ ଓ ଦେଶଭକ୍ତିର ମାହୋଲ ମଧ୍ୟରେ ୮୦ତମ ସ୍ୱାଧୀନତା ଦିବସ ଅତ୍ୟନ୍ତ ଆଡ଼ମ୍ବରର ସହ ପାଳିତ ହୋଇଯାଇଛି। ସ୍ଥାନୀୟ…

ସ୍ବାଧୀନତା ଦିବସରେ ରକ୍ତଦାନ କଲେ ସ୍ବେଚ୍ଛାସେବୀ

ବରଗଡ଼,୧୫।୮(ପ୍ରେମାନନ୍ଦ ଖମାରୀ): ସ୍ବାଧୀନତା ଦିବସ ଅବସରରେ ବରଗଡ଼ର ସାମାଜିକ ଅନୁଷ୍ଠାନ ସଂକଳ୍ପ ପରିବାର ପକ୍ଷରୁ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା। ଜିଲାସ୍ତରୀୟ ସ୍ବାଧୀନତା ଦିବସ…

ପତାକା ଉତ୍ତୋଳନକୁ ନେଇ ଟଣାଓଟରା

ଖଲ୍ଲିକୋଟ,୧୫।୮(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ପରିସରରେ ସ୍ବଧୀନତା ଦିବସ ପାଳନ ବେଳେ ପତାକା ଉତ୍ତୋଳନକୁ ନେଇ ବିଡିଓ ଦେବାଶିଷ ସାମଲ ଏବଂ ବ୍ଲକ…

ଉପଖଣ୍ଡସ୍ତରୀୟ ସ୍ବାଧୀନତା ଦିବସ, ପତାକା ଉତ୍ତୋଳନ କଲେ ଉପଜିଲାପାଳ

ସୁବର୍ଣ୍ଣପୁର,୧୫।୮(ଯୁଗଳ କିଶୋର ମିଶ୍ର): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁରଠାରେ ଉପଖଣ୍ଡସ୍ତରୀୟ ୮୦ତମ ସ୍ବାଧୀନତା ଦିବସ ପାଳନ ହୋଇଯାଇଛି l ବୀରମହାରାଜପୁର ଉପଜିଲାପାଳ ସୁରେନ୍ଦ୍ର କୁମାର ମେହେର ପତାକା ଉତ୍ତୋଳନ…

ଜଗନ୍ନାଥ ଦର୍ଶନ ହେଲା ଶେଷ ଦର୍ଶନ

ପୁରୀ,୧୫।୮( ଅଜିତ୍ କୁମାର ମହାନ୍ତି ): ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ସମୟରେ ଜଣେ ବୃଦ୍ଧ ଶ୍ରଦ୍ଧାଳୁଙ୍କର ପ୍ରାଣହାନି ଘଟିଛି। ମୃତକ ଜଣକ ହେଉଛନ୍ତି ଯାଜପୁର ଜିଲା ବିଞ୍ଝାରପୁର…

ଖୁସିରେ ୪ ଗ୍ରାମର ଗ୍ରାମବାସୀ: ୧୦୯ ଜଣଙ୍କୁ ମିଳିଲା….

ଗୁଡ଼ାରି, ୧୫।୮ (ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲାର ଗୁଡ଼ାରି ତହସିଲ ଅନ୍ତର୍ଗତ ଢେପାଗୁଡ଼ା ରାଜସ୍ୱ ଅଞ୍ଚଳର ୪ଟି ଗ୍ରାମର ୧୦୯ ଜଣ ହିତାଧିକାରୀଙ୍କୁ ଶନିବାର ସ୍ଥାୟୀ…

Men’s Hockey World Cup: ବିଜୟରୁ ଭାରତର ଅଭିଯାନ ଆରମ୍ଭ

ଆମଷ୍ଟେଲଭିନ, ୧୫।୮: ଆରମ୍ଭ ହୋଇଯାଇଛି ପୁରୁଷ ହକି ବିଶ୍ୱକପ। ଶନିବାର ଅନୁଷ୍ଠିତ ପୁଲ ଡି’ର ଉଦ୍‌ଘାଟନୀ ମ୍ୟାଚ୍‌ରେ ଭାରତ ୱେଲ୍ସକୁ ୩-୧ ଗୋଲ୍‌ରେ ପରାସ୍ତ କରି ବିଜୟରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri