Posted inପୁରୀ

ସଂଯୋଗ ସତ୍ତ୍ୱେ ଅଘୋଷିତ ବିଦ୍ୟୁତ୍‌ କାଟ ଜାରି: ପର୍ଯ୍ୟଟନ ଶିଳ୍ପ ପାଇଁ ଦିଲ୍ଲୀ, କୋଲକାତାରେ ହେବ ପ୍ରେସ୍‌ ମିଟ୍‌

ପୁରୀ ଅଫିସ, ୩।୮: ବାତ୍ୟାରେ ଛାରଖାର ହୋଇଯାଇଥିଲା ପର୍ଯ୍ୟଟନ ସହର ପୁରୀ। ହୋଟେଲ ଶିଳ୍ପ ମଧ୍ୟ ବିଶେଷ କ୍ଷତିଗ୍ରସ୍ତ ହୋଇଥିଲା। ଶନିବାର ବାତ୍ୟା ଫନୀକୁ ୩ମାସ ପୂରୁଛି। ବାତ୍ୟା ପରେ ବିଦ୍ୟୁତ୍‌ ସେବା ସ୍ବାଭାବିକ ନେଇ ବହୁବାର ଆନ୍ଦୋଳନ ହୋଇଥିଲା। ଇତିମଧ୍ୟରେ ପୁରୀ ଜିଲାର ପ୍ରାୟ ସବୁ ଗ୍ରାହକଙ୍କୁ ସଂଯୋଗ ଦିଆଯାଇଥିଲେ ମଧ୍ୟ ଅଘୋଷିତ ବିଦ୍ୟୁତ୍‌କାଟ ବନ୍ଦ ହୋଇନାହିଁ। ସେହିପରି ଏ ପର୍ଯ୍ୟନ୍ତ ପୁରୀ ପର୍ଯ୍ୟଟନ ଶିଳ୍ପ ଜୋର୍‌ ଧରିନାହିଁ। ତେଣୁ ହୋଟେଲ ଆସୋସିଏଶନ ପକ୍ଷରୁ ଦିଲ୍ଲୀ ଓ କୋଲକାତାରେ ପ୍ରେସ୍‌ ମିଟ୍‌ କରାଯାଇ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରାଯିବାକୁ ଯୋଜନା ହେଉଛି।
ସେସୁ ପୁରୀ ଡିଭିଜନର ନିର୍ବାହୀଯନ୍ତ୍ରୀ ଶିବପ୍ରସାଦ ସ୍ବାଇଁ କହିଛନ୍ତି, ବାତ୍ୟାରେ ପୁରୀ ଜିଲା ବିଦ୍ୟୁତ୍‌ ବିଭାଗର ବ୍ୟାପକ କ୍ଷତି ହୋଇଥିଲା। ରାଜ୍ୟ ବାହାରୁ ଶ୍ରମିକଙ୍କୁ ଅଣାଯାଇ ଯୁଦ୍ଧକାଳୀନ ଭିତ୍ତିରେ କାମ କରାଯାଇଥିଲା। ପୁରୀ ଡିଭିଜନର ୧,୬୩,୦୦୦ ଗ୍ରାହକଙ୍କୁ ସଂଯୋଗ ଦିଆସରିଛି। କେବଳ କୃଷ୍ଣପ୍ରସାଦ ବ୍ଲକର ସିପକୁଦା ଗଁ।କୁ ସଂଯୋଗ ଦିଆଯାଇ ପାରିନାହିଁ। ଏହି ଗଁାରେ ପ୍ରାୟ ୧୭୫ ଉପଭୋକ୍ତା ଅଛନ୍ତି। ଏଥିଲାଗି ଦ୍ରୁତଗତିରେ କାମ ଚାଲିଛି। ସେହିପରି ନିମାପଡ଼ା ସବ୍‌ଡିଭିଜନରେ ୫୮,୦୦୦ ଉପଭୋକ୍ତା ଥିବାବେଳେ ସବୁ ଗଁ।କୁ ବିଦ୍ୟୁତ୍‌ ସଂଯୋଗ ଦିଆଯାଇଛି ବୋଲି ଏସ୍‌ଡିଓ ଡ. ଜୟକୁମାର କହିଛନ୍ତି। ୩ଟି ସେକ୍ସନ (କାକଟପୁର-୧, କାକଟପୁର-୨ ଓ ଅସ୍ତରଙ୍ଗ)କୁ ନେଇ ଗଠିତ କାକଟପୁର ବିଦ୍ୟୁତ୍‌ ଉପଖଣ୍ଡ ଅଧୀନରେ ୩୮,୨୯୫ ଗ୍ରାହକ ଅଛନ୍ତି। ବର୍ତ୍ତମାନ ସୁଦ୍ଧା ସମସ୍ତଙ୍କୁ ସଂଯୋଗ ଦିଆଯାଇଥିବା ସହକାରୀ ଯନ୍ତ୍ରୀ ଦୀପକ ମହାନ୍ତି କହିଛନ୍ତି। ଅନ୍ୟପକ୍ଷେ ଅଘୋଷିତ ବିଦ୍ୟୁତ୍‌ କାଟ ଜାରି ରହିଛି। କାକଟପୁର ବିଦ୍ୟୁତ୍‌ ସେକ୍ସନ-୨ ଅନ୍ତର୍ଗତ ତୁଳସୀପୁର ଗ୍ରାମର ହରିହର ସାହୁ କହିଛନ୍ତି, ଏପର୍ଯ୍ୟନ୍ତ ବିଦ୍ୟୁତ୍‌ ସରବରାହ ୨୪ଘଣ୍ଟିଆ ହୋଇପାରିନାହିଁ। ପ୍ରତିଦିନ ଅଘୋଷିତ ବିଦ୍ୟୁତ୍‌ କାଟ ହେଉଛି। ବାତ୍ୟା କ୍ଷତିଗ୍ରସ୍ତ ଗଁ।ରେ ବିଦ୍ୟୁତ୍‌ ସମସ୍ୟା ଦୂର ପାଇଁ ସୋଲାର ଲଣ୍ଠନ ବଣ୍ଟାଯାଉଛି। ଶୁକ୍ରବାର ପୁରୀ ସଦର ବ୍ଲକ ଆଳିକିଆ ଗଁ।ରେ ମିଶନ ଓଡ଼ିଶା ପକ୍ଷରୁ ୧୫ ପରିବାରକୁ ସୌର ଲଣ୍ଠନ ଦିଆଯାଇଛି।
ସେହିପରି ଅନେକଙ୍କ ପାଖରେ ଘରଭଙ୍ଗା ସହାୟତା ପହଞ୍ଚତ୍ନାହିଁ। ଏ ନେଇ ଆସିଥିବା ଆପତ୍ତି ଅଭିଯୋଗଗୁଡ଼ିକର ତଦନ୍ତ ଚାଲିଛି। ବଳିଆପଣ୍ଡା ବସ୍ତିର ୨,୨୦୦ କ୍ଷତିଗ୍ରସ୍ତଙ୍କ ଫଟୋ ଉଠାଯାଇ ତଥ୍ୟ ନିଆଯାଇଥିବାବେଳେ ବର୍ତ୍ତମାନ ସୁଦ୍ଧା ୧୫୦ ଜଣଙ୍କୁ ସହାୟତା ରାଶି ଦିଆଯାଇଛି ବୋଲି ମନୋଜ ମଣ୍ଡଳ କହିଛନ୍ତି। ଅନ୍ୟପକ୍ଷରେ ପୁରୀ ପର୍ଯ୍ୟଟନ ଶିଳ୍ପ ଏ ପର୍ଯ୍ୟନ୍ତ ଜୋର୍‌ ଧରିନାହିଁ। ପ୍ରାୟ ୮୦ ପ୍ରତିଶତ ହୋଟେଲ ପ୍ରସ୍ତୁତ ହୋଇଯାଇଥିବା ପୁରୀ ହୋଟେଲ ଆସୋସିଏଶନ ସମ୍ପାଦକ ରାଜକିଶୋର ପାତ୍ର କହିଛନ୍ତି। ସେହିପରି ସଭାପତି ରାମକୃଷ୍ଣ ଦାସମହାପାତ୍ର କହିଛନ୍ତି, ବାତ୍ୟାରେ ବହୁ ହୋଟେଲ କ୍ଷତିଗ୍ରସ୍ତ ହୋଇଥିଲା। ପୁନରୁଦ୍ଧାର ପାଇଁ ସରକାଙ୍କ ପାଖରେ କେତେକ ଦାବି ରଖିଥିଲୁ। ମାତ୍ର କୌଣସି ପ୍ରକାର ସାହାଯ୍ୟ, ସହଯୋଗ ମିଳିନାହିଁ। ପୁରୀ ସହରକୁ କେମିତି ଆଗଭଳି ପର୍ଯ୍ୟଟକ ଆସିବେ ସେଥିଲାଗି କୋଲକାତା ଓ ଦିଲ୍ଲୀରେ ପ୍ରେସ୍‌ କରିବା ଲାଗି ଯୋଜନା ହୋଇଛି। ପର୍ଯ୍ୟଟକ ଆସିଲେ କେବଳ ହୋଟେଲ ମାଲିକ ନୁହଁନ୍ତି, ଅନ୍ୟମାନେ ବି ଉପକୃତ ହୋଇପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଶ୍ରୀକ୍ଷେତ୍ରରେ ସାହିଯାତ ଆରମ୍ଭ

ପୁରୀ,୧୮ା୪(ଅଜିତ ମହାନ୍ତି)ପବିତ୍ର ରାମନବମୀ ଅବସରରେ ବୁଧବାରଠାରୁ ଶ୍ରୀମନ୍ଦିର ଓ ଶ୍ରୀକ୍ଷେତ୍ରରେ ସାହିଯାତ ଆରମ୍ଭ ହୋଇଛି। ସହିଯାତ ପାଇଁ ଉତ୍ସବମୁଖର ହୋଇପଡ଼ିଛି ଶ୍ରୀକ୍ଷେତ୍ର। ଶ୍ରୀରାମଙ୍କ ଜନ୍ମଲୀଳାଠାରୁ ଆରମ୍ଭ...

ଚର୍ଚ୍ଚାରେ ସମୀରଙ୍କ ଭାଇରାଲ ଫଟୋ

ନିମାପଡ଼ା,୧୮।୪ (ରଞ୍ଜନ କୁମାର ପଟ୍ଟନାୟକ)ବିଜେଡି ବିଧାୟକ ସମୀର ରଞ୍ଜନ ଦାଶ ହାତ ଧରିବା ନେଇ ଆଲୋଚନା ହେଉଛି। ବୁଧବାର ସମୀରଙ୍କ ସହିତ ରାହୁଲ ଗାନ୍ଧୀଙ୍କ ଭାଇରାଲ...

ମନ୍ତ୍ରୀପଦ ନିମାପଡ଼ା ପାଇଁ ଅଭିଶପ୍ତ

ନିମାପଡ଼ ୧୮ା୪ (ରଞ୍ଜନ କୁମାର ପଟ୍ଟନାୟକ) ମନ୍ତ୍ରୀ ପଦବୀ ନିମାପଡ଼ା ପାଇଁ ଅଭିଶପ୍ତ ସାବ୍ୟସ୍ତ ହୋଇଛି।  ଅତୀତ ପୃଷ୍ଠାକୁ ଓଲଟାଇଲେ ଜଣାପଡ଼େ ନିମାପଡ଼ା ବିଧାନସଭା କ୍ଷେତ୍ରରୁ ୩ଜଣ...

ସାଙ୍ଗରେ ପ୍ରଚାର କରୁଛନ୍ତି ଅରୂପ, ରୁଦ୍ର

ପୁରୀ,୧୬।୪: ନିର୍ବାଚନ ତାରିଖ ଯେତିକି ପାଖେଇ ଆସୁଛି ନେତାଙ୍କ ପ୍ରଚାର ମଧ୍ୟ ଜୋର ଧରିଛି। ଏହି ପରିପ୍ରେକ୍ଷୀରେ ବିଜେଡି ପକ୍ଷରୁ ସୋମବାର ପୁରୀ ନିର୍ବାଚନମଣ୍ଡଳୀରେ ପ୍ରଚାରକୁ...

ପୁରୀରୁ ଫେରୁଥିବାବେଳେ ରାସ୍ତା ତଳକୁ ଖସିଗଲା ବସ୍‌, ଭିତରେ ଥିଲେ ୫୫ଜଣ ତୀର୍ଥଯାତ୍ରୀ

ପଦ୍ମପୁର,୧୪।୪: ପୁରୀରୁ ଫେରୁଥିବାବେଳେ ଭାରସାମ୍ୟ ହରାଇ ଏକ ବସ ଓଲଟି ପଡ଼ିଛି। ସବରେ ପ୍ରାୟ ୫୫ ଜଣ ତୀର୍ଥଯାତ୍ରୀ ଥିଲେ। କିନ୍ତୁ ସେମାନଙ୍କ ଭିତରୁ ୧୫...

ଶ୍ରୀକ୍ଷେତ୍ରରେ ପୂର୍ବରୁ ହେଉଥିଲା ଅଷ୍ଟ ମହାବୀରଙ୍କ ଉପାସନା

ପୁରୀ,୧୪ା୪(ଅଜିତ୍‌ ମହାନ୍ତି):ଶ୍ରୀକ୍ଷେତ୍ରରେ ହନୁମାନ ଉପାସନା ବହୁ ପ୍ରାଚୀନ ପରମ୍ପରା। ଐତିହ୍ୟ ବିଶାରଦ ଡ. ସୁରେନ୍ଦ୍ର କୁମାର ମିଶ୍ରଙ୍କ ସୂଚନା ଅନୁଯାୟୀ, ଶ୍ରୀକ୍ଷେତ୍ରର ମହାବୀର ଉପାସନା ସହିତ...

ମହାପ୍ରଭୁଙ୍କୁ ଦର୍ଶନ କଲେ ଲେଖାଶ୍ରୀ, କହିଲେ ବିଜେଡି ଜିତିବ ଏତେ ସିଟ୍‌

ପୁରୀ,୧୩।୪: ବାଲେଶ୍ୱର ଲୋକ ସଭା ଆସନରୁ ଲେଖାଶ୍ରୀ ସାମନ୍ତସିଂହାରଙ୍କୁ ମିଳିଛି ଟିକେଟ୍‌। ନିକଟରେ ସେ ଭାଜପା ଛାଡି ବିଜେଡିରେ ଯୋଗ ଦେଇଥିଲେ। ତେବେ ଟିକେଟ୍‌ ମିଳିବା...

‘ସମୀରଙ୍କୁ ଟିକେଟ ନ ହେଲେ ଦଳ ଛାଡ଼ିବୁ’

ଗୋପ,୧୩ା୪(ଭାରତୀ ଭୂଷଣ ଉପାଧ୍ୟାୟ): ନିମାପଡ଼ା ନିର୍ବାଚନମଣ୍ଡଳୀରେ ସମୀର ରଞ୍ଜନ ଦାଶଙ୍କୁ ଟିକେଟ ନ ମିଳିଲେ ଦଳୀୟ ନେତୃତ୍ୱ ଓ କର୍ମୀମାନେ ଦଳ ଛାଡ଼ିବେ ବୋଲି ଶୁକ୍ରବାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri